June 29, 2025 8:47 pm

ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ସମ୍ଭାବନା! 

ଜେରୁଜେଲମ: ହମାସ ସହିତ ଯୁଦ୍ଧ ସରିବାର ନିକଟରେ କୌଣସି ସମ୍ଭାବନା ଦେଖାଯାଉନଥିବାବେଳେ  ଇସ୍ରାଏଲ ଉପରେ ଆଉ ଏକ ବିପଦ ଘନୀଭୂତ ହେବାରେ ଲଗିଛି।  ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ଇରାନ । ଗତ ମାସରେ ସିରିଆରେ ଥିବା ଇରାନ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ଜବାବରେ ଇରାନ ଏହି ଆକ୍ରମଣ କରିବାକୁ ଧମକ ଦେଇଛି । ତେବେ ଇସ୍ରାଏଲ ଉପରେ ଆକ୍ରମଣକୁ ନେଇ ଇରାନକୁ ଚେତାବନୀ ଦେଇଛି ଆମେରିକା । ଇସ୍ରାଏଲରେ ରହୁଥିବା ବ୍ରିଟିଶ … Read more

ବିଜେଡ଼ିରୁ ବିଜେପିକୁ ଡେଇଁଲେ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେସିକା 

ଭୁ‌ବନେଶ୍ଵର: ଆଗାମୀ ନିର୍ବାଚନକୁ  ଆଖି ଆଗରେ ରଖି  ନେତାମାନଙ୍କ ଦଳ ଡିଆଁ  ପର୍ବର ଅନ୍ତ ଘଟୁନାହିଁ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା  ତଥା ବିଜେଡ଼ି ନେତା ଅପରାହ୍‌ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ଶ୍ରୀତମ ଦାଶ, ସମୀର ମହାନ୍ତି ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।  ବିଜେଡି ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ମୀପୁର ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା … Read more

ପାରମ୍ପରିକ ଜ୍ଞାନର ସଂରକ୍ଷଣ ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହ ଆଇଜିଏନସିଏର ବୁଝାମଣାପତ୍ର ସ୍ଵାକ୍ଷର

ନୂଆଦିଲ୍ଲୀ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ), କୋରାପୁଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (ଆଇଜିଏନସିଏ), ନୂଆଦିଲ୍ଲୀ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ପାରସ୍ପରିକ ଏକାଡେମିକ ସହଯୋଗ ପାଇଁ ଯୋଜନା ଘୋଷଣା କରାଯାଇଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସିୟୁଓ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଆଇଜିଏନସିଏ ମଧ୍ୟରେ ହେବାକୁ ଥିବା ବୁଝାମଣାପତ୍ର (ଏମଓୟୁ) ଘୋଷଣା କରିବା ଏହି ସମାବେଶର ଉଦ୍ଦେଶ୍ୟ ଥିଲା। ପାରମ୍ପରିକ ଜ୍ଞାନକୁ ସୁରକ୍ଷିତ ରଖିବା … Read more

ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍‌ଫେଡ୍ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା … Read more

ବିଜେଡିର ୯ଟି ବିଧାନସଭା ଏବଂ ୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା 

ଭୁବନେଶ୍ଵର- ମଧ୍ୟରୁ ଅନନ୍ତ ଜେନା, ବାଲେଶ୍ଵର ଲୋକସଭା ପାଇଁ ଲେଖାଶ୍ରୀ ଭୁବନେଶ୍ଵର: ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ଏଥିରେ ଲୋକସଭା​ ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍‌ … Read more

ଗାଡିରେ କଳା କାଚ ଲାଗିଥିଲେ ଜରିମାନା ଦେବାକୁ ପଡିବ 

ଭୁବନେଶ୍ଵର: ଯଦି ଆପଣ ଭୁବନେଶ୍ବରରେ କାର ଚଳାଉଛନ୍ତି ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ହେଲା ବର୍ତ୍ତମାନ କମିଶନରେଟ ପୋଲିସ କାରରେ ଲାଗିଥିବା କଳା କାଚ ବା କଳା କୋଟିଂ ଥିଲେ ଜରିମାନା ଲାଗୁ କରୁଛି। ଆଜିଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହି ଚଢାଉ ଆରମ୍ଭ କରାଯାଇଛି। ପୋଲିସ ତରଫରୁ କଳାକାଚ ବା କୋଟିଂ ଥିବା କାରକୁ ଅଟକାଇ ପ୍ରଥମେ ସେହି କାଚରୁ ଜରି ବା କୋଟିଂକୁ ଛଡାଉଛି। ଆପଣ ତରବରିଆ ଥିବା ବେଳେ ପୋଲିସ ରାସ୍ତାରେ ଅଟକାଇ … Read more

ଭଦ୍ରକ ପୌରପାଳିକା ପୌରାଧ୍ୟକ୍ଷା ଗୁଲମକ୍କି ହବିବ  ବିଜେଡ଼ିରେ ମିଶିଲେ 

ଭୁବନେଶ୍ୱର: ଭଦ୍ରକ ପୌରପାଳିକାର ପୌରଧ୍ୟକ୍ଷା ଗୁଲମକ୍କି ହବିବଙ୍କସମେତ ଶତାଧିକ କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଡକ୍ଟରସସ୍ମିତ ପାତ୍ର, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଗୁଲମକ୍କି ଦଲୱାଜି … Read more

ଓଡିଶା କଂଗ୍ରେସ ପ୍ରଚାର କମିଟି : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ

ଭୁବନେଶ୍ଵର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡିଶା କଂଗ୍ରେସର ୫୯ ଜଣିଆ  ପ୍ରଚାର କମିଟି ତାଲିକା ପ୍ରକାଶ ପାଇଛି। ଏହି କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି।  ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ କହିଛନ୍ତି ପ୍ରଚାର ତାଲିକାରେ ସୁଧାଂଶୁ ଶେଖର ଦେଓଙ୍କୁ ସଂଯୋଜକ ରଖାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କାମାକ୍ଷା ପ୍ରସାଦ ସିଂହଦେଓ,  ନିରଂଜନ ପଟ୍ଟନାୟକ, କାହୁଁ ଚରଣ ଲେଙ୍କା, … Read more

ସମାଜରେ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

ଭୁବନେଶ୍ୱର: ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍‌କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ … Read more

ସମ୍ ରେ ପାର୍କିନ୍ସନ୍ ରୋଗ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ପାର୍କିନ୍ସନ୍ ସମସ୍ୟା ଏକ ବୟସ ଜନିତ ବ୍ୟାଧି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଜଟିଳ ସମସ୍ୟାରେ ପରିଣତ ହୋଇଛି। ତେବେ ଉତ୍ତମ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିହେବ ବୋଲି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନ୍ସନ୍ ଦିବସ ପରିପ୍ରେକ୍ଷୀରେ ମଙ୍ଗଳବାର ଆୟୋଜିତ … Read more