ଯାଜପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଲେ ସମୀକ୍ଷା

ଯାଜପୁର: ଯାଜପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ । ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମୀକ୍ଷା କଲେ ମୁକେଶ ମହାଲିଙ୍ଗ । ରୋଗୀ ଓ ସମ୍ପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଯାଜପୁର ସାଂସଦ, ବଡ଼ଚଣା ଓ ଧର୍ମଶାଳା ବିଧାୟକ, ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ ।ଜିଲ୍ଲାରେ କାୟା ମେଲାଉଛି ଝାଡାବାନ୍ତି । ମୋଟ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକ ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର । ୭୦୦ରୁ ଅଧିକ ଆକ୍ରାନ୍ତ … Read more

ଓଡିଶା ରେ ମୋଦି କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ଼ ଶୋ

ଜୁନ 20 ରେ ଓଡିଶା ଆସିବେ ମୋଦି କରିବେ ଦେଢ଼ କିଲୋମିଟରର ବିଶାଳ ରୋଡ୍‌ ସୋ । ସେନାର ଶୌର୍ଯ୍ୟକୁ ସମ୍ମାନ ଜଣାଇବାକୁ ତ୍ରିରଙ୍ଗା ଯାତ୍ରାରେ ବି ହେବେ ସାମିଲ । ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର କରିବେ ଶୁଭାରମ୍ଭ । ୫୦ ହଜାର ହିତାଧିକାରୀଙ୍କୁ ବାଣ୍ଟିବେ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ।ମୋହନ ସରକାରଙ୍କ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଜନାର ବର୍ଷା କରିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପାଇଁ ରାଜ୍ୟ ସରକାରଙ୍କ ବଡ଼ … Read more

ରତ୍ନଭଣ୍ଡାର କାମ ଶୀଘ୍ର ସାରିବା ପାଇଁ ଏଏସ୍‌ଆଇକୁ ଚିଠି

ପୁରୀ:- ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ସଂରକ୍ଷଣ କାମ ଶୀଘ୍ର ସାରିବାକୁ ଏଏସଆଇକୁ ଚିଠି ଲେଖିଛି । ଶ୍ରୀମନ୍ଦିରର ଦୀର୍ଘମିଆଦି ସଂରକ୍ଷଣ ତଥା ସ୍ଥାପତ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତ ବର୍ଷ ରଥଯାତ୍ରା ସମୟରେ ମିଳୁଥିବା ଅବଧି ମଧ୍ୟରେ ବାକି ଥିବା ରତ୍ନଭଣ୍ଡାର କାମ ସାରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏଏସ୍ଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢୀ। … Read more

ରଜରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ରଜଛୁଟି ବାତିଲ କରିଛନ୍ତି। ଜୁନ ୧୪ରୁ ୧୬ ତାରିଖ ଯାଏଁ ଥିବା ଏହି ଛୁଟିକୁ ବାତିଲ କରାଯାଇଛି। ଛୁଟିଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ … Read more

ବାଲିଘାଟରେ ମାଇନିଂ ଅଫିସରଙ୍କୁ ବାଲିମାଫିଆଙ୍କ ଆକ୍ରମଣ

ବାଲେଶ୍ୱର: ଜଳେଶ୍ୱର ଜୁନିୟର ମାଇନିଂ ଅଫିସର ଓ ବସ୍ତା ଜୁନିୟର ମାଇନିଂ ଅଫିସରଙ୍କ ମିଳିତ ଚଢ଼ାଉ ବେଳେ ଆକ୍ରମଣ କଲେ ବାଲିମାଫିଆ । ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଧମକ ଦେଲେ । ଏ ନେଇ ମାଇନିଂ ବିଭାଗ ପକ୍ଷରୁ ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।  ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ସୁବର୍ଣ୍ଣରେଖା ନଦୀରେ ପ୍ରତ୍ୟକ ଦିନ ମାଫିଆ ମାନେ ମେସିନ ଲଗାଇ ହଜାର ହଜାର ଟ୍ରିପ୍ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରି ଆସୁଥିଲେ । ମାଇନିଂ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ ଗୁରୁବାର ବିଳମ୍ବିତ … Read more

ବୟସ୍କ, ଦିବ୍ୟାଙ୍ଗମାନଙ୍କୁ ଘରେ ନେଇ ପେନସନ ଦେବ ପ୍ରଶାସନ

ଭୁବନେଶ୍ୱର: ଓଡ଼ିଶା ସରକାର ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ହିତାଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପେନସନ୍ ଗ୍ରହଣ କରିବାକୁ ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କୁ ଘରେ ପେନସନ୍ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରନ୍ତୁ। ରାଜ୍ୟ ସରକାର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSOs) ମାନଙ୍କୁ ମଧୁ ବାବୁ ପେନସନ୍ ଯୋଜନା (MBPY) ଅଧୀନରେ ୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତି ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ୍ୱ ଅକ୍ଷମତା ଥିବା ହିତାଧିକାରୀମାନଙ୍କୁ ଘରେ … Read more

ଆଜି ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ୧ ବର୍ଷ କାର୍ଯ୍ୟକାଳ ପୂରଣ କରିଛି। ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ବିଜେପି ନିର୍ବାଚନ ଇସ୍ତାହାରର କିଛି ପ୍ରତିଶ୍ରୁତି ପୂରଣ କରିଛନ୍ତି। ତଥାପି ଆଉ କିଛି ବାକି ରହିଛି। ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଶିଳ୍ପ, କୃଷି, ଓଡ଼ିଆ ଅସ୍ମିତା ଆଦି ଅନ୍ୟାନ୍ୟ ବିଭାଗଗୁଡ଼ିକ ନିମନ୍ତେ ନୂଆ ଯୋଜନା ଓ ନିଷ୍ପତ୍ତି ନିଆଯାଇଛି। ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହୋଇଛି। … Read more

ପ୍ରଥମ ପର୍ଯ୍ୟାୟ କଟ୍‌ଅଫ୍‌ ଲିଷ୍ଟରେ ଯୁକ୍ତ ୩ ନାମ ଲେଖା ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆସିଲା ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ସର୍ବାଧିକ କଟ୍‌ଅଫ୍‌ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ ରହିଛି। ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦% କଟ୍‌ଅଫ୍‌ ମାର୍କ ରହିଥିବା ବେଳେ ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭%, ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍‌ଅଫ୍‌ ମାର୍କ ରହିଛି। ସୂଚନା ଥାଉକି, ପ୍ରଥମ ପର୍ଯ୍ୟାୟରେ ୪ଟି ରାଉଣ୍ଡ୍‌ରେ ନାମ ଲେଖାଯିବ। ଏଥିପାଇଁ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ରୁ ୧୭ତାରିଖ ମଧ୍ୟରେ ନାମଲେଖା ଫି’ ଜମା … Read more

ଘୋଷଣା ହେବ ୧୨ ନୂଆ NAC

ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କ ପାଇଁ ଅନେକ ଯୋଜନା ନେଇ ଆସୁଛନ୍ତି ସରକାର । ଏହା ଭିତରେ ବହୁ ପ୍ରତିକ୍ଷିତ ଏନଏସି ଘୋଷଣା କରିବାକୁ ଯୋଜନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୨ରୁ ଅଧିକ ଏନଏସି ଘୋଷଣା ହେବ । ଆସନ୍ତୁ ନଜର ପକାଇବା, ତାଲିକାରେ ଥିବା କିଛି ଏନଏସସି ଉପରେ । ପାଲଲହଡ଼ା, ଧୁଷୁରୀ, ତିହିଡ଼ି, ସାଲେପୁର, ଚିତ୍ରଡ଼ା, ବେତନଟୀ ସହ ଆଉ ଦାବି ହେଉଥିବା କିଛି ଅଞ୍ଚଳ ଏହି ତାଲିକାରେ ସାମିଲ ହେବ … Read more

ସ୍ତଗିତ ରହିଲା ଆକ୍ସମ-୪ର ଉତ୍‌କ୍ଷେପଣ

ନୂଆଦିଲ୍ଳୀ: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌) ୧୪ ଦିନିଆ ବିଜ୍ଞାନ ଅଭିଯାନରେ ଆସୁଥିବା ଆକ୍ସମ୍-୪ ମିସନ୍‌ର ୪ ମହାକାଶଚାରୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ରହିଥିବା ବେଳେ ଆକ୍ସମ୍-୪ ମିସନ୍‌ର ଉତ୍‌କ୍ଷେପଣକୁ ଏବେ ସ୍ତଗିତ ରଖାଯାଇଛି। ଏହି ଖବର ‌ସ୍ପେସ୍‌ ଏକ୍ସର ଏକ୍ସ ପୋଷ୍ଟ୍‌ରେ ନିଶ୍ଚିତ କରାଯାଇଛି। ପୋଷ୍ଟ-ଷ୍ଟାଟିକ୍ ଫାୟାର ବୁଷ୍ଟର ଯାଞ୍ଚ ସମୟରେ ତରଳ ଅମ୍ଳଜାନ (LOx) ଲିକ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଲିକ୍ ମରାମତି କରିବା ପାଇଁ ସମୟ ଲାଗିବ। ମରାମତି … Read more