G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

କାନାଡ଼ା:- ଭାରତ-କାନାଡା ସମ୍ପର୍କରେ ଆସିବ ସୁଧାର । G7 ଶିଖର ସମ୍ମିଳନୀରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାନାଡାର ନବନିର୍ବାଚିତ ପିଏମ ମାର୍କ ଜେ କାର୍ଣ୍ଣିଙ୍କ ନିମନ୍ତ୍ରଣ । ଚଳିତ ମାସ ଶେଷ ସପ୍ତାହରେ କାନାଡାର କାନାନାସ୍କିସ ସହରରେ ଆୟୋଜନ ହେବାକୁ ଯାଉଛି G7 ଶିଖର ସମ୍ମିଳନୀ । G7 ବୈଠକରେ ଯୋଗଦେବାକୁ କାନାଡ଼ା ପିଏମଙ୍କ ନିମନ୍ତ୍ରଣ ସ୍ବୀକାର କରିବା ସହ ନିର୍ବାଚନରେ ବିଜୟ ପାଇଁ ମାର୍କ ଜେ କାର୍ଣ୍ଣିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ଫୋନରେ … Read more

ଅମରନାଥ ଯାତ୍ରା ପାଇଁ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନିକଟରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ସୁରକ୍ଷା ବାହିନୀ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ୨୦୨୫ ଅମରନାଥ ଯାତ୍ରା ପାଇଁ ସବୁଠାରୁ ଅଧିକ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ ଅମରନାଥ ପୀଠ ସ୍ଥଳ ଅଭିମୁଖେ ୨ଟି ରାସ୍ତାରେ ପାଖାପାଖି ୫୦ … Read more

ବାଂଲାଦେଶ ନିର୍ବାଚନ କୁ ନେଇ ୟୁନୁସ ସରକାର ଙ୍କ ବଡ଼ ଘୋଷଣା

ଢାକା :- ବାଂଲାଦେଶରେ ଶେଖ ହାସିନାଙ୍କ ବିଦ୍ରୋହ ପରେ ଆନ୍ତରୀଣ ସରକାରଙ୍କ ଶାସନ ଜାରି ରହିଛି। ମାତ୍ର ଏହାରି ଭିତରେ ବାଂଲାଦେଶ ୟୁନୁସ ସରକାର ନିର୍ବାଚନ ନେଇ ବଡ଼ ଘୋଷଣା କରିଛନ୍ତି। ଦେଶକୁ ସମ୍ବୋଧିତ କରି ୮୪ ବର୍ଷୀୟ ନୋବେଲ ଶାନ୍ତି ପୁରସ୍କାର ବିଜେତା ୟୁନୁସ କହିଛନ୍ତି, “ମୁଁ ଦେଶର ନାଗରିକମାନଙ୍କୁ ଘୋଷଣା କରୁଛି ଯେ ୨୦୨୬ ଏପ୍ରିଲ ପ୍ରଥମ ପକ୍ଷରେ ଯେକୌଣସି ଦିନ ନିର୍ବାଚନ ଅନୁଷ୍ଠିତ ହେବ।” ଇଦ-ଉଲ-ଆଜହା ଅବସରରେ ଟିଭିରେ ଦେଶକୁ ସମ୍ବୋଧିତ କରିବା … Read more

ରଦ୍ଦ ହୋଇନି ସିମଲା ଚୁକ୍ତି

ଇସ୍ଲାମାବାଦ : ଦୁଇ ଦିନ ତଳେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଥିଲେ ଯେ ଭାରତ ସହ ସ୍ୱାକ୍ଷରିତ ସିମଲା ଚୁକ୍ତି ଏକ ମୃତ ଦଲିଲ ହୋଇଯାଇଛି । ଏହା ସହିତ ଦୁଇ ଦେଶ ୧୯୪୮ର ସ୍ଥିତିକୁ ଫେରିଯାଇଛନ୍ତି, ଯେତେବେଳେ ଜାତିସଂଘ ନିୟନ୍ତ୍ରଣ ରେଖାକୁ ଯୁଦ୍ଧ ବିରତି ରେଖା ଭାବେ ଘୋଷଣା କରିଥିଲା । କିନ୍ତୁ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ତାଙ୍କର ଏହି ବୟାନକୁ ଖାରଜ କରିଦେଇଛି । ସିମଲା ଚୁକ୍ତି ସମେତ ଭାରତ ସହ … Read more

ଉପରମୁହାଁ କରୋନା ଗ୍ରାଫ୍

ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ୍ । ବଢ଼ୁଛି କୋଭିଡ ସଂକ୍ରମଣ। ୫ ହଜାର ଟପିଲା ଆକ୍ଟିଭ କେସ୍। ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍। ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ। ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ମୋଟ ୨୩ ସଂକ୍ରମିତ ଚିହ୍ନଟ ହେଲେଣି। ଗତକାଲି ୫ ଜଣ ଚିହ୍ନଟ ହୋଇଛନ୍ତି। କେରଳରେ … Read more

ରେପୋ ରେଟରେ ହ୍ରାସ, ଘୋଷଣା କଲା ଆରବିଆଇ

ନୂଆଦିଲ୍ଲୀ: ଆଜି ଲଗାତାର ତୃତୀୟ ଥର ପାଇଁ ରେପୋ ହାର ହ୍ରାସ କରି ଭାରତୀୟ ରିଜର୍ଭ ବ୍ୟାଙ୍କ କୋଟି କୋଟି ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି । ଏଥର ଆରବିଆଇ ସିଧାସଳଖ ରେପୋ ହାରକୁ ୦.୫%  ପ୍ରତିଶତ ହ୍ରାସ କରିଛି । ଜୁନ୍ ୪, ବୁଧବାର ଦିନ ଆରମ୍ଭ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକର ଆଜି ଶେଷ ଦିନ ଥିଲା ।  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଶୁକ୍ରବାର ରେପୋ … Read more

ବେଙ୍ଗାଲୁରୁ ଦଳାଚକଟା ମାମଲା : RCB ମାର୍କେଟିଂ ହେଡ୍ ସମେତ ୪ ଗିରଫ

ନୂଆଦିଲ୍ଲୀ: ବେଙ୍ଗାଲୁରୁ ଦଳାଚକଟା ମାମଲାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । RCB ମାର୍କେଟିଂ ହେଡ୍ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମାର୍କେଟିଂ ମୁଖ୍ୟ ନିଖିଲ ସୋସଲେଙ୍କୁ ଏୟାରପୋର୍ଟରୁ ଗିରଫ କରିଛି ପୋଲିସ । ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରେ RCBର ବିଜୟ ପରେଡ୍ ପୂର୍ବରୁ ହୋଇଥିବା ଦଳାଚକଟା ମାମଲାରେ ପୋଲିସର ପ୍ରଥମ ଗିରଫଦାରୀ । ତିନି … Read more

ବିବାହକୁ ନେଇ ମହୁଆଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ଗୁରୁବାର ଦିନ ବିଭିନ୍ନ ମିଡିଆରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ସହିତ ବିଜେଡି ଏମପି ପିନାକୀ ମିଶ୍ରଙ୍କ ବିବାହର ଅନେକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋ ଏବଂ ବିବାହ ଖବର ଉପରେ ମହୁଆ କିମ୍ବା ପିନାକୀଙ୍କ ଦ୍ୱାରା କୌଣସି ସରକାରୀ ବିବୃତ୍ତି ଦିଆଯାଇ ନାହିଁ। ହେଲେ, ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ, ମହୁଆ ମୋଇତ୍ରା ପିନାକୀ ମିଶ୍ରଙ୍କ ସହିତ ତାଙ୍କ ବିବାହ ଖବରକୁ ନିଶ୍ଚିତ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଆପଣଙ୍କ … Read more

ଅଯୋଧ୍ୟାରେ ରାମ ଦରବାରର ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ : ଆଜି ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି। ୨୧ ଟି ନଦୀର ପବିତ୍ର ଜଳରେ ଶ୍ରୀରାମଙ୍କୁ ଅଭିଷେକ କରାଯାଇଛି। ରାମମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ଏବଂ ଅନ୍ୟାନ୍ୟ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକର ଅଭିଷେକ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କ ଦର୍ଶନ କରିଛନ୍ତି। ଗତ ବର୍ଷ ଜଆନୁଆରୀ ୨୨ରେ ରାମ ଜନ୍ମଭୂମିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଗୁରୁବାର ଦ୍ଵିତୀୟ ପ୍ରାଣ ପ୍ରତିଷ୍ଠାରେ ପ୍ରଭୁ … Read more

ମାର୍ଚ୍ଚ ୨୦୨୭ରୁ ହବ ଜନଗଣନା

ନୂଆଦିଲ୍ଲୀ: ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଭିତ୍ତିକ ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସୂଚନା ଅନୁଯାୟୀ, ସମଗ୍ର ଦେଶରେ ଜାତିଗତ ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରୁ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଜନଗଣନା ଆରମ୍ଭ ହେବ l ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ ଏବଂ ଏଥିରେ ସାରା ଦେଶର ପୁରୁଷ ଏବଂ … Read more