ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳରୁ ବହିଷ୍କୃତ

ଭୁବନେଶ୍ୱର: ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଅଡୁଆରେ ପଡ଼ିଲେ ମହମ୍ମଦ ମୋକିମ୍। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରସ୍ତାବକୁ AICCର ଅନୁମୋଦନ। ଏନେଇ ଏକ୍ସରେ କଂଗ୍ରେସ ପ୍ରଦେଶ କମିଟି ପକ୍ଷରୁ ସୂଚନା ମିଳିଛି । ରବିବାର କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ କହିଥିଲେ ପିସିସି ସଭାପତି । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ଯ୍ୟ କଲେ ସେମାନଙ୍କ … Read more

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ଯବାନ ଆହତ

ରାଉରକେଲା: ଆଜି ସନ୍ଧ୍ୟାରେ ସରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ, ଖଞ୍ଜାଯାଇଥିବା ଏକ ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ସିଆରପିଏଫର କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ହୋଇଛନ୍ତି। ଆହତ ଯବାନ ହେଲେ ହେଡ୍ କନଷ୍ଟେବଳ ଅଲେଖ ଦାସ ଏବଂ ହେଡ୍ କନଷ୍ଟେବଳ ନାରାୟଣ ଦାସ । ଖବର ଅନୁସାରେ, ଛୋଟନାଗରା ପୋଲିସ ଷ୍ଟେସନ ଅଞ୍ଚଳର ବାଲିବା ଗାଁ ନିକଟରେ ଏହି ଘଟଣା ଘଟିଥିଲା । ସୁରକ୍ଷା ବାହିନୀ … Read more

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଥମ ବୈଠକ ହେବ ଆସନ୍ତା ୨୨ରେ

ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆସନ୍ତା ୨୨ ତାରିଖ ଅପରାହ୍ଣ ୪ଟାରେ ମହାନଦୀ ଜଳ ବିବାଦର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ମୁଖରେ ଚାଲୁଥିବା ଆଲୋଚନା ଓ ପ୍ରକ୍ରିୟାଗୁଡ଼ିକୁ ଦୃଷ୍ଟିରେ ରଖି ଏବଂ ମହାନଦୀ ଜଳ ବିଷୟର ଜଟିଳତା ଓ ଭାବପ୍ରବଣତାର ଗୁରୁତ୍ୱକୁ ମନେ କରି ରାଜ୍ୟ ସରକାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ … Read more

ଛାତ୍ରଙ୍କ ପକେଟରୁ ବାହାରିଲା ବନ୍ଧୁକ

କେନ୍ଦ୍ରାପଡା: ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର କୁଦାନଗରୀ ଥାନା କୋରୁଆ ସରକାରୀ ହାଇସ୍କୁଲ ଭିତରେ। ମିଳିଥିବା ଖବର ଅନୁସାରେ, ଗଣିତ କ୍ଲାସ୍ ଚାଲିଥିବା ସମୟରେ ଛାତ୍ରଟିର ପକେଟ୍ ଉଚ୍ଚା ଦେଖା ଯାଇଥିଲା ଓ ସେ ଅସ୍ୱାଭାବିକ ଭାବରେ ଅନ୍ୟମନସ୍କ ଥିବାର ଜଣାପଡ଼ିଥିଲା। ଫଳରେ ଗଣିତ ସାର ନୃସିଂହ ସ୍ବାଇଁ ଛାତ୍ରକୁ ପଚରାଉଚରା ପରେ ଚେକିଂ କରିଥିଲେ। ଏହି ସମୟରେ ଛାତ୍ରଙ୍କ ପକେଟରୁ … Read more

ଆସନ୍ତା କାଲି ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ। ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନ ବିଚାରପତି। କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ ବକ୍ତା, ଆଡଭୋକେଟ ଜେନେରାଲ … Read more

ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ ଉଦଘାଟିତ

କୋଣାର୍କ:ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋଣାର୍କ ନିକଟସ୍ଥ ରାମଚଣ୍ଡୀଠାରେ ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ (OSWALI)ଉଦଘାଟନ କରିଛନ୍ତି ।ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା । ଓଡ଼ିଶା ପର୍ଯ୍ୟଟନ … Read more

କଂଗ୍ରେସର ଆପୋଷ ବିବାଦର ସମାଧାନ ହେବ ଦିଲ୍ଲୀରେ

ଭୁବନେଶ୍ୱର: କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ କଂଗ୍ରେସର ବରିଷ୍ଠ ନେତା ମହମ୍ମଦ ମୋକିମ୍‌ । ଏହାକୁ ନେଇ ଅଧିକାଂଶ ନେତା ଏନେଇ ମୁହଁ ଖୋଲୁନଥିବା ବେଳେ ମୋକିମ୍‌ ଯାହା କରିଛନ୍ତି, ତାହା ଠିକ୍ ନୁହେଁ ବୋଲି ମତ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଛି। କିଛି ବରିଷ୍ଠ ‌ନେତା ଏ ସମ୍ପର୍କରେ ମୁହଁ ଖୋଲିଥିଲା ବେଳେ ଅନ୍ୟମାନେ ପରିସ୍ଥିତି ଉପରେ … Read more

ନାବାଳିକାକୁ ଦୁଷ୍କର୍ମ କରି ଘର ମାଲିକ ଗିରଫ: ରାଜଧାନୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥମୁ ନାହିଁ ଦୁଷ୍କର୍ମ । ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପା ମାଆ ଘରେ ନ ଥିବାବେଳେ ୧୧ ବର୍ଷୀୟା ନାବାଳିକାଟି ଘରେ ଏକୁଟିଆ ଥିଲା। ଏହି ସମୟରେ ଘର ମାଲିକ ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ କରିଥିଲେ। ବାପା ମାଆ ଘରକୁ ଫେରିବା ପରେ ତୁରନ୍ତ ଝିଅକୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ପୀଡ଼ିତା … Read more

ରାଜଧାନୀର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟବିହାର ସ୍ଥିତ ନୋ ଲିମିଟ୍ ବାର୍‌ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ହୋଟେଲ୍ ପାରାଡାଇଜ୍ ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ୫ଟି ଟିମ୍ ନିୟୋଜିତ ଥିଲେ।ଖବର ଅନୁଯାୟୀ, ଆଜି ସକାଳ ୮ଟା ୫୦ ମିନିଟ୍ ସମୟରେ ସତ୍ୟବିହାରରେ ଥିବା (ନୋ ଲିମିଟ୍)ବାର୍‌ ରେ ଲାଗିଥିଲା ନିଆଁ। ବାର୍‌ର ଉପରେ … Read more

ଜବରଦଖଲକାରୀଙ୍କୁ ଜମି ଫେରାଇବା ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ଜମି ଜବରଦଖଲ ସମସ୍ୟା । ଏହା ଉପରେ ରୋକ ଲଗାଇବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ସମସ୍ତ ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ଏକ କଡ଼ା ଚେତାବନୀ ଦେଇଛନ୍ତି l ସେ କହିଛନ୍ତି ସମୟ ପୂର୍ବରୁ ଜମି ନଫେରାଇଲେ ଭରଣା କରିବାକୁ ପଡ଼ିବ ଉଚ୍ଛେଦ ଖର୍ଚ୍ଚ । ଜବରଦଖଲ କରାଯାଇଥିବା ଜମିର ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ୩୨୦ ତହସିଲରୁ … Read more