ଗୁରୁ ଦିବସରେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ତିନି ଛାତ୍ରୀ ଆହତ

ଭଦ୍ରକ: ଭଦ୍ରକ ବାସୁଦେବପୁର ବ୍ଲକ୍ କିସ୍ମତ କୃଷ୍ଣପୁର ପଞ୍ଚାୟତର ବହୁମାଘେରି ସରକାରୀ ବିଦ୍ୟାଳୟରେ ଘଟିଛି ଅଘଟଣ । ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସିବାରୁ ୩ ଛାତ୍ରୀ ଆହତ ହୋଇଛନ୍ତି । ଆହତ ଛାତ୍ରୀଙ୍କୁ ଶିକ୍ଷକ ଓ ଅଭିଭାବକ ନେଇ ବାସୁଦେବପୁର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ଅଘଟଣ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଶାନ୍ତ ମାଝୀ କହିଛନ୍ତି, ଏହା ଦୁଃଖଦ ଘଟଣା । ଏଥିପାଇଁ ପ୍ରଶାସନ ଦାୟୀ ରହିବ । ଆଜି ପିଲାଙ୍କର କିଛି ହୋଇଥିଲେ ମୋତେ … Read more

ଓଡିଶାକୁ ଆସିବ ୬୦୦ ଇ-ବସ୍‌

ଭୁବନେଶ୍ୱର: ରାଜ୍ୟକୁ ୬୦୦ ଇ-ବସ୍‌ ଆସିବା ନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବେଶ ସୁରକ୍ଷା ପାଇଁ ଇ-ବସ୍‌ ଅଧିକ ପ୍ରଚଳନ କରିବାକୁ ଯୋଜନା କରାଯାଉଛି। ରାଜ୍ୟରେ ବର୍ତ୍ତମାନ ୧ ହଜାର ଇ-ବସ୍‌ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି ଇ-ବସ୍‌ ଆଣିବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଆହୁରି ମଧ୍ୟ ଖବର ମିଳିଛି, ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶାକୁ ୪୦୦ଟି ଇ-ବସ୍‌ … Read more

ପାରାଦୀପ ବନ୍ଦରରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ୨କ୍ରିୟୁ ମେମ୍ବର

ପାରାଦୀପ: ପାରାଦୀପ ବନ୍ଦର ୫ନଂ ଗେଟ୍‌ ପାଖରେ ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସପୋର୍ଟ)ବେସିସରେ କ୍ଲିନ କାର୍ଗୋ ବର୍ଥ ପରିଚାଳନା କରୁଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରେ ଆଜି ସକାଳେ ଅଘଟଣ ଘଟିଛି। ପାନାମା ଜାତୀୟ ପତାକା ଲଗାଇ ଆସିଥିବା ପଣ୍ୟବାହୀ ଜାହାଜ ଏମ ଭି ଲକି ଡ୍ରାଗନରୁ ଖସି ଜଣେ ଚାଇନା ନାବିକ ନିଖୋଜ ଅଛନ୍ତି। ସେ ହେଲେ ଝାଙ୍ଗ ତାଇ। ଆଉ ଜଣେ ବାଂଲାଦେଶୀ ନାବିକ ପାଣିରେ ବୁଡି ଯାଉଥିବା ବେଳେ ତାଙ୍କୁ ଉଦ୍ଧାର … Read more

ମହାନଦୀରେ ବନ୍ୟା ଆଶଙ୍କା

ମହାନଦୀର ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷା ହୋଇଛି। ଗୁରୁବାର ରୁ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ରେ ଲଘୁଚାପ ସକ୍ରିୟ ରହିଛି। ଛତିଶଗଡ଼ର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଜଳ ସମ୍ପଦ ବିଭାଗର ସୂଚନାନୁଯାୟୀ, ଗତ କାଲି ସନ୍ଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳ ପତ୍ତନ ୬୨୬.୩୩ ଫୁଟ ରହିଛି। ପ୍ରତି ସେକେଣ୍ଡରେ ୨ଲକ୍ଷ ୯୪ ହଜାର ୯୬୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ … Read more

ବିଜୁ ଜନତା ଦଳ ମହିଳା ସଂଗଠନର ପୁନର୍ବିନ୍ୟାସ

ଭୁବନେଶ୍ବର: ବିଜୁ ଜନତା ଦଳ ମହିଳା ସଂଗଠନର ନାମ ପ୍ରକାଶ ପାଇଛି । ସ୍ନେହାଙ୍ଗୀନି ଛୁରିଆଙ୍କୁ ପୁନର୍ବାର ବିଜୁ ମହିଳା ଜନତା ଦଳର ଦାୟିତ୍ୱ ମିଳିଛି । ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ସ୍ନେହାଙ୍ଗିନୀଙ୍କୁ ନିଯୁକ୍ତି ହୋଇଛନ୍ତି । ସେହିପରି ସ୍ନେହଙ୍ଗୀନିଙ୍କ ଟିମ ମଧ୍ୟ ଗଠନ ହୋଇଛି । ସ୍ନେହଙ୍ଗୀନିଙ୍କ ଟିମରେ 3 ଜଣ ବରିଷ୍ଠ ସାଧାରଣ ସମ୍ପାଦକ ଓ 12 ଜଣ ସାଧାରଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ବିଜେଡି ସଭାପତି ନବୀନ … Read more

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର କୋମାରେ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେ କୋମାରେ ଥିବା ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସେ କୋମାରେ ଥିବାବେଳେ ଚିକିତ୍ସା ପରେ ଧିରେ ଧିରେ ସୁସ୍ଥ ହୋଇଯିବେ ବୋଲି ଆଶା କରିଛନ୍ତି ଡାକ୍ତର। ସୂଚନା ଅନୁସରେ, ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ। ଗତ ସପ୍ତାହରୁ କଟକର … Read more

ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ ଚୋରି

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଚିନ୍ତା ବଢ଼ାଇଛନ୍ତି ଲୁଟେରା ଗ୍ୟାଙ୍ଗ । ଦିନ ଦ୍ୱିପ୍ରହରରେ ରାଜଧାନୀର ୮ଟି ଫ୍ଲାଟରେ କଳା କନା ବୁଲାଇଛନ୍ତି ଲୁଟେରା । ଯାହା ଏବେ ପୋଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଚନ୍ଦକା ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରୁ ୮ଟି ଫ୍ଲାଟରୁ ସିରିଜ୍ ଚୋରି ହୋଇଛି । ତିନୋଟି ଫ୍ଲାଟରେ ଚୋରମାନେ ଚୋରି କରିପାରି ନଥିବାବେଳେ ଅନ୍ୟ ୫ଟି ଫ୍ଲାଟରୁ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି … Read more

ଓଡିଶା ବାହାରେ ଥିବା ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରିବ, ଆଇନ ମନ୍ତ୍ରୀଙ୍କ ପ୍ରତିଶୃତି

ଭୁବନେଶ୍ୱର: ମହାପ୍ରଭୁଙ୍କ ଭୂସମ୍ପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ। ରାଜ୍ୟ ଓ ରାଜ୍ୟ ବାହାରେ ଥିବା ସଂପତ୍ତି ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମହାପ୍ରଭୁଙ୍କର ୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ଅଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ କରିସାରିଛୁ । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର … Read more

ଆସିଲା GST 2.0,12 ପ୍ରତିଶତ ଏବଂ 28 ପ୍ରତିଶତ ସ୍ଲାବ୍ ସମାପ୍ତ।

ନୂଆଦିଲ୍ଲୀ: ଜିଏସଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଏସଟି ସ୍ଲାବକୁ ତିନିରୁ ହ୍ରାସ କରି ଦୁଇଟି କରାଯାଇଛି। ଏବେ କେବଳ ୫% ଏବଂ ୧୮% ସ୍ଲାବ ରହିବ। ୨୮% ସ୍ଲାବକୁ ପୂରାପୂରି ହଟାଇ ଦିଆଯାଇଛି। ଏହା ସହିତ ବିଲାସପୂର୍ଣ୍ଣ ଓ ତମାଖୁ ଦ୍ରବ୍ୟ ପାଇଁ ଏକ ସ୍ୱତନ୍ତ୍ର ୪୦% ସ୍ଲାବ ରଖାଯାଇଛି। ଏହି ନୂଆ ହାର ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ … Read more

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଆଖି ରେ ଆଘାତ

ଭୁବନେଶ୍ୱର: ଗଣିତ ପ୍ରଶ୍ନ ର ଉତ୍ତର ଦେଇ ନ ପାରିବାରୁ ଶିକ୍ଷୟତ୍ରୀଙ୍କ କ୍ରୋଧର ଶୀକାର ହୋଇଛନ୍ତି ଜଣେ ଛାତ୍ରୀ । ଶିକ୍ଷୟତ୍ରୀ ଜଣକ ଛାତ୍ରୀଙ୍କୁ ମାଡ଼ ମାରି ଆଖି ପତା ଫଟାଇ ଦେଇଛନ୍ତି । ଭୁବନେଶ୍ୱର ଡୁମଡୁମା ଫେଜ୍‌-୨ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିଭାବକ । ଅଭିଯୋଗ ମୁତାବକ, ଶିକ୍ଷୟତ୍ରୀ ଗୀତାଞ୍ଜଳି ସାହୁ ବୁଧବାର ଚତୁର୍ଥ ଶ୍ରେଣୀରେ ଗଣିତ ପଢ଼ାଉଥିଲେ । ଏହି ସମୟରେ ଜଣେ … Read more