ଡିଜିପି-ଆଇଜିପି ସମ୍ମିଳନୀ: ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି-ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଇନଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ସାଇବର ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ସମସ୍ତ ଅନୁଦାନ ଓ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବିଭାଗ ପକ୍ଷରୁ ଉପସ୍ଥାପିତ ପ୍ରତ୍ୟେକ ପ୍ରସ୍ତାବ ଓ ଦିଗକୁ ଗୁରୁତ୍ୱର ସହ ନେବା ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଓ ସମ୍ମିଳନୀ … Read more

ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ଵାମୀ

ଢେଙ୍କାନାଳ:ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଆଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି।ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀର୍ଘଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଥିଲେ। ସେ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ସ୍ତ୍ରୀଙ୍କୁ ମାଗିଥିଲେ। ସ୍ତ୍ରୀ ଟଙ୍କା ଦେବାକୁ ମନା … Read more

ବଢ଼ିଲା ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କ ଗିରଫଦାରୀ ଭୟ:ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳଙ୍କ ଅଡ଼ୁଆ ପୁଣି ବୃଦ୍ଧି ପାଇଛି। ହାଇକୋର୍ଟ ସୁଜିତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ସହ ପୂର୍ବରୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦେଇଛନ୍ତି। ଫଳରେ ସେ କୌଣସି ମୁହୂର୍ତ୍ତରେ ଗିରଫ ହେବାର ସମ୍ଭାବନା ଦେଖାଦେଇଛି। ଚୌଦ୍ୱାର ଜେଲରୁ ଦୁଇ ଜଣ ବିହାରୀ କଏଦୀ ଫେରାର ହେବା ଏବଂ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ଦସ୍ତଖତ ଜାଲିଆତି କରିବା ନେଇ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିଲା। … Read more

MMDR ବିଲ୍‌ ସଂଶୋଧନ ପ୍ରତ୍ୟାହାର ନେଇ ବିଜେପି ସାଂସଦଙ୍କୁ ନବୀନ ଲେଖିଲେ ଚିଠି :ଚିଠିର କଡ଼ା ଜବାବ ଦେଲେ ବିଜେପି ସାଂସଦ

ଭୁବନେଶ୍ୱର:MMDR ୨୦୨୬ସଂଶୋଧନ ବିଲ୍‌କୁ ବିରୋଧ କରି ନବୀନ ପଟ୍ଟନାୟକ ଓଡ଼ିଶାର ସମସ୍ତ ବିଜେପି ସାଂସଦଙ୍କୁ ଏକ ଚିଠି ଲେଖିଛନ୍ତି। ନବୀନ ସାଂସଦମାନଙ୍କୁ ଦଳୀୟ ଆଭିମୁଖ୍ୟରୁ ଉପରକୁ ଉଠି ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଜଣାଇଛନ୍ତି।ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ MMDR ଆଇନରେ କରାଯାଇଥିବା ସଂଶୋଧନ ହେତୁ ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ସଙ୍କୁଚିତ ହେବ। ଏହା ଦ୍ୱାରା ଓଡ଼ିଶା ପ୍ରତିବର୍ଷ ପ୍ରାୟ ୧୨,୦୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ … Read more

ବେଆଇନ ଟ୍ୟାକ୍ସ ରିହାତି ନେବା ଅଭିଯୋଗରେ ଓସିଏକୁ ନୋଟିସ୍ ଜାରି

ଭୁବନେଶ୍ୱର:ବେଆଇନ ଭାବେ ବ୍ୟକ୍ତିଗତ ବିମାନ ଯାତ୍ରା, ହୋଟେଲ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ‘ବ୍ୟବସାୟିକ ଖର୍ଚ୍ଚ’ ଦର୍ଶାଇ ଲକ୍ଷାଧିକ ଟଙ୍କାର ଟିକସ ଛାଡ଼ ବା ‘ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍‌’ ନେଇଥିବା ଅଭିଯୋଗରେ ଓସିଏକୁ ରାଜ୍ୟ ବାଣିଜ୍ୟକର ଓ ଜିଏସଟି ବିଭାଗ ନୋଟିସ୍ ଜାରି କରିଛି। ପ୍ରାୟ ୫.୫୮ଲକ୍ଷ ଟଙ୍କାର ଟିକସ ରିହାତି ଓସିଏ ବେଆଇନ ଭାବେ ନେଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଜିଏସଟି ଆସିଷ୍ଟାଣ୍ଟ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନୋଟିସରେ ଓସିଏ(OCA) ବେଆଇନ ଭାବେ ଟିକସ ରିହାତି … Read more

ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍‌ ଓ ହଷ୍ଟେଲଗୁଡ଼ିକୁ ଚିଠି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର:ଆଉ କଲେଜ କ୍ୟାଣ୍ଟିନ୍‌ରେ ବିକ୍ରି ହେବନାହିଁ ତେଲିଆ ଖାଦ୍ୟ । ପ୍ରଧାନମନ୍ତ୍ରୀଙ୍କ ରନ୍ଧନ ତେଲ ବ୍ୟବହାର କମାଇବା ନେଇ ଆହ୍ୱାନକୁ ଅନୁସରଣ କରି ଉଚ୍ଚ ଶିକ୍ଷା ବିଭାଗ ଏହି ପରାମର୍ଶ ଦେଇଛି ।ଏନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଉପସଚିବ ରମେଶ ଚନ୍ଦ୍ର ବେହେରା ଏ ସମ୍ପର୍କରେ ଚିଠି ଲେଖିଛନ୍ତି ।ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟକୁ ଏଡ଼ାଇବାକୁ କ୍ୟାଣ୍ଟିନ୍‌ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି … Read more

୧.୦୩ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି

ଭୁବନେଶ୍ୱର: ରକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ୫ମ କିସ୍ତି ଟଙ୍କା ଜାରି କରିଛନ୍ତି। ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୫ ହଜାର ଟଙ୍କା ଡିବିଟି ମାଧ୍ୟମରେ ପଠାଯାଇଛି।ନୟାଗଡ଼ ଜିଲ୍ଲାର ଲାଠିପଡ଼ାଠାରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନେକ … Read more

ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ପୋଲିସ

କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ପରେ ନାରାୟଣୀ ନଦୀରେ ପ୍ରବଳ ସ୍ରୋତରେ ଭାସିଆସିଥିବା ଜଣେ ମୃତ ମହିଳାଙ୍କ ଶରୀରରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ନେପାଳ ପୁଲିସ୍ ୪୧ ସେକେଣ୍ଡର ଏକ ଭିଡିଓକୁ ପୁନର୍ବାର ଶେଆର କରି କହିଛି ଯେ, ମୃତ ମହିଳାଙ୍କ କାନରୁ କାନଫୁଲ ଚୋରି କରିଥିବା ଅଭିଯୋଗରେ ଏହି ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି।ସେହି ଭିଡିଓ କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ କାଠପଟା ଏବଂ ମୁଣ୍ଡ … Read more

ବଦନାମ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଜୁଏଲ ଓରାମ

ରାଉରକେଲା :ରାଉରକେଲାରେ ବିରୋଧୀଙ୍କୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି ଜୁଏଲ ଓରାମ। ସେ କହିଛନ୍ତି ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ମୋ ପ୍ରତିଷ୍ଠା ବାବଦରେ ଯଦି କେହି ହାତ ଉଠାଇବ, ସେ ହାତକୁ କାଟିଦେବି। ମୋତେ ଯିଏ ଅପଦସ୍ଥ କରିବାକୁ ଚେଷ୍ଟା କରୁଛି, ତାକୁ ଜାଳି ଶେଷ କରିଦେବି। ଲୋକ ପଇସାପତ୍ର ଖର୍ଚ୍ଚ କରି ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଭାବୁଛନ୍ତି ଜୁଏଲ ଓରାମ ଡ୍ରପ୍‌ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ, କିନ୍ତୁ ଏଇ … Read more

ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର

ଭୁବନେଶ୍ୱର:ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି କୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି lସୂଚନା ଅନୁଯାୟୀ ଆବେଦନକାରୀ ନିଜ ପିଟିସନରେ ଦର୍ଶାଇଛନ୍ତି ଯେ, ଭାରତୀୟ ସମ୍ବିଧାନରେ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ କୌଣସି ସ୍ୱତନ୍ତ୍ର ସାମ୍ବିଧାନିକ ବ୍ୟବସ୍ଥା ବା ମାନ୍ୟତା ନାହିଁ। ତେଣୁ ଏହି ପଦବୀରେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ନିଯୁକ୍ତି ଦିଆଯିବା ସମ୍ବିଧାନସମ୍ମତ ନୁହେଁ। ଏହାର ନ୍ୟାୟିକ ତର୍ଜମା ପାଇଁ ଆବେଦନକାରୀ ତାଙ୍କ ପିଟିସନରେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।ଅନ୍ୟପକ୍ଷରେ … Read more