May 30, 2026 10:04 pm

ଦୁଇ ନକଲି ମାଓବାଦୀ ଗିରଫ

ରାୟଗଡା: ମାଓ ପୋଷ୍ଟର ମାରି ଆତଙ୍କ ଖେଳାଇବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଅନୁବ୍ରତ ବାରା । ସେ ୱେବ୍ ଚ୍ୟାନେଲର ସାମ୍ବାଦିକ ଭାବେ କାର୍ଯ୍ୟ କରନ୍ତି। ଅନ୍ୟଜଣେ ହେଲେ ବଳୀ ମାଝୀ। ସେ ପୂର୍ବରୁ ମଧ୍ୟ ନକ୍ସଲ ମାମଲାରେ ସମ୍ପୃକ୍ତ ରହି ଗିରଫ ହୋଇ ଜେଲ୍ ଯାଇଥିଲେ।ଗତ ଦୁଇ ଦିନ ତଳେ ରାୟଗଡ଼ା ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାଁରେ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା। ପୋଲିସ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।