ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ ପରେ ବିବାଦୀୟ ପୋଷ୍ଟ ହଟାଇବେ ସୌରଭ ଦାସ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ ପରେ ‘କ୍ରୋଚ୍ ଜନତା ପାର୍ଟି’ ର ନେତା ସୌରଭ ଦାସ ବିଜେପି ନେତା ଗୌରବ ଭାଟିଆଙ୍କ ସମ୍ପର୍କରେ କରାଯାଇଥିବା ସମସ୍ତ ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଗୌରବ ଭାଟିଆଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ସଂପୃକ୍ତ ନେତାମାନଙ୍କୁ କିଛି ପରାମର୍ଶ ଦେଇଥିଲେ। କୋର୍ଟଙ୍କ ଏହି ପରାମର୍ଶକୁ ସମ୍ମାନ ଜଣାଇ ସୌରଭ ଦାସ ଏବଂ … Read more

ମାୟାବତୀଙ୍କ ବଡ଼ ନିଷ୍ପତ୍ତି, ବିଏସପିରୁ ଆକାଶ ଆନନ୍ଦ ବହିଷ୍କୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ମୁଖ୍ୟ ମାୟାବତୀ ଏକ ଚାଞ୍ଚଲ୍ୟକର ନିଷ୍ପତ୍ତି ନେଇଛନ୍ତି । ଦଳର ଜାତୀୟ ସଂଯୋଜକ ତଥା ତାଙ୍କ ନିଜ ଭଣଜା ଆକାଶ ଆନନ୍ଦଙ୍କୁ ପାର୍ଟିରୁ ସମ୍ପୂର୍ଣ୍ଣ ଭାବେ ବହିଷ୍କୃତ କରାଯାଇଛି । ବିବାଦର ମୂଳରେ ରହିଛନ୍ତି ଆକାଶ ଆନନ୍ଦଙ୍କ ଶ୍ୱଶୁର ତଥା ପୂର୍ବତନ ସାଂସଦ ଅଶୋକ ସିଦ୍ଧାର୍ଥ । ଗତକାଲି ମାୟାବତୀ ଏକ ସର୍ତ୍ତ ରଖିଥିଲେ ଯେ, ଯଦି ଅଶୋକ ସିଦ୍ଧାର୍ଥ ରାଜନୀତିରୁ ସନ୍ନ୍ୟାସ ନିଅନ୍ତି, ତେବେ ଆକାଶ … Read more

ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ କ୍ଲାସରୁମରେ ବନ୍ଦ କଲେ ପ୍ରଧାନ ଶିକ୍ଷକ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅମ୍ବୁରା ପ୍ରାଥମିକ ବିଦ୍ୟାଳୟର ଅଫିସ ରୁମ ଭିତରେ ଚାଲିଛି ମଦ ସହ ମାଛ ଭାତର ଆସର । ଏହି ମଦ ନିଶା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଗତ ମଙ୍ଗଳବାର ଦିନ ଅତ୍ୟଧିକ ନିଶାସକ୍ତ ହୋଇ ପଡ଼ିଥିଲେ। ଏପରିକି ସେ ନିଶା ଗ୍ରସ୍ତ ଅବସ୍ଥାରେ ଶ୍ରେଣୀଗୃହ ଭିତରେ କୋମଳମତି ଶିଶୁମାନଙ୍କୁ ପୂରାଇ ବାହାରୁ କବାଟ ଦେଇ ଦେଇଥିବା ଗୁରୁତର ଅଭିଯୋଗ ହୋଇଛି। … Read more

ୟୁଏଇ ଗସ୍ତର ପ୍ରଥମ ଦିନରେ ବିଶ୍ୱସ୍ତରୀୟ ନିବେଶ ଭାଗିଦାରୀକୁ ସୁଦୃଢ କଲା ଓଡ଼ିଶା:ଆଇଏଚସି ଏବଂ ଅଦାନୀ ଗ୍ରୁପ୍‌ ସହିତ ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମ୍ଓୟୁ ସ୍ୱାକ୍ଷର

ଆବୁଧାବି/ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶା ବିଦେଶୀ ନିବେଶ ଭାଗିଦାରୀକୁ ଆଗେଇ ନେଇଛି । ଏଥିରେ ଏକ ସମନ୍ୱିତ ଆଲୁମିନିୟମ ପ୍ରକଳ୍ପ, ୧୪ଟି ନୂଆ ପ୍ରକଳ୍ପ ପାଇଁ ଏମଓୟୁ ଏବଂ ସହଯୋଗ ଚୁକ୍ତି ବାଣିଜ୍ୟ ଓ ବନ୍ଦର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସେପ୍ଟେମ୍ବର ୮ ରୁ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗସ୍ତରେ ପ୍ରମୁଖ ବ୍ୟବସାୟୀ ଓ ନିବେଶକମାନେ … Read more

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ACFସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଟ୍ରାଏଲ କୋର୍ଟରେ ବ୍ୟକ୍ତିଗତ ଉପସ୍ଥିତିରୁ ଛାଡ଼ ଓ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ଦାଖଲ କରିଥିବା CRLMC ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଏହା ସହିତ ଆସନ୍ତା ଅକ୍ଟୋବର ୧ ତାରିଖ ସୁଦ୍ଧା ପାରଳାଖେମୁଣ୍ଡି SDJM କୋର୍ଟରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ନିମ୍ନ ଅଦାଲତରେ ହାଜର … Read more

କୃଷି ମହାବିଦ୍ୟାଳୟର ୨୦୨୬ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ: ସୋଆ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନରେ ବୁଧବାର ଆଇଏଏସ୍‌ର ୨୦୨୨-୨୦୨୬ ବ୍ୟାଚର ବିଏସ୍‌ସି ଏଗ୍ରିକଲ୍‌ଚର (ଅନର୍ସ) ଓ ୨୦୨୪- ୨୦୨୬ ବ୍ୟାଚ୍‌ର ଏମ୍‌.ଏସ୍‌ସି ଏଗ୍ରିକଲ୍‌ଚର, ଏମ୍‌.ଏସ୍‌ସି (ହର୍ଟିକଲ୍‌ଚର) ଏବଂ ୧୨ଟି ସ୍ପେଶାଲିଷ୍ଟ ବିଭାଗର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ … Read more

ଆଇନ ଉଲ୍ଲଂଘନ କରି ଅଡୁଆରେ ବଡ଼ଗଡ଼ ପୋଲିସ ବାବୁ; ହାଇକୋର୍ଟ ରୁ ନୋଟିସ୍‌

କଟକ: ଆଇନ ଉଲ୍ଲଂଘନ ଓ ବେଆଇନ ଗିରଫଦାରୀ ଅଭିଯୋଗରେ ବଡ଼ଗଡ଼ ଥାନା ଅଧିକାରୀଙ୍କୁ ହାଇକୋର୍ଟରୁ ନୋଟିସ୍ । ୭ ବର୍ଷରୁ କମ୍‌ ଜେଲଦଣ୍ଡ ବ୍ୟବସ୍ଥା ଥିବା ଦଫାରେ ରୁଜୁ ମାମଲାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୩୫(୩)ରେ ନୋଟିସ ନଦେଇ ତଥା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ କରି ଜଣେ ୧୯ ବର୍ଷୀୟ ଯୁବକଙ୍କୁ ବେଆଇନ ଭାବେ ଗିରଫ କରାଯିବା ଘଟଣାରେ ଭୁବନେଶ୍ୱର ବଡ଼ଗଡ ଆଇଆଇସିଙ୍କ ପାଇଁ ଅଡୁଆ ବଢିଛି । ଓଡ଼ିଶା ହାଇକୋର୍ଟ ମାମଲାଟିକୁ … Read more

ଇରାନର ୫ ତୈଳବାହୀ ଜାହାଜକୁ ଟାର୍ଗେଟ୍ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକୀୟ ସେନା ଓମାନ ଉପସାଗର ଓ ଇରାନର ଖର୍ଗ ଦ୍ବୀପ ନିକଟରେ ଇରାନର ୫ଟି ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ମଙ୍ଗଳବାର ଆକ୍ରମଣ କରିଛି । ଆମେରିକା କହିଛି ଯେ ଇରାନ ତା’ର ଏକ ଯୁଦ୍ଧ ଜାହାଜ ଉପରକୁ ଗତ ଦୁଇ ଦିନରେ ଦୁଇ ଥର ବାଲାଷ୍ଟିକ ମିସାଇଲ ମାଡ଼ କରିଥିଲା । ଏହାର ଜବାବରେ ମଙ୍ଗଳବାର ଇରାନର ୫ଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ କରାଯାଇଛି । ଅନ୍ୟପକ୍ଷରେ ଆମେରିକାର ଏହି ଆକ୍ରମଣ … Read more

କଟକର ଏକ ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ: କଟକର ସିଡିଏ ସେକ୍ଟର-୧୦ ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ହେଲେ ଚିନ୍ମୟ ସାହୁ। ମିଳିଥିବା ଖବର ଅନୁଯାୟୀ, ଆଜି ଚିନ୍ମୟଙ୍କୁ ହଷ୍ଟେଲ ଭିତରେ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର … Read more

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମରେ ଜାଲ୍ ବିଲ୍ ପ୍ରସ୍ତୁତ କରି ବନ୍ଧା ହେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କନିଷ୍ଠ ସହାୟକ

ସମ୍ବଲପୁର:ଦୁର୍ନୀତି ଓ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଓଡ଼ିଶା ଭିଜିଲାନ୍ସ । ମଙ୍ଗଳବାର ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ଅଧୀନସ୍ଥ ଫାସିମାଲ୍ CHC ର କନିଷ୍ଠ ସହାୟକ ତଥା ବାମରା ବ୍ଲକ୍ ଅଧୀନସ୍ଥ ଗୋବିନ୍ଦପୁର CHC ର ଭାରପ୍ରାପ୍ତ କନିଷ୍ଠ ସହାୟକ ମୀର ଇମ୍ତିୟାଜ୍ ଅଲ୍ଲୀଙ୍କୁ ୧,୧୫,୧୫,୫୩୯ ଟଙ୍କାର ସରକାରୀ ଅର୍ଥ ହରିଲୁଟ୍ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରିଛି । ଓଡ଼ିଶା ଭିଜିଲାନ୍ସର ତଦନ୍ତରୁ ଜଣା ପଡିଛି ଯେ, … Read more