ମମତାଙ୍କ ଦାବି ୨୨୬ରୁ ଅଧିକ ଆସନରେ ଜିତିବ ଟିଏମସି

ପଶ୍ଚିମବଙ୍ଗ: ମତଦାନ ପରେ ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ ରିପୋର୍ଟ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମମତା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡ଼ିଓ ଜାରି କରି ତୃଣମୂଳ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଏବଂ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ସଂଘର୍ଷ କରି ସମସ୍ତ ଅନୁକୂଳ ପରିସ୍ଥିତିରେ ସାମ୍ନା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦାବି କରିଛନ୍ତି ଯେ ଟିଏମସି ୨୨୬ରୁ ଅଧିକ … Read more

ମତଦାନ ଶେଷ ହେବାପରେ ପ୍ରକାଶ ପାଇଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ନୂଆଦିଲ୍ଲୀ:କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ଆସାମରେ ଭାଜପା ବିଜୟୀ ହେବ ବୋଲି ଅନେକ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରିଥିବାବେଳେ ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ୪ଟି ଏକ୍‌ଜିଟ୍‌ ପୋଲ୍‌ ଭାଜପା ସପକ୍ଷରେ ଯାଇଥିବାବେଳେ ୨ଟି ଟିଏମ୍‌ସି ବିଜୟୀ ହେବ ବୋଲି କହିଛନ୍ତି। … Read more

ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ ସାମିଲ ହୋଇଥିବା ସମସ୍ତ ସାଂସଦଙ୍କୁ ନେଇ ନୋଟିଫିକେସନ ଜାରି ହୋଇଛି । ଏମାନେ ସମସ୍ତେ ବିଜେପିର ବୋଲି କୁହାଯାଇଛି, ଯାହାପରେ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା ବଢି ୧୧୩ରେ ପହଞ୍ଚିଛି । ଆପ୍ ସାଂସଦ ସଂଜୟ … Read more

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଘୋଷଣା

ପଶ୍ଚିମବଙ୍ଗ: ମୋଦୀ ବନଗାଓଁରେ ଏକ ସାଧାରଣସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରେ, ତେବେ ଚାଷୀମାନଙ୍କୁ ଦିଆଯାଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ରାଶିକୁ ୯,୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଯାହା ବର୍ତ୍ତମାନ ଦେଶବ୍ୟାପୀ ବାର୍ଷିକ ୬,୦୦୦ ଟଙ୍କା ରହିଛି । ପ୍ରତି ଚାରି ମାସରେ ୨,୦୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ମୋଦୀ ମହିଳାମାନଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । … Read more

ୱାଶିଂଟନରେ ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କାର୍ଯ୍ୟକ୍ରମରେ ଆଖିବୁଜା ଗୁଳିମାଡ଼ ହୋଇଛି । ୱାଶିଂଟନ ଡିସିରେ ଆୟୋଜିତ ‘ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଡିନର’ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି । ତେବେ ସିକ୍ରେଟ ସର୍ଭିସ ଏଜେଣ୍ଟଙ୍କ ତତ୍ପରତା ଯୋଗୁଁ ଟ୍ରମ୍ପ ସୁରକ୍ଷିତ ଉଦ୍ଧାର ପାଇଛନ୍ତି । ଘଟଣା ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ, ଟ୍ରମ୍ପ ଓ ଅନ୍ୟ ଅତିଥିମାନେ ହୋଟେଲର ବଲ୍‌ରୁମ୍‌ରେ ଥିବା ସମୟରେ ହଠାତ୍ ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ … Read more

ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କଲା RBI

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ ର ବ୍ୟାଙ୍କିଂ ଲାଇସେନ୍ସ ବାତିଲ କରିଦେଇଛି RBI । ଆରବିଆଇ କହିଛି, ଏବେ ଏହି ବ୍ୟାଙ୍କ କୌଣସି ପ୍ରକାରର ବ୍ୟାଙ୍କିଂ ସେବା ଦେଇପାରିବନାହିଁ lଆବିଆଇର ସୂଚନା ଅନୁସାରେ, ପେଟିଏମ ପେମେଣ୍ଟ ବ୍ୟାଙ୍କ ନିୟମଗୁଡ଼ିକୁ ଠିକ୍ ଭାବରେ ପାଳନ କରୁନାହିଁ। ତେଣୁ ଗ୍ରାହକଙ୍କ ହିତ ଓ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ତେବେ ଗ୍ରାହକଙ୍କ ଟଙ୍କା ଓ ସେବା ଉପରେ କୌଣସି ନକାରାତ୍ମକ ପ୍ରଭାବ ପଡ଼ିବାକୁ ଦିଆଯିବ ନାହିଁ। ଆରବିଆଇ କହିଛି, … Read more

CUET ଜାରି କଲା ପିଜି ଏଣ୍ଟ୍ରାନ୍ସ ରେଜଲ୍ଟ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) CUET PG ୨୦୨୬ର ଫଳାଫଳ ପ୍ରକାଶ କରିଛି। ଫଳାଫଳ ସହିତ, NTA ପ୍ରାର୍ଥୀମାନଙ୍କର ବ୍ୟକ୍ତିଗତ ସ୍କୋର ମଧ୍ୟ ପ୍ରକାଶ କରିଛି। CUET PG ୨୦୨୬ ଫଳାଫଳ NTA ର ଅଫିସିଆଲ୍ ୱେବସାଇଟରେ ଯାଞ୍ଚ କରାଯାଇପାରିବ। ବିଶେଷକରି, ଫଳାଫଳ exams.nta.nic.in, exams.nta.nic.in/cuet-pg/, ଏବଂ nta.ac.in ରେ ଉପଲବ୍ଧ। ଏହି ବର୍ଷ, ୧୯୮ଟି ଅଂଶଗ୍ରହଣକାରୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଆସନରେ ପ୍ରବେଶ ସୁବିଧା ପାଇଁ CUET PG ୨୦୨୬ କରାଯାଇଥିଲା।ଏହି ପ୍ରକାଶନ ପରେ, ଅଂଶଗ୍ରହଣକାରୀ … Read more

ଆପ୍ ଛାଡ଼ି ଭାଜପାରେ ମିଶିଲେ ରାଘବ ଚଢାଙ୍କ ସମେତ ୭ ସାଂସଦ

ନୂଆଦିଲ୍ଲୀ: ଦେଶର ରାଜନୈତିକ ମହଲରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆମ୍ ଆଦମୀ ପାର୍ଟି (ଏଏପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଢା ଦଳରୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। ରାଘବଙ୍କ ସମେତ ଆଉ ୬ ଜଣ ଏଏପି ସାଂସଦ ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ଏହି ନେତାମାନଙ୍କ ମଧ୍ୟରେ … Read more

ପଶ୍ଚିମବଙ୍ଗରେ ବିଜେପି ବିଶାଳ ବିଜୟ ହାସଲ କରିବ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ମୋଦୀ କହିଛନ୍ତି, ଏଭଳି ଭୋଟିଂ ଦେଖିବା ପରେ ମୋତେ ଲାଗୁଛି ବିଜେପି ବିଶାଳ ବିଜୟ ହାସଲ କରିବ । କୃଷ୍ଣନଗର ଏବଂ ପରେ ରାଜ୍ୟର ନାଦିଆ ଜିଲ୍ଲାର ମଥୁରାପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ପର୍ଯ୍ୟାୟରେ ବିପୁଳ ଭୋଟଦାନ ପାଇଁ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଛନ୍ତି ଯେ, ଏହି ମତଦାନ ‘ପରିବର୍ତ୍ତନ ପାଇଁ … Read more

ସନ୍ଧ୍ୟା ସୁଦ୍ଧା ପଶ୍ଚିମବଙ୍ଗରେ ୮୯.୯୩ % ଓ ତାମିଲନାଡୁରେ ୮୨.୨୪% ମତଦାନ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ୧୬ଟି ଜିଲ୍ଲାର ୧୫୨ଟି ଆସନରେ ଆଜି ଭୋଟଗ୍ରହଣ ଜୋରଦାର ଭାବରେ ଚାଲିଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରାୟ ୯୦ ପ୍ରତିଶତ ଭୋଟ ପଡ଼ିଥିବା ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି । ଏକମାତ୍ର ପର୍ଯ୍ୟାୟରେ ଭୋଟ ହେଉଥିବା ତାମିଲନାଡୁରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୮୨.୨୪ ପ୍ରତିଶତ ଭୋଟ ପଡ଼ିଛି। ପୂର୍ବତନ ନିର୍ବାଚନରେ ଏହି ହାର ୭୨ ପ୍ରତିଶତ ଥିଲା ବୋଲି ସୂଚନା ମିଳିଛି। ଏହିଥର ପ୍ରାୟ ୯୫ ଲକ୍ଷ ଭୋଟରଙ୍କୁ ଭୋଟର ତାଲିକାରୁ … Read more