February 26, 2026 4:36 am

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ ! ସୂଚନା ଦେଲେ ମନମୋହନ ସାମଲ

ଭୁବନେଶ୍ୱର : ଆଗୁଆ ପଞ୍ଚାୟତ ନିର୍ବାଚନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଜନଗଣନା ପାଇଁ ଆଗୁଆ ନିର୍ବାଚନ ହେବା ସମ୍ଭାବନା ରହିିଥିବା କହିଛନ୍ତି ମନମୋହନ ସାମଲ । ଜନଗଣନା ପାଇଁ ନିର୍ଦ୍ଧାରିତ ସମୟର ୨-୩ ମାସ ପୂର୍ବରୁ ପଞ୍ଚାୟତ ନିର୍ବାଚନ ହେବା ନେଇ ସେ ସୂଚନା ଦେଇଛନ୍ତି । ଏଥିପାଇଁ ୬ମାସ ମଧ୍ୟରେ ବାକି ଥିବା କାମ ଶେଷ କରିବାକୁ ସେ ବିଜେପିର ପଞ୍ଚାୟତ ପ୍ରତିନିଧିଙ୍କୁ ଟାସ୍କ ଦେଇଛନ୍ତି । ପୂର୍ବରୁ ରାଜ୍ଯ ନିର୍ବାଚନ କମିସନ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉତ୍ତରାଞ୍ଚଳ, କେନ୍ଦ୍ରାଞ୍ଚଳ ପରେ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧିନ ୮ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ରାଜ୍ୟ ନିର୍ବାଚନ କମିଶନର ପ୍ରାକ୍ ପ୍ରସ୍ତୁତି ବୈଠକ କରିଛନ୍ତି l ସମ୍ୱେଦନଶୀଳ ଓ ଅତି ସମ୍ୱେଦନଶୀଳ ବୁଥ୍ ଚିହ୍ନଟ କରି ସିସିଟିଭି ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।