ବିଜେଡିର ୯ଟି ବିଧାନସଭା ଏବଂ ୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା 

ଭୁବନେଶ୍ଵର- ମଧ୍ୟରୁ ଅନନ୍ତ ଜେନା, ବାଲେଶ୍ଵର ଲୋକସଭା ପାଇଁ ଲେଖାଶ୍ରୀ ଭୁବନେଶ୍ଵର: ଆଜି ବିଜେଡି ତାହାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ଏଥିରେ ଲୋକସଭା​ ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍‌ … Read more

ଗାଡିରେ କଳା କାଚ ଲାଗିଥିଲେ ଜରିମାନା ଦେବାକୁ ପଡିବ 

ଭୁବନେଶ୍ଵର: ଯଦି ଆପଣ ଭୁବନେଶ୍ବରରେ କାର ଚଳାଉଛନ୍ତି ତେବେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ହେଲା ବର୍ତ୍ତମାନ କମିଶନରେଟ ପୋଲିସ କାରରେ ଲାଗିଥିବା କଳା କାଚ ବା କଳା କୋଟିଂ ଥିଲେ ଜରିମାନା ଲାଗୁ କରୁଛି। ଆଜିଠାରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଏହି ଚଢାଉ ଆରମ୍ଭ କରାଯାଇଛି। ପୋଲିସ ତରଫରୁ କଳାକାଚ ବା କୋଟିଂ ଥିବା କାରକୁ ଅଟକାଇ ପ୍ରଥମେ ସେହି କାଚରୁ ଜରି ବା କୋଟିଂକୁ ଛଡାଉଛି। ଆପଣ ତରବରିଆ ଥିବା ବେଳେ ପୋଲିସ ରାସ୍ତାରେ ଅଟକାଇ … Read more

ଭଦ୍ରକ ପୌରପାଳିକା ପୌରାଧ୍ୟକ୍ଷା ଗୁଲମକ୍କି ହବିବ  ବିଜେଡ଼ିରେ ମିଶିଲେ 

ଭୁବନେଶ୍ୱର: ଭଦ୍ରକ ପୌରପାଳିକାର ପୌରଧ୍ୟକ୍ଷା ଗୁଲମକ୍କି ହବିବଙ୍କସମେତ ଶତାଧିକ କର୍ମୀ ଆଜି ଶଙ୍ଖଭବନ ଠାରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ଡକ୍ଟରସସ୍ମିତ ପାତ୍ର, ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ୨୦୨୨ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ ଗୁଲମକ୍କି ଦଲୱାଜି … Read more

ଓଡିଶା କଂଗ୍ରେସ ପ୍ରଚାର କମିଟି : ଭକ୍ତ ଦାସ ଅଧ୍ୟକ୍ଷ, ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ

ଭୁବନେଶ୍ଵର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ଓଡିଶା କଂଗ୍ରେସର ୫୯ ଜଣିଆ  ପ୍ରଚାର କମିଟି ତାଲିକା ପ୍ରକାଶ ପାଇଛି। ଏହି କମିଟିରେ ଭକ୍ତ ଚରଣ ଦାସ ଅଧ୍ୟକ୍ଷ ଥିବା ବେଳେ ନବଜ୍ୟୋତି ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି।  ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ କହିଛନ୍ତି ପ୍ରଚାର ତାଲିକାରେ ସୁଧାଂଶୁ ଶେଖର ଦେଓଙ୍କୁ ସଂଯୋଜକ ରଖାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, କାମାକ୍ଷା ପ୍ରସାଦ ସିଂହଦେଓ,  ନିରଂଜନ ପଟ୍ଟନାୟକ, କାହୁଁ ଚରଣ ଲେଙ୍କା, … Read more

ସମାଜରେ ବଂଚିତ ଶିଶୁମାନଙ୍କର ସୋଆ କମ୍ୟୁନିଟି ରେଡ଼ିଓ ପରିଦର୍ଶନ

ଭୁବନେଶ୍ୱର: ସାଧାରଣ ମାନର ଜୀବନଯାପନ ଅଧିକାରରୁ ବଂଚିତ ପନ୍ଦର ଜଣ ଶିଶୁ ଗତ ଶନିବାର ଦିନ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ବୁଲି ଦେଖିବା ସହ ରେଡ଼ିଓ ମାଧ୍ୟମରେ ନିଜର ଜୀବନର ଅନୁଭୂତି ବଖାଣିବା ସହ ନିଜର ଉତମ ଭବିଷ୍ୟତ ନେଇ ଆଶା ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ କୌଣସି ରେଡ଼ିଓ ଷ୍ଟେସନ୍‌କୁ ଆସି ଅଭିଭୁତ ହୋଇପଡ଼ିବା ସହ ଦୈନନ୍ଦିନ ଜୀବନରେ ସେମାନେ କିଭଳି ରାଜରାସ୍ତାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ସମ୍ମାନର ସହ ସାଧାରଣ ଜୀବନ … Read more

ସମ୍ ରେ ପାର୍କିନ୍ସନ୍ ରୋଗ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ପାର୍କିନ୍ସନ୍ ସମସ୍ୟା ଏକ ବୟସ ଜନିତ ବ୍ୟାଧି। ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଯୋଗୁଁ ଜଟିଳ ସମସ୍ୟାରେ ପରିଣତ ହୋଇଛି। ତେବେ ଉତ୍ତମ ଜୀବନଶୈଳୀ ଆପଣାଇବା ଦ୍ୱାରା ଏହି ସମସ୍ୟାକୁ ଦୂର କରିହେବ ବୋଲି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ବିଶ୍ୱ ପାର୍କିନ୍ସନ୍ ଦିବସ ପରିପ୍ରେକ୍ଷୀରେ ମଙ୍ଗଳବାର ଆୟୋଜିତ … Read more

ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ ଦିଲୀପ ରାୟ

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪  ଓ  ଓଡିଶା ବିଧାନସଭା ନିର୍ବାଚନ ରେ ପ୍ରାର୍ଥୀ  ହୋଇପାରିବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦିଲୀପ ରାୟ | ଦିଲୀପଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ ଆଉ କୋର୍ଟଙ୍କ ରହିତାଦେଶ ପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଛି | ମିଳିଥିବା ସୂଚନା ମୁତାବକ ୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ | ୩ ବର୍ଷ ଜେଲ୍‌ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା … Read more

ସାଧାରଣ ନିର୍ବାଚନ ଘୋଷଣା ହେବାର ୨୦ ଦିନ ଭିତରେ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ ୭୩,୩୭୯ଟି ଅନୁମତି ଅନୁରୋଧ ମିଳିଛି। ଏଥିମଧ୍ୟରୁ ୪୪,୬୨୬ଟି ଅନୁରୋଧ (୬୦%)କୁ ଅନୁମୋଦନ କରାଯାଇଛି। ପାଖାପାଖି ୧୧,୨୦୦ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି ଯାହାକି ପ୍ରାପ୍ତ ମୋଟ ଅନୁରୋଧର ୧୫% ଏବଂ ୧୦,୮୧୯ଟି ଆବେଦନ ଅବୈଧ କିମ୍ବା ନକଲି ହୋଇଥିବାରୁ ବାତିଲ କରାଯାଇଥିଲା। ୭ ଏପ୍ରିଲ ୨୦୨୪ ସୁଦ୍ଧା ଉପଲବ୍ଧ ବିବରଣୀ … Read more

ବିଜେଡ଼ି ମଙ୍ଗ  ଧରିଲେ ପୂର୍ବତନ ମନ୍ତ୍ରୀ ଗଣେଶ୍ଵର  ବେହେରା, ଲେଖାଶ୍ରୀ

ଭୁବନେଶ୍ଵର: ଆଜି ବିଜେଡ଼ି ମଙ୍ଗ ଧରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ଵର ବେହେରା। ଏହାକୁ ନେଇ କେନ୍ଦ୍ରାପଡି ଜିଲ୍ଲା ରାଜନୀତିରେ ବେଶ ସରଗରମ ହୋଇଛି। କାରଣ ପୂର୍ବରୁ କଂଗ୍ରେସ ନେତା ଅଂଶୁମାନ ମହାନ୍ତି, ଚିରଞ୍ଜୀବି ବିଶ୍ଵାଳ ପ୍ରମୁଖ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ଗଣେଶ୍ବର କିଛିଦିନ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଶଶିଭୂଷଣ ବେହେରା ଏବଂ ପ୍ରିୟବ୍ରତ ମାଝି ପ୍ରମୁଖ … Read more

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ସଫଳ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ସର୍ଜରୀ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫୁଲନଖରା କ୍ୟାମ୍ପସ୍‌ରେ ଏକ ଡାକ୍ତରୀ ଟିମ୍ ଅତ୍ୟାଧୁନିକ ଏଣ୍ଡୋସ୍କୋପିକ୍ ଏଣ୍ଡୋନାଜାଲ ପ୍ରକ୍ରିୟା ପ୍ରୟୋଗ କରି ଜଣେ ୧୬ ବର୍ଷୀୟ ବାଳକର ନାକରୁ ଭାସ୍କୁଲାର ଟ୍ୟୁମର ବାହାର କରିବାରେ ସଫଳ ହୋଇଛନ୍ତି। ବାଳକଟିର ନାକରେ ଏହି ଭାସ୍କୁଲାର ଟ୍ୟୁମର ସୃଷ୍ଟି ହୋଇ ତା’ର ସ୍କଲ ବେସ୍ ପର୍ଯ୍ୟନ୍ତ ଲାଗି ରହିଥିଲା ଯାହାକୁ କି ଜୁଭେନାଇଲ୍ ନାସୋଫାରିନ୍‌ଜିଆଲ ଆନ୍‌ଜିଓଫାଇବ୍ରୋମା କୁହାଯାଏ ବୋଲି ଏହି ଅସ୍ତ୍ରୋପଚାରର ନେତ୍ୱତ୍ୱ ନେଇଥିବା ହସ୍ପିଟାଲ୍‌ର ଇଏନ୍‌ଟି … Read more