ମଣିପୁରରେ ହିଂସାକାଣ୍ଡ :ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ

ଇମ୍ଫାଲ: ମଣିପୁରରେ ପୁଣିଥରେ ହିଂସାକାଣ୍ଡ ଦେଖିବାକୁ ମିଳିଛି l ଅଜ୍ଞାତ ସଶସ୍ତ୍ର ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଫାର୍ମହାଉସ୍ ଏବଂ ବାସଗୃହ ନିଆଁରେ ଜଳି ଯାଇଛି ।ସୂଚନା ଅନୁଯାୟୀ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଦୁର୍ବୃତ୍ତମାନେ ହଠାତ୍ ଏକ ସମ୍ବେଦନଶୀଳ ଗାଁରେ ପଶି ଆଖିବୁଜା ଗୁଳିଚାଳନା ଆରମ୍ଭ କରିଦେଇଥିଲେ । ପ୍ରାଣ ବିକଳରେ ସାଧାରଣ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇ … Read more

ଗୁରୁଗ୍ରାମ ହିଟ୍‌ ଆଣ୍ଡ ରନ୍‌ ଘଟଣାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଗୁରୁଗ୍ରାମ ରାଜରାସ୍ତାରେ ଜଣେ ମହିଳା ବାଇକରଙ୍କୁ ପିଛା କରି ଧକ୍କା ଦେଇଥିବା କାର୍‌ ଡ୍ରାଇଭର କଲ୍ୟାଣ ବୈସଂଲା ଗିରଫ। ତାଙ୍କୁ ରାଜସ୍ଥାନ ଦଉସାରୁ ପୁଲିସ୍‌ ଗିରଫ କରିଛି। ଗୁରୁଗ୍ରାମରେ ଘଟିଥିବା ଏହି ହିଟ୍‌ ଆଣ୍ଡ ରନ୍‌ କେସ୍‌ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ରବିବାର ସକାଳେ ଘଟଣା ଘଟାଇବା ପରଠାରୁ କଲ୍ୟାଣ ଫେରାର ହୋଇ ଯାଇଥିଲେ। ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ମଧ୍ୟ କରିଥିଲା। ଶେଷରେ ସେ ଆଜି ପୋଲିସ … Read more

ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକ୍‌ରେଙ୍କ ନାଁରେ ଏଫଆଇଆର୍‌ ରୁଜୁ କଲା ସିବିଆଇ

ମୁମ୍ବାଇ: ସ୍ବର୍ଗତ ସୁଶାନ୍ତ ସିଂହ ରାଜପୁତଙ୍କ ମ୍ୟାନେଜର ଦିଶା ସାଲେନଙ୍କ ମୃତ୍ୟୁ ମାମଲାରେ ସୋମବାର ସିବିଆଇ ବିଧାୟକ ଆଦିତ୍ୟ ଠାକ୍‌ରେ, ଅଭିନେତା ଡିନୋ ମୋରିଆ, ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କ ନାମରେ ଏଫଆଇଆର ରୁଜୁ କରିଛି । ଏହି ମାମଲାର ତଦନ୍ତ କରିବାକୁ ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ନିର୍ଦ୍ଦେଶ ମୁତାବକ ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଏହି ୩ ସନ୍ଦିଗ୍ଧଙ୍କ ନାମରେ ମାମଲା ରୁଜୁ କରିଛି । … Read more

ପୋଲିସ ଗାଡ଼ିରୁ ଡେଇଁ ପ୍ରାଣ ହରାଇଲା ପତ୍ନୀଙ୍କ ମୁଣ୍ଡ କାଟି ଦେଇଥିବା ବ୍ୟକ୍ତି ରାମାନୁଜ

ନୂଆଦିଲ୍ଲୀ: ଗୁହାଟୀର ୩୦ ବର୍ଷୀୟ ବ୍ୟକ୍ତି ରାମାନୁଜ ଗୋସ୍ୱାମୀ ଯିଏ ନିଜ ସ୍ତ୍ରୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଏହାକୁ ଘରର ଫ୍ରିଜରେ ରଖିଥିଲା। ଏହାପରେ ପୋଲିସ ତା’କୁ ଗିରଫ ବି କରିଥିଲା। କିନ୍ତୁ ଏବେ ସେ ପୋଲିସ ଗଡ଼ିରୁ ଡେଇଁ ପ୍ରାଣ ହରାଇଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। ଆଜି ଭୋର ସମୟରେ ଗିରଫ ରାମାନୁଜ ଗୋସ୍ୱାମୀକୁ ପୋଲିସ ପ୍ରଥମେ ମେଡିକାଲ ଚେକ ଅପ ପାଇଁ ଗୁହାଟୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲା। ସେଠାରୁ … Read more

ତରୁଣ ତେଜପାଲଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ: ତେହେଲକାର ପୂର୍ବତନ ସମ୍ପାଦକ ତେଜପାଲ ଆଜି ଆତ୍ମସମର୍ପଣ କରିବା ପରେ ତାଙ୍କୁ କୋଲଭାଲେ ଜେଲକୁ ନେଇ ଯାଇଛି ପୁଲିସ। ୨୦୧୩ ମସିହା ସହକର୍ମୀଙ୍କୁ ଲିଫ୍ଟ ଭିତରେ ଦୁଷ୍କର୍ମ କରିବା ଭଳି ଜଘନ୍ୟକାଣ୍ଡରେ ବମ୍ବେ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଅଗଷ୍ଟ ୨୫ରେ ୬୨ ବର୍ଷୀୟ ତେଜପାଲଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଥିଲେ ସର୍ବୋଚ୍ଚ ଅଦାଲତ। ତେଜପାଲ … Read more

୨୦୨୯ ସୁଦ୍ଧା ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ UCC: ଅମିତ ଶାହା

ନୂଆଦିଲ୍ଲୀ: ଆଗାମୀ ୨୦୨୯ ମସିହା ସୁଦ୍ଧା ଦେଶର ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ କରାଯିବ ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଘୋଷଣା କରିଛନ୍ତି। ଏକ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ବିଜେପି ସଦାସର୍ବଦା ଦେଶରେ ସମାନ ଆଇନ ବ୍ୟବସ୍ଥା ଲାଗୁ କରିବାକୁ ପ୍ରତିଶ୍ରୁତିବଦ୍ଧ। ଉତ୍ତରାଖଣ୍ଡ ସରକାର ସଫଳତାର ସହ ୟୁସିସି ବିଲ୍ ପାରିତ କରି ସାରା ଦେଶ ପାଇଁ … Read more

ସରିଲା ବ୍ରିକ୍ସ ସମ୍ମିଳନୀ:ଭାରତକୁ ମିଳିଲା ବଡ଼ କୂଟନୈତିକ ସଫଳତା

ନୂଆଦିଲ୍ଲୀ: ସଫଳତାର ସହିତ ଉଦଯାପନ ହେଲା ବ୍ରିକ୍ସ ସମ୍ମିଳନୀ l ବ୍ରିକ୍ସ ମଂଚରେ ଏକାଠି ହେଲେ ବିଶ୍ବ ନେତା l ବ୍ରିକ୍ସ ସମ୍ମିଳନୀର ନେତୃତ୍ବ ନେଇ ଗ୍ଲୋବାଲ ସାଉଥ୍ ବା ବିକାଶଶୀଳ ଦେଶଗୁଡ଼ିକର ପ୍ରକୃତ ସ୍ୱର ଭାବେ ଉଭା ହୋଇଛି ଭାରତ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟେକନୋଲଜି ଏବଂ ଖଣିଜ ପଦାର୍ଥର ୱେପନାଇଜେସନ୍ ବିରୋଧୀ ଚେତାବନୀକୁ ଅନେକ ଆଫ୍ରିକୀୟ ଏବଂ ଏସୀୟ ଦେଶ ସମର୍ଥନ କରିଛନ୍ତି, ଯାହା ବିଶ୍ୱ ସ୍ତରରେ ଭାରତର ପ୍ରଭାବ ବୃଦ୍ଧି କରିଛି। ସେହିପରି ଭାରତ … Read more

ଅଷ୍ଟମ ଥର ଏସିଆ କପ୍ ଟାଇଟଲ ଜିତିଲା ଭାରତ

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ lଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ ସ୍କୋର କରିବାରେ ସଫଳ ହୋଇଥିଲା । ଶେଫାଲି ବର୍ମା ୩୯ ବଲରୁ ୬୮ ରନ କରିଥିଲେ, ୯ ଚୌକା ଏବଂ ୨ ଛକା ମାରିଥିଲେ । ସ୍ମୃତି ମନ୍ଧାନା ୧୫୧ ଷ୍ଟ୍ରାଇକ୍‌ ରେଟରେ ୩୯ ବଲରେ ୫୯ ରନ କରିଥିଲେ । ହରମନପ୍ରୀତ … Read more

ପଶ୍ଚିମବଙ୍ଗରେ ନୂଆ ମିସାଇଲ୍ ଟେଷ୍ଟିଂ ସେଣ୍ଟରକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଶତ୍ରୁଙ୍କୁ ଚେକ୍ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଭାରତ । ତେଣୁ ଦେଶରେ ଆଉ ଏକ ମିସାଇଲ୍ ଟେଷ୍ଟିଂ ସେଣ୍ଟର ତିଆରି ହେବ । ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାର ଜୁନପୁଟ ଗାଁରେ ଡିଆରଡିଓକୁ ଏକ ନୂଆ ମିସାଇଲ୍ ଏବଂ ରାଡାର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଞ୍ଜୁରି ମିଳିଛି । ସୂଚନା ଅନୁଯାୟୀ, ୨୦୨୪ଏପ୍ରିଲରେ ଡିଆରଡିଓ ଓଡିଶାର ଚାନ୍ଦିପୁରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟିଂ ରେଞ୍ଜ୍ ସହ ପୂର୍ବ ମେଦିନିପୁର ଉପକୂଳରେ ଆଉ … Read more

ବ୍ରିକ୍ସ ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟଙ୍କ ସମର୍ଥନ:ଆତଙ୍କବାଦ ବିରୋଧରେ ହେବ ମିଳିତ ଲଢ଼େଇ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ସମସ୍ତ ୨୧ ସଦସ୍ୟ ଦେଶ ଏକମତ ହୋଇ ‘ନୂଆଦିଲ୍ଲୀ ଘୋଷଣା-୨୦୨୬’ ଗ୍ରହଣ କରିଛନ୍ତି। ଏହି ଘୋଷଣାରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି। ରୁଷ ଓ ଚୀନ୍ ସମେତ ବ୍ରିକ୍ସର ସମସ୍ତ ସଦସ୍ୟ ଦେଶ ଆତଙ୍କବାଦର ସମସ୍ତ ରୂପ ଓ ପ୍ରକାର ବିରୋଧରେ ଦୃଢ଼ ମତ ପ୍ରକାଶ କରିଛନ୍ତି। ଆତଙ୍କବାଦର ଉଦ୍ଦେଶ୍ୟ ଯାହା ହେଉନା କାହିଁକି, ଏହାକୁ ଅପରାଧ ଓ ଅନ୍ୟାୟ ବୋଲି ବିବେଚନା … Read more