ଗ୍ରୀଷ୍ମ ଜାଲରେ ରାଜ୍ୟ, ୪୩.୬ ଡିଗ୍ରି ରେ ସିଝିଲା  ବାରିପଦା

୧୮ ଜାଗାରେ ୪୧ ଡିଗ୍ରୀ କିମ୍ବା ତତ୍ତୋଧିକ ତାପମାତ୍ରା ରେକର୍ଡ ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟରେ ସର୍ବାଧିକ ତାପମାତ୍ରା ଆଜି ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦିନରେ ରାସ୍ତାଘାଟ ଶୂନଶାନ ଦେଖାଯାଇଛି। ଲୋକେ ଗଛମୂଳ ଓ ଛାଇ’ଥିବା ସ୍ଥାନ ଆଶ୍ରୟ ଖୋଜିଛନ୍ତି। ଏଥି ସହିତର ରାଜ୍ୟରେ ଚଳିତ ସିଜିନରେ ସର୍ବାଧିକ ତାପମାତ୍ରା ଆଜି ରେକର୍ଡ କରାଯାଇଛି। ୨୯ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ଅଧିକ … Read more

ଜଟିଳ ରୋଗୀଙ୍କର ସଫଳ ଚିକିତ୍ସା ସମ୍ଭବ ହେଲା ସମ୍ ଫୁଲନଖରା କ୍ୟାମ୍ପସ୍‌ରେ 

ଭୁବନେଶ୍ୱର: ଜୀବାଣୁ ସଂକ୍ରମଣ ଯୋଗୁଁ କିଡ୍‌ନୀରେ ପ୍ରବାହ ସହ ସେପ୍‌ଟିକ୍ ସକ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଡାକ୍ତରୀ ଭାଷାରେ ପାଇଲୋନେଫ୍ରାଇଟିସ୍ ବୋଲି କୁହାଯାଇଥାଏ ସେଭଳି ଜଟିଳ ରୋଗରେ ପୀଡ଼ିତ ଥିବା ଜଣେ ରୋଗୀଙ୍କର ସଫଳ ଚିକିତ୍ସା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ ଠାରେ ହୋଇଯାଇଛି। ୪୨ ବର୍ଷୀୟ ଏହି ପୁରୁଷ ରୋଗୀ ଗତ ଏପ୍ରିଲ ୩ ତାରିଖ ଦିନ ଜ୍ୱର, ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ହସ୍ପିଟାଲ୍‌କୁ ଆସିଥିଲେ। … Read more

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଅଛି। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରାଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଫଟ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ସଂଯୋଜନା କରିଥିଲେ। ଆମ୍ବେଦକର ଜୟନ୍ତୀ ମଧ୍ୟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା … Read more

ଦଳବିରୋଧୀ କାର୍ଯ୍ୟପାଇଁ  ସୁରେଶ ରାଉତରାୟ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ଵର: କିଛିଦିନର କଲ୍ପନାଜଳ୍ପନାର ଅନ୍ତ  ଘଟିଛି।  ଆଜି କଂଗ୍ରେସରୁ ବହିଷ୍କୃତ  ହୋଇଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ଏ ନେଇ ଆଜି ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ତେବେ ଏହାକୁ ନେଇ ସୁରେଶ ରାଉତରାୟ ଦୁଃଖ ପ୍ରକାଶ କରି ନାହାଁନ୍ତି। ସେ କହିଛନ୍ତି ଯେ, ଦଳର ଏହି ନିଷ୍ପତିକୁ ସ୍ବାଗତ କରୁଛି। ହେଲେ ଦଳ ପାଇଁ ମୁଁ ଯେମିତି … Read more

ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତବାର୍ଷିକୀ ପାଳିତ

ଏହି ଅବସରରେ ସ୍ମରଣିକା ଉନ୍ମୋଚିତ ପୁରୀ: ଆଜି ଶ୍ରୀଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତ ବାର୍ଷିକୀ ପାଳିତ ହୋଇଯାଇଛି। ୧୯୨୪ ମସିହା ପବିତ୍ର ବଷିୁବ ସଂକ୍ରାନ୍ତି (ଏପ୍ରିଲ ୧୪)ରେ ପ୍ରଥମେ ଠାକୁର ନିଗମାନନ୍ଦ ନୀଳାଚଳ କୁଟୀରରେ ପ୍ରବେଶ କରିଥିଲେ। ଏହି ସ୍ମରଣୀୟ ଉତ୍ସବର ଶତକ ଜୟନ୍ତୀ ଏପ୍ରିଲ ୧୪ ତାରିଖ ଦିନ ତଦୀୟ ସ୍ମୃତି ବିଜଡ଼ିତ ବଗଲା ଧର୍ମଶାଳାରେ ପାଳନ କରାଯାଇଛି। ଗତକାଲି (ଶନିବାର) ଅଧୀବାସ ପୂଜା ଅନୁଷ୍ଠିତ ହୋଇଥିଲା। ଏହି … Read more

ଅପହଂଚ ଇଲାକା ରେ  ସ୍ୱାସ୍ଥ୍ୟ ସେବା  ପହଞ୍ଚାଇବ  ଟେଲିମେଡିସିନ୍: ଡଃ ରାମାସାମୀ କିମ୍

ଭୁବନେଶ୍ୱର: ଅପହଂଚ ଇଲାକା ଯେଉଁଠାରେ ସ୍ୱାସ୍ଥ୍ୟ ସେବା ଠିକ୍ ଭାବେ ପହଂଚିପାରୁନି ସେଠାରେ ଟେଲିମେଡିସିନ୍ ହିଁ ଜନସାଧାରଣଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବ। ଏଥି ନିମନ୍ତେ ଚିକିତ୍ସା ବିଜ୍ଞାନ (ମେଡିସିନ୍‌) ଓ ଇଞ୍ଜିନିୟରିଂ ଏକତ୍ର ହୋଇ ସମାଜର ହିତ ନିମନ୍ତେ କାର୍ଯ୍ୟ କରିବା ଉଚିତ୍ ବୋଲି ଚିକିତ୍ସା ବିଶେଷଜ୍ଞ ତଥା ଟେଲିମେଡିସିନ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ରାମାସାମୀ କିମ୍ କହିଛନ୍ତି। ଟେଲିମେଡିସିନ ସୋସାଇଟି ଅଫ୍ ଇଣ୍ଡିଆ (ଓଡ଼ିଶା ଚାପ୍‌ଟର) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) … Read more

ସମ୍ ଶିଶୁରୋଗ ଡାକ୍ତର ତିନୋଟି ନବଜାତ ଶିଶୁଙ୍କୁ ନୂଆ ଜୀବନ ଦେଲେ 

ଭୁବନେଶ୍ୱର: ଗୋଟିଏ ମା’ର ଗର୍ଭରୁ ଏକା ସାଙ୍ଗେ ଜନ୍ମଲାଭ କରିଥିବା ତିନୋଟି ଅପରିପକ୍ୱ ଶିଶୁଙ୍କୁ ଦୀର୍ଘ ଦିନର ପ୍ରଚେଷ୍ଟା ଓ ଚିକିତ୍ସା ପ୍ରଦାନ କରି ନୂଆ ଜୀବନ ଦେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍। ଏହି ସନ୍ତାନଙ୍କର ପରିବାର ବାଲୁଗାଁ ଅଂଚଳର ହୋଇଥିବା ବେଳେ ତିନି ସନ୍ତାନ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ଥିବା ଇନ୍ – ଭିଟ୍ରୋଫର୍ଟିଲାଇଜେସନ୍ (ଆଇଭିଏଫ୍‌) … Read more

ବିଜୁ ଜନତା ଦଳର ପ୍ରଥମ ଇସ୍ତାହାର କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ଵର: ଶଙ୍ଖ ଭବନରେ ବିଜେଡ଼ିର ପ୍ରଥମ ଇସ୍ତାହାର କମିଟି ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଏହି କମିଟି ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏଠାରେ ସୂଚନାଯୋଗ୍ୟ ଯେ ବିଜେଡି ନିକଟରେ ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଥିଲା। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଉପସଭାପତି ଦେବୀ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାରାଣ୍ଡି, ମଙ୍ଗଳା କିଶାନ, ପଦ୍ମନାଭ ବେହେରାଙ୍କ ସହ ମୋଟ ୭ ଜଣ ସହ ଅଧ୍ୟକ୍ଷ … Read more

ବିଜେଡ଼ିରୁ ବିଜେପିକୁ ଡେଇଁଲେ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେସିକା 

ଭୁ‌ବନେଶ୍ଵର: ଆଗାମୀ ନିର୍ବାଚନକୁ  ଆଖି ଆଗରେ ରଖି  ନେତାମାନଙ୍କ ଦଳ ଡିଆଁ  ପର୍ବର ଅନ୍ତ ଘଟୁନାହିଁ। ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା  ତଥା ବିଜେଡ଼ି ନେତା ଅପରାହ୍‌ଣରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲ, ଶ୍ରୀତମ ଦାଶ, ସମୀର ମହାନ୍ତି ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପସ୍ଥିତିରେ ଶତାଧିକ କର୍ମୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି।  ବିଜେଡି ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ମୀପୁର ସମେତ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା … Read more

ଓମ୍‌ଫେଡ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ

ଭୁବନେଶ୍ୱର: ଓଡିଶା ରାଜ୍ୟ ଦୁଗ୍ଧ ଉତ୍ପାଦନ ସମବାୟ ସମିତି ଲିମିଟେଡ୍ ବା ଓମ୍‌ଫେଡ୍ ପକ୍ଷରୁ ବିଶ୍ୱ ଛେନାପୋଡ ଦିବସ ପାଳିତ ହୋଇଯାଇଛି। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓମ୍‌ଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ। ନୟାଗଡ ଜିଲ୍ଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଛୋଟ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ ପ୍ରସ୍ତୁତ କରୁଥିବାର ପ୍ରମାଣ ରହିଛି। ତାଙ୍କରି ଜନ୍ମ ଦିନକୁ ମନେ ପକାଇବା … Read more