ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜୁନ୍ ୧୦ତାରିଖରୁ କମିଶନରେଟ ପୁଲିସ ଏହି ମାମଲାର ତଦନ୍ତ କରୁଥିଲା।ଫାଇଲଟି କେଉଁ ପରିସ୍ଥିତିରେ ଏବଂ କାହା ସମୟରେ ଗାଏବ ହେଲା, ସେ ନେଇ କ୍ରାଇମବ୍ରାଞ୍ଚ ଆନୁଷ୍ଠାନିକ ଭାବେ ତଦନ୍ତ ଆରମ୍ଭ କରିବ। ଏତେ ବଡ଼ ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଗୃହ … Read more

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ: SDJM କୋର୍ଟରେ ଆତ୍ମସମର୍ପଣ କଲେ ପୂର୍ବତନ DFO

ଭୁବନେଶ୍ୱର: ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତି DFO ସଂଗ୍ରାମ କେଶରୀ ବେହେରା ଆଜି ପାରଳାଖେମୁଣ୍ଡି ଏସଡିଜେଏମ୍ (SDJM) କୋର୍ଟରେ ନିଜ ଓକିଲଙ୍କ ଜରିଆରେ ସେ ଆତ୍ମସମର୍ପଣ କରିଥିବା ଖବର ମିଳିଛି । କୋର୍ଟରୁ ଗିରଫ ପରୱାନା ପରେ ସଂଗ୍ରାମ ବେହେରା ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ମାମଲାର ପରବର୍ତ୍ତୀ ଶୁଣାଣି ଓ ଜାମିନ ଆବେଦନକୁ ନେଇ କୋର୍ଟରେ ଆଇନଗତ ପ୍ରକ୍ରିୟା ଜାରି ରହିଛି । ସୂଚନା ଥାଉ ଯେ, ୨୦୨୧ ମସିହାରେ ଗଜପତି ଜିଲ୍ଲାରେ … Read more

ଆଜି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ: ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଦେବେ ରସଗୋଲା ଭେଟି

ପୁରୀ: ଆଜି ନୀଳାଦ୍ରି ବିଜେ ଅବସରରେ ଶ୍ରୀଜୀଉମାନେ ଜନ୍ମବେଦୀରୁ ଫେରି ରତ୍ନସିଂହାସନକୁ ଯିବେ | ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଭିମାନ କରି ମା’ ଲକ୍ଷ୍ମୀ ଶ୍ରୀମନ୍ଦିରର ଦ୍ୱାର ବନ୍ଦ କରିଦିଅନ୍ତି। ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରା ଅନୁଯାୟୀ, ରଥଯାତ୍ରା ସମୟରେ ମହାପ୍ରଭୁ ଭାଇଭଉଣୀଙ୍କୁ ସାଥିରେ ନେଇଗୁଣ୍ଡିଚା ମନ୍ଦିର ଯାଇଥାନ୍ତି, କିନ୍ତୁ ମା’ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥାନ୍ତି। ଏଥିରେ କ୍ଷୁବ୍ଧ ହୋଇ ମା’ ଲକ୍ଷ୍ମୀ ହେରାପଞ୍ଚମୀ ଦିନ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ନନ୍ଦିଘୋଷ … Read more

ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦରେ ଏନଡିଏର ସ୍ବାଗତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୌସୁମୀ ଅଧିବେଶନରେ ଯୋଗଦେବାକୁ ସଂସଦ ଭବନରେ ପହଞ୍ଚିଥିଲେ । ଏନଡିଏ ସଂସଦମାନଙ୍କ ପକ୍ଷରୁ ତାଙ୍କୁ ଜୋରଦାର ଭାବେ ସ୍ବାଗତ କରାଯାଇଥିଲା । ଏହା ପରେ ତାଙ୍କୁ ପଗଡ଼ି ପିନ୍ଧାଇ ସସମ୍ମାନ ସହିତ ଗୃହ ଭିତରକୁ ନିଆଯାଇଥିଲା । ସୂଚନାନୁଯାୟୀ, ଏହି ସ୍ବାଗତ ମାଧ୍ୟମରେ ସରକାର ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ଛାତ୍ର ଏବଂ ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଇସ୍ତଫା ନିଷ୍ପତ୍ତି ନିଜସ୍ୱ … Read more

ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬ ବିଜେତା

ଭୁବନେଶ୍ବର: ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୧୬’ର ବିଜେତା ହୋଇଛନ୍ତି ଓଡ଼ିଶାର ୨୪ ବର୍ଷୀୟା ଗାୟିକା ଜ୍ୟୋତିର୍ମୟୀ ନାୟକ। ଏହି ପ୍ରସିଦ୍ଧ ଟାଇଟଲ୍ ଜିତିବାରେ ସେ ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି। ବିଜେତା ଭାବେ ଜ୍ୟୋତିର୍ମୟୀଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ମଧ୍ୟପ୍ରଦେଶ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ହୋଇଛନ୍ତି। ମାସ ମାସର ସାଙ୍ଗୀତିକ ଯାତ୍ରା … Read more

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ l ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ସେ ଦୀର୍ଘଦିନ ହେବ ଗୁରୁତର ଅସୁସ୍ଥତାରେ ଥିଲେ l ଆପୋଲୋ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା କିନ୍ତୁ ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା l ମୃତ୍ୟୁ ବେଳଙ୍କୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା … Read more

ଆଜି ହେଉଛି କାର୍ଗିଲ ବିଜୟ ଦିବସ:ବୀରତ୍ୱ ଓ ବଳିଦାନକୁ ମନେ ପକାଇଛି ସାରା ଦେଶ

ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ପାଳନ କରାଯାଏ।ବୀର ସହିଦମାନଙ୍କ ଅସୀମ ସାହସ ଓ ତ୍ୟାଗକୁ ସ୍ମରଣ କରିବା ପାଇଁ ଲଦାଖର ଦ୍ରାସସ୍ଥିତ କାର୍ଗିଲ ୱାର ମେମୋରିଆଲଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ … Read more

ରାଜଧାନୀରେ ଚାଞ୍ଚଲ୍ୟ :ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ସୂଚନା ଅନୁଯାୟୀ ସ୍ଥାନୀୟ ଲୋକମାନେ ସକାଳ ପ୍ରାୟ ୪ଟା ସମୟରେ ରାସ୍ତା କଡ଼ରେ ମୃତଦେହ ପଡ଼ିଥିବା ଦେଖିଥିଲେ। ସେହି ସମୟରେ ବର୍ଷା ହେଉଥିବାରୁ ରାସ୍ତା ଦେଇ ଯାଉଥିବା ଲୋକମାନେ ମୁଣ୍ଡ ବିହୀନ ମୃତଦେହ ଦେଖି ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ … Read more

ଆଜି ରଥ ଉପରେ ଶ୍ରୀଜିଉଙ୍କ ଅଧର ପଣା ନୀତି

ପୁରୀ: ମହାପ୍ରଭୁଙ୍କ ସୁନାବେଶ ସରିବା ପରେ ଆଜି ଅନୁଷ୍ଠିତ ହେବ ଅଧରପଣା ନୀତି । ସନ୍ଧ୍ୟାରେ ରଥ ଉପରେ ଶ୍ରୀଜିଉଙ୍କ ପାଖରେ ଅଧରପଣା ଲାଗି ହେବ । ପ୍ରତି ରଥରେ ୩ ହାଣ୍ଡି ହିସାବରେ ମୋଟ ୯ ହାଣ୍ଡି ଅଧର ପଣା ଭୋଗ କରାଯାଇଥାଏ ।ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ଏହି ୯ଟି ମାଟି ହାଣ୍ଡି । ଶ୍ରୀମନ୍ଦିର ସିଂହଦ୍ଵାର ନିକଟସ୍ଥ କୂଅରୁ ପାଟରା ଓ ପାନୀୟ ଆପଟ ସେବକମାନେ ପବିତ୍ର ଜଳ … Read more

ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ

ପୁରୀ: ଶନିବାର ମହାପ୍ରଭୁଙ୍କର ଦିବ୍ୟ ସୁନାବେଶ ଅନୁଷ୍ଠିତ ହୋଇଯାଇଛି l ରଥ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଜନ ସମୁଦ୍ରରେ ପରିଣତ ହୋଇଯାଇଥିଲା । ବଡ଼ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥାରୃଢ଼ ସୁନାବେଶ ଦେଖି ଭାବବିହ୍ବଳ ହୋଇ ଯାଇଥିଲେ ଭକ୍ତ । ଏହି ଦିବ୍ୟ ଦୁର୍ଲଭ ଦର୍ଶନ ସମୟରେ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କର ସମାଗମ ହୋଇଥିବା ନେଇ ଆକଳନ କରାଯାଇଛି l ମୁଖ୍ୟମନ୍ତ୍ରୀ ମୋହନ … Read more