ରାଜଭବନରେ ପହଞ୍ଚିଲେ; କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ସହିତ ସମସ୍ତ ବିଧାୟକ

ଭୁବନେଶ୍ୱର: ସରକାରୀ ବାସଭବନରେ କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଚାଲିଥିବା ବୈଠକ ପରେ ରାଜଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିଜ ବାସଭବନରେ ପ୍ରାୟ ଦେଢଘଣ୍ଟା ଧରି ଧର୍ମେନ୍ଦ୍ରଙ୍କ ସହ ଚାଲିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ସିଧା ରାଜଭବନକୁ ଯାଇଛନ୍ତି । ଏଥିସହ କେନ୍ଦ୍ରଶିକ୍ଷାମନ୍ତ୍ରୀ ମଧ୍ୟ ରାଜଭବନକୁ ଯାଇଛନ୍ତି । ସବୁ ବିଧାୟକ ମାନଙ୍କୁ ରାଜଭବନକୁ ଆସିବା ପାଇଁ କୁହାଯାଇଛି । ଜଣକ ପରେ ଜଣେ ବିଧାୟକ ଏବେ ରାଜଭବନରେ … Read more

ଭାରତୀୟ ବାୟୁସେନା ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ୍‍ ସିଂହ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟାଫ୍‍ ସହକାରୀ ମୁଖ୍ୟ(ଶିକ୍ଷା) ଏୟାର ଭାଇସ୍‍ ମାର୍ଶାଲ୍‍ ହରଜିତ୍‍ ଏସ୍‍ ସିଦାନା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣାପତ୍ର ଅନୁସାରେ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭାରତୀୟ ବାୟୁସେନାରେ କାର୍ଯ୍ୟରତ କର୍ମଚାରୀ ଓ ସେମାନଙ୍କର ସନ୍ତାନ ସନ୍ତତି, ବାୟୁସେନାର ଭେଟରାନ୍‍ କର୍ମଚାରୀ ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ପାଇଁ କିଟ୍‍ … Read more

ଜନ ଅଭିଯୋଗ ଶୁଣାଣି ସେପ୍ଟେମ୍ବର ୧ ପାଇଁ ବନ୍ଦ ରହିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ସେପ୍ଟେମ୍ବର ୧ ତାରିଖ ଦିନ ତାଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ, ଆସନ୍ତା ଜନ ଅଭିଯୋଗ ଶୁଣାଣି ଅଧିବେଶନ, ସେପ୍ଟେମ୍ବର ୧ ତାରିଖ, ସୋମବାର ପାଇଁ ବାତିଲ୍ କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଖବର ମିଳିଛି। ସୂଚିତ କରାଯାଇଛି ଯେ, ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ … Read more

ଜାତୀୟ କ୍ରୀଡା ଦିବସ ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ାବିତଙ୍କୁ କରାଗଲା ସମ୍ବର୍ଦ୍ଧନା

କଟକ: ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଆଇପିଏସ ମେସ ସ୍ଥିତ ଆର.କେ. ପାଢ଼ୀ ମେମୋରିଆଲ ହଲ ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କ୍ରୀଡ଼ାବିତଙ୍କୁ ଉତ୍ତରୀୟ, ନଗଦ ଅର୍ଥି ରାଶି ଆଦି ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହ ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ … Read more

ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ସାତ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର: ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଅନୁଯାୟୀ, ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରୁଛନ୍ତି। ଭୁବନେଶ୍ୱର ସହିତ ମୁମ୍ବାଇ, କୋହିମା, ବିଶାଖାପାଟଣାମ୍, ଆଇଜୋଲ, ଗ୍ୟାଙ୍ଗଟକ୍ ଓ ଇଟାନଗରକୁ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବେ ରିପୋର୍ଟରେ ଦର୍ଶା ଯାଇଛି। ଗ୍ରୁପ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ସ ଆଣ୍ଡ ଆକାଡେମିସିଆନ୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ଆଜି ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚନ କରାଯାଇଛି। ଓଡ଼ିଶାର ରାଜଧାନୀ … Read more

ଦିନରେ ପ୍ରବଚକ ରାତିରେ ଚୋର ସାଜିଥିବା ଭଣ୍ଡ ଗିରଫ

ଭୁବନେଶ୍ୱର: ୟୁଟ୍ୟୁବ୍ ଚ୍ୟାନେଲ୍ ରେ ପ୍ରବଚନ ଦେଉଥିବା ଜଣେ ଭଣ୍ଡ ପ୍ରବଚକ ଗୁରୁବାର ଗିରଫ ହୋଇଛନ୍ତି । ଭରତପୁର ଥାନା ଖଣ୍ଡଗିରି ବାରି ଲୁଟ୍ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ଥାନା ଅଞ୍ଚଳର ବଡ଼ ଧରଣର ଲୁଟରେ ସଂପୃକ୍ତ ଥିଲା ଏହି ଚୋର । ଅଗଷ୍ଟ ୧୪ ରେ ହୋଇଥିଲା ଏହି ଲୁଟ । ତାଙ୍କ ନିକଟରୁ ୨ ଶହ ଗ୍ରାମ୍ ସୁନା, ୧ ଲକ୍ଷ ନଗଦ ଟଙ୍କା, ବାଇକ୍ ଓ ଲୁହା … Read more

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦି ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ୱ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ … Read more

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଲୋକସଭାର ବାଚସ୍ପତି ଓ ରାଜ୍ୟସଭାର ଉପାଧ୍ୟକ୍ଷ

ଭୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା … Read more

ଓଡ଼ିଶା ମଣ୍ଡିରେ ଛତିଶଗଡ଼ ଧାନ ବିକିଲେ ଜେଲ ଦଣ୍ଡ : କୃଷି ମନ୍ତ୍ରୀ

ଭୁବନେଶ୍ୱର:-ଛତିଶଗଡ଼ର ଚାଷୀଙ୍କ ଧାନ ଓଡ଼ିଶାର ମଣ୍ଡିରେ ବିକ୍ରି କରୁଥିବା କେହି ଧରା ପଡ଼ିଲେ କ୍ଷମା କରାଯିବ ନାହିଁ । ସିଧାସଳଖ ଜେଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ବେଳେ ମଣ୍ଡିରେ ଦଲାଲଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେଭି । ଅନେକ ସ୍ଥାନରେ ଛତିଶଗଡର ଚାଷୀଙ୍କ ଧାନକୁ ଆଣି ଓଡ଼ିଶା ମଣ୍ଡିରେ ବିକ୍ରି କରାଯାଉଥିବା ଦେଖାଯାଉଛି । ଏଥିରେ ସ୍ଥାନୀୟ ଲୋକଙ୍କ … Read more

ପିନାକୀ ମିଶ୍ରଙ୍କ ନାମ ରେ ଅଭିଯୋଗ,ତଦନ୍ତ ଆରମ୍ଭ କଲା ଗୃହ ମନ୍ତ୍ରଣାଳୟ ଓ ଇଡି

ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି। ସନ୍ଦେହଜନକ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା , ନ୍ୟୁକ୍ଲିୟର ବୁଡ଼ା ଜାହାଜ, ମିଶାଇଲ … Read more