ପେଟ ପାଇଁ ୭୦ ହଜାରରୁ ଉର୍ଦ୍ଧ୍ୱ ଓଡ଼ିଆ ଦାଦନ ଖଟିବାକୁ ଯାଉଛନ୍ତି

ଭୁବନେଶ୍ୱର: ପ୍ରତି ବର୍ଷ ହଜାର ହଜାର ଓଡ଼ିଆ ଶ୍ରମିକ ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ଅଧିକ ଶ୍ରମିକ ଯାଉଥିବା ସୂଚନା ମିଳିଛି । ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପଚାରିଥିବା ପ୍ରଶ୍ନରେ ଶ୍ରମ ମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ୭୦ ହଜାରରୁ ଅଧିକ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ୨୦୨୩ରେ ୮୧୨୩୨ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି । ସେମାନଙ୍କ ମଧ୍ୟରୁ … Read more

ବିଧାନସଭା ଶୀତ ଅଧିବେଶନ ସମୟ ପୂର୍ବରୁ ସରିଲା; ୧୧ ଦିନ ଚାଲିଲା ଗୃହ

ଭୁବନେଶ୍ୱର: ସମୟ ପୂର୍ବରୁ ବିଧାନସଭା ଶୀତ ଅଧିବେଶନ ଶେଷ । ୧୮ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ । ନଭେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିଲା ବିଧାନସଭା ଶୀତ ଅଧିବେଶନ । ଏଥର ବିଧାନସଭାର ଶୀତ ଅଧିବେଶନ ବେଶ୍‌ ଚର୍ଚ୍ଚିତ ଥିଲା । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ … Read more

ଅଭିଳାଷ ପଣ୍ଡା ଯୁବ ମୋର୍ଚ୍ଚା ସଭାପତି ଓ ଐଶ୍ୱର୍ଯ୍ୟା ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ

ଭୁବନେଶ୍ୱର: ବିଜେପି ମୋର୍ଚ୍ଚା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ପଦପଦବୀ ପାଇଁ ନାଁ ଘୋଷଣା କଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ତାଲିକା ପ୍ରକାଶ ପାଇଛି । ନୟାଗଡ଼ ଜିଲ୍ଲାର ଅଭିଳାଷ ପଣ୍ଡା ପୁଣି ଥରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ହୋଇଛନ୍ତି । ସେହିପରି ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଛନ୍ତି । ସେହିପରି ଶୁଭ୍ରାଂଶୁ ମୋହନ ପାଢ଼ୀ କୃଷକ ମୋର୍ଚ୍ଚା ସଭାପତି, … Read more

ବାଲି ଚୋରି ଉଦ୍ୟମ ବେଳେ ଏରସମା ପୁଲିସର ଚଢ଼ାଉ

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତସ୍ଥିତ ଜଗତପଡା ଜଙ୍ଗଲ ଜମିରୁ ବେଆଇନ ବାଲି ଚାଲାଣ ବେଳେ ଗୋଟିଏ ଜେସିବି ଓ ୪ ଟ୍ରାକ୍ଟର ଜବତ କରାଯାଇ ଏରସମା ଥାନାରେ ରଖାଯାଇଛି। ଏହି ମାମଲାରେ ୫ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ମିଳିଥିବା ଖବର ଅନୁଯାୟୀ ଏରସମା ଥାନା ତରଫରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ହଠାତ ଟିମ୍ ଦେଖିଲା ଯେ କିଛି ଲୋକ ଗୋଟିଏ ଜେସିବି ବାଲି ଖୋଳି ତାକୁ ୪ଟି ଟ୍ରାକ୍ଟର ସାହାଯ୍ୟରେ କିଛି ଲୋକ ଉଠାଉଥିଲେ। … Read more

ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ୫୦ ଲକ୍ଷ; ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୫୦ ଲକ୍ଷ ଟଙ୍କା। ଏନେଇ ବିଧାନସଭାରୁ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସେହିପରି ଅନ୍ୟ ଏକ ସରକାରୀ ବାସଭବନର ମରାମତିରେ ଖର୍ଚ୍ଚ ହୋଇଛି ୨୩ ଲକ୍ଷରୁ ଅଧିକ ଟଙ୍କା।ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ,ରାଜ୍ୟରେ ନୂଆ ସରକାର ଆସିବା ପରେ ବିଭିନ୍ନ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା କ୍ୱାର୍ଟର୍ସଗୁଡ଼ିକର ମରାମତି ଏବଂ ନବୀକରଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଇଛି ଏବଂ ସମସ୍ତ ମନ୍ତ୍ରୀମାନଙ୍କର … Read more

ମା’ ପୁଅଙ୍କ ନିକଟରୁ ବ୍ରାଉନ ସୁଗାର ଓ ସେପଟେ କ୍ରିକେଟ ବ୍ୟାଟରୁ ଗଞ୍ଜେଇ ଜବତ

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲାରୁ ବ୍ରାଉନସୁଗର କାରବାର ଚଳାଉଥିବା ମାଆ ଓ ପୁଅଙ୍କୁ କାମାକ୍ଷାନଗର ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କୁ ନିକଟରୁ ୬୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ ଏହି ମାଆ ପୁଅ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି … Read more

ଏମ.ଭି ୨୬ ଗାଁରେ ୧୬୩ ଧାରା ଲାଗୁ, ୪ ଦିନ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି: ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲାର ଏମଭି-୨୬ ଏବଂ ରାଖାଲଗୁଡ଼ା ଗ୍ରାମ ମଧ୍ୟରେ ଗୋଷ୍ଠୀ ବିବାଦ ଦେଖାଦେଇଛି । ଫଳରେ ଦୁଇ ଗ୍ରାମର ୧୦ କିଲୋମିଟର୍ ପରିଧି ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ କରାଯାଇଛି । କୋରାପୁଟରୁ ଆଇଆରବି, ଡିଭିଏଫ୍ ଏବଂ ସିଆରପିଏଫ୍ ଯବାନଙ୍କୁ ଆଣି ଦୁଇ ଗ୍ରାମରେ ମୃତୟନ କରାଯାଇଛି । ପୋଲିସ ଟିମ୍ କ୍ୟାମ୍ପ ପକାଇ ଜଗି ରହିଛନ୍ତି । ଅନେକ ଘରର ଲୋକ ଗାଁ ଛାଡ଼ି … Read more

ଡିସେମ୍ବର ୮ ଏବଂ ୯ ରେ ବାରବାଟୀରେ ଟି-20 ମ୍ୟାଚ୍ ପାଇଁ ଟ୍ରାଫିକ୍ କଟକଣା ଲାଗୁ

ଭୁବନେଶ୍ବର: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୦୯.୧୨.୨୦୨୫ ରେ କଟକର ବାରବାଟୀ ଷ୍ଟାଡିୟମରେ ଟି-୨୦ କ୍ରିକେଟ ମ୍ୟାଚ୍ ଏବଂ ୦୮.୧୨.୨୦୨୫ ରେ ଖେଳାଳିମାନଙ୍କ ଅଭ୍ୟାସ ଅଧିବେଶନ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଦଳଗତ ଗତିବିଧି ଏବଂ ମ୍ୟାଚ୍ ସମ୍ବନ୍ଧୀୟ କାର୍ଯ୍ୟକଳାପ ଯୋଗୁଁ ଷ୍ଟାଡିୟମକୁ ଯାଉଥିବା ସମସ୍ତ ରାସ୍ତାରେ ପ୍ରବଳ ଟ୍ରାଫିକ୍ ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ ଏବଂ ଟ୍ରାଫିକ୍ କର୍ମଚାରୀଙ୍କ … Read more

କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା ଆରମ୍ଭ

କୋଣାର୍କ: ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଜଗମୋହନରୁ ବାଲି କାଢ଼ିବା ଲାଗି ପ୍ରକିୟା ଆରମ୍ଭ ହୋଇଛି । ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଖମାରୀ ଓ ଏଏସ୍‌ଆଇର ପୂର୍ବତନ ଡିଜି ଏକେ ବାସାଙ୍କ ସମେତ ୧୦ ଜଣିଆ ବୈଷୟିକ କୋର୍‌ କମିଟି କୋଣାର୍କ ଗସ୍ତରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟ୍ରେସ୍‌ ମ୍ୟାପ୍‌ କୁ ତଦାରଖ କରିବା ପରେ ସମସ୍ତ ଅଧିକାରୀ ସୂର୍ଯ୍ୟମନ୍ଦିର ଉପରକୁ ଚଢ଼ି ମନ୍ଦିର ଶୀର୍ଷରେ ଥିବା ଗର୍ଭଗୃହର … Read more

ମା’ ତାରିଣୀଙ୍କ ପୀଠ ନିମନ୍ତେ ୩୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

କେନ୍ଦୁଝର:କେନ୍ଦୁଝର ଜିଲ୍ଲାରେ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।ସମୁଦାୟ ୩୧୩ କୋଟି ଟଙ୍କା ବ୍ୟୟ ବରାଦରେ ଆଜି ମା’ ତାରିଣୀଙ୍କ ପୀଠର ସମନ୍ବିତ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ଆଗାମୀ ଏକ ବର୍ଷ ମଧ୍ୟରେ ଏହି ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବ ବୋଲି … Read more