ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ଶତକ ହାସଲ କଲେ ଭାରତର ଶେଫାଳୀ ବର୍ମା

ନୂଆଦିଲ୍ଲୀ:ଏସିଆନ ଗେମ୍ସ ୨୦୨୬ରେ ଇତିହାସ ସୃଷ୍ଟିକଲେ ଭାରତୀୟ ମହିଳା କ୍ରିକେଟ ଟିମର ଓପନର ଶେଫାଳୀ ବର୍ମା। ସେ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏସିଆନ ଗେମ୍ସରେ ହାସଲ କରିଛନ୍ତି ଶତକ।ଆଜି ବାଂଲାଦେଶ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ଶେଫାଳୀ ଖେଳିଛନ୍ତି ୪୯ ବଲରେ ଅପରାଜିତ ୧୦୦ ରନର ଇନିଂସ। ଏହା ତାଙ୍କ ଟି-୨୦ କ୍ୟାରିୟରରେ ମଧ୍ୟ ପ୍ରଥମ ସେଞ୍ଚୁରୀ। ସେହିପରି ସେ ୪ର୍ଥ କ୍ରିକେଟର(ଉଭୟ ପୁରୁଷ ଓ ମହିଳା) ଭାବେ ଏସିଆନ ଗେମ୍ସରେ ଶତକ ମାରିଛନ୍ତି।ତାଙ୍କ … Read more

DUSU ନିର୍ବାଚନ ଫଳାଫଳ ଘୋଷଣା : ୪ଟି ପଦବୀରୁ ୩ଟିରେ ବିଜୟୀ ହେଲା ABVP

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏହି ନିର୍ବାଚନରେ ସଫଳତା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ନିଜର ଦବ୍‌ଦବା ବଜାୟ ରଖିଛି। ଚାରୋଟି ପଦବୀ ମଧ୍ୟରୁ ତିନୋଟିରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଏନଏସୟୁଆଇ (NSUI)କୁ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ABVPର ଯଶ ଡବାସ ବିଜୟୀ ହୋଇଛନ୍ତି ଏବଂ ସ୍ୱାଧୀନ ପ୍ରାର୍ଥୀ ଦୀପାଂଶୁ ଶୌକିନ୍ ବାଜିମାତ୍ କରିଛନ୍ତି। ସଚିବ ଓ ଯୁଗ୍ମ ସମ୍ପାଦକ … Read more

ବାଂଲାଦେଶୀ ନାଗରିକ ନକଲି ଭାରତୀୟ ପରିଚୟପତ୍ର ଦେଖାଇ ନିଯୁକ୍ତି

ବାଂଲାଦେଶ: ଜଣେ ବାଂଲାଦେଶୀ ନାଗରିକ ଭାରତକୁ ଲୁଚି ପଳାଇ ଆସି ଏଠାରେ ନକଲି ଭାରତୀୟ ପରିଚୟପତ୍ର ହାସଲ କରିଥିଲା। ଏହି ନକଲି ପରିଚୟପତ୍ର ଦେଖାଇ ସେ କେରଳରେ ଥିବା ଅତ୍ୟନ୍ତ ସମ୍ବେଦନଶୀଳ ଇଜହିମାଲା ନୌସେନା ଏକାଡେମୀରେ ବେଶ କିଛି ମାସ ହେଲା କାମ କରୁଥିଲା। କିନ୍ତୁ ଏକଥା ଜଣାପଡ଼ିବା ପରେ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛି ୩୨ ବର୍ଷୀୟ ବିପ୍ଳବ ସୋରେନ। ସେ ଏକାଡେମୀର ଲଣ୍ଡରୀ ସେକସନରେ ଜଣେ ଠିକା … Read more

ମଧ୍ୟପ୍ରଦେଶରେ ନାଳର ପ୍ରଖର ସ୍ରୋତରେ କାର୍ ଭାସିଯିବାରୁ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ, ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିଲା । ଫଳରେ ପ୍ରାୟ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଥିବାବେଳେ କାର ଡ୍ରାଇଭରକୁ ମିଶାଇ ୮ ଜଣ ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି। ମୃତ ୭ ଜଣ ଓଡ଼ିଆ … Read more

ପୋଲିସ ଜାଲରେ ଦୁର୍ଦ୍ଦାନ୍ତ ମାଓନେତା ଅସୀମ ମଣ୍ଡଳ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଟପ୍ କ୍ୟାଡର ମାଓବାଦୀ ଅସୀମ ମଣ୍ଡଳ ଓରଫ୍ ଆକାଶ ଶେଷରେ ପୋଲିସ ଜାଲରେ ପଡ଼ିଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲାର ପୋତାଶପୁର ଅଞ୍ଚଳରୁ ସୀମାନ୍ତ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବହୁ ସଂଘାତିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିବା ଅସୀମଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର … Read more

ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବିଏସଏଫ୍ ଆଇଜି ଦାୟିତ୍ୱ

ନୂଆଦିଲ୍ଲୀ: ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ସିଆରପିଏଫ ଆଇଜି ଥିବା ବେଳେ ତାଙ୍କୁୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ୨୦୨୮ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ବିଏସଏଫ୍ ଆଇଜି ଦାୟିତ୍ୱରେ ରହିବେ ବୋଲି କେନ୍ଦ୍ର ବିଜ୍ଞପ୍ତିନାମାରେ ଉଲ୍ଲେଖ ରହିଛି। ଏହି ବଦଳି ‘ଲାଟେରାଲ ଶିଫ୍ଟ’ ଆଧାରରେ ହୋଇଥିବାରୁ,ଏହା ତାଙ୍କର କେନ୍ଦ୍ରୀୟ ଡେପୁଟେସନ କାର୍ଯ୍ୟକାଳର ଏକ ଅଂଶ ବିଶେଷ ଅଟେ। … Read more

TMC ର ନାମ ଏବଂ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇଲେ ଇସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ରେ ଚାଲିଥିବା ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ଦଳର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମମତା ବାନାର୍ଜୀ ଏବଂ ଅରୂପ ରୟଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଆଗାମୀ ଉପନିର୍ବାଚନରେ ଦଳୀୟ ନାମ ‘ତୃଣମୂଳ କଂଗ୍ରେସ’ ଏବଂ ଚିହ୍ନ ‘ଯୋଡ଼ା ଫୁଲ ଓ ଘାସ’ ବ୍ୟବହାର କରିବା ଉପରେ ରୋକ ଲଗାଯାଇଛି । ଏହାସହ ଶୁକ୍ରବାର ସକାଳ ୧୧ଟା … Read more

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୬ତମ ଜନ୍ମଦିନ:ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଗୁଜରାଟର ଏକ ସାଧାରଣ ପରିବାରରୁ ଆରମ୍ଭ ହୋଇ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ‘ପ୍ରଧାନ ସେବକ’ ହେବା ପର୍ଯ୍ୟନ୍ତ … Read more

ଅନନ୍ତ ନାଗଙ୍କୁ ମିଳିବ ଦାଦାସାହେବ ଫାଲକେ ଆୱାର୍ଡ:ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଭାରତୀୟ ସିନେମା ଜଗତରେ ଉଲ୍ଲେଖନୀୟ ଓ ଅତୁଳନୀୟ ଯୋଗଦାନ ପାଇଁ ପ୍ରତିବର୍ଷ ଜଣେ ବିଶିଷ୍ଟ କଳାକାରଙ୍କୁ ‘ଦାଦାସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ କରାଯାଇଥାଏ। ଏହାକୁ ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ଗ୍ରହଣ କରାଯାଏ। ଚଳିତ ବର୍ଷ, ଅର୍ଥାତ ୨୦୨୪ ମସିହା ପାଇଁ ପ୍ରବୀଣ କନ୍ନଡ ଅଭିନେତା ଅନନ୍ତ ନାଗଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ଭାରତ ସରକାରଙ୍କ ପକ୍ଷରୁ ଏହି ୭୮ ବର୍ଷୀୟ ସୁନାମଧନ୍ୟ ଅଭିନେତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।ତାଙ୍କୁ … Read more

ନୂଆ ସେନ୍ସର ବୋର୍ଡ ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ସେନ୍ସର ବୋର୍ଡ ଗଠନ କରିଛନ୍ତି କେନ୍ଦ୍ର ସରକାର l ଏହାର କାର୍ଯ୍ୟକାଳ ତିନି ବର୍ଷ କିମ୍ବା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ରହିବ । ନୂତନ ସିବିଏଫସି ବୋର୍ଡରେ ଚଳଚ୍ଚିତ୍ର, ଟେଲିଭିଜନ, ସଙ୍ଗୀତ, ସାହିତ୍ୟ ଏବଂ କଳା ଜଗତର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସାମିଲ କରାଯାଇଛି । ୧୮ ସଦସ୍ୟ ବିଶିଷ୍ଟ ବୋର୍ଡରେ ଅଭିନେତା ମନୋଜ ଯୋଶୀ, ନିର୍ମାତା ପ୍ରିୟଦର୍ଶନ, ସୁନୀଲ ସେଟ୍ଟୀ, ପ୍ରୀତି ଜିଣ୍ଟା, ପଙ୍କଜ ତ୍ରିପାଠୀ ଏବଂ ପ୍ରୋସେନଜିତ୍ ଚାଟାର୍ଜୀ ଅଛନ୍ତି । … Read more