ଅର୍ଚ୍ଚନା ନାଗଙ୍କୁ ହତ୍ୟା ଉଦ୍ୟମ

ଭୁବନେଶ୍ୱର: ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ । ଅର୍ଚ୍ଚନାଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ଜଗବନ୍ଧୁଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ସେ କହିଛନ୍ତି, ମୁଁ ବେଡରୁମରେ ଶୋଇଥିଲି ସେ ବେଡରୁମ ୱିଣ୍ଡୋରେ ଆସି ଘରେ ପଶି ଷ୍ଟାବିଂ କରିବା ପାଇଁ ଚେଷ୍ଟା କରୁଥିଲେ। ପୋଲିସ ଜଗବନ୍ଧୁଙ୍କୁ ଅଟକ ରଖିଥିବାବେଳେ ତାଙ୍କ ନିକଟରୁ ଏକ ଛୁରୀ ଜବତ କରାଯାଇଛି । ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କ ମଧ୍ୟରେ … Read more

ବନ୍ଧା ହେଲେ ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ

ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ପୂର୍ବତନ ନିର୍ବାହୀ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲା ଜାମଦାର ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗିରଫ କରିଛି। ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଇଓଡବ୍ଲ୍ୟୁ ପକ୍ଷରୁ ତଦନ୍ତ ଜାରି ରହିଛି। କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍‌ବୁକ୍‌ ନଦେଖି ୨ କୋଟିରୁ ଅଧିକ ଟଙ୍କାର … Read more

ଓଡ଼ିଶା ଡିସ୍‌କମ୍ ପକ୍ଷରୁ ୧ କିଲୋୱାଟ୍ ରୁଫ୍‌ଟପ୍ ସୋଲାର ସ୍କିମ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଭାରତ ସରକାରଙ୍କ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନାର ଅଂଶ ବିଶେଷ ଭାବେ ୟୁଟିଲିଟି ଲେଡ ଏଗ୍ରିଗେସନ (ୟୁଏଲ୍‌ଏ) ମଡେଲ୍ ଅଧୀନରେ ଏକ ସ୍ୱତନ୍ତ୍ର ଏକ କିଲୋୱାଟ୍ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌) ସ୍କିମର ଘୋଷଣା କରାଯାଇଛି। ୟୁଏଲ୍‌ଏ ମଡେଲ୍‌ରେ ଗାହକମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ଦେବାକୁ ପଡ଼ିବ। ଏହି ଅଭିଯାନରେ ନେଟ୍ ମିଟର୍‌କୁ ଡିସକମ୍‌ଗୁଡ଼ିକ ପ୍ରଦାନ କରିବେ ଏବଂ ସୋଲାର ଜେନେରସନ ମିଟର ଖର୍ଚ୍ଚ ଗ୍ରାହକଙ୍କୁ ବହନ … Read more

ଏଥର ଦୁର୍ଗାପୂଜା ଭସାଣି ହେବ ପାରମ୍ପରିକ ରୀତିନୀତିରେ

ଭୁବନେଶ୍ୱର: ଏଇ ବର୍ଷ ରୀତିନୀତିରେ ହେବ ଦୁର୍ଗାପୂଜା ଭସାଣି । ଚଳିତ ବର୍ଷ ଦୁର୍ଗା ପୂଜା ଭସାଣିରେ ଡିଜେ ବାଜିବନି। ଭସାଣିରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବାକୁ ବି ମନା। ଏହି ସବୁ ଉପରେ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି। ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି। ଏହି … Read more

୮୦୦ ଏକର ଜମିରେ ହେବ ନୂଆ ଭୁବନେଶ୍ୱର

ଭୁବନେଶ୍ୱର: ୮ ଶହ ଏକର ଜମିରେ ନୂଆ ଭୁବନେଶ୍ୱର ଗଠନର ପରିକଳ୍ପନା । ରାଜଧାନୀର ଉପକଣ୍ଠରେ ଥିବା ମାଳିପଡ଼ା, ଦଶପୁର, ଅନ୍ଧାରୁଆ ଏବଂ ଗୋଠପାଟଣା ଅଞ୍ଚଳରେ ଏକ ନୂତନ ଭୁବନେଶ୍ୱର ପ୍ରତିଷ୍ଠା ହେବ । ସିଙ୍ଗାପୁର ସରକାର ଉକ୍ତ ଟାଉନସିପର ଡ୍ରଇଂ ଡିଜାଇନ୍ ଏବଂ ଲେଆଉଟ୍ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଦୁଇ ମାସ ମଧ୍ୟରେ ଡିପିଆର ରାଜ୍ୟ ସରକାରଙ୍କୁ ଉପସ୍ଥାପିତ କରାଯିବ । … Read more

ହୀରାକୁଦ ପ୍ରକଳ୍ପ ପାଇଁ ଦେଲେ ନିର୍ଦ୍ଦେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର ସମ୍ବଲପୁର ଗସ୍ତ କରି, ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ହୀରାକୁଦ ଡ୍ୟାମ, ରିଙ୍ଗ ରୋଡ୍‌ ଓ ରେଳ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପ ଉପରେ ସେ ଆଲୋଚନା କରିଛନ୍ତି। ହୀରାକୁଦ ଡ୍ୟାମ ଗସ୍ତ ବେଳେ ସେ ରାଜ୍ୟ ପାଇଁ ବିଶେଷ ଆର୍ଥିକ ସହାୟତା (SASCI) ଯୋଜନାରେ ଚାଲିଥିବା କାମ ଦେଖିଛନ୍ତି। ଅଧିକାରୀମାନେ କହିଛନ୍ତି, ହୀରାକୁଦରେ ପର୍ଯ୍ୟଟନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। କପୁର ଏକ ସ୍ପଷ୍ଟ … Read more

ଶ୍ରୀମନ୍ଦିରରେ ଆଜି ରାଧାଷ୍ଟମୀ, ଚକ୍ରରାଜ ସୁଦର୍ଶନଙ୍କ ନଗର ପରିକ୍ରମା

ପୁରୀ : ଆଜି ପବିତ୍ର ରାଧାଷ୍ଟମୀ ରେ ସଜେଇ ହୋଇଛି ଶ୍ରୀମନ୍ଦିର । ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା କରିବ । ଏହାପରେ ପନ୍ତି ଭୋଗ ଖାଇ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ … Read more

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କଲେ ୭ ନୂଆ ମ୍ୟୁନିସପାଲିଟି ଓ ୧୬ଟି ନୂଆ ଏନଏସି

ଭୁବନେଶ୍ୱର: ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁରକୁ ଏନଏସି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହିତ ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ … Read more

ଆମେରିକା ର ଶୁଳ୍କ ବୃଦ୍ଧି,ସଙ୍କଟରେ ଚିଙ୍ଗୁଡ଼ି ଶିଳ୍ପ

ଭୁବନେଶ୍ୱର: ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଦେଶର ସିଫୁଡ୍‌ (ଚିଙ୍ଗୁଡ଼ି) ରପ୍ତାନି ଶିଳ୍ପ ସଙ୍କଟରେ ପଡ଼ିଯାଇଛି। ଏହି‌ କ୍ଷେତ୍ରରେ ନିୟୋଜିତ ୧୫ ଲକ୍ଷ ଲୋକଙ୍କ ଜୀବିକା ଏବେ ବିପଦରେ। ଓଡ଼ିଶା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ୨୦୨୪-୨୫ରେ ଓଡ଼ିଶା ୪୭୦୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି କରିଥିଲା। ତାହାର ଏକ ତୃତୀୟାଂଶ କେବଳ ଆମେରିକାକୁ ପଠାଯାଇଥିଲା। ହଠାତ୍‌ ମାଡ଼ି ଆସିଥିବା ସଙ୍କଟକୁ ନେଇ ସିଫୁଡ୍‌ ରପ୍ତାନିକାରୀ, ମତ୍ସ୍ୟଚାଷୀ ଓ ସରକାର ଚିନ୍ତିତ … Read more

ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟର ଙ୍କ କ୍ଷମତା ବଢ଼ାଇଲେ ସରକାର

ଭୁବନେଶ୍ୱର: ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟରଙ୍କ କ୍ଷମତା ବଢ଼ାଇଲେ ସରକାର। ଏଣିକି SC/ST ମାମଲାର ତଦନ୍ତ କରିପାରିବେ। ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା କରିପାରିବେ। ପୂର୍ବରୁ DSP ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିଲା। ଏନେଇ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ୧୯୮୯ର ପ୍ରବର୍ତ୍ତନକୁ ସୁଦୃଢ଼ ​​କରିବା ପାଇଁ, ଓଡ଼ିଶା ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛନ୍ତି। … Read more