ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ନୂଆପଡ଼ା ବିଧାୟକ

ନୂଆପଡ଼ା: ଚେନ୍ନାଇର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ରାଜେନ୍ଦ୍ର ଢୋଲକିଆ ଥିଲେ ପଶ୍ଚିମଓଡ଼ିଶା ରାଜନୀତିର ଜଣେ ଚର୍ଚ୍ଚିତ ଚେହାର । ନୂଆପଡ଼ାରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ସ୍ୱାଧୀନ ଭାବରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଏହା ପରେ ୨୦୦୯, ୨୦୧୯, ୨୦୨୪ରେ ବିଜେଡ଼ି ଟିକେଟ୍ ନିର୍ବାଚନ ଜିତି ବିଧାୟକ … Read more

ବାଣୀବିହାରରୁ ବାହାରିବେ ଅଣଛାତ୍ର, କ୍ୟାମ୍ପସରେ ପୋଲିସ ମୁତୟନ

ଭୁବନେଶ୍ୱର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରାବାସ ଗୁଡ଼ିକ ଉପରେ ରେଡ୍‌ କରିଛି କମିସନରେଟ୍ ପୋଲିସ। ଦିନ ୧୦.୩୦ମିନିଟ୍ ପରଠୁ ବିଭିନ୍ନ ହଷ୍ଟେଲରେ ଛାପା ମାରିବା ଆରମ୍ଭ କରାଯାଇଛି। ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର ୪ ହଷ୍ଟେଲରେ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି। ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ କରାଯାଇଛି। ବନ୍ଦ ଥିବା ହଷ୍ଟେଲ ରୁମ୍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ। ପୋଲିସ ଉପସ୍ଥିତିରେ ତାଲା … Read more

ରାଜଧାନୀରେ ନାବାଳକ ନିଖୋଜ, କରାଟେ କ୍ଲାସକୁ ଯାଇ ଆଉ ଘରକୁ ଫେରିନି ପୁଅ

ଭୁବନେଶ୍ୱର: ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୬ ବର୍ଷର ନାବାଳକ ନିଖୋଜ । ପୁଅ ଆଉ ଘରକୁ ଫେରି ନ ଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳକର ମାଆ । ନିଖୋଜ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ପିଲାଟିର କୌଣସି ଟେର୍ ପାଉନି ପୋଲିସ । ତେବେ ନାବାଳକ ଜଣକ କରାଟେ କ୍ଲାସ୍ ଯାଇଥିବାବେଳେ ଆଉ ଘରକୁ ଫେରିନଥିଲେ ବୋଲି କହିଛନ୍ତି ମାଆ । ସେପଟେ, ବିକଳ ହୋଇ ଗଳି କନ୍ଦି ଖୋଜି ବୁଲୁଛି … Read more

ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟର ବିଜେଡି ଓ ବିଜେପି ଦୁଇଦଳ ର ନେତା ଯାଇଛନ୍ତି ଦିଲ୍ଲୀ । ଗତକାଲି ବିଳମ୍ବିତ ରାତିରେ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଥିବାବେଳେ, ବିଜେଡି ନେତା ନବୀନ ପଟ୍ଟନାୟକ ଆଜି ସକାଳେ ଦିଲ୍ଲୀ ଯାଇଛନ୍ତି । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ, ଏହି ଦୁଇ ଦଳର ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଗୋଟିଏ ଦିନ ପରେ ପଡ଼ିବ ଉପରାଷ୍ଟ୍ରପତି ନିର୍ବାଚନ ଭୋଟ୍ । ଏବେ ପର୍ଯ୍ୟନ୍ତ ଏହି … Read more

ସେପ୍ଟେମ୍ବର ୨୭ରେ ହେବ ସ୍ଵତନ୍ତ୍ର OTET ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ରେ ହେବ ସ୍ବତନ୍ତ୍ର OTET ପରୀକ୍ଷା । ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ଏବେ ସେପ୍ଟେମ୍ବର ୨୭ରେ ପରୀକ୍ଷା ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟର ୭୫ ହଜାର ୪୦୩ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଓଟିଇଟି ପରୀକ୍ଷା ଦେବେ । ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ପାଇଁ ସ୍ଥଗିତ ଥିଲା OTET ପରୀକ୍ଷା । ଲିକ୍ ହୋଇଥିବା ପ୍ରଶ୍ନପତ୍ର ପ୍ରକୃତ ପ୍ରଶ୍ନପତ୍ର ସହିତ ମେଳ ଖାଇବା … Read more

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମହିଳା କମାଣ୍ଡର ମୃତ

ଭୁବନେଶ୍ୱର: ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓ କମାଣ୍ଡରର ମୃତ୍ୟୁ ହୋଇଛି। ମୃତ ମହିଳା ମାଓ କମାଣ୍ଡର ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ମୃତ ମହିଳା କମାଣ୍ଡର ହେଲା ବିମଳା ସୋଡ଼ି। ବିମଳା ପ୍ଲାଟୁନ ନମ୍ବର-୧୬ର କମାଣ୍ଡର ଥିଲା। ଏହି ଘଟଣା ନେନ୍ଦୁର ଏବଂ ଗାବାଡ଼ି ମଧ୍ୟ ଜଙ୍ଗଲରେ ଘଟିଛି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି … Read more

ଇସ୍କନ ନୀତି ଓ ପରମ୍ପରାକୁ ନମାନିଲେ ଆଇନର ଆଶ୍ରୟ ନେବୁ: ଗଜପତି ମହାରାଜ

ଭୁବନେଶ୍ୱର: ଇସ୍କନର ଅଦିନିଆ ରଥଯାତ୍ରା ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଗଜପତି ମହାରାଜା । ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଛି । ନୀତି ଅନୁଯାୟୀ ପରମ୍ପରାକୁ ପାଳନ କରିବା ପାଇଁ ଇସ୍କନକୁ ଏକ ମାସର ସମୟ ଦିଆଯାଇଛି ବୋଲି କହିଛନ୍ତି ଗଜପତି ମହାରାଜା । କିଛି ଦଶନ୍ଧୀ ହେବ ଶାସ୍ତ୍ରକୁ ଉଲଂଘନ କରି ଇସ୍କନ ପାଳନ କରିଛି ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା … Read more

୨୦ ତାରିଖ ପୂର୍ବରୁ ଶେଷ ହେବ ରାସ୍ତା ମରାମତି କାମ, ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ ଭୁବନେଶ୍ଵର ସବୁ ରାସ୍ତାଘାଟରେ ଥିବା ଖାଲଖମା ପୂର୍ଣ୍ଣ ହେବ । ରାସ୍ତା ମରାମତି ହେବ । ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେବଳ କଟକ ଓ ଭୁବନେଶ୍ଵର ନୁହେଁ, ସବୁ ମ୍ୟୁନିସିପାଲିଟି ଅଞ୍ଚଳରେ କାମ ହେବ । ମ୍ୟୁନିସିପାଲିଟି ଓ ମ୍ୟୁନିସିପାଲ କର୍ପୋରେସନ ସହ ମିଶି ଆଜିଠୁ କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱର ୫୯ ନମ୍ବର ୱାର୍ଡ ଅଫିସ୍ ଓ ଲାଇଟ୍ ହାଉସ୍ … Read more

ପିପିଲିରୁ କୋଣାର୍କ ଯାତାୟତ ପାଇଁ ‘ଗ୍ରୀନଫିଲ୍ଡ କରିଡର’କୁ ଓଡ଼ିଶା ସରକାରଙ୍କ ମଞ୍ଜୁରୀ

ପୁରୀ: ପିପିଲି ଓ କୋଣାର୍କ ମଧ୍ୟରେ ଯାତାୟାତ ସମୟକୁ ୯୦ ମିନିଟରୁ ମାତ୍ର ୩୦ ମିନିଟକୁ ହ୍ରାସ କରିବା ପାଇଁ ଏକ ବଡ଼ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର । ଶୁକ୍ରବାର ପୁରୀ ଜିଲ୍ଲାର ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଏହି ‘ଗ୍ରୀନଫିଲ୍ଡ କରିଡର’ ଯୋଜନାକୁ ଚୂଡ଼ାନ୍ତ କରାଯାଇଛି। ବୈଠକରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନ, ନିର୍ମାଣ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ। ପିପିଲି- କୋଣାର୍କକୁ ସଂଯୋଗ କରୁଥିବା … Read more

ଭରତପୁର ଅପହରଣ ଘଟଣାର ୮ ମାସରେ ପରେ, ପ୍ରେମିକ ଗିରଫ

 Share ଭୁବନେଶ୍ୱର: ଭରତପୁର ଥାନା ଅଞ୍ଚଳରୁ ଯୁବତୀ ଅପହରଣ ଏବଂ ତାପଙ୍ଗ ଖଣିରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ କମିଶନରେଟ୍ ପୋଲିସ ପର୍ଦ୍ଦାଫାସ କରିଛି । ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ଦେବାଶିଷ ବିଶୋୟୀଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ରଣପୁର ମଝିଆଖଣ୍ଡ ଅଞ୍ଚଳର ବାସିନ୍ଦା ଅଟେ । ମୃତ ଯୁବତୀ ହେଲେ ରଣପୁର ହରିପୁର ଅଞ୍ଚଳର ନିରୁପମା ପରିଡ଼ା (୨୨) । ଏ ନେଇ ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି ।ପୋଲିସ … Read more