May 31, 2026 12:07 am

ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାମରା ତହସିଲଦାର

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଧରାପଡ଼ିଲେ ବାମରା ତହସିଲଦାର ଅଶ୍ବିନୀ ପଣ୍ଡା । ସେ ୨୦୧୯ ବର୍ଷର ଓଏଏସ ଟପ୍ପର ।୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଛନ୍ତି । ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଥିବା ପ୍ରବିନ କୁମାରଙ୍କୁ ଅଟକ ରଖି ସମ୍ବଲପୁରକୁ ନେଇଛି ଭିଜିଲାନ୍ସ। ଜମି ପଟ୍ଟା ମ୍ୟୁଟେସନ୍ ଓ କିସମ ପରିବର୍ତ୍ତନ ପାଇଁ ନେଉଥିଲେ ଲାଞ୍ଚ । ସୂଚନା ଅନୁଯାଇ, ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ। ଉକ୍ତ କାର୍ଯ୍ୟ କରିବା ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଭିକି ନାଏକ ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ପୂର୍ବ ଯୋଜନା ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ତହସିଲଦାରଙ୍କ ଡ୍ରାଇଭର ପ୍ରବିନ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ପାଇଁ ୧୫ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାକୁ ଧରିଥିଲେ l