ପୋଲିସ ମୁଖ୍ୟାଳୟରେ ତ୍ରିପୁରା ଡିଜିପି ଅନୁରାଗ ଧନଖଡଙ୍କ ମୃତ୍ୟୁ

ଅଗରତାଲା: ତ୍ରିପୁରା ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅନୁରାଗ ଧନଖଡଙ୍କ ମୃତ୍ୟୁ ଘଟିଛି | ମୃତ ଦେହ ପୋଲିସ ମୁଖ୍ୟାଳୟରେ ମିଳିଥିବା ଜଣା ପଡିଛି । ଡିଜିପିଙ୍କୁ ତୁରନ୍ତ ଅଗରତାଲା ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାର ଖବର ମିଳିବା ମାତ୍ରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ ତୁରନ୍ତ ପୋଲିସ ମୁଖ୍ୟାଳୟ ପହଞ୍ଚିଛନ୍ତି । ମୁଖ୍ୟ ସଚିବ ଜେକେ ସିହ୍ନା ସହିତ ଗୃହ ବିଭାଗର ଅନେକ … Read more

ରାମ ଜନ୍ମଭୂମି ଦାନ ମାମଲା: ସୁପ୍ରିମକୋର୍ଟରେ ନିର୍ମୋହୀ ଆଖଡ଼ାର ଅଭିଯୋଗ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଆବେଦନରେ ନିର୍ମୋହୀ ଆଖଡ଼ା ଏକ ନୂତନ ଟ୍ରଷ୍ଟ ଗଠନ ଏବଂ ଟ୍ରଷ୍ଟରେ ପ୍ରତିନିଧିତ୍ୱ ବୃଦ୍ଧି କରିବାକୁ ଦାବି କରିଛି। ଏହା ବ୍ୟତୀତ ନିର୍ମୋହୀ ଆଖଡ଼ା ସମସ୍ତ ଟ୍ରଷ୍ଟର ଆକାଉଣ୍ଟର ଫୋରେନସିକ୍ ଅଡିଟ୍ ଏବଂ ମନ୍ଦିରର ଗର୍ଭଗୃହରେ ୧୯୫୦ ଏବଂ ୧୯୮୨ ମୂର୍ତ୍ତି ସ୍ଥାପନ କରିବାକୁ ଦାବି କରିଛି। ସୁପ୍ରିମକୋର୍ଟ ସୋମବାର ଦିନ ରାମ ଜନ୍ମଭୂମି ଦାନ ମାମଲାରେ ଦାୟର ଆବେଦନଗୁଡ଼ିକର ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ସେହି ଦିନ ନିର୍ମୋହୀ ଆଖଡ଼ାର … Read more

ନୂଆଦିଲ୍ଲୀରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’, ଓଡ଼ିଶାରୁ ୯ ସାମ୍ବାଦିକଙ୍କ ଯୋଗଦାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଠାରେ ‘ଅଲ୍ ଇଣ୍ଡିଆ ମିଡିଆ କନଫରେନ୍ସ–୨୦୨୬’ ଅନୁଷ୍ଠିତ ହୋଇଛି। ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶାରୁ ୯ ଜଣ ବରିଷ୍ଠ ସାମ୍ବାଦିକ ଯୋଗ ଦେଇଥିଲେ। ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଥିଲେ ଯେ, ଭାରତର ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନ, ନିର୍ବାଚନ ଆଇନ ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୁଏ। ପ୍ରକ୍ରିୟାର ପ୍ରତ୍ୟେକ … Read more

ଭାରତର ପ୍ରଥମ ଘରୋଇ ଅର୍ବିଟାଲ୍ ରକେଟର ଉତ୍‌କ୍ଷେପଣ, ମହାକାଶକୁ ଗଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତ ଲେଖା ବାର୍ତ୍ତା

ଶ୍ରୀହରିକୋଟା: ହାଇଦ୍ରାବାଦସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ଦେଶର ପ୍ରଥମ ଘରୋଇ ଭାବେ ବିକଶିତ ଅର୍ବିଟାଲ୍ ରକେଟ୍ ‘ବିକ୍ରମ-୧’ର ସଫଳ ଉତ୍‌କ୍ଷେପଣ କରିଛି । ରକେଟ୍‌ଟିକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରାଯାଇଛି । ଏହି ମାନବବିହୀନ ରକେଟ୍ ନିଜ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତଲେଖା ‘ବନ୍ଦେ ମାତରମ୍’ ବାର୍ତ୍ତା ସହିତ ଏହି ମିଶନରେ ଥିବା ଦଳର ସଦସ୍ୟ, ନିବେଶକ, ନୀତି-ନିର୍ମାତା ଏବଂ ବିଶ୍ୱର ବିଭିନ୍ନ ଶୁଭେଛୁଙ୍କ ବାର୍ତ୍ତା ମଧ୍ୟ ସାମିଲ ହୋଇଛି । … Read more

ନାଗରିକତ୍ୱ ସ୍ଥିର କରିପାରିବେନି ନିର୍ବାଚନ କମିଶନ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ କରିଛନ୍ତି ଯେ କୌଣସି ବ୍ୟକ୍ତି ଭାରତର ନାଗରିକ କି ନୁହେଁ, ତାହା ସ୍ଥିର କରିବା ନିର୍ବାଚନ କମିଶନଙ୍କ ଅଧିକାର ଭିତରେ ଆସେ ନାହିଁ। ଭାରତୀୟ ସମ୍ବିଧାନ ନିର୍ବାଚନ କମିଶନଙ୍କୁ ଏଭଳି କୌଣସି ସାମ୍ବିଧାନିକ କ୍ଷମତା ଦେଇନାହିଁ।ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ନାଗରିକତ୍ୱ ଏବଂ ଭୋଟର ତାଲିକାକୁ ନେଇ ଚାଲିଥିବା ଅନେକ ଆଇନଗତ ଦ୍ୱନ୍ଦ୍ୱ ଦୂର ହୋଇଛି। ନାଗରିକତ୍ୱ ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ଜଷ୍ଟିସଙ୍କୁ … Read more

ପ୍ରକାଶ ହେଲା NEET-UG ୨୦୨୬ ପରୀକ୍ଷାର ଫଳାଫଳ

ନୂଆଦିଲ୍ଲୀ : ଜୁଲାଇ ୧୬ ତାରିଖରେ NEET-UG ୨୦୨୬ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି | ଦେଶ ବିଦେଶର ୫୫୧ଟି ସହରରେ ୫,୪୪୦ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୨୧ ହଜାର କୃତକାର୍ଯ୍ୟ ହୋଇଛନ୍ତି ।ଏହି ନମ୍ବର ଆଧାରରେ ସେମାନଙ୍କୁ ଦେଶର ବିଭିନ୍ନ ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ୍ ସମେତ ବିଭିନ୍ନ ଡାକ୍ତରୀ ସ୍ନାତକ ବିଭାଗରେ ନାମଲେଖା ସୁଯୋଗ ମିଳିବ। କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କ … Read more

ବଙ୍ଗୋପସାଗରରେ ଦୁର୍ଘଟଣା, ୫୦୦ରୁ ଅଧିକ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ବଙ୍ଗୋପସାଗରର ମିଆଁମାର ଉପକୂଳରେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ଗଭୀର ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। କୌଣସି ସାମୁଦ୍ରିକ ଦୁର୍ଘଟଣାରେ ଏତେ ସଂଖ୍ୟକ ଜୀବନ ଯିବା ସମ୍ଭବତଃ ଗୋଟିଏ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା ବୋଲି କହିଛି ମିଳିତ ଜାତିସଂଘ । ମିଳିଥିବା ସୂଚନା ଅନୁଯାୟୀ, ଆଜି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ(ଆଇଓଏମ) ଓ ମିଳିତ ଜାତିସଂଘର ଶରଣାର୍ଥୀ ଉଚ୍ଚାୟୁକ୍ତ କହିଛନ୍ତି ଯେ ଘଟଣା ଓ … Read more

ଫିଫା ବିଶ୍ୱକପ୍ ୨୦୨୬: ସେମିଫାଇନାଲରେ ଫ୍ରାନ୍ସର ଯାତ୍ରା ଶେଷ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ ସେମିଫାଇନାଲ ମ୍ୟାଚରେ ସ୍ପେନ୍ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। କାଇଲିଆନ୍ ଏମବାପେ ମଧ୍ୟ ସ୍ପେନ୍‌ର ପ୍ରତିରକ୍ଷା ଭେଦ କରିପାରି ନଥିଲେ, ତିନୋଟି ସୁଯୋଗ ସୃଷ୍ଟି କରିଥିଲେ। କିନ୍ତୁ କୌଣସି ଗୋଲ ହୋଇପାରି ନଥିଲା। ସ୍ପେନ୍ ଗୋଲ ପାଇଁ ତିନୋଟି ସୁଯୋଗ ପାଇଥିଲା, ଯାହା ମଧ୍ୟରୁ ଗୋଟିଏ ଅଫସାଇଡ୍ ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଫ୍ରାନ୍ସର ପରାଜୟ ପରେ କ୍ରୋଧିତ ଫରାସୀ ସମର୍ଥକମାନେ ପ୍ୟାରିସର ରାସ୍ତାରେ ନିଆଁ … Read more

ହୋର୍ମୁଜ୍ ପ୍ରଣାଳୀରେ ଭାରତୀୟ ନାବିକଙ୍କ ମୃତ୍ୟୁ: ଆକ୍ସନ ମୋଡ୍‌ରେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଇରାନର ହୋର୍ମୁଜ୍ ପ୍ରଣାଳୀରେ ମର୍ଚ୍ଚାଣ୍ଟ ଶିପ୍ ଆରବ ଏମିରେଟ୍ସ (UAE)ର ତେଲ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିବା ପରେ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ପକ୍ଷରୁ ସମନ ଜାରି କରାଯିବା ପରେ ଇରାନର ଡେପୁଟି ଚିଫ୍ ଅଫ୍ ମିଶନ (DCM) ମହମ୍ମଦ ଜୱାଦ ହୁସେନୀଙ୍କ ସମେତ ଅନ୍ୟ କୂଟନୀତିଜ୍ଞମାନେ ସାଉଥ୍ ବ୍ଲକ‌୍‌ସ୍ଥିତ ବିଦେଶ ମନ୍ତ୍ରଣାଳୟରେ ପହଞ୍ଚିଥିଲେ। ବୈଠକରେ ଭାରତୀୟ ଅଧିକାରୀମାନେ ସାମୁଦ୍ରିକ କ୍ଷେତ୍ରରେ କାର୍ଯ୍ୟରତ … Read more

ଲର୍ଡସରେ ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍

ନୂଆଦିଲ୍ଲୀ: ଲର୍ଡସରେ ଖେଳା ଯାଇଥିବା ମହିଳା ଟେଷ୍ଟ ରେ ଘରୋଇ ଇଂଲଣ୍ଡକୁ ୨୭୦ ରନରେ ହରାଇ ନୂଆ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ l ଲର୍ଡସ ମୈଦାନରେ ୧୮୮୪ ମସିହାରେ ପ୍ରଥମ ପୁରୁଷ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା। କିନ୍ତୁ ଏଯାଏ କେବେ ବି ମହିଳା ଟେଷ୍ଟ ଏଠାରେ ଖେଳା ଯାଇ ନଥିଲା। ଜୁଲାଇ ୧୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ମହିଳା ଟେଷ୍ଟ ଖେଳା ଯାଇଥିଲା ଆଉ ଭାରତୀୟ ଟିମ ଘରୋଇ ଇଂଲଣ୍ଡକୁ ପରାସ୍ତ … Read more