ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ; ପାସ୍ ହାର ୯୫. ୩୩ %

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସନ୍ଧ୍ୟା ୬ଟା ପରଠାରୁ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତ ବର୍ଷ ମାଟ୍ରିକ ବାର୍ଷିକ ପରୀକ୍ଷାରେ ପାସ୍‌ ହାର ୯୫.୩୩ ପ୍ରତିଶତ ରହିଛି। ଅର୍ଥାତ ମୋଟ୍‌ ୫ଲକ୍ଷ ୧୯ ହଜାର ୨୫୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତି। ଚଳିତବର୍ଷ ଠାରୁ ପ୍ରଥମ ଥର ପାଇଁ ପରୀକ୍ଷାର୍ଥୀମାନେ ଓଡ଼ିଆରେ ମାଟ୍ରିକ … Read more

NEP-2020: ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ଯୋଗଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ଶିକ୍ଷା ନୀତି (NEP-2020) ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡ୍‌ମ୍ୟାପ୍ ଉପସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି … Read more

ସନ୍ଦୀପ ପାଠକଙ୍କ ଘରେ ପଞ୍ଜାବ ପୋଲିସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଛାଡି ବିଜେପିରେ ସାମିଲ୍ ହୋଇଥିବା ସାଂସଦଙ୍କ ବିରୋଧରେ ଜାମିନି ବିହୀନ ଦୁଇଟି ଧାରା ଆଧାରରେ ଏଫଆଇଆର ରୁଜୁ ହୋଇଛି । ଏହା ମଧ୍ୟରେ ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀ ସ୍ଥିତ ବାସଭବନ ପହଞ୍ଚିଥିଲେ । ହେଲେ ସନ୍ଦୀପ ପାଠକ ନିଜର ସରକାରୀ ବାସଭବନର ପଛ ଦ୍ୱାର ଦେଇ ପଳାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ୍ ହୋଇଛି ।ସନ୍ଦୀପ ପାଠକ … Read more

ସ୍କୁଲ ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ

ଭୋଗରାଇ: ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟକୁ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ଏକ ଚାଉଳ ଗୋଦାମକୁ ବିକ୍ରି ପାଇଁ ଅଣା ଯାଇଥିଲା। ବଜାରରେ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ। ସ୍ଥାନୀୟ ଲୋକେ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଯୋଗାଣ ଅଧିକାରୀ ପହଞ୍ଚି ଚାଉଳ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଖବର ଅନୁସାରେ, ଆଜି ସକାଳେ ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟରୁ ୬ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ … Read more

ଆଜି ପ୍ରକାଶ ପାଇବ ୧୦ମ ଶ୍ରେଣୀ ପରୀକ୍ଷା ଫଳ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ର ଫଳାଫଳ ଆଜି ଅପରାହ୍‌ଣରେ ପ୍ରକାଶ ପାଇବ। ଏନେଇ ଗତ ଗୁରୁବାର ଦିନ ବୋର୍ଡ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିଲେ l ଜାରି ବିଜ୍ଞପ୍ତି ଅନୁସାରେ, ବାର୍ଷିକ ଉଚ୍ଚବିଦ୍ୟାଳୟ ପ୍ରମାଣପତ୍ର (ଏଏଚ୍‌ଏସ୍‌ସି), ୨୦୨୬, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ୨୦୨୬ (ପ୍ରଥମ), ମାଧ୍ୟମ ପରୀକ୍ଷା ୨୦୨୬ର ପରୀକ୍ଷା ଫଳ ମଇ ୨ ତାରିଖ ଅପରାହ୍‌ଣ ୪ଟାରେ ପ୍ରକାଶ ପାଇବ। ସଂଧ୍ୟା ୬ଟା ପରେ ବୋର୍ଡର … Read more

ଆଜି ପଶ୍ଚିମବଙ୍ଗର ୧୫ ବୁଥ୍‌ରେ ହେବ ପୁନଃ ମତଦାନ

ପଶ୍ଚିମବଙ୍ଗ: ମେ ୪ ତାରିଖରେ ଭୋଟ ଗଣତି ହେବାକୁ ଥିବାବେଳେ, ତା’ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ (ECI)ପଶ୍ଚିମବଙ୍ଗ ର ୧୫ଟି ପୋଲିଂ ଷ୍ଟେଶନରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ,ଆଜି ବେଙ୍ଗଲର ୧୫ଟି ବୁଥରେ ରିପୋଲିଂ(ପୁନଃ ମତଦାନ) ଅନୁଷ୍ଠିତ ହେବ। ଏଥିମଧ୍ୟରେ ମଗରାହାଟ ପଶ୍ଚିମର ୧୧ଟି ବୁଥ ଏବଂ ଡାଇମଣ୍ଡ ହାର୍ବରର ୪ ବୁଥ ରହିଛି। ଏହି ସମସ୍ତ କେନ୍ଦ୍ରରେ ପୂର୍ବରୁ ହୋଇଥିବା ମତଦାନକୁ ରଦ୍ଦ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା … Read more

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ ଶୁଭାରମ୍ଭ

ରାୟଗଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାୟଗଡ଼ା ଜିଲ୍ଲାଠାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୭୦୦ କୋଟି ଟଙ୍କା ବିନିମୟରେ ୮୨୭ଟି ନୂଆ ସଡ଼କ ନିର୍ମାଣ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇଥିଲେ l ଏହି ସଡ଼କ ଯୋଗୁଁ ଜିଲ୍ଲାର … Read more

ଭାଙ୍ଗିଲା GSTର ସବୁ ରେକର୍ଡ; ଟପିଲା ୨.୪୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଏପ୍ରିଲରେ ମୋଟ୍ ଜିଏସଟି ସଂଗ୍ରହ ୨.୪୩ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ପୂର୍ବରୁ ୨ ଲକ୍ଷ କୋଟିରୁ ଅଧିକ। ଗତ ବର୍ଷ ଏପ୍ରିଲ ତୁଳନାରେ ଏହା ୮.୭ ପ୍ରତିଶତ ଅଧିକ । ଉଲ୍ଲେଖନୀୟ ୨୦୨୫ ଏପ୍ରିଲରେ ଜିଏସଟି କଲେକ୍ସନ ୨.୨୩ ଲକ୍ଷ କୋଟିରୁ ଅଧିକ ଥିଲା, ଯାହା ସର୍ବକାଳୀନ କଲେକ୍ସନ ଥିଲା । ଗୋଟିଏ ବର୍ଷ ପରେ ଏହି ରେକର୍ଡ ଭାଙ୍ଗି ଯାଇଛି ଏବଂ ଜିଏସଟି ସଂଗ୍ରହ ପ୍ରଥମ ଥର ୨.୪୩ ଲକ୍ଷ କୋଟି … Read more

ପୁଣି ଥରେ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ପିୟୁସିର ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପୁଣି ଥରେ ପବ୍ଲିକ୍ ଅଣ୍ଡରଟେକିଂ କମିଟି ବା ପିୟୁସିର ଅଧ୍ୟକ୍ଷ ପଦର ଦାୟିତ୍ୱ ନେଇଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ଦେଇଛନ୍ତି । ଗତବର୍ଷ ମେ ୧ ତାରିଖରେ ବୈଜୟନ୍ତୀଙ୍କୁ ପିୟୁସି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ଅର୍ଥାତ୍ ୨୦୨୬ ଏପ୍ରିଲ ୩୦ ଯାଏ ଥିଲା … Read more

ସଞ୍ଜୟ କପୁରଙ୍କ ସମ୍ପତ୍ତି ମାମଲା କରିନା କପୁରଙ୍କୁ ମିଳିଲା ହାଇକୋର୍ଟ ରୁ ଆଶ୍ବସ୍ତି

ନୂଆଦିଲ୍ଲୀ: ସଞ୍ଜୟ କପୁରଙ୍କ ପରଲୋକ ପରେ ତାଙ୍କ ସମ୍ପତ୍ତିକୁ ନେଇ ଆଇନଗତ ସମସ୍ୟା ବଢିବାରେ ଲାଗିଛି। କରିସ୍ମା କପୁରଙ୍କ ପିଲାଙ୍କ ଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର ପରେ ଏହି ଆଇନଗତ ସମସ୍ୟା ଉପୁଜିଥିଲା, ଯେଉଁଥିରେ ଦୁଇ ପିଲା ପ୍ରିୟା ସଚଦେବ କପୁରଙ୍କ ବିରୋଧରେ ସଞ୍ଜୟଙ୍କ ଇଚ୍ଛା ପତ୍ର ହେରଫେରର ଅଭିଯୋଗ ଆଣିଥିଲେ। ଏହି ଆଇନଗତ ସମସ୍ୟା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର କରିସ୍ମାଙ୍କ ପିଲାଙ୍କ ଦ୍ୱାରା ରୁଜୁ ଅନ୍ତରୀଣ ନିଷେଧାଜ୍ଞା ପିଟିସନକୁ ବିଚାର ଲାଗି ଗ୍ରହଣ … Read more