April 13, 2026 1:06 am

ସରିଲା ରଥକାଠ ଅନୁକୂଳ

ପୁରୀ : ପରମ୍ପରା ଅନୁସାରେ ଶ୍ରୀପଞ୍ଚମୀ ଅବସରରେ କରାଯାଇଛି ରଥକାଠ ପୂଜାର୍ଚ୍ଚନା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନିରଥ ପାଇଁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ପୂଜାର୍ଚ୍ଚନା କରିଛନ୍ତି। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଗତ ୨୦ ତାରିଖରେ ନୟାଗଡ଼ ବନଖଣ୍ଡରୁ ୮୩ ଖଣ୍ଡ ରଥକାଠ ପୁରୀ ଆସି ସାରିଛି। ତେବେ ବିଭିନ୍ନ ପର୍ଯ୍ୟାୟରେ ସମସ୍ତ ରଥକାଠ ଆସି ପହଞ୍ଚିବ। ସେପଟେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବାର ମଧ୍ୟ ବିଧି ରହିଛି। ତେବେ ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।