ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା ।ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର … Read more

MMDR ବିଲ୍‌କୁ ନେଇ ୨୯ରେ ବିଧାନସଭା ଘେରାଉ କରିବ କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ଲୋୟର ପିଏମଜିରେ ଏମଏମଡିଆର ବିଲ୍କୁ ବିରୋଧ କରି ଇଣ୍ଡିଆ ବ୍ଲକ ପକ୍ଷରୁ ବିଶାଳ ସମାବେଶ ଅନୁଷ୍ଠିତ ହୋଇଛି । ଆସନ୍ତା ୨୯ ତାରିଖରେ ବିଧାନସଭା ଘେରାଉ କରିବାକୁ ଇଣ୍ଡିଆ ବ୍ଲକ ନିଷ୍ପତ୍ତି ନେଇଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ସେ କହିଛନ୍ତି, ଏହି ବିଲ୍ ଓଡ଼ିଶାକୁ କ୍ଷତି ଦେଇଛି । ଏହା ପ୍ରତ୍ୟାହାର କରିବାକୁ କଂଗ୍ରେସ ଓ ୮ଟି ରାଜନୈତିକ ଦଳ ଦାବି କରିଛନ୍ତି । ଏମଏମଡିଆର ବିଲ୍ … Read more

UAE ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ପାଞ୍ଚ ଦିନିଆ ଗସ୍ତରେ ଯିବେ । ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଓଡ଼ିଶା ଏବଂ UAE ମଧ୍ୟରେ ବାଣିଜ୍ୟିକ ଓ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେବାର କାର୍ଯ୍ୟକ୍ରମ ରହିଛି … Read more

ବନ୍ୟା ପୀଡ଼ିତଙ୍କ ପାଇଁ SBIର ୧.୩୦ କୋଟି ଟଙ୍କା ସହାୟତା

ଭୁବନେଶ୍ୱର: ଓଡ଼ିଶାର ବନ୍ୟାରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସହାୟତା ରାଶି ମିଳିଛି |ଏସ୍‌ବିଆଇ ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୧ କୋଟି ୩୦ ଲକ୍ଷ ଟଙ୍କାରଚେକ୍ ପ୍ରଦାନ କରିଛନ୍ତି । ବନ୍ୟା ପୀଡ଼ିତଙ୍କ ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର କରାଯିବ। ସୂଚନା ଅନୁଯାୟୀ, ଏହି ଆର୍ଥିକ ସହଯୋଗ SBI ଭୁବନେଶ୍ୱର ସର୍କଲର କର୍ମଚାରୀମାନଙ୍କ ସ୍ୱେଚ୍ଛାକୃତ … Read more

ଲାଞ୍ଚ ନେଇ ଧରାପଡ଼ିଲେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ପୁରୀ: ଓଡ଼ିଶା ଭିଜିଲାନ୍ସ ବିଭାଗ ପୁରୀ ଜିଲ୍ଲାର ଦୁଇ ଜଣ ରାଜସ୍ୱ ଅଧିକାରୀଙ୍କୁ ୩୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ଏକ ଜମି କିସମ ପରିବର୍ତ୍ତନ ଆବେଦନର ପ୍ରକ୍ରିୟାକରଣ ପାଇଁ ସେମାନେ ଅଭିଯୋଗକାରୀଙ୍କ ଠାରୁ ଏହି ଅର୍ଥ ଦାବି କରିଥିଲେ। ଅଭିଯୁକ୍ତ ଦ୍ୱୟ ହେଲେ ପିପିଲି ତହସିଲ ଅନ୍ତର୍ଗତ ସିଉଳା ଆରଆଇ ସର୍କଲର ରାଜସ୍ୱ ନିରୀକ୍ଷକ (RI) କଲ୍ୟାଣୀ ଜେନା ଏବଂ ଅତିରିକ୍ତ ରାଜସ୍ୱ ନିରୀକ୍ଷକ (ARI) ପୂର୍ଣ୍ଣଚନ୍ଦ୍ର ବେହେରା। ସୂଚନା ଅନୁଯାୟୀ, ଅଭିଯୋଗକାରୀ … Read more

ରାଜ୍ୟ କ୍ୟାବିନେଟ୍‌ର ୪୭ତମ ବୈଠକରେ ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ବିଦ୍ୟୁତ, ଶିକ୍ଷା, ନିଯୁକ୍ତି ଓ ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ … Read more

CBSE ଢାଞ୍ଚାରେ ଚାଲିବ ନୂଆ ଏକକ ବୋର୍ଡ

ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଏକକ ବୋର୍ଡ ଅଧୀନରେ ପରିଚାଳନା କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୪୪ତମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଡାକ୍ତର ଏନ୍. ଥିରୁମାଲା ନାୟକ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶ୍ରଣ କରି ଗୋଟିଏ ନୂଆ ଏକକ ବୋର୍ଡ ଗଠନ କରିବା ନେଇ ପ୍ରସ୍ତୁତି … Read more

ଗୁଆହାଟୀରେ ବୀଭତ୍ସ ହତ୍ୟା; ଫ୍ରିଜ୍‌ରୁ ମିଳିଲା ମୃତ ମହିଳାଙ୍କ କଟାମୁଣ୍ଡ

ଆସାମ: ଆସାମର ଗୁଆହାଟୀଠାରେ ଜଣେ ନିଷ୍ଠୁର ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ, ତାଙ୍କ ମୁଣ୍ଡ କାଟି ଏକ ପଲିଥିନ୍ ବ୍ୟାଗ୍‌ରେ ପୂରାଇ ଫ୍ରିଜ୍‌ରେ ଲୁଚାଇ ରଖିଥିବା ପୋଲିସ ଠାବ କରିଛି। ଏହି ବୀଭତ୍ସ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଗୁଆହାଟୀର ହାତୀଗାଓଁ ଥାନା ଅନ୍ତର୍ଗତ ବଶିଷ୍ଠପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ଦମ୍ପତି ଭଡ଼ାରେ ରହୁଥିଲେ। ରିୟାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀ ପେଶାରେ … Read more

ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା; ୫ ଏମସିଡି ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ସତ୍ୟ ନିକେତନ ଆବାସିକ କୋଠା ଭୁଶୁଡ଼ିବା ମାମଲାରେ ଦିଲ୍ଲୀ ମହାନଗର ନିଗମର ପାଞ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମସିଡି ଦକ୍ଷିଣ ଜୋନର ଉପାୟୁକ୍ତ ରାକେଶ କୁମାର, ଅଧିକ୍ଷକ ଯନ୍ତ୍ରୀ ରଣବୀର ସିଂହ, ପର୍ଯ୍ୟବେକ୍ଷକ ଯନ୍ତ୍ରୀ ଲଳିତ କୁମାର ଗୋୟଲ, ଦୁଇ ସହକାରୀ ଯନ୍ତ୍ରୀ ସୁନୀଲ ଚୌହ୍ୱାନ ଓ ଆଶୀଷ କୁମାରଙ୍କୁ ତତ୍କାଳ ସ୍ୱରୂପ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଘଟଣାସ୍ଥଳକୁ ଦ୍ୱିତୀୟ ଥର ପରିଦର୍ଶନ କରିବା … Read more

ବିଲ୍‌ ପାସ ପାଇଁ ଟଙ୍କା ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

କଟକ: ଲାଞ୍ଚ ନେଇ ଧରାପଡିବା ପରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ। ଅଫିସ ଗାଡ଼ିରେ ବିଲ ପାସ୍‌ ଟଙ୍କା ନେଇ ଘରକୁ ଯାଉଥିଲାବେଳେ ରାସ୍ତାରେ ତାଙ୍କୁ ଧରିଥିଲା ଭିଜିଲାନ୍ସର ସ୍ବତନ୍ତ୍ର ଟିମ। ଠିକାଦାରମାନଙ୍କ ବକେୟା ବିଲ୍‌ ପାସ କରିବା ପାଇଁ ଲାଞ୍ଚ ଆଦାୟ କରାଯାଉଥିବା ନେଇ ବିଶ୍ୱସନୀୟ ଖବର ପାଇଥିଲା ଭିଜିଲାନ୍ସ। ଭିଜିଲାନ୍ସ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନର ସହକାରୀ ନିର୍ବାହୀଯନ୍ତ୍ରୀ ଅନୁପମା … Read more