ମମତାଙ୍କ ଦାବି ୨୨୬ରୁ ଅଧିକ ଆସନରେ ଜିତିବ ଟିଏମସି

ପଶ୍ଚିମବଙ୍ଗ: ମତଦାନ ପରେ ପ୍ରକାଶ ପାଇଥିବା ଏକ୍ଜିଟ୍ ପୋଲ୍ ରିପୋର୍ଟ ପରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମମତା ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡ଼ିଓ ଜାରି କରି ତୃଣମୂଳ କଂଗ୍ରେସର ସମସ୍ତ କର୍ମକର୍ତ୍ତା ଏବଂ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଯେଉଁମାନେ ନିଜ ଜୀବନକୁ ବାଜିରେ ଲଗାଇ ସଂଘର୍ଷ କରି ସମସ୍ତ ଅନୁକୂଳ ପରିସ୍ଥିତିରେ ସାମ୍ନା କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଦାବି କରିଛନ୍ତି ଯେ ଟିଏମସି ୨୨୬ରୁ ଅଧିକ … Read more

ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ

ଭୁବନେଶ୍ୱର: ବିଜେବି କଲେଜରେ କମେଣ୍ଟ ମାରିବାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଛାତ୍ରୀଙ୍କୁ କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ପକ୍ଷକୁ ପ୍ରିନ୍ସପାଲଙ୍କ ଚାମ୍ବରକୁ ଡାକାଯାଇଥିଲା। କିନ୍ତୁ ଆଲୋଚନା ଚାଲିଥିବା ସମୟରେ ହଠାତ୍ କିଛି ଛାତ୍ର ମାରଣାସ୍ତ୍ର ନେଇ ଚାମ୍ବର ଭିତରକୁ ପଶି ଆକ୍ରମଣ କରିଥିଲେ। ଫଳରେ ଦୁଇ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଛାତ୍ରଙ୍କୁ … Read more

ଓଡ଼ିଶାରେ ମହିଳା ସମ୍ମାନକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଏବଂ ସୀମା ନିର୍ଦ୍ଧାରଣ (Delimitation) ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ରାଜ୍ୟରେ ମହିଳା ସୁରକ୍ଷା ଓ ପ୍ରଶାସନିକ ବିଫଳତାକୁ ନେଇ ସେ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଗୃହକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦୁଝରରେ ଟଙ୍କା ପାଇଁ ଜଣେ ଭାଇକୁ ନିଜ … Read more

ପୋଲିସକୁ ଛୁରା ମାଡ଼ ଅଭିଯୋଗରେ ୫ ଜଣ ଆକ୍ରମଣକାରୀ ଅଟକ

କଟକ: ଗତକାଲି ରାତିରେ କଟକ ଓଏମ୍‌ପି ସ୍ଥିତ ଷଷ୍ଠ ବାଟାଲିୟନ୍ କ୍ୟାମ୍ପସ୍ ରେ ପୋଲିସକୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ଆହତ ପୋଲିସ କର୍ମଚାରୀଙ୍କ ବେକ, ପିଠି ଏବଂ ହାତରେ ଆଘାତ ଲାଗିଛି । ସେମାନେ ହେଲେ ସିପାହୀ ପ୍ରଶାନ୍ତ ମୁଦୁଲି ଓ ମାନସ ରଣସିଂହ ଏବଂ ଚାଉଳିଆଗଞ୍ଜ ଥାନା ହୋମଗାର୍ଡ ବିପିନ ଦାସ । … Read more

ମତଦାନ ଶେଷ ହେବାପରେ ପ୍ରକାଶ ପାଇଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ

ନୂଆଦିଲ୍ଲୀ:କେରଳ, ଆସାମ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଚାରିଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ଭୋଟ୍ ଗ୍ରହଣ ସରିବା ପରେ ବୁଧବାର ସନ୍ଧ୍ୟାରେ ବିଭିନ୍ନ ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ଆସାମରେ ଭାଜପା ବିଜୟୀ ହେବ ବୋଲି ଅନେକ ଏକ୍‌ଜିଟ୍‌ ପୋଲ୍‌ରେ ପୂର୍ବାନୁମାନ କରିଥିବାବେଳେ ପଶ୍ଚିମବଙ୍ଗରେ ଶାସକ ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଛି। ୪ଟି ଏକ୍‌ଜିଟ୍‌ ପୋଲ୍‌ ଭାଜପା ସପକ୍ଷରେ ଯାଇଥିବାବେଳେ ୨ଟି ଟିଏମ୍‌ସି ବିଜୟୀ ହେବ ବୋଲି କହିଛନ୍ତି। … Read more

ସୁଧୀର ପାତ୍ର ହତ୍ୟା ମାମଲା: ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅତ୍ୟଧିକ ମାଡ଼ ସାଙ୍ଗକୁ ଶ୍ୱାସରୁଦ୍ଧ ହେବା ଯୋଗୁଁ ସୁଧୀରଙ୍କ ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏମକେସିଜି ମେଡିକାଲ କଲେଜର ଏଫଏମଟି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶଙ୍କ ସୂଚନା ଅନୁଯାୟୀ, ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ଅତ୍ୟଧିକ ଭୟଭୀତ … Read more

ଦ୍ଵିତୀୟ ପର୍ଯ୍ୟାୟ ରେ ୮୯.୯୯% ମତଦାନ :ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ ପୁଣିଥରେ ହେବ ମତଦାନ

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି l ଦ୍ଵିତୀୟ ପର୍ଯ୍ୟାୟ ରେ ସନ୍ଧ୍ୟା ୫ ଟା ସୁଦ୍ଧା ୮୯.୯୯ % ମତଦାନ ହୋଇଥିବାର ସୂଚନା ମିଳିଛି କିଛି କିଛି ସ୍ଥାନରେ ହିଂସା ଘଟିଥିବା ଖବର ଆସିଛି l ଏହା ସହିତ ଅନେକ ସ୍ଥାନରେ ଇଭିଏମ୍ ରେ କଳା/ଧଳା ଟେପ୍ ଲଗାଯିବା ଏବଂ ଇଭିଏମ୍ ଟ୍ୟାମ୍ପରିଂର ଅଭିଯୋଗ ଆସିଛି। ଅଭିଯୋଗ ହୋଇଛି ଯେ ଇଭିଏମ୍ ରେ ଭାରତୀୟ ଜନତା ପାର୍ଟି … Read more

ସ୍ଵତନ୍ତ୍ର ଅଧିବେଶନ ପାଇଁ ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବିଧାନସଭାରେ ହେବାକୁ ଯାଉଛି,ସେଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ପୋଲିସ କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିଧାନସଭା ପରିସର ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ଦାୟିତ୍ୱରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ଏବଂ ୧୦୦ ରୁ ଅଧିକ ବରିଷ୍ଠ ପୋଲିସ ଅଫିସର ନିୟୋଜିତ ହେବେ। ଯେକୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ଷ୍ଟ୍ରାଇକିଂ ଫୋର୍ସ, STU (Special Tactical Unit), ବୋମା ନିଷ୍କ୍ରିୟକାରୀ … Read more

ସେବାୟତଙ୍କ ବିବାଦ ପାଇଁ ଚନ୍ଦନ ଯାତ୍ରାର ନବମ ଦିନରେ ବିଭ୍ରାଟ

ପୁରୀ: ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିପାରିଲେ ନାହିଁ ମହାପ୍ରଭୁ। ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ଦେଖାଦେଇଥିଲା ବିଭ୍ରାଟ। ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ଡଙ୍ଗାରେ ଯିବା ନେଇ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ଚାପ ହୋଇପାରିନଥିଲା । ଫଳରେ ବନ୍ଦ ରହିଥିଲା ମହାପ୍ରଭୁଙ୍କ ଚାପଖେଳ। ବିଳମ୍ବିତ ରାତି ଯାଏ ସମାଧାନର ପ୍ରୟାସ କରି ଜିଲ୍ଲାପାଳ ବିଫଳ ହୋଇଥିଲେ । ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ … Read more

ପଶ୍ଚିମବଙ୍ଗର ୧୪୨ଟି ଆସନ ପାଇଁ ମତଦାନ ଆରମ୍ଭ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ସକାଳ ୭ଟାରୁ ରାଜ୍ୟର ରାଜଧାନୀ କୋଲକାତା ଏବଂ ଅନ୍ୟ ଛଅଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ୩ କୋଟି ୨୧ ଲକ୍ଷରୁ ଅଧିକ ଭୋଟର ୧,୪୪୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଭବାନୀପୁର) ଏବଂ ବିରୋଧୀଦଳର ନେତା … Read more