ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ଦେଶର ଗୌରବ ବଢାଇଛନ୍ତି: ରାଷ୍ଟ୍ରପତି

ଭୁବନେଶ୍ଵର: ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ଵବିଦ୍ୟାଳୟ ନାରୀସଶକ୍ତିକରଣ ପାଇଁ ସୁନାମ ଅର୍ଜନ କରିଛି।   ଦେଶକୁ ଆଗେଇ ନେବାରେ ଅର୍ଥାତ ଆର୍ଥିକ, ସାମାଜିକ ଅଗ୍ରଗତି କ୍ଷେତ୍ରରେ ଛାତ୍ରୀମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରୀ ଭାବେ ମୁଁ ନିଜକୁ ଗୌରାବାନ୍ବିତ କରୁଛି। ଏହି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଭାରତରେ ନୁହେଁ। ବିଶ୍ଵରେ  ମଧ୍ୟ … Read more

ଗଞ୍ଜାମ ବିଜେପିରେ ପ୍ରଦୀପ ଇନ୍‌ର ଇଫେକ୍ଟ 

ଶାନ୍ତନୁ ରଣା ବ୍ରହ୍ମପୁର: ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଆରମ୍ଭରୁ ବିଜେପିରେ ବିଦ୍ରୋହ ଦେଖାଦେଲାଣି । ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେଡ଼ିରୁ ବିତାଡ଼ିତ ଗୋପାଳପୁର ବିଧାୟକ ଡ଼. ପାଣିଗ୍ରାହୀ ପ୍ରଥମେ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଆଗମନ ବେଳେ ଅତି ନିକଟତର ହୋଇଥିବା ଦେଖିବାକୁ ମିଳିଥିଲା ।  ତେବେ ଡ଼. … Read more

ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ

ଭୁବନେଶ୍ୱର: ବିଲ୍-ମେଲିଣ୍ଡା ଗେଟସ ଫାଉଣ୍ଡେସନ୍ ଅଧକ୍ଷ୍ୟ ତଥା ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଜାଗାମିଶନ, ମିଶନ ଶକ୍ତି, ଓଡିଶା ସ୍କୁଲ ରୂପାନ୍ତରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତଥା ସ୍ୱାସ୍ଥ୍ୟସେବା ସମ୍ପର୍କିତ ଅନ୍ୟାନ୍ୟ ରୂପାନ୍ତରଣ କାର୍ଯ୍ୟକ୍ରମର ସେ ପ୍ରଶଂସା କରିଥିଲେ । ଅନ୍ୟପକ୍ଷରେ ବିଲ୍-ମେଲିଣ୍ଡା … Read more

ବିଲ୍‌ ଗେଟ୍‌ସଙ୍କୁ ସମ୍ମାନଜନକ  କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ 

ଭୁବନେଶ୍ୱର:  ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ଏବଂ ବିଲ୍‍ ଆଣ୍ଡ ମିଲିଣ୍ଡା ଗେଟସ୍‍ ଫାଉଣ୍ଡେସନ୍‍ର ସହ-ଅଧ୍ୟକ୍ଷ ବିଲ୍‌ ଗେଟ୍‌ସଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ୨୦୨୩ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‌ ଗେଟ୍‌ସଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସର୍ଜନଶୀଳ ବୈଷୟିକ କୌଶଳ ମାଧ୍ୟମରେ ଅସମାନତା ଦୂର କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତାଙ୍କୁ ଏହି ସମ୍ମାନ … Read more

ରାଜଧାନୀରେ କଂଗ୍ରେସ ସମାବେଶ 

ଭୁବନେଶ୍ୱର: ରାଜଧାନୀରେ ଆଜି କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ  ଡାକରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲା । ପ୍ରଭାରୀ ଡ. ଅଜୟ ସିଂହ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକସେବା ଭବନ ଘେରାଉ ଆନ୍ଦୋଳନରେ ସାମିଲ ହୋଇଥିଲେ ସବୁ ଜିଲ୍ଲାର କର୍ମୀ । ଲୋୟର ପିଏମଜିରେ କଂଗ୍ରେସ ନେତୃତ୍ୱଙ୍କ ସମେତ କର୍ମୀମାନେ ସୁରକ୍ଷା କର୍ଡନ ଭାଙ୍ଗିବାରୁ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ଫଳରେ ଶତାଧିକ … Read more

ଅବ୍ୟବସ୍ଥା ଘେରରେ ପଶୁ ସମ୍ପଦ: ଇନ୍ଧନ ଅଭାବରେ ଆମ୍ବୁଲାନ୍ସ ଗଡୁନି

ବ୍ରହ୍ମପୁର: ପଶୁ ଆମ୍ବୁଲାନ୍ସ ସହାୟକ ନଂ ୧୯୬୨କୁ ସରକାର ପଶୁ ଧନ ସେବାରେ ଉତ୍ସର୍ଗ କଲେ, ହେଲେ ଉକ୍ତ ନମ୍ବରକୁ ଫୋନ୍ କଲେ କେହି ଉଠାଉ ନାହାନ୍ତି ଏବଂ ତାକୁ କର୍ମଚାରୀଙ୍କ ଖାତିର ନାହିଁ ଏପରିକି ବ୍ରହ୍ମପୁର ପ୍ରାଣୀ ଧନ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିବା ନୋଡାଲ ଅଫିସରଙ୍କ ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଆହତ ପଶୁ, ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ।   ସୂଚନା ଥାଉ କି, ଗତ ଦୁଇଦିନ ତଳେ ବ୍ରହ୍ମା ନଗର … Read more

‘ଆମ ହସ୍ପିଟାଲ’ ଲୋକାର୍ପିତ 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ୬୭ଟି ‘ଆମ ହସ୍ପିଟାଲ’, ଉମରକୋଟ ଉପଖଣ୍ଡ ହସ୍ପିଟାଲରେ ଡାଏଲେସିସ୍‌ ସେଣ୍ଟର, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ଓ ଝାରସୁଗୁଡାରେ BMRC କାର୍ଡିଆକ୍ କେୟାର ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହା ସହିତ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଉପଜିଲ୍ଲା ଡାକ୍ତରଖାନାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। … Read more

ଦାସ କାଠିଆ ରେ ମନ ମୋହିଲେ ହାସ୍ୟ ଯୋଗ କେନ୍ଦ୍ର ର କଳାକାର

ବ୍ରହ୍ମପୁର: ଓଡିଶା ରେ ବିଭିନ୍ନ ଲୋକକଳା ଥିବା ବେଳେ ଦାସ କାଠିଆ  ତାମଧ୍ୟ ରୁ ଅନ୍ୟତମ । ଲୋକକଳା ଦାସକାଠିଆର  ଚାହିଦା ଆଜି ମଧ୍ୟ ରହିଛି।ସ୍ଥାନୀୟ ହାସ୍ୟଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବରେ ଉକ୍ତ କେନ୍ଦ୍ରର ସଦସ୍ୟା ବିଷ୍ଣୁପ୍ରିୟା ମହାପାତ୍ର ପାଲା ଗାୟନ କରି ବେଶ ପ୍ରଶଂସା ପାଇଥିଲେ। ପାଳିଆ ଭାବେ ଅନଙ୍ଗ ମଞ୍ଜରୀ ପଣ୍ଡା ତାଙ୍କୁ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଉପସଭାନେତ୍ରୀ ମନୋରମା ଦେବୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଆରତୀ ଦେବୀ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ … Read more

ବୀରମହାରାଜପୁର ଏନ୍‌ଏସି ହେଲା 

ଭୁବନେଶ୍ଵର: ବୀରମହାରାଜାପୁରବାସୀଙ୍କ ଅନେକ ଦିନର ଦାବି ପୂରଣ ହୋଇଛି। ରବିବାର ଦିନ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଭାବେ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ୫ଟି ନୂଆ ମ୍ୟୁନିସିପାଲିଟି ସହିତ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟରେ ଘୋଷଣା କରିଥିଲେ। ବୀରମହାରାଜପୁର ଏଥିରେ ସାମିଲ ହେବାଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି। ବୀରମହାରାଜପୁରକୁ ଏନ୍‌ଏସି ମାନ୍ୟତା … Read more

ରାଜ୍ୟରେ ୪୮ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ସରକାର କ୍ରୀଡ଼ାକୁ ଗୁରୁତ୍ଵ ଦେଉଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ୬୬୦ କୋଟି ଟଙ୍କା କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କରିଛନ୍ତି। ଏଥିରେ ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସାମିଲ ରହିଛି। ମୁଖ୍ୟମନ୍ତ୍ରୀ ଏହାସହ ସୁନ୍ଦରଗଡ଼ ଜିଲ୍ଲାର ୧୦ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି। ରାଉରକେଲା ବହୁମୁଖୀ … Read more