ରାୱେ କାର୍ଯ୍ୟକ୍ରମ ଅଧୀନରେ ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଜୁଲାଇ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷା ‘ଓ’ ଅନୁସନ୍ଧାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ ପକ୍ଷରୁ ୨୦୨୬-୨୭ ନିମନ୍ତେ ଗ୍ରାମୀଣ କୃଷି କାର୍ଯ୍ୟର କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଯାଇଛି । ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକ୍‌ର ୧୧ଟି ଗ୍ରାମକୁ ସାମିଲ କରାଯାଇଥିଲା । ଏହି ଗ୍ରାମଗୁଡ଼ିକ ହେଉଛି ଝିଂଟିଶାସନ, ପାଣିକଟା, ଛତାବର, ପୁରୋହିତପୁର, ମେଣ୍ଢାଶାଳ, ବୁଢ଼ିପଡ଼ା, ବରୁଡ଼ାଖଣା, ପୁରୁଣା ପଧାନ, … Read more

କମନୱେଲଥ ଗେମ୍ସ ୨୦୨୬: ଗୁଲଭୀର ଓ ହରଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର: ଆଥଲେଟ୍ ଗୁଲଭୀର ସିଂହ ଓ ଭାରୋତ୍ତୋଳିକା ହରଜିନ୍ଦର କୌରଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସ (X)ରେ ପୋଷ୍ଟ କରିଛନ୍ତି ଯେ, କମନୱେଲଥ ଗେମ୍ସ ୨୦୨୬ରେ ଭାରତ ପାଇଁ ୧୦,୦୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ପୁରୁଷ ଗୁଲଭୀର ସିଂହ ଏବଂ ୬୯ କେଜି ଭାରୋତ୍ତୋଳନ ବିଭାଗରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ହରଜିନ୍ଦର କୌର ଦେଶ ପାଇଁ ଗୌରବ ଆଣିଛନ୍ତି। ଏହି ଦୁଇ କ୍ରୀଡ଼ାବିଦଙ୍କ ସଫଳତା … Read more

ଓଡ଼ିଶାରେ ବନ୍ୟା; ୪ ମୃତ, ୬ ଜିଲ୍ଲାର ୨ ଲକ୍ଷରୁ ଅଧିକ ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର । ବନ୍ୟା ଯୋଗୁଁ ଛଅଟି ଜିଲ୍ଲାର ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସରକାରୀ ସୂଚନା ଅନୁଯାୟୀ, ୨୩୩ଟି ଗ୍ରାମ ପଞ୍ଚାୟତ, ୪୪ଟି ବ୍ଲକ, ଛଅଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ ଚାରିଟି ୱାର୍ଡରେ ବିସ୍ତୃତ ୭୪୮ଟି ଗ୍ରାମର ୨,୦୩,୨୦୮ ଜଣ ଲୋକଙ୍କ ମଧ୍ୟରୁ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ୨୭,୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଆଉ ୨୨୬ଟି … Read more

ଛାତ୍ରଛାତ୍ରୀମାନେ ପଢ଼ିବେ ସେୟାର ମାର୍କେଟ୍‌ ପାଠ; ମାଗଣାରେ ଦିଆଯିବ ତାଲିମ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ କଲେଜରେ ସେୟାର ମାର୍କେଟ୍‌ ପାଠ ପଢ଼ିବେ। ଆର୍ଥିକ ସାକ୍ଷରତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟର ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ କାର୍ଯ୍ୟକାରୀ ହେବ ଏନଏସଇ ବିଏଫଏସଆଇ ସ୍କିଲ୍ ପ୍ରୋଗ୍ରାମ (NSE BFSI Skill Programme)। ମାଗଣାରେ ଦିଆଯିବ ମ୍ୟୁଚୁଆଲ ଫଣ୍ଡ, ଇନ୍ସ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ । ଏହି ତାଲିମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସେୟାର … Read more

ବନ୍ୟା ପରିଚାଳନା ନିମନ୍ତେ ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲା ପାଇଁ ସ୍ଵତନ୍ତ୍ର ଅଧିକାରୀ ନିୟୋଜିତ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାଜନିତ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟସରକାର ତଥା ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ସାଧାରଣ ଲୋକେ ପ୍ରଶାସନିକ ସେବା ଏବଂ ସହାୟତା ନେଇ ସୁରକ୍ଷିତ ରହିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି … Read more

ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା

ନୂଆଦିଲ୍ଲୀ: ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି l ପାକିସ୍ତାନ ସରକାର ପିଓକେର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ କି ପ୍ରଶ୍ନରେ ଖୱାଜା ଆସିଫ କହିଛନ୍ତି; ମୁଁ ପିଓକେର ପ୍ରଦର୍ଶନକାରୀଙ୍କୁ … Read more

ମା’ ଓ ଦିବ୍ୟାଙ୍ଗ ନାବାଳିକା ଝିଅର ସନ୍ଦେହଜନକ ମୃତ୍ୟୁ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଦିବ୍ୟସିଂପୁର ଗ୍ରାମରେ ମା’ ଏବଂ ଦିବ୍ୟାଙ୍ଗ ଝିଅର ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଉଦଳା ଥାନା ଅନ୍ତର୍ଗତ ଦିବ୍ୟସିଂପୁର ଗ୍ରାମ ନିକଟରେ ଥିବା କେନାଲରେ ଆଜି ଏକ ମୃତଦେହ ଉଲଗ୍ନ ଅବସ୍ଥାରେ ଭାସୁଥିବା ବେଳେ ନିକଟରେ ଥିବା ଏକ ଭଙ୍ଗ ଘରୁ ଦୁର୍ଗନ୍ଧ ଆସିଥିଲା। ସେହି ଭଙ୍ଗା ଘରୁ ଅନ୍ୟ ଏକ ଗଳିତ ମୃତଦେହ ମିଳିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଉଦଳା ଥାନା ପୋଲିସକୁ ଖବର ଦେଇଥିଲେ । … Read more

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ବ୍ୟତୀତ ୭ଟି ଅଞ୍ଚଳ ପାଇଁ ଚେତାବନୀ ଜାରି କରିଛି । ଜାପାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜାପାନର ଭୂକମ୍ପ ସ୍କେଲରେ ଏହା ସବୁଠୁ ବଡ ଭୂକମ୍ପ ବୋଲି କୁହାଯାଉଛି । ସୁନାମୀ ଆଲର୍ଟ ଜାରି କରାଯିବା ସହ ଲୋକଙ୍କୁ ସମୁଦ୍ର … Read more

ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଘଟଣାରେ କ୍ଷମା ମାଗିଲା ମେଟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ଫେସବୁକରେ ଭାରତ ଭିତରେ ବ୍ଲକ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ମେଟା କମ୍ପାନୀ ନିଜ ଭୁଲ୍ ସ୍ୱୀକାର କରିଛି। ସୂଚନା ଥାଉ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ଜୁଲାଇରେ ଫେସବୁକରେ ଏକ ଭିଡିଓ ସେୟାର କରିଥିଲେ। ମେଟା ଏହି ଭିଡିଓକୁ ହଟାଇ ଦେଇଥିଲା, ଯାହାକୁ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏହି ଭିଡିଓକୁ … Read more

ରତ୍ନବେଦୀକୁ ଫେରିଲେ ମହାପ୍ରଭୁ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଅନ୍ତିମ ପର୍ଯ୍ୟାୟ ‘ନୀଳାଦ୍ରି ବିଜେ’ ନୀତି ସମ୍ପନ୍ନ ହୋଇଯାଇଛି । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ଦାରୁଦିଅଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଅନୁସାରେ ନୀଳାଦ୍ରିବିଜେ ନୀତି ଆରମ୍ଭ ହୋଇଥିଲା। ମୁଦିରସ୍ତ ସେବକ ତିନିରଥରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ପରେ ବିଜେ କାହାଳୀ ବାଜିଥିଲା। ଘୋଷ ଘଣ୍ଟୁଆଙ୍କ ଘଣ୍ଟନାଦ ମଧ୍ୟରେ ଠାକୁରମାନେ ଗୋଟି ପହଣ୍ଡିରେ ରଥରୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାର … Read more