February 26, 2026 4:36 am

୧୦ ବିଧାୟକଙ୍କ ସହିତ ଆଲୋଚନା ପରେ ପରାମର୍ଶ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ଶ୍ରୀ ନବୀନ ପଟ୍ଟନାୟକ ବିଜେଡିର ୧୦ ଜଣ ବିଧାୟକଙ୍କ ସହ ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ ଓ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି। ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ପଚାରି ବୁଝିବା ସହ ଲୋକଙ୍କ ସୁବିଧା ଅସୁବିଧାକୁ ଗୁରୁତ୍ଵ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି l ଏହା ସହିତ ସେ ବିଧାୟକମାନଙ୍କ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ସେ ବିଧାୟକମାନଙ୍କୁ କହିଛନ୍ତି।ଏହା ସହିତ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ସହ ଲୋକଙ୍କ ସହ ସିଧା ସଳଖ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।