ରଥଯାତ୍ରାରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ମେଡିକାଲ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ରଥଯାତ୍ରା ସମୟରେ ଆହତ ହୋଇ ଚିକିତ୍ସାଧୀନ ଥିବା ଶ୍ରଦ୍ଧାଳୁମାନଙ୍କ ସହ ସାକ୍ଷାତ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହା ସହ ସେ ନବନିର୍ମିତ ମେଡିକାଲର ବିଭିନ୍ନ ବିଭାଗ ବୁଲି ଦେଖିବା ସହ ସେଠାରେ ଉପଲବ୍ଧ ଆଧୁନିକ ଭିତ୍ତିଭୂମି ଓ ଚିକିତ୍ସା ସୁବିଧାର ପ୍ରଶଂସା କରିଥିଲେ। ରାଜ୍ୟ ସରକାରଙ୍କ ଏହି ଆଧୁନିକ ମେଡିକାଲ ପୁରୀ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ … Read more

ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍‌କ୍ଷେପଣ, ମହାକାଶକୁ ଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଲେଖା ବାର୍ତ୍ତା

ଶ୍ରୀହରିକୋଟା: ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍‌କ୍ଷେପଣ କରିଛି । ରକେଟ୍‌ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଛି । ଏହି ମାନବବିହୀନ ରକେଟ୍ ନିଜ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ‘ବନ୍ଦେ ମାତରମ୍’ ବାର୍ତ୍ତା ସହିତ ଏହି ମିଶନରେ ଥିବା ଦଳର ସଦସ୍ୟ, ନିବେଶକ, ନୀତି-ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ଶୁଭେଛୁଙ୍କ ବାର୍ତ୍ତା ମଧ୍ୟ ସାମିଲ ହୋଇଛି । … Read more

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା ଓ ଅଗ୍ରଗତିର ସ୍ମୃତିଚାରଣ

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ ଡିମ୍‌ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ୪ ଜଣ ପୂର୍ବତନ କୁଳପତି ନିଜ ଅଭିଜ୍ଞତା ବଖାଣିବା ସହ ସୋଆର ଉଲ୍ଲେଖନୀୟ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସଭାପତିତ୍ୱ କରି ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦ ବର୍ଷ ମଧ୍ୟରେ ସୋଆକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠିତ … Read more

୩୫ଟି ପୌରାଂଚଳ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ନେଇ ଚିଠା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ନୂତନ ଗଠିତ ୨୯ଟି ଏନଏସି ଓ ୬ଟି ମ୍ୟୁନିସପାଲଟିରେ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ମ୍ୟୁନିସପାଲଟି ଆକ୍ଟ-୧୯୫୦ ଓ ଓଡ଼ିଶା ମ୍ୟୁନିସପାଲଟି ରୁଲସ-୧୯୯୪ର ବିଭିନ୍ନ ପ୍ରାବଧାନ ଆଧାରରେ ଏହି ଚିଠା ବିଜ୍ଞପ୍ତି ଜାରି କରି ୧୫ଦିନ ସୁଦ୍ଧା ଆପତ୍ତି-ଅଭିଯୋଗ ଓ ମତାମତ ଲୋଡ଼ିଛନ୍ତି ରାଜ୍ୟ ସରକାର। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାଜ୍ୟ ପୌର ପ୍ରଶାସନର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସମସ୍ତ ଆପତ୍ତି ଓ … Read more

ନାଗରିକତ୍ୱ ସ୍ଥିର କରିପାରିବେନି ନିର୍ବାଚନ କମିଶନ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ କରିଛନ୍ତି ଯେ କୌଣସି ବ୍ୟକ୍ତି ଭାରତର ନାଗରିକ କି ନୁହେଁ, ତାହା ସ୍ଥିର କରିବା ନିର୍ବାଚନ କମିଶନଙ୍କ ଅଧିକାର ଭିତରେ ଆସେ ନାହିଁ। ଭାରତୀୟ ସମ୍ବିଧାନ ନିର୍ବାଚନ କମିଶନଙ୍କୁ ଏଭଳି କୌଣସି ସାମ୍ବିଧାନିକ କ୍ଷମତା ଦେଇନାହିଁ।ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନାଗରିକତ୍ୱ ଏବଂ ଭୋଟର ତାଲିକାକୁ ନେଇ ଚାଲିଥିବା ଅନେକ ଆଇନଗତ ଦ୍ୱନ୍ଦ୍ୱ ଦୂର ହୋଇଛି। ନାଗରିକତ୍ୱ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଜଷ୍ଟିସଙ୍କୁ … Read more

ଶରଧାବାଲିରେ ପହଞ୍ଚିଲେ ୩ ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ

ପୁରୀ: ଚଳିତ ବର୍ଷର ପବିତ୍ର ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପୂର୍ବରୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସାରିଥିଲା। ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚିବା ପରେ ଭକ୍ତମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଗୁରୁବାର ଅପରାହ୍ନରୁ ତିନି ରଥ ଟଣା ଆରମ୍ଭ ହୋଇଥିଲା। ତେବେ ପାରମ୍ପରିକ ସମୟ ସୀମା ଅତିକ୍ରମ କରିବାରୁ ସନ୍ଧ୍ୟାରେ ରଥଟଣାକୁ ସ୍ଥଗିତ ରଖାଯାଇଥିଲା। ଗୁରୁବାର ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ … Read more

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଅନୁରାଗ କୁମାରଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଗୃହ ମନ୍ତ୍ରଣାଳୟ ୧୯୯୨ ବ୍ୟାଚର ୟୁଟି କ୍ୟାଡରର ଆଇପିଏସ ଅଧିକାରୀ ସତୀଶ ଗୋଲଚାଙ୍କୁ ଦିଲ୍ଲୀ ପୋଲିସ କମିଶନର ପଦରୁ ହଟାଇ ଦେଇଛି। ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀର ନୂତନ ପୋଲିସ ଆୟୁକ୍ତ ଭାବରେ ନିଯୁକ୍ତ କରାଯାଇଛି । ସେ ପୂର୍ବରୁ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଗୃହ ମନ୍ତ୍ରଣାଳୟ ଆଜି ଏକ ବିଜ୍ଞପ୍ତି ଜାରି କରି ନୂତନ ଦିଲ୍ଲୀ ପୋଲିସ କମିଶନର ଭାବରେ ତାଙ୍କର ନିଯୁକ୍ତି … Read more

ରାଜମହଲର ‘ଶ୍ରୀଲେଦର୍ସ ସୋ’ ରୁମ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜମହଲ ଛକ ନିକଟରେ ଥିବା ଜୋତା ସୋରୁମ ‘ଶ୍ରୀଲେଦର୍ସ’ରେ ଆଜି ସକାଳୁ ସକାଳୁ ନିଆଁ ଲାଗିଯାଇଛି। ଭୋର ପ୍ରାୟ ୫ଟା ସମୟରେ ଏହି ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଶ୍ରୀଲେଦର୍ସ ମାଲିକଙ୍କୁ ଖବର ଦେବା ସହିତ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଭୁବନେଶ୍ୱର ଫାୟାର ଷ୍ଟେସନର ଏକ ସ୍ୱତନ୍ତ୍ର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁର ପ୍ରକୋପ ଅଧିକ … Read more

ଦଳାଚକଟା ମୃତ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ଖଣ୍ଡନ: ରଥଯାତ୍ରା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ବର୍ଷିଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ୱର: ଚଳିତବର୍ଷ ରଥଯାତ୍ରାରେ ପ୍ରାୟ ୮ରୁ ୯ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଭିଡ଼ ଦଳାଚକଟାରେ ଦୁଇ ଜଣଙ୍କ ମୁତ୍ୟୁ ହେବା ସହିତ ଅନେକ ଆହତ ହେବା ନେଇ ଖବର ପ୍ରକାଶ ପାଇଥିଲା l ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଥିଲେ ମଧ୍ୟ ଦଳାଚକଟା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥାରେ ତ୍ରୁଟିକୁ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍ ରିଲିଜ୍ ଅନୁସାରେ ରଥଯାତ୍ରା ସମୟରେ ଲଗାଣବର୍ଷା, କ୍ଲାନ୍ତି, ନିର୍ଜଳା ଉପବାସ, ଶ୍ୱାସକ୍ରିୟାରେ କଷ୍ଟ ଓ ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା … Read more

ପ୍ରକାଶ ହେଲା NEET-UG ୨୦୨୬ ପରୀକ୍ଷାର ଫଳାଫଳ

ନୂଆଦିଲ୍ଲୀ : ଜୁଲାଇ ୧୬ ତାରିଖରେ NEET-UG ୨୦୨୬ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି | ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର କୃତକାର୍ଯ୍ୟ ହୋଇଛନ୍ତି ।ଏହି ନମ୍ବର ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ୍ ସମେତ ବିଭିନ୍ନ ଡାକ୍ତରୀ ସ୍ନାତକ ବିଭାଗରେ ନାମଲେଖା ସୁଯୋଗ ମିଳିବ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ … Read more