ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି।ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନାଗୁଡିକ ହେଲା:- ଭିବି ଜି ରାମ ଜି – ୫୫୭୫ କୋଟି, ସମୃଦ୍ଧ ଅଙ୍ଗନବାଡି ଯୋଜନା – ୬୩୫ କୋଟି, ମଡେଲ ମଣ୍ଡି – ୧୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି, ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି, ରେଆର ଆର୍ଥ କରିଡ଼ର – ୧୦ କୋଟି, ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ, ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି, ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର, ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ), ଷ୍ଟେଟ ଏଆଇ ମିଶନ – ୨୩ କୋଟି, ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ – ୧୫୦ କୋଟି, ଡାଲଖାଇ – ୨୨୦ କୋଟି, ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ, ଫିଟ୍ ଓଡ଼ିଶା ମିଶନ – ୧୦ କୋଟି । ଏହି ନୂତନ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟର କୋଣ ଅନୁକୋଣରେ ବିକାଶର ପହଞ୍ଚିପାରିବ ।









