ନବରଙ୍ଗପୁର ଜିଲ୍ଲା ର ୩୫ ଜଣଙ୍କୁ ମିଳିଲା ସିଏଏ ଆଧାରରେ ନାଗରିକତା

ଭୁବନେଶ୍ୱର: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ମାଧ୍ୟମରେ ନାଗରିକତା ସଂଶୋଧନ ଆଇନ ୨୦୧୯ ଅଧୀନରେ ଯୋଗ୍ୟ ଆବେଦନକାରୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ୧୧ ରେ ବିଜ୍ଞାପିତ ହୋଇଥିବା ନିୟମାବଳୀ ଅନୁଯାୟୀ ବାଙ୍ଗଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଭାରତକୁ ପ୍ରବେଶ କରିଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଭାରତୀୟ ନାଗରିକତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ପ୍ରକ୍ରିୟାରେ ଆବେଦନ କରିଥିବା ଆବେଦନକାରୀଙ୍କ ମଧ୍ୟରୁ … Read more

ଔଷଧ ଦୋକାନରୁ ମିଳିଲା ମଦ

ଭଦ୍ରକ: ଭଦ୍ରକ ସହରରେ ଏକ ଔଷଧ ଦୋକାନରୁ ମଦ ଜବତ କରାଯାଇଛି । ଔଷଧ ବଦଳରେ ଚାଲିଥିଲା ମଦ ବେପାର ।ସୂଚନା ମୁତାବକ, ଆଜି ଭଦ୍ରକ ସହରରେ ବାଇପାସ୍ ରୋଡରେ ଥିବା ଶ୍ରୀଗଣେଶ ନାମକ ଔଷଧ ଦୋକାନରେ ଜନ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଲାଇସେନ୍ସ ଯାଞ୍ଚ କରିବାକୁ ଆସିଥିଲା । ଲାଇସେନ୍ସ ଯାଞ୍ଚ ସମୟରେ ଏକ ବିଦେଶୀ ମଦ ବୋତଲ ଭର୍ତ୍ତି ପେଟି ମିଳିଥିଲା । ଏହା ପରେ ଟିମ୍ ଟାଉନ୍ ଥାନା ପୋଲିସକୁ ଖବର ଦେଇଥିଲା … Read more

ରାସ୍ତା କଡ଼ରୁ ମିଳିଲା ପୁଳା ପୁଳା ସରକାରୀ ଔଷଧ

ବାଲେଶ୍ୱର: ବାଲେଶ୍ଵର ରେମୁଣା ବ୍ଲକ ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି ଦୂରରେ ତୁଣ୍ଡରା ରାସ୍ତାକଡ଼ରୁ ମିଳିଥିଲା ପୁଳା ପୁଳା ସରକାରୀ ମେଡିସିନ୍ । ରାସ୍ତାପାଖ ଅଳିଆ ଗଦାରେ ଅବଧି ସରିନଥିବା ଔଷଧ ପଡିଥିବା ଦେଖିବାକୁ ମିଳିଥିଲା ।ଗୋଟିଏ ମେଡ଼ିକାଲ ଅଫିସରଙ୍କ ଟିମ୍ ଘଟଣାସ୍ଥଳକୁ ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ । ଘଟଣାରେ ଯେଉଁ ସରକାରୀ ଅଧିକାରୀ ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏମ୍‌ଓ ।  ସୂଚନା ମୁତାବକ, ଆଜି … Read more

ଅନୁଗୁଳ ସହରରେ ଗୁଳିକାଣ୍ଡ , ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡା ନିକଟ ଇକୋ ପାର୍କ ସାମ୍ନାରେ ଗୁଳିମାଡ ହୋଇଛି। ଏହି ଗୁଳିକାଣ୍ଡ ବିଳମ୍ବିତ ରାତିରେ ଘଟିଛି। ଗୁଳିମାଡରେ ଜଣେ ଗୁରୁତର ହୋଇଛନ୍ତି। ଫାୟାରିଂରେ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।  ମିଳିଥିବା ସୂଚନା ଅନୁଯାୟୀ, ଭବାନୀ ଶଙ୍କର ପ୍ରଧାନ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ଜଣେ ବନ୍ଧୁ … Read more

ବିଡିଏ ଦ୍ୱାରା ପରିଚାଳିତ ସବୁ ପାର୍କ ଶନିବାର, ରବିବାର ଦିନସାରା ଖୋଲା ରହିବ

ଭୁବନେଶ୍ୱର: ପ୍ରାତଃଭ୍ରମଣକାରୀ, ଫିଟନେସ୍ ପ୍ରେମୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, ବିଡିଏ ନିଷ୍ପତ୍ତି ନେଇଛି ଯେ, ସପ୍ତାହାନ୍ତରେ (ଶନିବାର ଓ ରବିବାର) ସବୁ ପାର୍କ ଦିନସାରା ଖୋଲା ରହିବ। ଏହି ନୂଆ ନିୟମ ଆସନ୍ତା ଡିସେମ୍ବର ୧୩ ତାରିଖ ଠାରୁ ଲାଗୁ ହେବ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।ସଂଶୋଧିତ ସମୟ ଅନୁଯାୟୀ, ସମସ୍ତ ବିଡିଏ-ପରିଚାଳିତ ପାର୍କ ଶନିବାର ଏବଂ ରବିବାର ସକାଳ ୫:୦୦ ରୁ ରାତି ୮: ୩୦ ପର୍ଯ୍ୟନ୍ତ ଖୋଲା ରହିବ, ଯାହା … Read more

ଭୁବନେଶ୍ୱର: ବୁଧୁବାର ଦିନ ଇଡ଼କୋ ପ୍ରଦର୍ଶନୀ ପଡିଆ ଠାରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି.। ଉଦ୍ଘାଟନୀ ସମାରୋହରେ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ, ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର … Read more

ଭକ୍ତ ଦାସଙ୍କୁ ଚ୍ୟାଲେଞ୍ଜ କଲେ ମୋକିମ୍‌, ଲେଖିଲେ ସୋନିଆଙ୍କୁ ଚିଠି

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ନେତୃତ୍ଵକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ମହମ୍ମଦ ମୋକିମ୍ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ଵ ଉପରେ ପ୍ରଶ୍ନ ଉଠାଇ ମୋକିମ୍ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ମୋକିମ୍‌ ଓଡ଼ିଶାରେ କଂଗ୍ରେସ ସ୍ଥିତି ଏବଂ ନେତୃତ୍ଵକୁ ନେଇ କହିଛନ୍ତି ଯେ , ୩ଥର ଲୋକସଭା ନିର୍ବାଚନ ହାରିଥିବା ଭକ୍ତଙ୍କୁ ୨୦୨୫ରେ ମିଳିଛି ଦଳର ନେତୃତ୍ୱ। ତାଙ୍କର ବ୍ୟକ୍ତିଗତ ବିଚାରଧାରା ଆମଠାରୁ ପୁରା ଅଲଗା। ଜୟପ୍ରକାଶଙ୍କ ଆନ୍ଦୋଳନ … Read more

ମହାନଦୀ ବିବାଦ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବାପାଇଁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ ହୋଇଛି । ଏଥିରେ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଧାୟକ ନିରଞ୍ଜନ ପୂଜାରୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟିକା ସୋଫିଆ ଫିର୍ଦ୍ଦୋଶ ରହିଛନ୍ତି। ୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ … Read more

ବାରବାଟୀରେ ଭାରତର ଆକର୍ଷଣୀୟ ବିଜୟ

କଟକ: ବାରବାଟୀରେ ଭାରତର ବିରାଟ ବିଜୟ ।ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର ବୃହତ ବ୍ୟବଧାନରେ ପରାସ୍ତ କରି କଟକ ଠାରେ ଥିବା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୮ ବଲରେ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ୧୭୫ ରନରେ ପହଞ୍ଚାଇଥିଲେ l ଭାରତ ଦେଇଥିବା ୧୭୬ ରନର ଲକ୍ଷ୍ୟର … Read more

ଓଡିଶା ରେ ୪୪,୭୭୧ କୋଟି ଟଙ୍କାର ସଡ଼କ ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର:ନୂଆଦିଲ୍ଲୀ ଗସ୍ତରେ ଥିବା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ, ସଡ଼କ ପରିବହନ ଓ ରାଜମାର୍ଗ ଶ୍ରୀ ନିତିନ ଗଡ଼କରିଙ୍କ ସହ ସାକ୍ଷାତ ଆଲୋଚନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ରାସ୍ତା ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି Iଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ୫ଟି ଜାତୀୟ ରାଜପଥ ପ୍ରକଳ୍ପ, ୫ଟି ରାଜ୍ୟ ରାଜପଥ … Read more