ବର୍ଷା ପାଇଁ ଦୁଇ ପୁରୁଷଙ୍କ ମଧ୍ୟରେ ପଡ଼ିଲା ହାତଗଣ୍ଠି, ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ

ଯାଜପୁର: ବର୍ଷା ପାଇଁ ପୂର୍ବ ପରମ୍ପରା ଅନୁଯାଇ ଦୁଇ ପୁରୁଷଙ୍କ ମଧ୍ୟରେ ବାହାଘର କରି ବର୍ଷାକୁ ନିମନ୍ତ୍ରଣ କରିଛନ୍ତି ଗ୍ରାମବାସୀ lନିଆରା ପରମ୍ପରା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗମ୍ଭାରୀଆ ଗାଁରେ। ସୁସଜ୍ଜିତ ଗାଡ଼ିରେ ବର ଆସିଲେ ଏବଂ ଡିଜେ ବଜାଇ ନାଚିଲେ ବରଯାତ୍ରୀ । ବରଗାଡ଼ି ପହଞ୍ଚିଲା ଗ୍ରାମର ସିଦେ୍ଧଶ୍ୱରୀ ମା’ଙ୍କ ପୀଠରେ । କନ୍ୟା ବେଶରେ ସଜେଇ ହୋଇଥିଲେ ଆଉ ଜଣେ ପୁରୁଷ । ଯାଜପୁର ଜିଲ୍ଲା କୋରେଇ ବ୍ଲକ ବନ୍ଦାଳୋ ପଞ୍ଚାୟତ ଗହ୍ମାରିଆ ଗ୍ରାମରେ ହୋଇଥିବା ଏହି ‘ଅଣ୍ଡିରା ବିବାହ’ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗହ୍ମାରିଆ ଗ୍ରାମରେ ଏକ ପରମ୍ପରା ରହିଛି ‘ଅଣ୍ଡିରା ବିବାହ’ କରାଇଲେ ସ୍ୱାଭାବିକ ବର୍ଷା ହୁଏ । ଏହି ବିବାହ କରାଗଲେ ରିଷ୍ଟ ଖଣ୍ଡନ ହୋଇ ନିଶ୍ଚିତ ବର୍ଷା ହୋଇଥାଏ ବୋଲି ବିଶ୍ୱାସ ରହିଛି । ୨୫ବର୍ଷ ତଳେ ଏପରି ବିବାହ ହୋଇଥିଲା । ଚଳିତ ଥର ଅନିୟମିତ ବର୍ଷା ପାଇଁ ଗ୍ରାମବାସୀ ଏହି ପରମ୍ପରାକୁ ପୁଣି ଥରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଚଳିତ ମାସ ୧୭ ତାରିଖ ଦିନ ଏହି ନିଆରା ବିବାହ ଉତ୍ସବ କରାଯାଇଥିଲା । ବର ଭାବେ ଯତିନ ଖଟୁଆ ଓ କନ୍ୟା ଭାବେ କାଳନ୍ଦି ନାୟକ ବିବାହ ପାଇଁ ରାଜି ହୋଇଥିଲେ । ସଂପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ପରେ କନ୍ୟାକୁ ସମସ୍ତେ ବର ସହିତ ବିଦାୟ ଦେଇଥିଲେ।

Leave a Comment