ଜିଲ୍ଲାପାଳଙ୍କ ଅଫିସ ଘେ‌ରିଲେ ଆଦିବାସୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନିଜ ହକ୍ ପାଇଁ ଅସ୍ତ୍ରଶସ୍ତ୍ର ଧରି ଜିଲ୍ଲାପାଳ ଅଫିସ ଘେରାଉ କରିବା ସହ ୨୦ ଦଫା ଦାବି ନେଇ ଜିଲ୍ଲା ପ୍ରଶାସନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆପଡ଼ା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀଙ୍କ ନେତୃତ୍ୱରେ ନୂଆପଡ଼ା ପୁଲିସ ପଡିଆ ଠାରୁ ହଜାର ହଜାର ଆଦିବାସୀ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରରେ ବାହାରିଥିଲେ। ଘାସିରାମ ମାଝୀ ଛକ ଠାରେ ପୂର୍ବତନ … Read more

ସ୍ନାନବେଦିରେ ତିନି ଠାକୁର,ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ:- ମହାପ୍ରଭୁଙ୍କର ସ୍ନାନପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି। ଏଥି ପାଇଁ ଶ୍ରୀଜିଉମାନଙ୍କର ନୀତିକାନ୍ତି ଭୋର୍‌ରୁ ଆରମ୍ଭ ହୋଇଯାଇଛି। ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ପହଣ୍ଡି, ଜଳଲାଗି ଓ ହାତୀବେଶ ଆଦି ନୀତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ ଅଛନ୍ତି। ସ୍ନାନଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ସ୍ନାନଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ … Read more

ବଦଳିବ ବିଲ୍‌ଡିଂ ନିୟମାବଳୀ, ସରଳ ହେବ ପ୍ଲାନ ଆପ୍ରୁଭାଲ ପ୍ରକ୍ରିୟା

ଭୁବନେଶ୍ୱର: ବଦଳିବ ବିଲ୍‌ଡିଂ ନିୟମାବଳୀ। ଏ ନେଇ ଗୃହନିର୍ମାଣ ଏବଂ ସହରାଞ୍ଚଳ ବିକାଶର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସ୍ଥପତି ସଂଘ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍‌) ଓଡ଼ିଶା ଚାପ୍ଟର। ପୂର୍ବରୁ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହି ଆର୍କିଟେକ୍ ଚାପ୍ଟରଙ୍କୁ ପ୍ଲାନ ଦେବାକୁ କହିଥିଲେ । ଇଣ୍ଡିଆନ ଇନଷ୍ଟିଚୁ୍ୟଟ ଅଫ ଆର୍କିଟେକ୍ଟସ୍‌ (ଆଇଆଇଏ) ଓଡ଼ିଶା ଚାପ୍ଟର, ଏହାର ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନଦତ୍ତା … Read more

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ,କିଏ ପାଇଲେ କେଉଁଠି ନିଯୁକ୍ତି

ଭୁବନେଶ୍ୱର:- ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଦକ୍ଷିଣାଞ୍ଚଳ ଡିଭିଜନ-ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟର ଅତିରିକ୍ତ ଆୟୁକ୍ତ ବୀରସେନ ପ୍ରଧାନଙ୍କୁ ଆରଡିସିଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ସୁକାନ୍ତ କୁମାର ବେହେରାଙ୍କୁ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଲିପ୍ସା ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ, ସିଓନା ମିଶ୍ରଙ୍କୁ ରାଜସ୍ଵ ପର୍ଷଦ କାର୍ଯ୍ୟାଳୟ-ଭୁବନେଶ୍ୱରସ୍ଥିତ ଆଡ୍‌ସିନାଲ ରିଭିଜନ କୋର୍ଟର ଅତିରିକ୍ତ ଆୟୁକ୍ତ, ମଞ୍ଜୁଲତା ମଲ୍ଲିକଙ୍କୁ କଟକସ୍ଥିତ ଜମି ରେକର୍ଡ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଅତିରିକ୍ତ … Read more

ଶ୍ରୀମନ୍ଦିରକୁ ଫେରିଲେରାମକୃଷ୍ଣ ଦାସ ମହାପାତ୍ର

ପୁରୀ :- ମାସେ ପରେ ଶ୍ରୀମନ୍ଦିରକୁ ଫେରିଲେ ରାମକୃଷ୍ଣ ଦାସ ମହାପାତ୍ର । ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଆଜି ଦଇତାପତି ସେବା କାର୍ଯ୍ୟରେ ଯୋଗ ଦେଇଛନ୍ତି। ଶ୍ରୀଜିଉଙ୍କ ସେନାପଟା ଲାଗି ନୀତିରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ମେ’ ମାସ ୧୧ ତାରିଖରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ଯୋଗୁ ୩୦ ଦିନ ପାଇଁ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବନ‌ ହୋଇଥିଲେ । ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା। ଦୀଘା ଜଗନ୍ନାଥ … Read more

ବାରବାଟୀରେ ପୁଣି ହେବ ଅନ୍ତର୍ଜାତୀୟ ମ୍ୟାଚ୍‌

କଟକ:- ବାରବାଟୀକୁ ପୁଣି ଫେରୁଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ଏ ନେଇ ବିସିସିଆଇ ପୂର୍ବରୁ ଓସିଏ ସୂଚନା ଦେଇ ସାରିଥିବା ବେଳେ ଏବେ ବିଧିବଦ୍ଧ ଭାବେ ଖେଳସୂଚୀ ପ୍ରକାଶ କରିଛି। ଆସନ୍ତା ନଭେମ୍ବର ମାସରୁ ଦକ୍ଷିଣ ଆଫ୍ରିକା ଟିମ ଭାରତ ଭ୍ରମଣରେ ଆସିବାକୁ ଥିବା ବେଳେ ଏହି ଗସ୍ତରେ ଉଭୟ ଟିମ ମଧ୍ୟରେ ଦୁଇଟି ଟେଷ୍ଟ, ତିନୋଟି ଦିନିକିଆ … Read more

ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ(IGNOU)ର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍‌ନାଲ୍‌ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ … Read more

ଲାଞ୍ଚ ନେବା ବେଳେ ଉପ-ଜିଲ୍ଲା ପାଳଙ୍କୁ ଧରିଲା ଭିଜିଲାନ୍ସ

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପ-ଜିଲ୍ଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲ୍ଲାପାଳ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ଏହାର ପ୍ରଥମ କିସ୍ତି ଭାବେ ୧୦ ଲକ୍ଷ ଟଙ୍କା ଗ୍ରହଣ କରୁଥିବା ବେଳେ ଧରାପଡ଼ିଛନ୍ତି। ସେ ବ୍ୟବସାୟୀଙ୍କୁ ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଥିଲେ।ଘଟଣା … Read more

ନୂଆକରି ତିଆରି ହେବ ବିଧାନସଭା-ଲୋକସେବା ଭବନ

ଭୁବନେଶ୍ୱର:- ରାଜ୍ୟରେ ନୂଆକରି ନିର୍ମାଣ ହେବ ସେକ୍ରେଟେରିଏଟ୍ (ଲୋକସେବା ଭବନ) ଏବଂ ବିଧାନସଭା । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତାଙ୍କ କହିବା ମୁତାବକ, ନୂତନ ଭାବେ ଲୋକସେବା ଭବନ ଏବଂ ବିଧାନସଭାର ନିର୍ମାଣ ହେବ । ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେଣୁ ନୂଆ ପ୍ରୋଜେକ୍ଟକୁ ସଠିକ୍ ସମୟରେ ସାରିବାକୁ ସରକାର … Read more

ସାର୍ବଜନୀନ ହେଉନି ସରକାରଙ୍କ ‘ଏଆଇ ପଲିସି’

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମେ’ ୨୮ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ଏଆଇ ପଲିସି’କୁ ଅନୁମୋଦନ ମିଳିଲା । ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଏଆଇ ପଲିସି ସଂକ୍ରାନ୍ତ ପ୍ରେସ୍ ରିଲିଜ୍ ମଧ୍ୟ ଜାରି ହେଲା । କିନ୍ତୁ ଏଆଇ ପଲିସି ପ୍ରସ୍ତୁତ କରିଥିବା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ଖବର ଲେଖା ହେବାପର୍ଯ୍ୟନ୍ତ ଏଆଇ ପଲିସିକୁ ସାର୍ବଜନୀନ କରାଯାଇନାହିଁ । ବିଭାଗର ୱେବସାଇଟରେ ଏହି ‘ପଲିସି’ … Read more