ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ -ଟିଆରଏଫକୁ ଫରେନ୍ ଟେରରିଷ୍ଟ ଅର୍ଗାନାଇଜେସନ୍ ଘୋଷଣା କଲା ଆମେରିକା ବୈଦେଶିକ ବିଭାଗ। ଏହା ସହ ଟିଆରଏଫକୁ ସ୍ପେସିଆଲି ଡେଜିଗନେଟେଡ୍ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରଥମେ ନିଜକୁ ଦାୟୀ କରିଥିଲା ଟିଆରଏଫ। ଆତଙ୍କବାଦୀ ସଂଗଠନ ଟିଆରଏଫ ଭାରତରେ, ଲସ୍କର-ଏ-ତୋଏବାର ପ୍ରତିନିଧିତ୍ବ କରୁଛି। ଆତଙ୍କୀ ସମୂହ ଲସ୍କର-ଏ-ତୈଏବାର ମୁଖା ପିନ୍ଧା ସଂଗଠନ ହେଉଛି ଟିଆର୍ଏଫ। ଏହି ସଂଗଠନ ଜମ୍ମୁକାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଘଟାଇଥାଏ। ପହଲଗାମର ବୈସରନ ଘାଟିରେ ଏପ୍ରିଲ ୨୨ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ୨୬ ନୀରିହ ଜୀବନ ନେଇଥିଲେ। ଟିଆରଏଫ୍କୁ ଆତଙ୍କୀ ସଂଗଠନ ଘୋଷଣା ଭାରତ ପାଇଁ ଏକ କୂଟନୈତିକ ବିଜୟ ହୋଇଛି।
ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି,ଆଇଏଲଏ ଧାରା ୨୧୯ ଆଧାରରେ ଆଇଏନଏ ଏବଂ କାର୍ଯ୍ୟନିର୍ବାହୀ ଆଦେଶ ୧୩୨୨୪ ଅନୁସାରେ ଟିଆରଏଫକୁ ଆତଙ୍କୀ ସଂଗଠନ ଘୋଷଣା ହୋଇଛି। ଟିଆରଏଫ୍ ପହଲଗାମରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଯେଉଁଥିରେ ୨୬ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ୨୦୦୮ରେ ଲସ୍କର ଦ୍ୱାରା ହୋଇଥିଲା ମୁମ୍ବାଇ ହମଲା ପରେ ଭାରତୀୟଙ୍କ ଉପରେ ଏହାଥିଲା ସବୁଠୁ ବଡ଼ ହମଲା । ଭାରତୀୟ ସୁରକ୍ଷା ବଳଙ୍କ ଉପରେ ହୋଇଥିବା ଅନେକ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଟିଆରଏଫ୍।”









