ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଦେଶରେ ଛାତ୍ରଛାତ୍ରୀଙ୍କ ବଡଧରଣର ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି। ନିଜ ଇସ୍ତଫାପତ୍ରରେ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏକ … Read more

NEET ପେପର ଲିକ୍ ନେଇ କାର୍ଯ୍ୟାନୁଷ୍ଠାନ: ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲା NTA

ନୂଆଦିଲ୍ଲୀ : NEET ପେପର ଲିକ୍ ଘଟଣାରେ NTA ଶୁକ୍ରବାର ଦିନ ୪୭ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଦେଇଛି। ଏହି ଅଧିକାରୀମାନଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ଆଇନଗତ ଏବଂ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଏଜେନ୍ସିର ଗଠନରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଗାମୀ ଗୋଟିଏ ମାସ ମଧ୍ୟରେ NTA ର ପୁନର୍ଗଠନ ହେବାର ସମ୍ଭାବନା ରହିଛି, ଯାହାଦ୍ୱାରା ଏହାର କାର୍ଯ୍ୟପ୍ରଣାଳୀ ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଅନେକ ଗୁରୁତ୍ୱପୂର୍ଣ୍ଣ … Read more

ସିଜେପି ପ୍ରଦର୍ଶନ ମାମଲା: ଭ୍ରାନ୍ତ ଖବରକୁ ସିଜେଆଇଙ୍କ କଡ଼ା ନିନ୍ଦା

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟିର ପ୍ରଦର୍ଶନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତୀବ୍ର ନିନ୍ଦା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହି ଘଟଣାରେ ସୁପ୍ରିମକୋର୍ଟରେ କୌଣସି ଆନୁଷ୍ଠାନିକ ରିଟ୍ ପିଟିସନ୍ (Writ Petition) ଦାଏର ହୋଇନାହିଁ ଏବଂ ଗଣମାଧ୍ୟମର ଏଭଳି ଦାୟିତ୍ୱହୀନ ରିପୋର୍ଟିଂ ଅତ୍ୟନ୍ତ ନିନ୍ଦନୀୟ ଅଟେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି … Read more

ହଟିଲେ କେନ୍ଦ୍ର ଶିକ୍ଷା ସଚିବ ବିନୀତ ଯୋଶୀ, ନରେଶ ପାଲ୍‌ଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌କୁ ନେଇ କକ୍ରୋଚ୍ ଜନତା ପାର୍ଟି ର ଆନ୍ଦୋଳନ ଜାରି ରହିଥିବା ବେଳେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଫିସରଙ୍କୁ ବଦଳି କରିଛନ୍ତି। ଉଚ୍ଚଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀଙ୍କୁ ତାଙ୍କ ପଦବୀରୁ ହଟାଯାଇ ତାଙ୍କ ସ୍ଥାନରେ ନରେଶ ପାଲ୍ ଗାଙ୍ଗୱାରଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଗୁରୁବାର ବିଳମ୍ବିତ ରାତିରେ ଜାରି ଏକ ସରକାରୀ ବିଜ୍ଞପ୍ତିରୁ ଜଣାପଡ଼ିଛି। ସୂଚନା ମୁତାବକ, ମଣିପୁର କ୍ୟାଡରର ୧୯୯୨ ବ୍ୟାଚ୍ ଆଇଏଏସ ଅଫିସର ବିନୀତ … Read more

NEET ପେପର ଲିକ୍ ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: CJPର ଦେଶସାରା ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ତାଙ୍କର ଭବିଷ୍ୟତ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି କହିଛନ୍ତି ଯେ, “ଆମେ ପେପର ଲିକ୍ ରେ ସମ୍ପୃକ୍ତ ଲୋକଙ୍କୁ ଶୀଘ୍ର ଏବଂ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ … Read more

ନିଟ୍ ପେପର ଲିକ୍ ମାମଲା: ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟର ନା

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ନୂଆଦିଲ୍ଲୀରେ ସିଜେପିର ସଂସଦ ଭବନ ମାର୍ଚ୍ଚ ସମୟରେ ସମର୍ଥକଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ତ୍ୱରିତ ଶୁଣାଣି ପାଇଁ ସିଧାସଳଖ ମନା କରିଦେଇଛନ୍ତି। ପ୍ରମାଣ ଭାବେ ଆବେଦନକାରୀଙ୍କ ଓକିଲ ଭିଡିଓ ଦେଖାଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ହେଲେ ପ୍ରଧାନ ବିଚାରପତି ଏହାକୁ ଅଗ୍ରାହ୍ୟ କରି କହିଥିଲେ, “ଆମ ସମୟ ନଷ୍ଟ କରନ୍ତୁ ନାହିଁ। କୋର୍ଟ ପାଖରେ … Read more

ଆତଙ୍କବାଦୀ ଆକ୍ରମଣରେ କନଷ୍ଟେବଳ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଜଣକ ଆଇଆରପି ୩ୟ ବାଟାଲିୟନର ଆଶିକ୍ ହୁସେନ ବୋଲି ଚିହ୍ନଟ କରାଯାଇଛି। ଏହାପରେ ପୋଲିସ ଏବଂ ସେନା ମିଳିତ ଭାବେ କମ୍ବିଂ ଅପରେସନ ଆରମ୍ଭ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଯବାନ ଏବଂ ପୋଲିସମାନେ ଅମରନାଥ ଯାତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଥିଲେ । ଲାଲ ଚୌକ ଅଞ୍ଚଳରେ ପୋଲିସ ଦଳ … Read more

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗୃହ ମୁଲତବୀ ହେବା ପରେ କଲ୍ୟାଣ ବାନାର୍ଜୀ ଏବଂ ଏନସିପିଆଇ (NCPI) ସାଂସଦଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଏହି ବିବାଦରେ ଏନସିପିଆଇ ସାଂସଦ ମିତାଲି ବାଗ, ଶତାବ୍ଦୀ ରାୟ ଓ କାକୋଲି ଘୋଷ ଦସ୍ତିଦାର ସାମିଲ ଥିଲେ। ବିବାଦର ସଠିକ୍ … Read more

ୟୁକ୍ରେନ୍‌ରେ ଭୟଙ୍କର ମିସାଇଲ୍ ମାଡ଼, ୪ ଭାରତୀୟ ନାବିକ ମୃତ

ନୂଆଦିଲ୍ଲୀ: ୟୁକ୍ରେନ୍ ର ଓଡେସା ବନ୍ଦରରୁ ବାହାରୁଥିବା ଏକ ବ୍ୟାବସାୟିକ ମାଲବାହୀ ଜାହାଜ ‘MV Golden Leo’ ଉପରେ ଜୁଲାଇ ୧୯ ସନ୍ଧ୍ୟାରେ ଏକ ଭୟଙ୍କର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି । ଏହି ଦୁର୍ଭାଗ୍ୟଜନକ ଘଟଣାରେ ୪ ଜଣ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଭାରତୀୟ ଗୁରୁତର ଭାବେ ଆହାତ ହୋଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆକ୍ରମଣ ସମୟରେ ଜାହାଜରେ ମୋଟ ୧୭ ଜଣ କ୍ରିୟୁ ସଦସ୍ୟ … Read more

ସିଜେପି ସମର୍ଥକଙ୍କ ଉପରେ ଲାଠିଚାର୍ଜକୁ ନେଇ ମୋଦିଙ୍କୁ କଡା ସମାଲୋଚନା କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୋସିଆଲ ମିଡିଆ Xରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଭାରତର ଇତିହାସରେ ସବୁଠାରୁ ଯୁବ ବିରୋଧୀ ପ୍ରଧାନମନ୍ତ୍ରୀ । ସେ ଏତେ ଯୁବ ବିରୋଧୀ ଯେ, ସେ ଜଣେ ବିଫଳ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ମଧ୍ୟ ଗ୍ରହଣ କରିପାରିବେ ନାହିଁ ।” ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, “୧୫୨ଟି ପେପର ଲିକ୍ ହୋଇଛି । ୭.୫ କୋଟି ଛାତ୍ରଛାତ୍ରୀ ଏହାର ଶିକାର ହୋଇଛନ୍ତି । ଜଣେ ହେଲେ ଦୋଷୀଙ୍କୁ … Read more