୪୩.୮ ଡିଗ୍ରୀ ସେଲସିୟସ୍ ରେ ତାତିଲା ଭୁବନେଶ୍ୱର, ୧୭ ଟି ସହରରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କମିଲା ତାତି, ଆଉ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି | ଆଜି ୧୭ ସହରରେ ଦିନ ତାପମାତ୍ରା ୪୦° ସେଲସିୟସ୍ ଉପରେ ଥିବାବେଳେ ୪୩.୮°ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ହୋଇଛି | ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ମୁତାବକ ଭୁବନେଶ୍ୱରରେ ୪୩.୮ ଡିଗ୍ରୀ ସେଲସିୟସ୍, ପାରଳାଖେମୁଣ୍ଡିରେ ୪୨.୯ ଡିଗ୍ରୀ ସେଲସିୟସ୍, ବାରିପଦାରେ ୪୨.୬ ଡିଗ୍ରୀ ସେଲସିୟସ୍, ନୂଆପଡାରେ ୪୨.୪ ଡିଗ୍ରୀ ସେଲସିୟସ୍, କେନ୍ଦ୍ରାପଡାରେ ୪୧.୮ ଡିଗ୍ରୀ … Read more

ବିଜେଡିର ଆଉ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ଵର: ଆଜି ବିଜେଡି ତାହାର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୬ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏଥିରେ ପାଞ୍ଚ ଜଣ ବିଧାୟକ/ବିଧାୟିକା ମାନଙ୍କର ଟିକେଟ୍ କଟିଛି। ଯଦିଓ ସେଥିମଧ୍ୟରୁ ବାଙ୍ଗିରିପୋଷି ରୁ ବିଧାୟକ ସୁଦାମ ମାରାଣ୍ଡି (ଯାହାଙ୍କୁ ଚଳିତଥର ମୟୁରଭଞ୍ଜ ଲୋକସଭା ପାଇଁ ବିଜେଡି ପାର୍ଥୀ କରିଛି ) ଙ୍କ ପତ୍ନୀ ରଂଜିତା ମାରାଣ୍ଡି ଙ୍କୁ ଟିକେଟ୍ ମିଳିଛି। ଅପରପକ୍ଷରେ ବାଲିକୁଦା -ଏରସମା, ହିନ୍ଦୋଳ, ରଘୁନାଥପଲ୍ଲୀ ଏବଂ … Read more

“ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦିଙ୍କ ଗ୍ୟାରେଂଟି”- ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର: ‘ରିଫର୍ମ୍ – ପରଫର୍ମ୍ – ଟ୍ରାନ୍ସଫର୍ମ୍’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ ୫ ବର୍ଷରେ ଦେଶର ବିକାଶଯାତ୍ରାକୁ … Read more

ଓଡିଶାରେ ଗ୍ରୀଷ୍ଣ ଅବକାଶ ଏପ୍ରିଲ ୨୫ ରୁ 

ଭୁବନେଶ୍ଵର: ବୃଦ୍ଧିପାଉଥିବା ତାପମାତ୍ରାକୁ ଆଖିଆଗରେ ରଖି ଆଜି ରାଜ୍ୟ ସରକାର ଗ୍ରୀଷ୍ଣ ଅବକାଶ  ଘୋଷଣା କରିଛନ୍ତି। ସେହି ଅନୁସାରେ ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ତେବେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ତେବେ ଗ୍ରୀଷ୍ମ ଛୁଟିରେ ଶିକ୍ଷକ ଓ ଅଧିକାରୀମାନେ ଆସିବା … Read more

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ଏପ୍ରିଲ ୨୫ରେ 

ଭୁବନେଶ୍ୱର: ଓଡ଼ିଶାରେ ‘ମା, ମାଟି, ମାତୃଭାଷା, ଓଡିଆ ଅସ୍ମିତା’ର ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ନିର୍ବାଚନରେ ଲଢ଼େଇ କରିବ ଭାରତୀୟ ଜନତା ପାର୍ଟି । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା ୨୫ ତାରିଖ ଦିନ ସୋନପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ୨୫ ତାରିଖ ଅପରାହ୍ନରେ ସୋନପୁର ଜନସଭାକୁ ସମ୍ଭୋଧନ କରିବା … Read more

ବିଜେଡିର ଆଉ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା, ବଡଚଣାରୁ ବର୍ଷା..

ଭୁବନେଶ୍ଵର: ଆଜି ବିଜେଡି ତାହାର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ସମସ୍ତଙ୍କୁ ଚମକାଇ ଏଥର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ୬ ଥର ର ପୁରୁଖା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥିଙ୍କ ସ୍ଥାନରେ ଓଡ଼ିଆ ସିନେମା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଧାୟକ ପାର୍ଥୀନୀ କରିଛି। ବର୍ଷା ପ୍ରିୟଦର୍ଶିନୀଙ୍କ ଅନ୍ୟ ଏକ ପରିଚୟ ହେଲା ସେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପୂର୍ବତମ ସହଧର୍ମିଣୀ। ଅନୁଭବ ମହାନ୍ତି … Read more

ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରରେ ଅଂଗଦାନକୁ ପ୍ରୋତ୍ସାହନ 

ଭୁବନେଶ୍ୱର: ମୃତ୍ୟୁ ପରେ ବି ଜୀବନ। ଏହି ଉକ୍ତିକୁ ପାଥେୟ କରି ଅଂଗଦାନ ଭଳି ମହତ୍ କାର୍ଯ୍ୟକୁ ଅବିରତ ଭାବେ ପ୍ରୋତ୍ସାହନ ଦେଇଚାଲିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାର। ରାଜ୍ୟ ତଥା ଦେଶରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଇଲ ଖୁଂଟ ଭାବେ ଉଭା ହୋଇଥିବା ଏହି ଦୁଇ ହସ୍ପିଟାଲ ଅଂଗଦାନ ଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଉଦାହରଣ ନିୟମିତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ନିକଟରେ ଆଇଏମ୍‌ଏସ୍ ଆଣ୍ଡ … Read more

ବିଜେଡି ନିର୍ବାଚନ ଇସ୍ତାହାରରେ ମତାମତ ରଖିବା ପାଇଁ ଜନସାଧାରଣଙ୍କୁ ନିବେଦନ କଲେ ପାଣ୍ଡିଆନ

ଭୁବନେଶ୍ବର: ନିର୍ବାଚନ ସମୟରେ ସବୁ ରାଜନୈତିକ ଦଳ ସେମାନଙ୍କର ଇସ୍ତାହାର ପ୍ରକାଶ କରିଥାନ୍ତି। ସେଥିରେ ଭୋଟରଙ୍କୁ ଦଳ ତରଫରୁ ବହୁ ପ୍ରତିଶୃତି ଦିଆଯାଇଥାଏ। ସେହି ଅନୁସାରେ ଭୋଟର ସେମାନଙ୍କ ଦଳକୁ ମନୋନିତ କରିଥାନ୍ତି। ସେହିପରି ବିଜେଡି ତାହାର ଇସ୍ତାହାର ଏକ ଭିନ୍ନ ପ୍ରକାରରେ ପ୍ରସ୍ତୁତ କରିବାକୁ ଚାହିୁଁଛି। ବିଜେଡି ଏଥର ଲୋକମାନଙ୍କୁ ଇସ୍ତାହାରରେ ସେମାନଙ୍କ ମତ ରଖିବା ପାଇଁ ଆହ୍ବାନ କରିଛି। ଦଳର ନେତା ତଥା 5ଟି ଏବଂ ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜନସାଧାରଣଙ୍କୁ ନିବେଦନ … Read more

ଆଇପିଏସ୍‌ ସଂଜୟ ସିଂହଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ମଞ୍ଜୁର 

ଭୁବନେଶ୍ଵର: ୧୯୯୬ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍‌) ଅଧିକାରୀ ସଂଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍‌) ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି। ସଞ୍ଜୟ ସିଂହ ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡେପୁଟି ଡିଜି ଭାବେ ଦାୟିତ୍ୱରେ ଥିବା ବେଳେ ସେ କାହିଁକି ଭିଆରଏସ୍ ନେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ, ସଞ୍ଜୟ ସିଂହ ଓଡ଼ିଶା ପୁଲିସ୍‌ରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ କାର୍ଯ୍ୟ କରିଥିଲେ। ଏଥି ସହିତ ସେ ସେଣ୍ଟ୍ରାଲ … Read more

ଭୁବନେଶ୍ୱର ଏମ୍ସରେ ଉନ୍ନତ କୃତ୍ରିମ ମୂତ୍ର ସ୍ପିନ୍ଟର ପ୍ରତିରୋପଣ ସେବା ଆରମ୍ଭ 

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ସଫଳତାରେ ଯୋଡ଼ିହୋଇଛି  ଆଉ ନୂଆ ଫର୍ଦ୍ଦ। ଗୁଣବତ୍ତାସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରର ଖ୍ୟାତି ଅର୍ଜନ କରିଥିବା ଏହି ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନରେ ପ୍ରଥମକରି ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିନ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ଭୁବନେଶ୍ୱର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ହେବାର ଗୌରବ ଲାଭ କରିଛି। ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା … Read more