ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ବଡ଼ ଦାବି; ଦୁଇ ବର୍ଷରେ ବଢ଼ିନି ଅପରାଧ ହାର

ବାଲେଶ୍ୱର: ଡିଜିପି-ଇନ୍-ଚାର୍ଜ ବିନୟତୋଷ ମିଶ୍ର କହିଛନ୍ତି ଯେ, ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ଅପରାଧ ହାର ବଢ଼ିନାହିଁ , ଏହାର ମୁଖ୍ୟ କାରଣ ହେଉଛି ପୋଲିସର କଡ଼ା ଚଢ଼ାଉ ଓ ବିଶେଷ ଅଭିଯାନ । ବାଲେଶ୍ୱରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, କେବଳ ପଞ୍ଜିକୃତ ମାମଲା ସଂଖ୍ୟା ଦେଖି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ବିଚାର କରିବା ଠିକ୍ ନୁହେଁ। ବେଆଇନ କାରବାର ବିରୋଧରେ ପୋଲିସ ଅଧିକ ସକ୍ରିୟ ହେବାରୁ ଅଧିକ ମାମଲା ରୁଜୁ … Read more

ଜେଲରୁ ଦୁଷ୍କର୍ମ କଏଦୀ ଫେରାର, ଜେଲର ବଳରାମ ବିଶି ମାଝୀ ନିଲମ୍ବିତ

ନୂଆପଡା: ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା କାଟୁଥିବା ଜଣେ ଦୋଷୀ ନୂଆପଡ଼ା ସବ୍-ଜେଲରୁ ଫେରାର ହୋଇଯାଇଥିବା ଘଟଣାରେ କାରା ବିଭାଗ ବଡ଼ ପଦକ୍ଷେପ ନେଇଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଅଭିଯୋଗରେ ଜେଲର ବଳରାମ ବିଶି ମାଝୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମିଳିଥିବା ଖବର ଅନୁସାରେ, ଗତ ସେପ୍ଟେମ୍ବର ୭ ତାରିଖ ସକାଳ ପ୍ରାୟ ୮ଟା ବେଳେ ଜେଲ ପରିସରରେ ସଫେଇ କାମ ଚାଲିଥିବା ସମୟରେ କଏଦୀ ବିଶ୍ୱ ବିହାରୀ ମାଝୀ (୩୦) ଚମ୍ପଟ ମାରିଥିଲା। ସେ … Read more

ଦୁବାଇ ନିବେଶ ଅଭିଯାନରେ ଓଡ଼ିଶାକୁ ୨.୪୩ ଲକ୍ଷ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଚାଲିଥିବା ତିନିଦିନିଆ ଉଚ୍ଚସ୍ତରୀୟ ପୁଞ୍ଜିନିବେଶ ଅଭିଯାନ ଶେଷ ହୋଇଛି। ଏହି ଗସ୍ତକାଳରେ ରାଜ୍ୟକୁ ମୋଟ ୨ ଲକ୍ଷ ୪୩ହଜାର ୧୬୨ କୋଟି ଟଙ୍କାର ବିଶାଳ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିବାବେଳେ ମୋଟ ୮ ଲକ୍ଷ ୯୫ହଜାର ୭୨୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବାପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୬ ଲକ୍ଷ ୧୮ ହଜାର ୭୨୫ ଜଣ ନିଯୁକ୍ତି ପାଇବା ସହିତ ଆଗାମୀ … Read more

ଉପମୁଖ୍ୟମନ୍ତ୍ରୀଙ୍କ ପଦ ବିରୋଧରେ ଜନସ୍ୱାର୍ଥ ମାମଲା: ପିଟିସନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ବର: ସମ୍ବିଧାନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ବ୍ୟବସ୍ଥା ନାହିଁ । ଏହା ସତ୍ତ୍ଵେ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା ପାଇଁ ଦାଏର ପିଟିସନ୍‌କୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଜନସ୍ୱାର୍ଥ ନାଁରେ ରୁଜୁ ଏଭଳି ମାମଲା ଗ୍ରହଣୀୟ ନୁହେଁ । ଜନସ୍ୱାର୍ଥ ମାମଲାର ଅପବ୍ୟବହାର ପାଇଁ ଅଦାଲତ ଅନୁମତି ପାରିବେନାହିଁ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌ ଚିତ୍ତରଞ୍ଜନ … Read more

ହ୍ୱାଟସଆପ୍ ରେ ମିଳିବ ଓଡ଼ିଶା ପୁଲିସର ୧୪ଟି ସେବା

ଭୁବନେଶ୍ୱର: ଅତ୍ୟାବଶ୍ୟକୀୟ ସେବା ପାଇଁ ସାଧାରଣ ଲୋକଙ୍କୁ ଆଉ ବାରମ୍ବାର ଥାନାକୁ ଯିବାକୁ ପଡ଼ିବ ନାହିଁ। ଘରେ ବସି ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେବ ଓଡ଼ିଶା ପୁଲିସ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଡିଜିଟାଲ ପଦକ୍ଷେପ ଅଧୀନରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପୁଲିସ-ନାଗରିକ ସେବା ଯୋଡ଼ାଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଶୁକ୍ରବାର ଅନ୍ତରୀଣ ପୁଲିସ ଡିଜି ବିନୟତୋଷ ମିଶ୍ର ଏହି ନୂଆ ଡିଜିଟାଲ ପୁଲିସିଂ … Read more

ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା

ଭୁବନେଶ୍ୱର: ଦୀର୍ଘ ୪୮ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଅଳଙ୍କାର ଓ ସାମଗ୍ରୀର ଯାଞ୍ଚ ପ୍ରକ୍ରିୟା ଚାଲିଛି । ଏହାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଆସନ୍ତା ଦୂର୍ଗା ପୂଜା ପରେ ଗଣତି ମଣତି ଦୀର୍ଘ ସମୟ ଧରି ଚାଲିବ ଓ ମାର୍ଗଶିର ମାସ ପୂର୍ବରୁ ଗଣତି ମଣତି ଶେଷ ହେବ । ସମ୍ପୂର୍ଣ୍ଣ ଗଣତି ମଣତି ପ୍ରକ୍ରିୟା ସରିବା ପରେ … Read more

ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଭୁବନେଶ୍ୱରରେ ଲଙ୍କାକାଣ୍ଡ:

ଭୁବନେଶ୍ୱର: ହର୍ଣ୍ଣ ମାରିବାକୁ ନେଇ ରାଜଧାନୀରେ ତୁମୁଳ କାଣ୍ଡ । ଗାଡ଼ିର ହର୍ଣ୍ଣ ମାରିବାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଏକ ବିବାଦ ଉଗ୍ର ରୂପ ନେଇଥିଲା। ଗାଡ଼ି ସାଇଡ୍ କରିବାକୁ ହର୍ଣ୍ଣ ବଜାଇବାରୁ ASOଙ୍କୁ ରାସ୍ତାରେ ନିର୍ଦ୍ଧୁମ ପିଟିଲେ। ରାସ୍ତାରେ ଯାଉଥିବା ସାମ୍ବାଦିକ ଏଏସଓଙ୍କୁ ବଞ୍ଚାଇବାରୁ ସାମ୍ୱାଦିକଙ୍କୁ ମଧ୍ୟ ଆକ୍ରମଣ କଲେ । ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଏଏସଓଙ୍କ ନାମ ତାପସ ନାୟକ। ରାସ୍ତାରେ ଯାଉଥିବା ସମୟରେ ସେ ଦୁଇ ଜଣ ଯୁବକ … Read more

ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର

ବାରିପଦା: ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗରେ କାର୍ଯ୍ୟରତ ପୁରୀ ଜିଲ୍ଲାର ପ୍ରଜ୍ଞା ପ୍ରକାଶ ପାତ୍ର ଏବଂ ଭୁବନେଶ୍ୱର ପ୍ରଶାନ୍ତ ପ୍ରଧାନ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଡିଟ୍ କାର୍ଯ୍ୟ ଶେଷ କରି ସେମାନେ ବାରିପଦା ଜିଲ୍ଲା ମଙ୍ଗଳ ଅଧିକାରୀ (DWO)ଙ୍କ କାର୍ଯ୍ୟାଳୟରୁ ସରକାରୀ ସ୍କର୍ପିଓ ଗାଡ଼ି ଯୋଗେ ରକ୍ସି ଲେନ୍‌ରେ ଥିବା ମହାପାତ୍ର ହୋଟେଲକୁ ଫେରୁଥିବା ବେଳେ ଧାରା ପଡ଼ିଥିଲେ । ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ୫୨ଟି ଲଫାପା ଏବଂ ୨୦ଟି ଖୋଲା … Read more

ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଲା ଆଦାନୀ ଗ୍ରୁପ୍

ଭୁବନେଶ୍ୱର: ଆଗାମୀ ୩୦ବର୍ଷ ପାଇଁ ଦେଶର ଦ୍ୱିତୀୟ ସର୍ବବୃହତ୍ ପାରାଦୀପ ବନ୍ଦରର ୨ଟି ବର୍ଥର ପରିଚାଳନା ଦାୟିତ୍ୱ ନେଇଛି ଆଦାନୀ ଗ୍ରୁପ୍। ବିଡିଂ ପ୍ରକ୍ରିୟାରେ ସର୍ବାଧିକ ବିଡିଂଧାରୀ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ ଜୋନ୍ ପାରାଦ୍ୱୀପ ବନ୍ଦରର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଡ୍ରାଏ-ବଲକ୍ ବର୍ଥ ‘ସିକ୍ୟୁ-୧’ ଓ ‘ସିକ୍ୟୁ-୨’ର ବିକାଶ ତଥା ପରିଚାଳନା ପାଇଁ ଲେଟର ଅଫ୍ ଆୱାର୍ଡ ହାସଲ କରିଛି।ପ୍ରାୟ ୯୮୨ କୋଟି ଟଙ୍କା (୧୦୩ ନିୟୁତ ଡଲାର) ବ୍ୟୟ ଅଟକଳରେ ଏହି ମେଗା ପ୍ରକଳ୍ପଟି … Read more

ଦିଲ୍ଲୀରେ ଅନୁଷ୍ଠିତ ହେବ ବ୍ରିକ୍ସ ସମ୍ମିଳନୀ:ଯୋଗଦେବେ ଦେବେ ଜିନ୍‌ପିଙ୍ଗ ଓ ପୁଟିନ୍

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ୧ ସେପ୍ଟେମ୍ବର ୧୨ ଆଉ ୧୩ ରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ରେ ଯୋଗଦେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରସିଦ୍ଧ ମୌର୍ଯ୍ୟ ହୋଟେଲରେ ରହିବେ ପୁଟିନ। ସେହିପରି ତାଜ ପ୍ୟାଲେସରେ ରହିବେ ଜିନପିଙ୍ଗ।ଶେଷ ଥର ଲାଗି ୨୦୧୯ରେ ଭାରତ ଗସ୍ତରେ ଆସିଥିଲେ ଜିନପିଙ୍ଗ।ଏହି ସମ୍ମିଳନୀରେ ସାମିଲ ହେବେ ବ୍ରାଜିଲ, ରୁଷିଆ, ଭାରତ, … Read more