କ୍ଷୀର ଅପମିଶ୍ରଣ ବେଳେ ପୋଲିସର ଚଢ଼ାଉ; ମିଶା ଯାଉଥିଲା ଲୁଣ, ପାଉଡର୍ ଓ କେମିକାଲ୍

ଆଠଗଡ଼: କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ପୋଲିସକଲା ଚଢ଼ାଉ । କ୍ଷୀର କରୁଥିଲେ ଭେଜାଲ୍। କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର୍‌ ଅଛନ୍ତି। ଘଟଣା ସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଗାଡିଟି ଧରାପଡ଼ିଛି। ଦଲାଲ ମାନେ ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା କୁହାଯାଇଛି … Read more

ବିଏମସି ବୈଠକରେ ହଟ୍ଟଗୋଳ;ଧାରଣାରେ ବସିଲେ କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଫିସ ସମ୍ମୁଖରେ କର୍ପୋରେଟରଙ୍କ ଧାରଣା । କର୍ପୋରେଶନ ବୈଠକ ଚାଲିଥିବା ବେଳେ ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ ୩୭ ନଂ ୱାର୍ଡ କର୍ପୋରେଟର ବନ୍ଦିତା ପାଲ । ଗତ ୩ ବର୍ଷ ହେବ କୌଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ଖବର ମିଳିଛି । କର୍ପୋରେଟର ବନ୍ଦିତା ପାଲଙ୍କ ଅଭିଯୋଗ ମୁତାବକ, ଗତ ତିନି ବର୍ଷ ହେଲା ବୈଠକ ବସୁଛି, ବିଭିନ୍ନ ଏଜେନ୍ସି ଓ କଳି … Read more

ଧର୍ମଶାଳାରେ ବିଜେପିର ଐତିହାସିକ ମହାମିଶ୍ରଣ ପର୍ବ ପାଳନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ଆସିଛି । ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଐତିହାସିକ ମହା ମିଶ୍ରଣ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଏକ ବିରାଟ ‌ଶୋଭାଯାତ୍ରାରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା। ଏଥିରେ ହଜାର ହଜାର ବିଜେପି କର୍ମୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଧର୍ମଶାଳା ବିଧାୟକ ହିମାଂଶୁ … Read more

ମାଟିରେ ମିଶିଲା ଲେଡି ନିଶା ମାଫିଆଙ୍କ ଘର

ଭୁବନେଶ୍ୱର:ଲେଡି ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର । ପୋଲିସକୁ ବେଖାତିର କରି ଶିକ୍ଷାନୁଷ୍ଠାନ ପାଖେ ବେଧଡକ ଚଳାଇଥିଲା ନିଶା କାରବାର। ନିଶା କାରବାରକୁ ସବୁଦିନ ପାଇଁ ବନ୍ଦ କରିବାକୁ ବୁଲଡୋଜର  ଚଢାଇଛି ପୋଲିସ । ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଡି ମାର୍କେଟରେ ନିଶା ମାଫିଆ ଓରଫ ଲେଡି ଡନ ସାବିତ୍ରୀଙ୍କ ଘର । ଯେଉଁଠି ବେଧଡକ ଭାବେ ଗଞ୍ଜେଇ, ଡ୍ରଗ୍ସ କାରବାର ଚାଲୁଥିଲା। କେହି କିଛି ପ୍ରତିବାଦ କଲେ ମିଛ କେସ୍ ଲଗାଇ ଜେଲ ପଠାଇଦେବ ବୋଲି … Read more

ଗୋଟିଏ ଦିନରେ ବିଜେଡ଼ି ଛାଡ଼ିଲେ ୨ ବରିଷ୍ଠ ନେତା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଦୁଇ ଜଣ ବରିଷ୍ଠ ନେତା ବିଜେଡ଼ିର ହାତ ଛାଡ଼ିଛନ୍ତି । ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ ଏବଂ ପୂର୍ବତନ ବିଧାୟକ ଲାଲ ବିହାରୀ ହିମିରିକା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଦଳରେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ଦଳର ବହୁ ବରିଷ୍ଠ ନେତା । ଏହାରି ମଧ୍ୟରେ ଦଳର ଦୁଇ ବରିଷ୍ଠ ନେତା ବିଜେଡ଼ି ଛାଡ଼ିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର … Read more

ଟ୍ରଲର ପଛରେ ପିଟିଲା ଆମ ବସ୍, ୧୪ ଆହତ ୨ ଗୁରୁତର

କଟକ: କଟକ ଜିଲ୍ଲା ଟାଙ୍ଗୀ ଥାନା ଚଟିଲୋଗଡ଼ା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ‘ଆମ ବସ୍’ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ରେ ଥିବା ୧୪ ଜଣ ଯାତ୍ରୀଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହଛି। ଖୋର୍ଦ୍ଧାରୁ କୋଲକାତା ଅଭିମୁଖେ ଯାଉଥିବା ଏକ ତେଲ ଟ୍ୟାଙ୍କରର ଏକ ଚକା ପଙ୍କଚର ହୋଇଯିବାରୁ ଏହା ଚଟିଲୋଗଡ଼ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଅଟକି ଥିଲା। … Read more

OPSC କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୂଚନା କମିଶନ

ଭୁବନେଶ୍ୱର : ଏକ ସାମ୍ପ୍ରତିକ ରାୟରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଏକ ଐତିହାସିକ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨୦୨୨ ମସିହାରେ ସହକାରୀ ଶିକ୍ଷକ ପଦବୀ ପାଇଁ ମନୋନୀତ ହୋଇ ନଥିବା ଜଣେ ପ୍ରାର୍ଥୀଙ୍କୁ ସାକ୍ଷାତକାର ମାର୍କ ପ୍ରଦାନ କରିବାକୁ ଓଡ଼ିଶା ଲୋକସେବା ଆୟୋଗକୁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ଶ୍ରୀମତୀ ମିନତୀ ରାଣୀ ମହାପାତ୍ର ଇତିହାସ ବିଷୟ ପାଇଁ ସହକାରୀ ଶିକ୍ଷକ ପଦବୀ ନିମନ୍ତେ ଆବେଦନ କରିଥିଲେ । ବିଜ୍ଞାପନ ଅନୁଯାୟୀ କ୍ୟାରିୟର … Read more

ବିଜେଡି ନେତ୍ରୀ ଶ୍ରୀମୟୀଙ୍କ “ଧୃତରାଷ୍ଟ “ପୋଷ୍ଟକୁ ନେଇ ଚାରିଆଡେ ଚର୍ଚ୍ଚା

ଭୁବନେଶ୍ୱର: ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ନିଜର ଅସନ୍ତୋଷ ଝାଡ଼ିଛନ୍ତି ଶ୍ରୀମୟୀ। ଶ୍ରୀମୟୀ ଲେଖିଛନ୍ତି, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ … Read more

ଲାଲ ହୋଇଗଲା ଚନ୍ଦ୍ର, ଆକାଶରେ ରହିଲା ୮୨ ମିନିଟ

ଭୁବନେଶ୍ୱର: ବିଶ୍ୱ ଦେଖିଲା ମହାଜାଗତିକ ଦୃଶ୍ୟ । ସଂଗଠିତ ହୋଇଛି ଦଶନ୍ଧିର ଅନ୍ୟତମ ଦୀର୍ଘପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣ ଆରମ୍ଭ ହୋଇଥିବା ବେଳେ, ରାତି ୧୧ଟା ୧ ମିନିଟରେ ପୂର୍ଣ୍ଣଗ୍ରାସ ହୋଇଛି । ରାତି ୧ଟା ୨୭ ପର୍ଯ୍ୟନ୍ତ ଇନ୍ଦୁ ପୂର୍ଣ୍ଣିମାର ଜହ୍ନ ପୃଥିବୀର ଛାଇରେ ଡାଙ୍କି ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଚନ୍ଦ୍ରଗ୍ରହଣ । ସେପଟେ ଗ୍ରହଣ ବେଳେ ଗାଢ ଲାଲ … Read more

ପିତୃପୁରୁଷଙ୍କୁ ପିଣ୍ଡଦାନର ପରମ୍ପରା ଆଜିଠୁ ଆରମ୍ଭ

ପୁରୀ: ଆଜି ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦା ତିଥି ତେଣୁ ଆରମ୍ଭ ହୋଇଛି ପିତୃପୁରୁଷଙ୍କୁ ପିଣ୍ଡଦାନ । ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଏ । ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପକ୍ଷକୁ ପିତୃପକ୍ଷ କୁହାଯାଏ । ଏହି ସମୟ ପିତୃ ଉପାସନାର ପ୍ରକୃଷ୍ଟ ସମୟ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ପିତୃପକ୍ଷ ଅବସରରେ ଆଜି ପୁରୀର ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, … Read more