୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ପାଇବେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ । ପୂର୍ବରୁ ଥିବା ଲାଇବ୍ରେରିଆନ୍‌ ପଦକୁ ଉଚ୍ଛେଦ କରି ଓଡ଼ିଆ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପାଇଁ ନୂତନ ପଦ ସୃଷ୍ଟି ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଲାଇବ୍ରେରିଆନ୍‌ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଶାୟୀମାନେ ବାରମ୍ୱାର ଆନ୍ଦୋଳନ ଓ ଦାବି କରିବା ସତ୍ତ୍ୱେ … Read more

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ଓ ଭଉଣୀ

ଭୁବନେଶ୍ୱର: ଭଦ୍ରକରେ ପ୍ରଫୁଲ୍ଲଙ୍କ ଦୁଇ ପୁଅ ପ୍ରୟାସକାନ୍ତି ସାମଲ ଓରଫ୍ ଲୁଲୁ ଓ ପ୍ରଣୀତକାନ୍ତି ସାମଲ୍ ଓରଫ୍ ଜୁଲୁ ଏବଂ ଭଉଣୀ ଉର୍ମିଲା ନାୟକ ବିଜେପିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମସ୍ତ ଦଳରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ଶକ୍ତଶାଳୀ ହେବାରେ ଲାଗିଛି । ଆଜି ଭଦ୍ରକ ପ୍ରାୟ ପାଞ୍ଚଟି ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିର ଶତାଧିକ କର୍ମକର୍ତ୍ତା … Read more

ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ

ରାଉରକେଲା: ରାଜଗାଙ୍ଗପୁରରେ ଜଣେ କଲେଜ ଛାତ୍ରୀ ଆତ୍ମାହୁତି କରିଛନ୍ତି। ତାଙ୍କ ଶରୀରର ୯୦% ଅଂଶ ପୋଡି ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜଗାଙ୍ଗପୁର ଲାଞ୍ଜିବର୍ଣ୍ଣା ଅଂଚଳର ଛାତ୍ରୀ ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି। ତେବେ ଆତ୍ମାହୁତି କରିବା ପଛର କାରଣ କଣ ତାହା ଏବେ ଯାଏଁ ଜଣାପଡିନାହିଁ। ବର୍ତମାନ ତାଙ୍କୁ ରାଉରକେଲା IGHରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି। ଛାତ୍ରୀ ଜଣଙ୍କ ଯୁକ୍ତ … Read more

ଓଡ଼ିଶାରେ ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

ଭୁବନେଶ୍ୱର : ଗତ କିଛି ବର୍ଷ ଧରି ଓଡ଼ିଶାକୁ ଛୁଟୁଛି ବିଦେଶୀ ପର୍ଯ୍ୟଟକଙ୍କ ସୁଅ । ୫ ବର୍ଷରେ ଓଡ଼ିଶା ଆସିଲେଣି ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ । ୨୦୨୦ରେ ୧୦ ହଜାର ୨୦୬ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ । ୨୦୨୧ ରେ ଆସିଥିଲେ ୨୨୬୯ ବିଦେଶୀ ପର୍ଯ୍ୟଟକ । ୨୦୨୨ରେ ୨୨ ହଜାର ୧୭୨ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୩ରେ ୪୫ ହଜାର ୧୭୩ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୨୪ରେ ୫୩ ହଜାର ୩୯୨ ବିଦେଶୀ … Read more

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ମୁଖ୍ୟ ହସ୍ପିଟାଲରେ ଆଜି ସକାଳେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ହାଉସକିପିଂ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ରୋଗୀ, ଆଟେଣ୍ଡାଣ୍ଟ ଏବଂ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। କିଛି ସ୍ଥାନୀୟ ବାସିନ୍ଦା ହସ୍ପିଟାଲର ଏକ କୋଠରୀରୁ ଧୂଆଁ ବାହାରୁଥିବା … Read more

ପଥର ଗାଡ଼ି ଧରିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଖଣି ମାଫିଆ। ସୋର ଥାନା ଦାଣ୍ଡହରିପୁର ଗ୍ରାମରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ବାଲେଶ୍ୱର କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ କୁମାର ମଣି ଦାଣ୍ଡ ହରିପୁର ଗ୍ରାମରେ ୩ଟି ଡମ୍ପର ବେଆଇନ ଭାବେ ପଥର ଚାଲାଣ କରୁଥିବା କୌଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ। ଏହି ସମୟରେ ଗ୍ରାମବାସୀମାନେ … Read more

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର: ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜାଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ନଜରକୁ ଆସିଛି । ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଭ୍ରମାତ୍ମକ ଦାବି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇ‌ନାହିଁ … Read more

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସରକାର ଦେବେ ୫୧ ହଜାର ଟଙ୍କାର ସହାୟତା ରାଶି

ଭୁବନେଶ୍ୱର: କନ୍ୟା ବିବାହ ପାଇଁ ସରକାର ଦେବେ ୫୧ ହଜାର ଟଙ୍କା। ଏହି ଟଙ୍କା କନ୍ୟାଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା। ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା। ୧୦ ହଜାର ଟଙ୍କା ଉପହାର ଦେବେ ସରକାର। ଉପହାରରେ ମିଳିବ ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ। ଏଥିପାଇଁ ସ୍ବତନ୍ତ୍ର ଗାଇଡ ଲାଇନ୍ ରଖିଛନ୍ତି ସରକାର। ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା … Read more

ବିମାନ ବାତିଲ୍ ଯୋଗୁଁ ଓଡ଼ିଶାର ନବ ବିବାହିତ ଦମ୍ପତି ଅନଲାଇନ ଯୋଗେ ରିସେପ୍ସନରେ ହେଲେ ସାମିଲ

ଭୁବନେଶ୍ୱର: ଇଣ୍ଡିଗୋ ବିମାନ ବାତିଲ ପାଇଁ ନବ ବିବାହିତ ଦମ୍ପତି ହଟହଟା ହୋଇଛନ୍ତି। ଏହା ସହିତ ଇଣ୍ଡିଗୋ କର୍ମଚାରୀମାନେ ପ୍ରତିଦିନ କୌଣସି ନ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାନ୍ତ୍ରିକ ତ୍ରୁଟି ଏବଂ କର୍ମଚାରୀ ଅଭାବ ଯୋଗୁଁ ବିମାନ ସେବାରେ ସମସ୍ୟା ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟାପକ ବିମାନ ବାତିଲ୍ ହେତୁ ଜଣେ ନବ ବିବାହିତ ଦମ୍ପତି ହୁବଳିରେ ନିଜ ରିସେପ୍ସନ୍‌ରେ ପହଞ୍ଚି ନପାରି ଶେଷରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।ସୂଚନା ମୁତାବିକ, ଭୁବନେଶ୍ୱରର … Read more

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟ ପୁସ୍ତକ ବଦଳିବାର ଯୋଜନା

ଭୁବନେଶ୍ୱର: ରାଜ୍ୟର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାକୁ ଯୋଜନା କରୁଛନ୍ତି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ମତ ରଖିଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନର ପାଠ୍ୟକ୍ରମରେ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ପାଠ୍ୟପୁସ୍ତକ ପରିବର୍ତ୍ତନ … Read more