ବିକଶିତ ଭାରତରେ ଓଡିଶାର ଭୂମିକା ଗୁରୁତ୍ଵପୂର୍ଣ : ପ୍ରଧାନମନ୍ତ୍ରୀ 

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛଣିତ ଯେ ଓଡ଼ିଶାର ସଂକଳ୍ପ କ’ଣ ତାହା ଏହି ଭିଡ଼ କହିଦେଉଛି। ତେଣୁ ଏଥର ‘ଅବ୍‌କି ବାର୍‌ ୪୦୦ ପାର୍‌’କୁ କେହି ଅଟକେଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତକୁ ବିଶ୍ଵର ତୃତୀୟ ବୃହତ ଆର୍ଥିକ ସମୃଦ୍ଧଶାଳୀ ରାଷ୍ଟ୍ର କରିବାର ଅଛି। ୪୦୦ ପାର ସଂକଳ୍ପ ଦେଶରେ ଏକ ମଜବୁତ ସରକାର କରିବାର … Read more

ବାପା ମା ଙ୍କୁ ଖୋଜି ଗଣଧାରଣା ପହଞ୍ଚିଲେ ପିଲାମାନେ

ଭଞ୍ଜନଗର: ଜଗନ୍ନାଥପ୍ରସାଦ ବ୍ଳକର ଆଦିବାସୀ ଗାଁ ତାଳଖମଣ, ମଣ୍ଡା ପଥର ଓ ଡାଙ୍ଗିଭୁଇଁ ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଧାରଣା ୮ମ ଦିନରେ ପହଞ୍ଚିଛି। ବାପା, ମା, ଭାଇ ଓ ଭଉଣୀମାନେ ୮ ଦିନ ହେଲା ଗାଁ କୁ ରାସ୍ତା, ବିଜୁଳି ଆଲୁଅ ଓ ପାନୀୟ ଜଳ ଦାବିରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହରାତ୍ର ଧାରଣା ଦେଉଛନ୍ତି। ଏ ଦାବି ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା … Read more

ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ପରଲୋକ ରେ ଶୋକସଭା

ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଲକ୍ ଆମପୁର ଗ୍ରାମର ପଣ୍ଡିତ ଜଗନ୍ନାଥ ମିଶ୍ରଙ୍କ ୯୬ ବର୍ଷ ବୟସରେ ନିଜ ବାସ ଭବନ ପରିସରରେ ଗତ ଗୁରୁବାର ଦିନ  ପରଲୋକ ଘଟିଛି। ବିଗତ କିଛି ବର୍ଷ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସ୍ବର୍ଗତ ମିଶ୍ର କନିଶି ଏବଂ ଏହାର ଆଖପାଖ ଅଞ୍ଚଳରେ ବରିଷ୍ଟ ପଣ୍ଡିତ କର୍ମକାଣ୍ଡ ଓ ଜ୍ୟୋତିଷ ବିଷାରଦ ଭାବେ ବେଶ୍ ପରିଚିତ।ତାଙ୍କରି ଜୀବନ କାଳ ମଧ୍ଯ ରେ ଅନେକ କର୍ମକାଣ୍ଡ ଜ୍ୟୋତିଷ ଶାସ୍ତ୍ର କରି … Read more

ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କଲେ ଟିକା ଭଣ୍ଡାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ (ଏନ୍‌ଏଚ୍‌ଏମ୍‌) ଡକଫର ବୃନ୍ଦା ଡି., ଓଏସ୍‌ଏମ୍‌ସିଏଲ୍‌ର ପରିଚାଳନା ନିର୍ଦ୍ଦେଶିକା ଡକଫର ପୋମା ଟୁଡ଼ୁ, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡକଫର ବିଜୟ କୁମାର ପାଣିଗ୍ରାହୀ ଓ ୟୁନିସେଫ୍‌ ଓଡ଼ିଶାର ଫିଲ୍ଡ ଅଫିସ … Read more

ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୫ରେ ଓଡିଶାରେ ୧୯,୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ 

ଭୁବନେଶ୍ଵର:  ଓଡିଶା ଗସ୍ତରେ ଆସି ମାର୍ଚ୍ଚ ୫ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ପ୍ରଧାନମନ୍ତ୍ରୀ ମୋଦୀ ଯାଜପୁରର ଚଣ୍ଡିଖୋଲଠାରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଗୁଡ଼ିକ ତୈଳ ଓ ଗ୍ୟାସ, ରେଳବାଇ, ସଡ଼କ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତି କ୍ଷେତ୍ର ସମ୍ବଧୀୟ ଅଟେ। ପ୍ରଧାନମନ୍ତ୍ରୀ ପାରାଦୀପ ବିଶୋଧନାଗାରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ମନୋ ଇଥିଲିନ୍ ଗ୍ଲାଇକୋଲ ପ୍ରକଳ୍ପର ଉଦଘାଟନ … Read more

୫୨ଟି ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି । ଏଥିରେ ୪ ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀର କଲ୍ୟାଣ ଓ କୃଷିର ବିକାଶ ମୋ ପାଇଁ ସବୁବେଳେ ପ୍ରାଥମିକତା ହୋଇ ରହି … Read more

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବ

ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ: ରାଷ୍ଟ୍ରପତି ବ୍ରହ୍ମପୁର: କେବଳ ନିଜ ପାଇଁ ଜୀଇଁବା କଣ ଜୀବନ ଅଟେ କି। ପର ଉପକାରରେ ଯଦି ନିଜ ଜୀବନ ନ ଲାଗିଲା ତେବେ ସେ ମନୁଷ୍ୟ ଇତର ପ୍ରାଣୀ ସହ ସମାନ। ଜ୍ଞାନ ଅର୍ଜନର କୌଣସି ଅନ୍ତ ନାହିଁ। ତେବେ ସେ ଶିକ୍ଷା ଓ ଜ୍ଞାନ ଅନ୍ୟ ପାଇଁ ଉପଯୋଗ କରିବାକୁ ହେବ। ସମାଜର ବିକାଶ ଦିଗରେ ବିଦ୍ୟାର୍ଥୀ ନିଜର ଶିକ୍ଷା ବିନିଯୋଗ କରନ୍ତୁ … Read more

କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼ଃ ପି.କେ. ମିଶ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼ଃ  ପି.କେ ମିଶ୍ର ଆଜି ଭୁବନେଶ୍ୱରସ୍ଥିତ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ଗସ୍ତ କରିଥିଲେ। ସେଠାରେ ଡ଼ଃ ମିଶ୍ର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଛନ୍ତି। ଏଥିସହିତ ଡ଼ଃ  ମିଶ୍ର ଭୁବନେଶ୍ୱର ଠାରେ ସିଏସଆଇଆର- ଖଣିଜ ଏବଂ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନର କାର୍ଯ୍ୟଧାରା ସମୀକ୍ଷା କରିବା ସହିତ ଖଣିଜ ସମୃଦ୍ଧ ଓଡ଼ିଶାରେ ଗବେଷଣା ଓ ବିକାଶ କାର୍ଯ୍ୟକୁ ଅଧିକ ବିସ୍ତାରିତ କରିବା ଲାଗି ପରାମର୍ଶ ଦେଇଛନ୍ତି। ଡ଼ଃ ମିଶ୍ର ଆଜି କିଟ୍‌ ବିଶ୍ୱବିଦ୍ୟାଳୟ ଠାରେ … Read more

ନନ କ୍ୟାଡର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ନନ କ୍ୟାଡର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ। ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ … Read more

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି 

୭୫୦୦ ପାଉଥିଲେ ,ଏବେ  ପାଇବେ  ୧୦ ହଜାର ଟଙ୍କା ଭୁବନେଶ୍ୱର: ଅଙ୍ଗନବାଡି କର୍ମୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟର ଅଙ୍ଗନବାଡି କର୍ମୀ ମାନଙ୍କର ମାସିକ ପାରିଶ୍ରମିକରେ ବୃଦ୍ଧି ଘୋଷଣା କରିଛନ୍ତି। ଏହି ନୂତନ ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ … Read more