ବାଲି ପାଇଁ ଏମ୍‌ଏସ୍‌ପି ଲାଗୁ କରିବେ ସରକାର

ଭୁବନେଶ୍ୱର: ପ୍ରଥମଥର ପାଇଁ ବାଲିରେ ଲାଗୁ ହେବ ଏମ୍‌ଏସ୍‌ପି । ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସରକାର ନିର୍ଦ୍ଧାରିତ କରିଥିବା ଏମ୍‌ଏସ୍‌ପି ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ । ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ … Read more

ବିପୁଳ ପରିମାଣର ଦେଶୀ ମଦ ଜବତ, ୫ ଗିରଫ

ଭୁବନେଶ୍ୱର: ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା। ଫଳରେ ଉକ୍ତ ଅଞ୍ଚଳରେ ପାଇଖାନା ଟାଙ୍କି କରି ଦେଶୀ ମଦ ଲୁଚାଇଥିଲେ ଦୁର୍ବୃତ୍ତ। ଏହାର ଖବର ପାଇ ଅବକାରୀ ବିଭାଗ ସ୍କ୍ୱାଡ ଚଢାଉ କରିଥିଲା। ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ୫୪୦ ଲିଟର … Read more

କଟକରେ ଡବଲ ମର୍ଡର; ବାପା ଏବଂ ସାବତ ମା’ଙ୍କୁ ବିଭତ୍ସ ହତ୍ୟା

କଟକ: ବାପା ଏବଂ ସାବତ ମାଆକୁ ବିଭତ୍ସ ଭାବେ ହତ୍ୟା କରିଛି ଜହ୍ଲାଦ ପୁଅ । ମୃତକ ହେଲେ ଦୀପକ ଦାସ (୫୮) ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ଲିତାରାଣୀ ଦାସ(୪୫) । ଏହି ଘଟଣାରେ ପୁଅ ଆଲୋକ ଦାସ ଗୁରୁତର ହୋଇ କଟକ ଏସସିବି ମେଡ଼ିକାଲରେ ଚିକିତ୍ସାଧୀନ ଅଛି । ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦୀପକ ଦାସ ଜେଲ ବିଭାଗରେ ସେଲ୍‌ସ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। କିଛି … Read more

ରତ୍ନ ଭଣ୍ଡାରର ଗଣତି ମଣତିକୁ ଟାଳୁଛନ୍ତି ସରକାର: ବିଜେଡି

ପୁରୀ: ରତ୍ନ ଭଣ୍ଡାରର ଗଣତି ମଣତି ଉପରେ ବିଜୁ ଜନତା ଦଳ ପ୍ରତିକ୍ରିୟା ରଖିଛି । ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଗଣତି ମଣତି ହେବ ବୋଲି ଶୁକ୍ରବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରତ୍ନ ଭଣ୍ଡାରର ଗଣତି ମଣତିକୁ ନେଇ ସରକାର କେବଳ ରାଜନୀତି କରୁଛନ୍ତି, ଗଣତି ମଣତି କରିବା ପାଇଁ ରାଜ୍ୟ ବିଜେପି ସରକାରଙ୍କ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ … Read more

ଦେଶରେ ଲାଗୁ ହେଲା ନୂଆ ଶ୍ରମ ଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ … Read more

ଦୁବାଇ ବିମାନ ସୋ ରେ କ୍ରାସ୍ ହେଲା ବାୟୁସେନାର ଯୁଦ୍ଧ ବିମାନ ‘ତେଜସ୍’

ଦୁବାଇ: ଦୁବାଇ ଏୟାର ଶୋ’ ବେଳେ ଭାରତର ସ୍ୱଦେଶୀ ଫାଇଟର ବିମାନ ଏଲସିଏ ତେଜସ ନିଜର ଡେମୋନଷ୍ଟ୍ରେସନ ଫ୍ଲାଇଟ୍‌ ବେଳେ ହଠାତ୍‌ କ୍ରାସ୍‌ ହୋଇଥିଲା। ଏହି ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପ୍ରହରର ୨ଟା ୧୦ ମିନିଟ୍‌ରେ ହୋଇଥିଲା। ଏହି ସମୟରେ ହଜାର ହଜାର ଲୋକ ବିମାନର ଷ୍ଟଣ୍ଟ୍ ଦେଖୁଥିଲେ।ବିମାନଟି ବାୟୁରେ ମୋଡ ନେଉଥିଲାବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ବସିଥିଲା। କିଛି ହିଁ ସେକେଣ୍ଡରେ ଏହା ତଳକୁ ଖସିବା ଆରମ୍ଭ କରିଥିଲା ଏବଂ ସିଧା ଆସି ଭୂଇଁରେ ମାଡ଼ … Read more

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ସାରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍‌ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଛି। ଶହ ଶହ ବିଜେପି କର୍ମୀ ଓ ନେତା ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି। ପାରମ୍ପରିକ ନୃତ୍ୟବାଦ୍ୟରେ ତାଙ୍କୁ ସ୍ବାଗତ କରିଛନ୍ତି ଦଳୀୟ ନେତା। ବିମାନବନ୍ଦରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ବିଭୁ ପ୍ରସାଦ … Read more

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିଥିଲା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି। ସେହିପରି ପୋଲିସ, ବନ, ଅବକାରୀ ବିଭାଗର ନିଯୁକ୍ତି କରିବ ଆୟୋଗ। ଏଥିରେ ଜଣେ ଅଧ୍ୟକ୍ଷ, ୨ ଜଣ ସଦସ୍ୟ ରହିବେ।

G20 ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିଛନ୍ତି। ସେ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦ ତମ G20 ଶିଖର ସମ୍ମିଳନୀରେ ଯୋଗଦେବେ। ବିକାଶଶୀଳ ଦେଶମାନଙ୍କରେ ଏହା ଲଗାତାର ଚତୁର୍ଥ G20 ଶିଖର ସମ୍ମିଳନୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ, ଅନେକ ବିଶ୍ୱ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି G20 ଶିଖର ସମ୍ମିଳନୀରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ।ମିଳିଥିବା ସୂଚନା … Read more

ଲୁଣ ବଦଳରେ ଥିମେଟ ଖାଇ ୩ ଶିଶୁ ଗୁରୁତର ଅବସ୍ଥାରେ ମେଡିକାଲରେ

ବାଲେଶ୍ବର: ଲୁଣ ଭାବି ଥିମେଟ ଖାଇ ୩ ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏହି ୩ ଶିଶୁ ଅଜାଣତରେ ଥିମେଟ ଖାଇ ଗୁରୁତର ହୋଇପଡିଥିଲେ। ସୂଚନା ମୁତାବକ ଉକ୍ତ ଗ୍ରାମର ବାବୁଲା ସିଂ ପୁଅ ଯୁବରାଜ ସିଂ(୮), ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫), ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ଅପରାହ୍ନ ସମୟରେ … Read more