ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି ଓ ପିଏମ୍ ମୋଦି, ରାଜ୍ୟ ପାଇଁ ସ୍ମରଣୀୟ ଦିନ

ରାଇରଙ୍ଗପୁର: ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନିଜ ଜନ୍ମମାଟିରେ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇରଙ୍ଗପୁରରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପହଞ୍ଚିଛନ୍ତି । ପାହାଡ଼ପୁର ଗାଁରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପିଏମ ମୋଦିଙ୍କୁ ସ୍ୱାଗତ ଜଣାଇଛନ୍ତି । ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭେଚ୍ଛା ପତ୍ର ଏବଂ ସ୍ମାରକୀ ପ୍ରଦାନ କରିଛନ୍ତି । ଗତକାଲି ମହାମହିମ ରାଇରଙ୍ଗପୁର ଗସ୍ତରେ … Read more

ପ୍ରତି ପଞ୍ଚାୟତରେ ହବ ‘ଜନକଲ୍ୟାଣ ଶିବିର’, ଲୋକଙ୍କ ପାଖରେ ପହଞ୍ଚିବ ସମସ୍ତ ସରକାରୀ ସେବା

ଭୁବନେଶ୍ୱର: ଆଜିଠୁ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’ ଆୟୋଜନ କରାଯିବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟବ୍ୟାପୀ ସରକାରୀ ଜନସଂପର୍କ ଏବଂ ଜନଭାଗିଦାରୀ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଏହି ଜନକଲ୍ୟାଣ ଶିବିର ଆୟୋଜିତ ହେବ। ଏହା ମାଧ୍ୟମରେ ସରକାର ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ ହେବା ସହ ସରକାରୀ ଯୋଜନାର ସଚେତନତା, ହିତାଧିକାରୀ ଚିହ୍ନଟ, ପଞ୍ଜୀକରଣ, ଅଭିଯୋଗ … Read more

ପିଲା ଚୋର ସନ୍ଦେହରେ ଯୁବତୀଙ୍କୁ ଆକ୍ରମଣ :୧୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ରାୟଗଡା: କଲ୍ୟାଣସିଂହପୁରରେ ଏକ ବର୍ବରତା ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି । ପିଲା ଚୋର ସନ୍ଦେହରେ ବାହାର ରାଜ୍ୟର ଯୁବତୀଙ୍କୁ ବିବସ୍ତ୍ର କରି ନିର୍ଯାତନା ଦିଆଯାଇଛି l ପୀଡିତାଙ୍କ ସମେତ ଅନ୍ୟ ଜଣେ ସାମାଜିକ କର୍ମୀଙ୍କୁ ମଧ୍ୟ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକ । ଏହି ଘଟଣାରେ ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାକୁ ଅତି ଗମ୍ଭୀରତାର ସହ ନେଇ ଭିଡିଓ ଫୁଟେଜ୍ ଆଧାରରେ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ … Read more

୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ କିମସ ଡାକ୍ତରଙ୍କ ସଫଳ ହୃଦ୍‍ ଅସ୍ତ୍ରୋପଚାର

ଭୁବନେଶ୍ୱର: କିମସରେ ଜଣେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଜୀବନ ରକ୍ଷାକାରୀ ଆର୍ଟିକ୍ ଭଲଭ୍ ରିପ୍ଲେସମେଣ୍ଟ (ଏଭିଆର୍‍) ସଫଳତାର ସହ କରାଯାଇଛି। କିମ୍‍ସର ବିଶିଷ୍ଟ ହୃଦ୍‍ ସର୍ଜନ ଡାକ୍ତର ଅମିତ ଅଗ୍ରୱାଲଙ୍କ ନେତୃତ୍ୱରେ ହୃଦ୍‌ରୋଗ ସର୍ଜରୀ ଦଳ ଏହି ଜଟିଳ ପ୍ରକ୍ରିୟାରେ ରୋଗୀଙ୍କୁ ଉନ୍ନତ ହୃଦ୍‌ରୋଗ ଚିକିତ୍ସା ଯୋଗାଇବା କିମସ ପାଇଁ ଏକ ପ୍ରମୁଖ ସଫଳତା ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ହୃଦୟର ଆର୍ଟିକ୍ ଭାଲଭରେ ଓ ବାମ ଭେଣ୍ଟ୍ରିକୁଲାର ସଂକୀର୍ଣ୍ଣ ହୋଇଯାଇଥିବାରୁ ରୋଗୀ ଜଣକ ଗୁରୁତର ଆର୍ଟିକ୍ … Read more

ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି, ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ

ଯାଜପୁର: ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଦୁଇ ପୁରୁଷଙ୍କ ମଧ୍ୟରେ ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ lନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ। ସୁସଜ୍ଜିତ ଗାଡ଼ିରେ ବର ଆସିଲେ ଏବଂ ଡିଜେ ବଜାଇ ନାଚିଲେ ବରଯାତ୍ରୀ । ବରଗାଡ଼ି ପହଞ୍ଚିଲା ଗ୍ରାମର ସିଦେ୍ଧଶ୍ୱରୀ ମା’ଙ୍କ ପୀଠରେ । କନ୍ୟା ବେଶରେ ସଜେଇ ହୋଇଥିଲେ ଆଉ ଜଣେ ପୁରୁଷ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ … Read more

କାଠଯୋଡ଼ି ରେଳ ସେତୁରୁ ଖସି ଫ୍ଲାଗମ୍ୟାନଙ୍କ ମୃତ୍ୟୁ

କଟକ: କଟକ କାଠଯୋଡ଼ି ନଦୀ ଉପରେ ଥିବା ରେଳ ସେତୁରେ ଡ୍ୟୁଟିରେ ଥିବା ସମୟରେ ପ୍ରାୟ ୫୦ ଫୁଟ୍ ଉଚ୍ଚତାରୁ ତଳକୁ ଖସିପଡ଼ି ଜଣେ ରେଳବାଇ ଫ୍ଲାଗମ୍ୟାନଙ୍କ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଜଣକ ହେଲେ ଯାଜପୁର ଜିଲ୍ଲାର ସୁବାସ ରାହୁଲ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ରେଳବାଇ କର୍ମଚାରୀ ଓ ମୃତକଙ୍କ ପରିବାର ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, ସୁବାସ କାଠଯୋଡ଼ି ରେଳ ସେତୁ ଉପରେ ନିଜ କାର୍ଯ୍ୟରେ ନିୟୋଜିତ … Read more

୧୨୮ ମେଡିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ୧୨୮ ଜଣ ମେଡିକାଲ ଅଫିସରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ବିଚକ୍ଷଣା ପାଣିଗ୍ରାହୀ ସରକାରୀ ସେବାରୁ ବହିଷ୍କୃତ । ଦୀର୍ଘଦିନ ଧରି ଡାକ୍ତରଖାନା ନଆସି ରୋଗୀ ସେବାରୁ ବିରତ ରହିଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ … Read more

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାରେ ବିବାଦୀୟ ଆଇପିଏସ୍ ଅଫିସର ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ଦୟାଲ ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗଓ୍ଵାର ବିବାଦ ଘେରକୁ ଆସିଥିଲେ। ଗଙ୍ଗଓ୍ଵାର ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ମାଆ।ଏହି ହତ୍ୟା ମାମଲାରେ ଆଇପିଏସ୍ ଗଙ୍ଗୱାରଙ୍କ ସମ୍ପୃକ୍ତିକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିଲା ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଅଞ୍ଚଳର ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ଭିଡ଼ହତ୍ୟା ଘଟଣାରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ କାର୍ଯ୍ୟଶୈଳୀକୁ ନେଇ ସୌମ୍ୟଙ୍କ … Read more

ଖୋର୍ଦ୍ଧା ଜିଲ୍ଲାରେ ଆଜିଠୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ୍‌, ପୁରୀରେ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି

ଭୁବନେଶ୍ୱର: ପ୍ରବଳ ଖରାଏବଂ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ୧୯ରୁ ୨୫ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ପୁରୀରେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆସନ୍ତା ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ କେବଳ ସକାଳ ସମୟରେ ଖୋଲା … Read more

ରାଜ୍ୟର ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଡିଜିଟାଲ ଭାରତ ନିଧି (ଡିବିଏନ୍) ଅନୁଦାନପ୍ରାପ୍ତ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟର ୨୪ଟି ଜିଲ୍ଲାର ୭୦୭ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ରହିଛି । ଏଥିପାଇଁ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ଇଲେକ୍ଟ୍ରୋନିକ୍ସ ଓ ସୂଚନା … Read more