ନେପାଳରେ ଅଚାନକ ବନ୍ୟା, ଜନଜୀବନ ଅସ୍ତବ୍ୟସ୍ତ

ନେପାଳ: ନେପାଳର ବିଭିନ୍ନ ଅଞ୍ଚଳରେ ଅଚାନକ ବନ୍ୟା ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ନଦୀଗୁଡ଼ିକରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ବନ୍ୟାଜଳ ପାଖାପାଖି ଅଞ୍ଚଳକୁ ମାଡ଼ି ଆସିଥିଲା। ରାତିରେ ହଠାତ୍ ପାଣି ମାଡ଼ିଆସିବାରୁ ଲୋକେ ସୁରକ୍ଷିତ ସ୍ଥାନକୁ ଯିବାକୁ ମଧ୍ୟ ସୁଯୋଗ ପାଇନଥିଲେ। ସୂଚନା ଅନୁଯାୟୀ, ବନ୍ୟାର ପ୍ରଖର ସ୍ରୋତରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଡ୍ୟାମଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କେତେକ ପ୍ରକଳ୍ପର କିଛି ଅଂଶ ସମ୍ପୂର୍ଣ୍ଣ ଭାବେ … Read more

ମଲ୍ଲିକାର୍ଜୁନ ମନ୍ଦିରର ବିଶ୍ରାମ ଗୃହରୁ ୫ ମୃତଦେହ ଉଦ୍ଧାର

ଆନ୍ଧ୍ରପ୍ରଦେଶ: ଗୋଟିଏ ପରିବାରର ୫ ଜଣ ସଦସ୍ୟ ଶ୍ରୀଶୈଲମରେ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଦର୍ଶନ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି । ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ଗୃହର ବନ୍ଦ କୋଠରୀ ଭିତରୁ ୫ ଜଣଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ପୋଲିସ ତଥ୍ୟ ଅନୁସାରେ, ଗତ ଜୁଲାଇ ୨୮ ତାରିଖରେ ସୁଧାକର ଏବଂ ତାଙ୍କ ପରିବାର ଆନ୍ଧ୍ରପ୍ରଦେଶର ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ । ପ୍ରାୟ ଏକ … Read more

ଆର୍ଜେଣ୍ଟିନା ଠାରୁ ହାରିବା ପରେ ହକି ବିଶ୍ୱକପରୁ ବିଦା ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ସୋମବାର ଖେଳାଯାଇଥିବା ହକି ବିଶ୍ୱକପ୍ ୨୦୨୬ ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଆର୍ଜେଣ୍ଟିନା, ଟିମ୍ ଇଣ୍ଡିଆକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ସୁଖଜିତ୍ ସିଂହ ଦୁଇଟି ଗୋଲ୍ କରିଥିବା ବେଳେ ହାର୍ଦ୍ଦିକ ସିଂହ ଗୋଟିଏ ପେନାଲ୍ଟି ଷ୍ଟ୍ରୋକକୁ ଗୋଲ୍‌ରେ ରୂପାନ୍ତରିତ କରିପାରିଥିଲେ।ଏହି ପରାଜୟ ସହ ଭାରତୀୟ ଦଳ ହକି ବିଶ୍ୱକପ୍ ୨୦୨୬ ସେମିଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଛି।ଭାରତୀୟ ଦଳ ପାଇଁ ଦ୍ୱିତୀୟ ରାଉଣ୍ଡ ସମ୍ପୂର୍ଣ୍ଣ ନିରାଶାଜନକ ରହିଛି। ଏହା ପୂର୍ବରୁ ଦଳକୁ … Read more

ନବଜାତ ଶିଶୁ ୱାର୍ଡରେ ଲାଗିଲା ନିଆଁ, ୩ ଶିଶୁଙ୍କ ମୃତ୍ୟୁ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ସରକାରୀ ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣ ନବଜାତକଙ୍କର ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ, ଡାକ୍ତରଖାନାର ନବଜାତ ଶିଶୁ ଅତିଦକ୍ଷ ଚିକିତ୍ସା କେନ୍ଦ୍ରରେ ହଠାତ୍ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଦ୍ରୁତ ଗତିରେ ୱାର୍ଡ ଭିତରେ ବ୍ୟାପି ଯାଇଥିଲା । ସେହି ସମୟରେ ୱାର୍ଡରେ ଅନେକ ନବଜାତ ଶିଶୁ ଇନକ୍ୟୁବେଟର ଭିତରେ … Read more

ହତ୍ୟା ପରେ ମୋବାଇଲ୍‌ ଟ୍ରାକିଂରୁ ମିଳିଲା ଫେରାର ହେବାର ସୁରାକ

ତାମିଲନାଡୁ: ତାମିଲନାଡୁ ଏକ୍ସପ୍ରେସ୍‌ରୁ ଏକ ସୁଟକେସ୍‌ ଭିତରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିବା ଘଟଣାରେ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡରେ ଓଡ଼ିଶାର ଜଣେ ସନ୍ଦିଗ୍ଧ ଦମ୍ପତିଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ସୂଚନା ଥାଉ ଯେ, ଗତ ଅଗଷ୍ଟ ୫ ତାରିଖରେ ତାମିଲନାଡୁ ଏକ୍ସପ୍ରେସ୍‌ ଚେନ୍ନାଇ ସେଣ୍ଟ୍ରାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା। ଅଗଷ୍ଟ ୬ ତାରିଖରେ ଆଗ୍ରା କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ସାଧାରଣ ବଗିରେ ଥିବା ଏକ ଲାଲ୍‌ ରଙ୍ଗର ସୁଟକେସ୍‌ରୁ … Read more

ଗଣେଶଙ୍କ ପ୍ରତିମୂର୍ତ୍ତି ପଡିଯିବାରୁ ୨ ମୃତ, ୫ ଆହତ

ମୁମ୍ବାଇ: ଶନିବାର ରାତିରେ ଗଣେଷଙ୍କ ମୂର୍ତ୍ତି ଆଣିବା ବେଳେ ଭୂଲେଶ୍ୱର ଚା ରାଜାଙ୍କ ପ୍ରତିମା ପଡି ଯାଇଥିଲା । ଯାହା ଫଳରେ ଏହି ଅଘଟଣ ଘଟିଛି l ସୂଚନା ଅନୁସାରେ, ଶନିବାର ରାତି ୧୦ଟାରେ ଭୂଲେଶ୍ୱରର ବଳରାମ ମର୍ଚାଣ୍ଟ୍ ରୋଡରେ ଏହି ଅଘଟଣ ଘଟିଛି । ଗଣେଶଙ୍କ ପ୍ରତିମୂର୍ତ୍ତିକୁ ମଣ୍ଡପକୁ ଅଣାଯାଉଥିଲା । ଏହି ସମୟରେ ମୂର୍ତ୍ତିର କିଛି ଅଂଶ ଭାଙ୍ଗିକି ତଳେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇ ଥିବା … Read more

BCI ଚେୟାରମ୍ୟାନ୍ ମନନ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ସଂସ୍ଥାର କୋ-ଚେୟାରମ୍ୟାନ୍ ତଥା ବରିଷ୍ଠ ଆଇନଜୀବୀ ୱାଇ.ଆର୍. ସଦାଶିବ ରେଡ୍ଡୀ, ଚେୟାରମ୍ୟାନ୍ ମନନ ମିଶ୍ରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ତାଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ସଦାଶିବ ରେଡ୍ଡୀ ଚେୟାରମ୍ୟାନ୍ ମନନ ମିଶ୍ରଙ୍କୁ ୬ ପୃଷ୍ଠାର ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି ଯେ, BCI ର ପ୍ରାୟ ୧୫୦ କୋଟି ଟଙ୍କାର ପାଣ୍ଠିକୁ ‘PEARL-First’ ନାମକ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯାଇଛି। ଏହି … Read more

ମୋବାଇଲ୍ ମ୍ୟାନୁଫାକ୍ଚରିଂ ସ୍କିମ୍ ଲଞ୍ଚ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ମୋବାଇଲ୍ ଫୋନ୍ ମ୍ୟାନୁଫାକ୍ଚରିଂ ସ୍କିମ ଲଞ୍ଚ୍ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ କମ୍ପାନୀଗୁଡ଼ିକୁ ବିଭିନ୍ନ ସ୍ତରରେ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯିବ, ଯାହାଦ୍ୱାରା ଭାରତରେ ମୋବାଇଲ୍ ମ୍ୟାନୁଫାକ୍ଚରିଂ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରାଯାଇପାରିବ। ସେ କହିଛନ୍ତି ଯେ ମୋବାଇଲର ଦାମ୍ ବୃଦ୍ଧି ପାଉଛି, କାରଣ ମେମୋରୀ ଚିପର ଦାମ୍ ବଢ଼ୁଛି, ତେଣୁ ଆମେ ମେମୋରୀ ଚିପ୍ ଉତ୍ପାଦନ ଉପରେ ଧ୍ୟାନ ଦେଉଛୁ। ଏହାର … Read more

‘ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ଯେ, ୧୯୩୭ର ନିଷ୍ପତ୍ତିକୁ ପୁଣି ଲାଗୁ କରି କଂଗ୍ରେସ ତଥାକଥିତ ‘ତୁଷ୍ଟୀକରଣ ରାଜନୀତି’କୁ ଆଗକୁ ବଢ଼ାଉଛି। ଏହାସହ ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ’ ଗାଇ ଜୀବନ ବଳି ଦେଇଥିବା ସହିଦମାନଙ୍କୁ … Read more

ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ ଦେହ ତାଙ୍କ ବାସ ଗୃହ ରୁ ଉଦ୍ଧାର ହୋଇଥିଲା l ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ସୂଚନା ଅନୁଯାୟୀ ଅଗଷ୍ଟ ୧୦ରେ ସେ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ … Read more