ଛାତ୍ରୀ ନିବାସରୁ ୩ ନିଖୋଜ ଛାତ୍ରୀ ଉଦ୍ଧାର

ସମ୍ବଲପୁର: ବାମରା ବ୍ଲକ୍ ସଦର ମହକୁମାସ୍ଥିତ ବାମରା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରୁ ନିଖୋଜ ହୋଇଯାଇଥିବା ୩ ଜଣ ଛାତ୍ରୀ ଉଦ୍ଧାର ହୋଇଛନ୍ତି । କୁଚିଣ୍ଡାରୁ ଆଜି ସକାଳ ପ୍ରାୟ ୮ଟାରୁ ୮ଟା ୩୦ ମିନିଟ୍ ସମୟରେ ଉଦ୍ଧାର କରାଯାଇଥିଲା । ଆଜି ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ହାଜର କରାଯିବ । କାହିଁକି ଏବଂ କେଉଁ ପରିସ୍ଥିତିରେ ସେମାନେ ହଷ୍ଟେଲ ଛାଡ଼ି ଚାଲିାଯାଇଥିଲେ ସେନେଇ ପଚରାଉଚରା କରାଯିବ ।ସୂଚନାଥାଉ କି, ଗତକାଲି … Read more

ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ …

ମୁମ୍ବାଇ: ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଧର୍ମେନ୍ଦ୍ର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିଛି ଦିନ ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧର୍ମେନ୍ଦ୍ର ସେଠାରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ଘରକୁ ନିଆଯାଇଥିଲା। ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ। ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ଚାଲି … Read more

ରାଜଧାନୀ ରାଜରାସ୍ତାରେ ଅଙ୍ଗନବାଡ଼ି ଦିଦିଙ୍କ ବିକ୍ଷୋଭ

ଭୁବନେଶ୍ୱର: ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାକର୍ସ ଆସୋସିଏସନ୍ ବିଧାନସଭା ଘେରାଉ ଡାକରା ଦେଇଛି । ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ବିଧାନସଭା ସମ୍ମୁଖରେ ଧାରଣାରେ ବସି ନାରାବାଜି କରିଛନ୍ତି ।ଅଙ୍ଗନବାଡ଼ି କର୍ମୀ ଅଭିଯୋଗ କରିଛନ୍ତି ଯେ ସରକାର ସେମାନଙ୍କୁ ବିଭିନ୍ନ କାମରେ ନିୟୋଜିତ କରୁଛନ୍ତି । ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାରୀ କାମଠାରୁ ଆରମ୍ଭ କରି ପୋଷଣ କାମ ଠାରୁ … Read more

ପୋଲିସ ହାତରେ ଧରା ପଡିଲା ନକଲି ପୋଲିସ …

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ(୩୭) ଯିଏ କି ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୋଲିସ କନଷ୍ଟେବଳକୁ ସଦର ଥାନା ପୋଲିସ ଗିରଫ କରିଛି । ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ।ମିଳିଥିବା ଖବର ଅନୁଯାଇ, ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା । ରବିବାର ମଧ୍ୟ ସଦର ଥାନା … Read more

ନୌସେନାରେ ସାମିଲ ହେବ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ନିର୍ମିତ ‘ମାହେ’

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ପ୍ରସ୍ତୁତିରେ ୮୦ ପ୍ରତିଶତ ସ୍ୱଦେଶୀ ସାମଗ୍ରୀରେ ନିର୍ମିତ ଏକ ବୁଡ଼ାଜାହାଜ-ପ୍ରତିରକ୍ଷା ଯୁଦ୍ଧଜାହାଜ ‘ମାହେ’ ଆଜି ନୌସେନାରେ ସାମିଲ ହେବ। ଏହା ନୌସେନାରେ ସାମିଲ ହେବାକୁ ଥିବା ‘ମାହେ’ ଶ୍ରେଣୀର ପ୍ରଥମ ଅତ୍ୟାଧୁନିକ ଯୁଦ୍ଧଜାହାଜ। ଏପରି ଆହୁରି ଆଠଟି ଯୁଦ୍ଧଜାହାଜ ଯୋଜନା କରାଯାଇଛି। ମୁମ୍ବାଇର ନୌସେନା ଡକୟାର୍ଡରେ ‘ମାହେ’ ଶ୍ରେଣୀର ‘ଆଣ୍ଟି-ସବମେରିନ୍ ୱର୍ଫେୟାର ଶ୍ୟାଲୋ ୱାଟର କ୍ରାଫ୍ଟ’ ପାଇଁ କମିଶନିଂ ସମାରୋହ ଅନୁଷ୍ଠିତ ହେବ। ଏହାକୁ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍ … Read more

ଓଡ଼ିଶାର SEBC ତାଲିକାରେ ଥିବା ୧୪ଟି ଜାତିକୁ OBC କରାଯାଉ:ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜାତୀୟ ପଛୁଆ ବର୍ଗ କମିଶନ (NCBC) ଅଧ୍ୟକ୍ଷ ହଂସରାଜ ଅହିରଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସରକାରଙ୍କ ଏସଇବିସି ତାଲିକାରେ ଥିବା ଖଣ୍ଡାୟତ, ପାଇକ, ଚଷା ପାଇକ, ଆଳିଆ, ପାଇକାଳି, କଳିଙ୍ଗୀ ଶୂଦ୍ର ଖଣ୍ଡାୟତ, ମହାନାୟକ ଶୂଦ୍ର, ଓଡ଼-ଖଣ୍ଡାୟତ, ବୟାଳିଶା, ଓଡ଼, ଓଡ଼ ପାଇକ, ଓଡ଼ ପାଇକୋ, ହଳଦିଆ … Read more

ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର୍…

ରାଉରକେଲା: ଦୀର୍ଘ ଦିନ ହେଲା ବଣାଇ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ବଣାଇ ପୋଲିସ । ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବଣାଇ ଏସଡିପିଓ ଖବର ପାଇ ଟିମ୍ ଗଠନ କରି ଜାତୀୟ ରାଜପଥରେ ଜଗି ରହିଥିଲେ। ସୂଚନା ମୁତାବକ, ଅପରାଧୀମାନେ ବାଇକରେ ଆସୁଥିବା ବେଳେ ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ଚାନ୍ଦିପୋଷ ଥାନାର କୁଚେଇତା ଏବଂ ଲହୁଣୀପଡ଼ା ଥାନାର ଲାମ୍ଫସୀ ନିକଟରେ ୩ ଅପରାଧୀଙ୍କୁ … Read more

ଲିଫ୍ଟ ଦେବା ନାଁରେ ଅପହରଣ,ଅଭିଯୁକ୍ତଙ୍କୁ ଗିରଫ

କଟକ: ଲିଫ୍ଟ ଦେବାକୁ କହି ଅପହରଣ କରିବା ଅଭିଯୋଗରେ କଟକ ମଧୁପାଟଣା ଅଞ୍ଚଳର ହ୍ରିତିକ୍ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର ମହିଳା ଥାନା ପୁଲିସ। ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଲିଫ୍ଟ ଦେବାକୁ କହି ଅପହରଣ କରିଥିଲେ ଯୁବକ। ଖବର ଅନୁସାରେ ହ୍ରିତିକ୍ ନାମକ ଯୁବକ ଉକ୍ତ ଛାତ୍ରୀଙ୍କ ସହ ପରିଚିତ ଥିବା ବେଳେ ତାଙ୍କୁ କଲେଜରୁ ନେଇ ଘରେ ଛାଡିଦେବ ବୋଲି କହିଥିଲା। ଛାତ୍ରୀଙ୍କୁ ନିଜ … Read more

ମର୍ଣ୍ଣିଂ ଓ୍ୱାକ୍ କରି ଫେରୁଥିବା ବେଳେ ମାଡ଼ିଗଲା ବସ୍

ଯାଜପୁର: ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ବସ୍ । ୪ ଜଣ ପଥଚାରୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଏହାର ତଦନ୍ତ କରୁଛି । ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଛି । ଆଜି ସକାଳେ ହରଗୌରୀ ନାମକ ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ … Read more

ନବୀନ ନିବାସରେ ପିଇସି ବୈଠକ

ଭୁବନେଶ୍ଵର: ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି। ଏହି ସମୟରେ ଉପନିର୍ବାଚନରେ ବିଫଳତା ଉପରେ ତର୍ଜମା କରାଯାଇଛି lବୈଠକରେ ସଂତୃପ୍ତ ମିଶ୍ର, ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସୁଦାମ ମାରାଣ୍ଡି, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମେତ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ବୈଠକରେ ଆଲୋଚନା ହୋଇଛି। ବୈଠକ ପରେ ପ୍ରମିଳା ମଲ୍ଲିକ ସାମ୍ବାଦିକଙ୍କ … Read more