ଅନଲାଇନ୍ ଗେମ ହେଲା କାଳ,ନେଲା ନାବାଳକ ଛାତ୍ରର ଜୀବନ…

ବାଲେଶ୍ୱର: ଅନଲାଇନ୍ ଗେମ ଖେଳିବାକୁ ବାରଣ କରିବାରୁ ଘଟିଛି ଏକ ଦୁଃଖଦ ଘଟଣା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ୍ ଗେମ୍ ନେଲା ନାବାଳକ ଛାତ୍ରଙ୍କ ଜୀବନ। ଏହି ଗ୍ରାମର ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା(୧୩) ପ୍ରତ୍ୟେକ ଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମରେ ବ୍ୟସ୍ତ ରୁହନ୍ତି। ପରିବାର ଲୋକ ଏନେଇ ବାରମ୍ବାର ପୁଅକୁ ତାଗିଦ୍ କରୁଥିବା ବେଳେ ଲୁଚି ଲୁଚି ସନ୍ତୋଷ ଫ୍ରି … Read more

ରାଜ୍ୟର ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ହେଲାଣି ବିଭିନ୍ନ ପୋଷ୍ଟ ଅଫିସରେ ଅଚଳାବସ୍ଥା ଲାଗି ରହିଛି। ଧାଡ଼ିରେ ଠିଆ ହୋଇ ଅତିଷ୍ଠ ହେଲେଣି ଗ୍ରାହକ । ବିଭିନ୍ନ ଡାକଘରେ ଲାଗିଛି ଲିଙ୍କ୍‌ ଫେଲ୍‌ର ଫଳକ । ତେବେ ରାଖୀ ପାଇଁ ଭାରତୀୟ ଡାକ ସେବା ପକ୍ଷରୁ ରାଜ୍ୟରେ ନୂଆ ସଫ୍ଟୱେୟାର ଲଞ୍ଚ୍‌ ହୋଇଥିଲା । ଫଳରେ ସେ ସମୟରେ ସମସ୍ୟା ହେଉଥିଲା । ଲୋକମାନେ ଭାବୁଥିଲେ ରାଖୀ ପରେ ସମସ୍ୟାର ସମାଧାନ ହୋଇଯିବ । … Read more

ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ୨୦୨୫ ମସିହାରେ ଏକ ନୂତନ ବିସ୍ଥାପନ ଓ ଥଇଥାନ (ଆରଆଣ୍ଡଆର) ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାର ଏହି ସମ୍ପର୍କରେ ଏକ ନୂତନ ବ୍ୟବସ୍ଥା ପ୍ରସ୍ତୁତ ଏବଂ ପ୍ରଣୟନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି। ପ୍ରସ୍ତାବିତ ନୀତିର ଅଂଶ ଭାବରେ ବିସ୍ଥାପିତ ଲୋକଙ୍କୁ ବିଭିନ୍ନ ପ୍ରକାରର କ୍ଷତିପୂରଣ ମଧ୍ୟରୁ ଗୋଟିଏ … Read more

ଅବସରପ୍ରାପ୍ତ ଆଇଏଫଏସ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ କାରାଦଣ୍ଡ

କଟକ: ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସୋମବାର ଏକ ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଅବସରପ୍ରାପ୍ତ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଅମରେଶ କୁମାର ଜୟସୱାଲଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଭିଜିଲାନ୍ସ କୋର୍ଟର ବିଚାରପତି ଅରୁଣ କୁମାର ମଲ୍ଲିକ ଭୁବନେଶ୍ୱରର ଅରଣ୍ୟ ଭବନର ପୂର୍ବତନ ବନ ସଂରକ୍ଷକ ଜୟସୱାଲଙ୍କୁ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି।ସମ୍ବଲପୁରରେ ଡିଭିଜନାଲ ଫରେଷ୍ଟ ଅଫିସର (ଟେରିଟୋରିଆଲ୍) ଭାବରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ୨୦୨୩ … Read more

ଅଷ୍ଟମ ଶ୍ରେଣୀ ନାବାଳିକାର ଆତ୍ମାହୁତି ଉଦ୍ୟମ..

ବରଗଡ଼: ଆଉ ଜଣେ ନାବାଳିକା ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛି । ବରଗଡ଼ ଜିଲ୍ଲା ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ପଡ଼ିଆରୁ ମୁର୍ମୁଷୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ନାବାଳିକାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ନାବାଳିକା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଛନ୍ତି ନା ତାକୁ କେହି ଜାଳି ଦେଇଛି ତାହା ସ୍ପଷ୍ଟ ହୋଇପାରିନି। ସେ ତାଙ୍କ ମାମୁଁ … Read more

ଶ୍ରୀମନ୍ଦିରରୁ ୧୨ ନକଲି ଗୁମାସ୍ତା ଗିରଫ

ପୁରୀ: ପୁରୀସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଏନ୍‌ଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆସିଥାନ୍ତି । ଶ୍ରୀମନ୍ଦିରର ସଂସ୍କୃତି ଓ ପରମ୍ପରା … Read more

ପାତ୍ରପଡ଼ା V2 ସମୁଖରେ ଦୁର୍ଘଟଣା ଘଟାଇଥିବା ଥର୍‌ ଧରାପଡ଼ିଲା

ଭୁବନେଶ୍ୱର: ପାତ୍ରପଡ଼ା V2 ସମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଠ ବର୍ଷ ଝିଅର ଜୀବନ ଚାଲିଯାଇଥିବା ବେଳେ ମା’ ଓ ଦୁଇ ବର୍ଷ ର ପୁଅ ଗୁରୁତର ଅବସ୍ଥାରେ ଏମ୍ସ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାମିଳିଛିକି ରାସ୍ତା ପାରି ହେବା ସମୟ ରେ ପଛରୁ ସ୍କର୍ପିଓ ଓ ଥାର ଦ୍ରୁତ ଗତିରେ ଆସି ଦୁର୍ଘଟଣା କରିଥିବା ଅଭିଯୋଗ ହୋଇଛି । ତେବେ CCTV ଆଧାରରେ ଖଣ୍ଡଗିରି ଥାନା ପୋଲିସ୍ ଜଟଣୀ ଅଂଚଳରୁ ଜବତ କରିଛି … Read more

ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନୂତନ କୋଠା ଉଦଘାଟିତ

କୋରାପୁଟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୬୫୦ ଶଯ୍ୟା ବିଶିଷ୍ଟ ନୂଆ କୋଠାର ଉଦଘାଟନ କରିଛନ୍ତି। ଏହା ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟସେବା ପଦବୀ ପୂରଣ ହେବ ବୋଲି ଘୋଷଣା କରିଛନ୍ତି । ଏହା ଦକ୍ଷିଣ ଓଡ଼ିଶାର ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଏକ ବଡ଼ ପଦକ୍ଷେପ। ଏହି ନୂଆ ବ୍ଲକ କୋରାପୁଟ ଜିଲ୍ଲା ସହ ପାଖାପାଖି ଜିଲ୍ଲା ଓ ଛତିଶଗଡ଼ର … Read more

୩୩୪ଟି ଦଳର ପଞ୍ଜିକରଣ କୁ ରଦ୍ଧ କଲେ ନିର୍ବାଚନ କମିସନ

ଭୁବନେଶ୍ୱର: ନିର୍ବାଚନ କମିଶନ ଶନିବାର ଏକ ବଡ଼ ପଦକ୍ଷେପ ନେଇ ୩୩୪ଟି ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଅର୍ଥାତ୍ RUPPର ପଞ୍ଜିକରଣ ବାତିଲ କରିଛନ୍ତି। ଏହି ଦଳଗୁଡ଼ିକ ୨୦୧୯ ପରଠାରୁ ଗୋଟିଏ ବି ନିର୍ବାଚନ ଲଢ଼ି ନଥିଲେ ଏବଂ ସେମାନଙ୍କ କାର୍ଯ୍ୟାଳୟର କୌଣସି ଠିକଣା ମଧ୍ୟ ମିଳିପାରିଲା ନାହିଁ। ଏହି କାରଣ ପାଇଁ ଏହି ଦଳଗୁଡ଼ିକ ଏକ ପଞ୍ଜିକୃତ ଅଣପଞ୍ଜିକୃତ ରାଜନୈତିକ ଦଳ ଭାବରେ ରହିବା ପାଇଁ ବାଧ୍ୟତାମୂଳକ ସର୍ତ୍ତାବଳୀ ପୂରଣ କରି ନଥିଲେ। ବିହାର ବିଧାନସଭା ନିର୍ବାଚନ … Read more

ଆଜିଠୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ମହାକୁମ୍ଭ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୧୬୦ ପୁରୁଷ ଓ ମହିଳା ଆଥଲେଟ୍ । ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପାରମିତା, ଲାଲୁ ପ୍ରସାଦ ଭୋଇ ଓ ଅନିମେଷ କୁଜୁର ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ମୋଟ ୧୮ଟି ଇଭେଣ୍ଟରେ ହେବ ପ୍ରତିଦ୍ବନ୍ଦ୍ବିତା । ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ … Read more