ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ମେସି

ନୂଆଦିଲ୍ଲୀ : ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନେଲ ମେସି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ୩୯ ବର୍ଷୀୟ ଏହି ଖେଳାଳି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫେୟାରୱେଲ ନୋଟ୍‌ରେ ଏହା ଉଲ୍ଲେଖ କରିଛନ୍ତି । ଫାଇନାଲ ପରଠାରୁ ଏତେ ସମୟ ପରେ ଏବଂ ଏହା ବିଷୟରେ ବହୁତ ଚିନ୍ତା କରିବା ପରେ ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଜାତୀୟ ଦଳରୁ ଅବସର ନେଉଛି । ଏହା ଏକ ନିଷ୍ପତ୍ତି ଥିଲା ଯାହା ମୋତେ କଷ୍ଟ ଦେଉଥିଲା ଏବଂ ଏବେ ବି ଗଭୀର ଭାବେ କଷ୍ଟ ଦେଉଛି, କିନ୍ତୁ ମୁଁ ବୁଝିପାରୁଛି ଯେ ଏହା ହେଉଛି ସଠିକ୍ ମୁହୂର୍ତ୍ତ । ମୁଁ ସବୁବେଳେ ଜାତୀୟ ଦଳର ଅଂଶ ହେବାକୁ ଭଲ ପାଇବି । ମୁଁ ମୋର ଯାହା ଥିଲା ତାହା ଦେଇଦେଇଛି ଏବଂ ମୋ ପାଖରେ ଦେବାକୁ ଆଉ କିଛି ନାହିଁ,” ବୋଲି ଲିଓନେଲ ମେସି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି । ମେସି ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଦଳରେ କିଛି ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ଜାତୀୟ ଦଳରେ ରହିବାକୁ ଯୋଗ୍ୟ ଏବଂ ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

Leave a Comment