୭ଦିନ ଭିତରେ ସରକାରୀ କାର୍ଯ୍ୟାଳୟର ସାଇନବୋର୍ଡରେ ସଂଶୋଧିତ ବନାନ ଲେଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟର ଯେଉଁ ସରକାରୀ କାର୍ଯ୍ୟାଳୟ କିମ୍ବା ପ୍ରତିଷ୍ଠାନଗୁଡ଼ିକର ସାଇନ୍‌ବୋର୍ଡରେ ଏପର୍ଯ୍ୟନ୍ତ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂରାଜୀ ବନାନ ପରିବର୍ତ୍ତନ ହୋଇନାହିଁ, ସେଗୁଡ଼ିକୁ ଆସନ୍ତା ୭ ଦିନ ଭିତରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିର୍ଦ୍ଦିଷ୍ତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ସହ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା … Read more

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ ପିଇବା ପରେ ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବର ଅନୁଯାୟୀ, ଶନିବାର ରାତିରେ ଘୂଘର, ନଓରାଜ ଓ ବାରାଜ ଗ୍ରାମର କିଛି ଲୋକ ମଦ ପିଇବାର କିଛି ସମୟ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପ୍ରବଳ ବାନ୍ତି ହେବା ସହ ଶରୀର ଅବଶ ହୋଇଯାଇଥିଲା। ପରିବାର ଲୋକେ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି … Read more

ମହାନନ୍ଦ ଏକ୍ସପ୍ରେସ ଲାଇନଚ୍ୟୁତ, ଟଳିଲା ବଡ଼ ଟ୍ରେନ୍ ଦୁର୍ଘଟଣା

ନୂଆଦିଲ୍ଲୀ: ଆଜି ଭୋର ସମୟରେ ବିହାରର ଆରା ରେଳ ଷ୍ଟେସନ ନିକଟରେ ମହାନନ୍ଦା ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବାରୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଅଳ୍ପକେ ଟଳିଛି। ପୂର୍ବ କେନ୍ଦ୍ରୀୟ ରେଳବାଇର ଦାନାପୁର ଡିଭିଜନ ଅନ୍ତର୍ଗତ ଏହି ଘଟଣାରେ ଟ୍ରେନ୍‌ର ଇଞ୍ଜିନ୍ ସହ ଦୁଇଟି ଜେନେରାଲ୍ କୋଚ୍ ଲାଇନଚ୍ୟୁତ ହୋଇଥିଲା। ତେବେ ଟ୍ରେନ୍‌ର ବେଗ କମ୍ ଥିବାରୁ କୌଣସି ଯାତ୍ରୀ ଆହତ ହୋଇନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଲିପୁରଦ୍ୱାରରୁ ନୂଆ ଜଲପାଇଗୁଡ଼ି, କଟିହାର ଦେଇ ନୂଆଦିଲ୍ଲୀ ଯାଉଥିବା … Read more

ସମ୍ ଅଲ୍ଟିମେଟ୍ ମେଡିକେୟାରର ଆଉ ଏକ ସଫଳତା

ଭୁବନେଶ୍ୱର: ରାଜ୍ୟର ପ୍ରଥମ ହସ୍ପିଟାଲ୍ ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମର ଶୁଭାରମ୍ଭ ହୋଇଛି । ଏହି ଅତ୍ୟାଧୁନିକ ପ୍ରଯୁକ୍ତି ଜଟିଳ ରକ୍ତ ଜମାଟ ଜନିତ ସମସ୍ୟାର ମିନିମାଲି ଇନଭେସିଭ୍ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ । ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଣ୍ଟରଭେନସନାଲ୍ ରେଡିଓଲୋଜି ବିଭାଗ ମୁଖ୍ୟ ତଥା କନ୍ସଲଟାଣ୍ଟ ଡା. ସମ୍ବିତ କୁମାର ପଟ୍ଟନାୟକ କହିଛନ୍ତି, ଆଞ୍ଜିଓଜେଟ୍ ହେଉଛି ଏକ ଅତ୍ୟାଧୁନିକ ଥ୍ରୋମ୍ବେକ୍ଟୋମି ପ୍ରଣାଳୀ । ଏହା ଅବରୁଦ୍ଧ ରକ୍ତନଳୀରୁ ଦ୍ରୁତଗତିରେ … Read more

ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା

ନୂଆଦିଲ୍ଲୀ: ଭିଏତନାମ୍‌ରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି l ଏହି ପ୍ରତିଯୋଗିତାରେ ୧୧୦ ଦେଶର ପ୍ରତିଯୋଗୀ ଭାଗ ନେଇଥିବାବେଳେ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ମୋଟ୍ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ, ଯେଉଁଥିରେ ଇରିଟ୍ରିଆ, ସ୍ପେନ, ମାଲେସିଆ, ଭିଏତନାମ, ଡୋମିନିକାନ ରିପବ୍ଲିକ ଏବଂ ଦକ୍ଷିଣ ଆଫ୍ରିକାର ସୁନ୍ଦରୀମାନେ ସାମିଲ ଥିଲେ। ସ୍ପେନ୍‌ର … Read more

ମହିଳା ଏସିଆ କପ୍‌ ଟି୨୦ ରେ ପାକିସ୍ତାନ କୁ ହରାଇଲା ଭାରତ

ନୂଆଦିଲ୍ଲୀ: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୮.୧ ଓଭରରେ ୫୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ମୁନିବା ଅଲୀ(୧୩) ଓ ଶାଓ୍ବାଲ ଜୁଲଫିକର (୧୪)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ଶ୍ରୀ ଚରନୀ ଓ ପ୍ରେମା ରାଓ୍ବତ ୩ ଲେଖାଏ ଏବଂ ଦୀପ୍ତି ଶର୍ମା ୨ ଉଇକେଟ ନେଇଥିଲେ। ଜବାବରେ … Read more

ରାଜ୍ୟରେ ଏଲପିଜି କଳାବଜାରୀ ଉପରେ ଚଢ଼ାଉ; ୮,୪୩୪ ଗ୍ୟାସ ସିଲିଣ୍ଡର ଜବତ, ୯ ଗିରଫ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାରେ ଏଲପିଜି ସିଲିଣ୍ଡର କଳାବଜାରୀ ଓ ବେଆଇନ ମହଜୁଦ ବିରୋଧରେ ଚଢ଼ାଉ ଅଭିଯାନ ଚାଲିଛି | ରାଜ୍ୟବ୍ୟାପୀ ଚଢ଼ାଉରେ ୮,୪୩୪ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଥିବା ବେଳେ, କଳାବଜାରୀ ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେପ୍ଟେମ୍ବର ୫ରେ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁସାରେ, ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ରାଜ୍ୟର ବିଭିନ୍ନ ଜିଲ୍ଲାର ୩,୮୧୦ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ବିଭାଗ କଡ଼ା ଆଇନଗତ … Read more

ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ନିର୍ମାଣ ଉଚ୍ଛେଦ

ରାଉରକେଲା: ବନ ବିଭାଗର ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ଭାବେ ନିର୍ମିତ କାର୍ଯ୍ୟାଳୟ ଉପରେ ବନ ବିଭାଗର ବଡ଼ ଆକ୍ସନ୍ । ଜଙ୍ଗଲ ଜମି ଜବରଦଖଲ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ମାଜିଷ୍ଟ୍ରେଟ୍, ବରିଷ୍ଠ ପୋଲିସ ଅଧିକାରୀ, ୫ ଜଣ ଆଇଆଇସି, ପାନପୋଷ ଏସଡିପିଓ ଏବଂ ରାଉରକେଲା ବନଖଣ୍ଡ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ରାଉରକେଲା ଏସିଏଫ୍ (ACF) ଗଜେନ୍ଦ୍ର ପାଲ ସିଂହ ମାଥୁର କହିଛନ୍ତି … Read more

କେଜି ରୁ ପିଜି’ ନିଃଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ; ଆଗାମୀ ୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର: କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବା ସହିତ ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, … Read more

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଜପତି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ସମ୍ପୃକ୍ତ ଆଉ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି l ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ଭିକ୍ଟୋରୀ କଲୋନୀର କାଳୀ ପ୍ରସାଦ ପଣ୍ଡିତ (୫୪), ରାଜଦାଣ୍ଡ ସାହିର ଅଶୋକ କୁମାର ମହାରଣା (୩୭) ଏବଂ ବକ୍ସି ସାହିର ସପନ କୁମାର ପାଣିଗ୍ରାହୀ (୫୭)। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ବିଭିନ୍ନ ମହିଳା ସ୍ୱୟଂ … Read more