CMOରୁ ଫାଇଲ୍‌ ହଜିବା ଘଟଣାରେ ହୋଇପାରେ ନବୀନଙ୍କୁ ଜେରା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ୍‌ ହଜିବା ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେରା ହୋଇପାରନ୍ତି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଗୃହ ବିଭାଗର ରିପୋର୍ଟ ମୁତାବକ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଓ ଏହାର ପରବର୍ତ୍ତୀ ଦଙ୍ଗା ଘଟଣାରେ ଜଷ୍ଟିସ୍‌ ଏସ୍‌. ନାଇଡୁଙ୍କ ତଦନ୍ତ ରିପୋର୍ଟ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ହଜିଯାଇଛି। ରାଜସ୍ବମନ୍ତ୍ରୀ ସୁରେଶ … Read more

ଶରଣକୁଳ ଥାନାଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ଜିଲ୍ଲା ମୁଖ୍ୟାଳୟକୁ ବଦଳି ସହ ମାମଲା ରୁଜୁ

ନୟାଗଡ଼: ନୟାଗଡ଼ ଜିଲ୍ଳା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନାମରେ ଜନୈକା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବୁଧବାର ମହିଳା ନୟାଗଡ଼ ଏସ୍‌ପିଙ୍କୁ ଦେଖା କରି ଅଭିଯୋଗ କରିଥିଲେ। ସୁଜିତଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ତୁରନ୍ତ ବଦଳି ନିର୍ଦେଶ ଦିଆଯାଇଛି l ମହିଳାଙ୍କ ଅଭିଯୋଗ ଆଧାରରେ ଶରଣକୁଳ ଥାନା ଅଧିକାରୀ ସୁଜିତଙ୍କ ନାମରେ ରୁଜୁ ହେଲା ମାମଲା I ରାଜ୍ୟ ପୋଲିସ ବିଭାଗ ମହିଳାଙ୍କ ଏହି ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛି … Read more

ଟ୍ରମ୍ପଙ୍କ ବଡ଼ ପ୍ରତିଶ୍ରୁତି: ଭାରତ ଉପରେ ଆକ୍ରମଣ ହେଲେ ଆମେରିକା କରିବ ସହାୟତା

ନୂଆଦିଲ୍ଲୀ: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା। ଏହି ହାଇପ୍ରୋଫାଇଲ୍ ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଭାରତକୁ ନେଇ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି l ଟ୍ରମ୍ପ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ପର୍ଯ୍ୟନ୍ତ ଯଦି ଭାରତ ଉପରେ … Read more

ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟର ୯ଟି ଜିଲ୍ଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ୭୬ ହଜାର ୬୧୨ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କଲେ ରାଜ୍ୟ ସରକାର। ଏହାଦ୍ବାରା ୫୦ ହଜାର ୫୧୭ ନିଯୁକ୍ତି ସୃଷ୍ଟି ସମ୍ଭାବନା ରହିଛି। ରତ୍ନପଥର, ମହାକାଶ, ପ୍ରତିରକ୍ଷା, ବିରଳ ପୃଥିବୀ ଖଣିଜ ପଦାର୍ଥ କ୍ଷେତ୍ରରେ ହେବ ପ୍ରକଳ୍ପ। ୯୮୧୭ କୋଟି ବ୍ୟୟରେ ଖୋର୍ଦ୍ଧାରେ ହେବ ହୀରା ଉତ୍ପାଦନ ୟୁନିଟ୍। ରତ୍ନପଥର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ଏହା … Read more

ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍ ଗିରଫ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଏବଂ ନକଲି ଲେଟରପ୍ୟାଡ୍ ବ୍ୟବହାର କରି ବଦଳି କରିବା ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ୍‌ଙ୍କୁ ଗିରଫ କରାଯାଇଛି। ସେ ହରିଚନ୍ଦନପୁର ବ୍ଲକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଭୁବନେଶ୍ୱର ଏସିପି (ଜୋନ୍-୧) ଏହି ଗିରଫଦାରୀ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ସଙ୍ଗୀନ ବଦଳି ସ୍ୱାର୍ଥ ପଛରେ ଦୁଇଜଣ ଯନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲା। ଗିରଫ ହୋଇଥିବା ଲକ୍ଷ୍ମଣ ହେମ୍ବ୍ରମ୍‌ଙ୍କ … Read more

ସ୍କୁଲ ବହିରେ ଭୁଲ୍ ପ୍ରସଙ୍ଗକୁ ନେଇ କଠୋର ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଧରାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଠୋର ପଦକ୍ଷେପ ନେଇଛନ୍ତି। ଆଜି ସେକ୍ରେଟେରିଏଟ୍‌ରେ ଅନୁଷ୍ଠିତ ଏକ ଜରୁରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କେବଳ ଅଧିକାରୀଙ୍କ ରିପୋର୍ଟ ଶୁଣି ନାହାନ୍ତି, ବରଂ ବହିରେ ପ୍ରକୃତରେ କଣ ଭୁଲ୍ ରହିଛି ତାହା ନିଜ ଆଖିରେ ଦେଖିବା ପାଇଁ ଅଧିକାରୀମାନଙ୍କୁ ସିଧାସଳଖ ସେହି ତ୍ରୁଟିପୂର୍ଣ୍ଣ ପୁସ୍ତକ ମାଗିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡ଼ିତ ଏହି ମାମଲାକୁ ସରକାର କେତେ ଗମ୍ଭୀରତାର ସହ … Read more

ଶିବସେନା ୟୁବିଟି ସାଂସଦଙ୍କ ଉପରେ ସଞ୍ଜୟଙ୍କ ବଡ଼ ଦାବି

ମୁମ୍ବାଇ: ମହାରାଷ୍ଟ୍ରରେ ‘ଅପରେସନ୍ ଟାଇଗର’କୁ ନେଇ ରଜନୀତି ସରଗମର ହୋଇଉଠିଛି । ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଉଦ୍ଧବ ଠାକରେଙ୍କ ଶିବସେନା (ୟୁଟିବି)ର କିଛି ସାଂସଦ ଖୁବଶୀଘ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀରେ ସାମିଲ ହେବାକୁ ଯାଉଛନ୍ତି । କିଛି ଶିବସେନା (ସଂଯୁକ୍ତ) ସାଂସଦ ଦଳ ଛାଡିବା ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ରାଜ୍ୟସଭା ସାଂସଦ … Read more

ବଦଳି ପାଇଁ ଉପବାଚସ୍ପତିଙ୍କ ଦସ୍ତଖତ ଜାଲ୍ କରି ଫସିଲେ ଦୁଇ ବ୍ଲକ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତକୁ ରାଜ୍ୟ ସରକାରଙ୍କ ଦୁଇଜଣ ଇଞ୍ଜିନିୟର ଜାଲିଆତି କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଏନେଇ କ୍ୟାପିଟାଲ ଥାନାରେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ଶ’ ଲିଖିତ ଅଭିଯୋଗ ପରେ ପ୍ରଶାସନିକ ମହଲରେ ଚହଳ ସୃଷ୍ଟି ହେଇଛି । କ୍ୟାପିଟାଲ ଥାନାରେ ଦାଏର ଏଫଆଇଆରରେ ଦର୍ଶାଯାଇଛି ଯେ, ନିଜର ବଦଳି ପାଇଁ ଦୁଇଜଣ ସରକାରୀ କର୍ମଚାରୀ(ଇଞ୍ଜିନିୟର) ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଓ ସରକାରୀ ପ୍ୟାଡକୁ ଅପବ୍ୟବହାରର … Read more

G7 ଶିଖର ସମ୍ମିଳନୀ: ୧୬ ମାସ ପରେ ମୋଦି-ଟ୍ରମ୍ପ ଭେଟ

ନୂଆଦିଲ୍ଲୀ: ଦୀର୍ଘ ୧୬ ମାସର ବ୍ୟବଧାନ ଓ ଅର୍ଥନୀତିକ ବାଦବିବାଦ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରସ୍ପରକୁ ଭେଟିଛନ୍ତି। ଫ୍ରାନ୍ସରେ ଆୟୋଜିତ ଜି-୭ ସମ୍ମିଳନୀରେ ଉଭୟ ନେତା ପରସ୍ପର ସହ ହାତ ମିଳାଇ କିଛି ସମୟ କଥାବାର୍ତ୍ତା କରିଛନ୍ତି । ଆଜି ଦୁଇ ଜଣଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକର କାର୍ଯକ୍ରମ ରହିଛି। ଭାରତ ଓ ଆମେରିକା ମଧ୍ୟରେ ଖୁବଶୀଘ୍ର ବାଣିଜ୍ୟ ଚୁକ୍ତି କରିବାକୁ ଯାଉଥିବା ବେଳେ ଏହି ଭେଟଘାଟ … Read more

ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପକୁ ‘ସିଡ୍ୟୁଲ୍ K’ ତାଲିକାରୁ ବାଦ୍ ଦେଇଛି । ଏହାର ଅର୍ଥ ହେଉଛି, ଏଣିକି କଫ୍ ସିରପ କିଣିବା ପାଇଁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ବା ଅନୁମତି ପତ୍ର ବାଧ୍ୟତାମୂଳକ । ଏ ପର୍ଯ୍ୟନ୍ତ ଆମେ ଫାର୍ମାସିରୁ ବିନା ପ୍ରେସକ୍ରିପସନରେ କଫ୍ ସିରପ କିଣି ପାରୁଥିଲୁ । … Read more