ବିଦେଶ ଗସ୍ତ ସାରି ଭାରତ ଫେରୁଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶକୁ ଗସ୍ତ କରିଥିଲେ । ଅପରେସନ ସିନ୍ଦୂରର ସଫଳତା ଏବଂ ପାକିସ୍ତାନର ଆତଙ୍କୀ ପ୍ରୀତି ନେଇ ସାରା ବିଶ୍ୱ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବିଭିନ୍ନ ପ୍ରତିନିଧି ମଣ୍ଡଳୀ ଦେଶ ଦେଶ ବୁଲି ଆତଙ୍କବାଦ ବିରୋଧରେ ସ୍ୱର ଉଠାଇଥିଲେ ଏବଂ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ବିଶ୍ୱ ସ୍ତରରେ ପାକିସ୍ତାନକୁ ଘେରିବାକୁ ଭାରତର ଏହି ଯୋଜନା କେତେ ଫଳପ୍ରଦ ହେଲା … Read more

ଯୁଦ୍ଧବିରତି କୁ ନେଇ ରାହୁଲ ଗାନ୍ଧୀ ଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ବର୍ତ୍ତମାନ ଶାନ୍ତିର ବାତାବରଣ ରହିଛି। ଭାରତୀୟ ସଶସ୍ତ୍ର ବାହିନୀ ପ୍ରଥମେ ଅପରେସନ ସିନ୍ଦୂର କରି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଏବଂ ପରେ ପାକିସ୍ତାନୀ ସେନାକୁ ମଧ୍ୟ । ଏହା ପରେ ପାକିସ୍ତାନର ଆବେଦନରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ତଥାପି କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଯୁଦ୍ଧବିରତିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଏକ ବଡ଼ ଆକ୍ରମଣ … Read more

ଗୁପ୍ତଚରକୁ ଗିରଫ କଲା ପୁଲିସ୍‌:ଆଇଏସ୍‌ଆଇ କୁ ଦେଉଥିଲେ ତଥ୍ୟ

ଲୁଧିଆନା: ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ଏବଂ ଶୀର୍ଷ ଖଲିସ୍ତାନୀ ଆତଙ୍କବାଦୀ ଗୋପାଳ ସିଂହ ଚାୱଲାଙ୍କ ସହ ଦୃଢ଼ ସମ୍ପର୍କ ଥିବା ଜଣେ ଅଭିଯୁକ୍ତ ଗୁପ୍ତଚରଙ୍କୁ ମଙ୍ଗଳବାର ଦିନ ପଞ୍ଜାବ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ବର୍ଷ ବର୍ଷ ଧରି ସୀମା ସେପାଖରେ ଥିବା ଏଜେଣ୍ଟମାନଙ୍କ ସହିତ ସେନା ଗତିବିଧି ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ଆସୁଥିଲା। ଯେଉଁଥିରେ ‘ଅପରେସନ ସିନ୍ଦୂର’ ମଧ୍ୟ ସାମିଲ ଅଛି। ଅଧିକାରୀମାନେ କହିଛନ୍ତି ଯେ ଗିରଫ ଅଭିଯୁକ୍ତ ଗଗନଦୀପ ସିଂହ … Read more

ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ,ଏନଆଇଏ ର ରେଡ

ନୂଆଦିଲ୍ଲୀ: ପାକିସ୍ତାନ ଲାଗି ଗୁଇନ୍ଦାଗିରି ସନ୍ଦେହରେ ୮ ରାଜ୍ୟର ୧୫ଟି ସ୍ଥାନରେ ଏନଆଇଏ ରେଡ। ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗର ଏକାଧିକ ସ୍ଥାନରେ ଚାଲିଛି ଚଢାଉ। ରେଡରୁ ଅନେକ ଇଲେକ୍ଟୋନିକ୍ସ ସାମଗ୍ରୀ ସହ ଦସ୍ତାବିଜ ଜବତ ହୋଇଛି। ରେଡରୁ NIA ଇଲେକ୍ଟ୍ରୋନିକ୍ ଡିଭାଇସ୍, ସମ୍ବେଦନଶୀଳ ଅର୍ଥ କାରବାର ଡକ୍ୟୁମେଣ୍ଟ୍ ଏବଂ ଅନ୍ୟାନ୍ୟ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଭାରତ ବିରୋଧୀ ଆତଙ୍କବାଦ ଷଡ଼ଯନ୍ତ୍ରକୁ ନେଇ ଚାଲିଛି ଯାଞ୍ଚ। ଜଣେ CRPF … Read more

୬୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ,  ୧୪ ପାକିସ୍ତାନୀ ଗିରଫ

ନୂଆଦିଲ୍ଲୀ: ଗୁଜୁରାଟ ଉପକୂଳବର୍ତ୍ତୀ ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା ରେଖା ନିକଟରେ ଭାରତୀୟ ତଟରକ୍ଷୀ ବାହିନୀ ପ୍ରାୟ ୮୦ କିଲୋଗ୍ରାମ ଡ୍ରଗ୍ସ ସହିତ ୧୪ ଜଣ ପାକିସ୍ତାନୀ ନାଗରିକଙ୍କୁ ଧରିଛନ୍ତି। ଏହି ଅପରେସନ୍ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏବଂ ଗୁଜୁରାଟ ଏଟିଏସ୍ ସହିତ ମିଳିତ ଅପରେସନରେ କରାଯାଇଛି। ଗତ କିଛି ଦିନ ହେବ ଗୁପ୍ତଚର ଇନପୁଟ୍ ଆଧାରରେ ଏଜେନ୍ସିଗୁଡ଼ିକ ଦ୍ୱାରା ଏହି ଅପରେସନ୍ ଚାଲିଥିଲା। ଇଣ୍ଡିଆନ କୋଷ୍ଟଗାର୍ଡ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ, “ଗୁଜୁରାଟ ଏଟିଏସ ଏବଂ … Read more

ଭାରତ ଗସ୍ତକୁ ନା ନା, ଚାଇନାରେ ଏଲୋନ୍ ମସ୍କ

ନୂଆଦିଲ୍ଲୀ: ଟେସଲା ସିଇଓ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ ଏଲୋନ୍ ମସ୍କ ଆଜି ଚୀନ ଗସ୍ତ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଠାରୁ ଖବର ରଖୁଥିବା ଲୋକଙ୍କଠାରୁ ଏହି ସୂଚନା ମିଳିଛି। ଏଠାରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଲୋନ୍ ମସ୍କଙ୍କ ଚୀନ୍ ଗସ୍ତ ଏମିତି ଏକ ସମୟରେ ହେଉଛି, ଯେତେବେଳେ ସେ କିଛି ଦିନ ପୂର୍ବରୁ ଭାରତ ଗସ୍ତକୁ ସ୍ଥଗିତ ରଖିଥିଲେ। ସେ କହିଥିଲେ ଯେ, ଟେସଲା ର କାମ ହେତୁ ସେ … Read more

ବିଶ୍ଵର ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ଭାରତରେ 

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ୨୦୨୪ ମସିହା ହେଉଛି ସମଗ୍ର ବିଶ୍ଵ ପାଇଁ  ନିର୍ବାଚନର ବର୍ଷ। କାରଣ ବିଶ୍ଵର ପ୍ରାୟ ୭୦ରୁ ୮୦ଟି ଦେଶରେ ଏବର୍ଷ ନିର୍ବାଚନ ହେଉଛି । ନିର୍ବାଚନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି ଆମେରିକା, ରୁଷ, ବ୍ରିଟେନ, ଅଷ୍ଟ୍ରେଲିଆ, ଇସ୍ରାଏଲ, ଇରାନ, ପାକିସ୍ତାନ, ବାଂଲାଦେଶ, ଫ୍ରାନ୍ସ,, ବ୍ରାଜିଲ, ଇଣ୍ଡୋନେସିଆ ଇତ୍ୟାଦି । କିନ୍ତୁ ସବୁଠାରୁ ମହଙ୍ଗା ନିର୍ବାଚନ ହେଉଛି ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର ଭାରତରେ । ଲୋକସଭା ନିର୍ବାଚନ ୨୦୨୪ ପୂର୍ବ … Read more

ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ହଂକଂ ର ପ୍ରତିବନ୍ଧକ  

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ହଂକଂ ସରକାର ଲୋକପ୍ରିୟ ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟ ମସଲା ଉପରେ ପ୍ରତିବନ୍ଧକ ଲଗାଇଛି । କାରଣ ଏହି କମ୍ପାନିର କିଛି ମସଲାରେ ଏଥିଲିନ ଅକ୍ସାଇଡ ମିଶିଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ବଜାରରୁ ଏମଡିଏଚ ଏବଂ ଏଭରେଷ୍ଟ ମସଲା ହଟାଇ ନେବାକୁ ଖାଦ୍ୟ ନିରାପତ୍ତା କେନ୍ଦ୍ର ନିର୍ଦ୍ଦେଶ ଦେଇଛି। କିନ୍ତୁ ଏନେଇ ଭାରତରେ କୌଣସି ପ୍ରତିବନ୍ଧକ ଲାଗୁ କରାଯାଇ ନାହିଁ। ଖାଦ୍ୟ ନିରାପତ୍ତା କେନ୍ଦ୍ର ପକ୍ଷରୁ ପ୍ରକାଶ, “‌ ଏମଡିଏଚ … Read more

ଇଡି ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସରଙ୍କୁ ବାନ୍ଧିଲା 

ରାୟପୁର: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅନୀଲ ତୁଟେଜାଙ୍କୁ ଗିରଫ କରିଛି। ୨୦୦୩ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ ଶନିବାର ରାୟପୁରସ୍ଥିତ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)/ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କାର୍ଯ୍ୟାଳୟରୁ ଗିରଫ କରିଛି ଫେଡେରାଲ ଏଜେନ୍‌ସି। ଯେଉଁଠାକୁ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ପୁଅ ୟଶ ଟୁଟେଜା ସମାନ ମାମଲାରେ ବୟାନ ରେକର୍ଡ କରିବାକୁ ଯାଇଥିଲେ।ପରେ ଆଇଏଏସ୍‌ ଅଧିକାରୀଙ୍କୁ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ବ୍ୟବସ୍ଥା ଅନୁଯାୟୀ … Read more

ସାଧାରଣ ନିର୍ବାଚନ ୨୦୨୪: ପ୍ରଥମ ପର୍ଯ୍ୟାୟରେ ୬୦ ପ୍ରତିଶତ  ମତଦାନ

ଦେଶର ୬ ଟି ଜିଲ୍ଲାରେ  ଭୋଟ ବର୍ଜନ  ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ – ୨୦୨୪ ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି । ଦେଶରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ହାରାହାରି ୬୦.୦୩ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ତେବେ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ ଏପରି ୬ଟି ଜିଲ୍ଲା ଅଛି ଯେଉଁଠାରେ ଜଣେ ମଧ୍ୟ ଭୋଟର ଭୋଟ ଦେବାକୁ ଆସିନଥିଲେ । ପୂର୍ବ ନାଗାଲାଣ୍ଡର ଏହି ୬ଟି ଦିଲ୍ଲାରେ ଖୋଲାଯାଇଥିବା ମତଦାନ କେନ୍ଦ୍ରଗୁଡ଼ିରେ ମତଦାନ … Read more