ସୋଆରେ ସାଇବର ସୁରକ୍ଷା ନେଇ ଦୁଇ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଆଜି ଠାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ସାଇବର ସିକ୍ୟୁରିଟି, ଏଆଇ ଆଣ୍ଡ ଏମର୍ଜିଂ ଟେକ୍ନୋଲଜିସ୍‌- ସିକ୍ୟୁରିଂ ଟୁମୋରୋସ ଇନ୍‌ଟେଲିଜେନ୍‌ଟ ସିଷ୍ଟମ୍‌ସ’ ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଆୟୋଜିତ ହେବାକୁ ଥିବା ବେଳେ ପ୍ରଶାସନ, ଶିଳ୍ପ, ଶିକ୍ଷା ଏବଂ ପ୍ରତିରକ୍ଷା କ୍ଷେତ୍ରର ନେତୃବର୍ଗ ଏକତ୍ରିତ ହୋଇ ଏକ ସୁରକ୍ଷିତ ଓ ବୁଦ୍ଧିମତା ସମ୍ପନ୍ନ ଡିଜିଟାଲ୍ ଭବିଷ୍ୟତ ସମ୍ପର୍କରେ ଆଲୋଚନା ହେବ । ସୋଆ ଏବଂ ଅଟଳ ଇନ୍‌କ୍ୟୁବେସନ୍ ସେଂଟର – ସୋଆ … Read more

ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ ଯୋଗାଣର ସ୍ଥିତି ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମଙ୍ଗଳବାର ଦିନ ରାଜ୍ୟରେ ରନ୍ଧନ ଗ୍ୟାସ ଏବଂ ପେଟ୍ରୋଲ-ଡିଜେଲ୍‌ର ଉପଯୁକ୍ତ ଯୋଗାଣର ସ୍ଥିତି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ପାତ୍ର ଏଚ୍‌ପିସିଏଲ୍‌, ଆଇଓସିଏଲ୍‌, ବିପିସିଏଲ୍‌, ଆଦାନୀ ଗ୍ରୁପ୍‌ ଆଦି ବିଭିନ୍ନ ଇନ୍ଧନ ବିତରଣକାରୀ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବା ସହ ରାଜ୍ୟରେ ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଣ ସମ୍ପର୍କିତ ସ୍ଥିତି ବାବଦରେ ବିସ୍ତୃତ … Read more

ହିଟୱେଭ୍ ସେଣ୍ଟର ଖୋଲିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଗକୁ ଗ୍ରୀଷ୍ମ ପ୍ରଭାବ ବଢିବ। ଏହାକୁ ଦୃଷ୍ଟିରେ ରଖି ସରକାର ହିଟୱେଭ୍ ସେଣ୍ଟର ଖୋଲିଵାକୁ ଚିନ୍ତା କରୁଛନ୍ତି । ବାତ୍ୟା, ବନ୍ୟା ଆଶ୍ରୟ ସ୍ଥଳୀ ପରି ଏହା ଖୋଲାଯିବ। ଏହାଦ୍ବାରା ଲୋକମାନେ ଉପକୃତ ହେବେ । ଓଡିଶାରେ ଯେଉଁଠି ଅଧିକ ହିଟୱେଭ୍ ସେଠାରେ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ଯେ ପ୍ରକୃତି ଅସ୍ବାଭାବିକ ପ୍ରଭାବ ଦେଖାଉଛି । ସାରା ପୃଥିବୀରେ ଜଳବାୟୁ … Read more

ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିବେନି କଂଗ୍ରେସ ଏବଂ ବିଜେଡି: ଭକ୍ତ ଚରଣ ଦାସ

ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କରିଛି କଂଗ୍ରେସ । ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍‌ରେ ଲଢ଼ିବ କଂଗ୍ରେସ । ବିଜେଡି ସହ ଏକ ହୋଇ କଂଗ୍ରେସ ପଞ୍ଚାୟତ ନିର୍ବାଚନ ଲଢ଼ିବନି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ସେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ବିଜେଡି ସହିତ ମେଣ୍ଟ କରିବାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା … Read more

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ପାଳନ

କଟକ: ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀରେ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିବାର ସବୁ ସୁଯୋଗକୁ ଏଡାଇ ଯାଇ ନିଜ ଜନ୍ମଭୂମିକୁ କର୍ମକ୍ଷେତ୍ର କରିବାର ସଂକଳ୍ପ ନେଇ ଓଡ଼ିଶା ଫେରି ଆସିଥିଲେ। ଜନ୍ମମାଟି ସତ୍ୟଭାମାପୁର ଓ କଟକ ସହର ପାଲଟିଥିଲା ତାଙ୍କ କର୍ମକ୍ଷେତ୍ର। ସ୍ବତନ୍ତ୍ର ଓଡ଼ିଶା … Read more

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଭଉଣୀର ମୃତଦେହ ଧରି ପହଞ୍ଚିଲା ଭାଇ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଲ୍ଲିପଶି ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ସମ୍ମୁଖରେ ସୋମବାର ଏକ ହୃଦୟବିଦାରକ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ଡ଼ିଆନାଳି ଗାଁର ଜିତୁ ମୁଣ୍ଡାଙ୍କ ଭଉଣୀ କଲରା ମୁଣ୍ଡାଙ୍କ ୨ ମାସ ପୂର୍ବେ ମୃତ୍ୟୁ ଘଟି ଥିଲା। ପୂର୍ଵରୁ ତାଙ୍କ ସ୍ବାମୀ ଓ ଏକ ମାତ୍ର ସନ୍ତାନଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା l କଲରାଙ୍କ ସମ୍ପର୍କୀୟ କହିଲେ, ଜିତୁ ହିଁ ଏକ ମାତ୍ର ବ୍ୟକ୍ତି ଥିଲେ … Read more

ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ

ଭୁବନେଶ୍ୱର:ବିଜେଡିରୁ ନିଲମ୍ବିତ ହୋଇଥିବା ୮ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ଦାବିରେ ସୋମବାର ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟିଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବିଧାନର ଧାରା ୧୯୧(୨) ଏବଂ ଦଶମ ଅନୁସୂଚୀ (ଦଳବଦଳ ନିରୋଧୀ ଆଇନ) ଅନୁଯାୟୀ ଯେଉଁ ୮ ଜଣ ବିଧାୟକ ଦଳର ହ୍ୱିପକୁ ଅମାନ୍ୟ କରିଛନ୍ତି, ସେମାନଙ୍କ ସଭ୍ୟପଦ ରଦ୍ଦ ହେବା ଉଚିତ୍। ଅରୁଣ ସାହୁ ଅଭିଯୋଗ … Read more

ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟରେ ପଡିଲା ତାଲା

ଢେଙ୍କାନାଳ: କଟକ କମର୍ସିଆଲ୍ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ କ୍ରମେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । ରାଜଲକ୍ଷ୍ମୀ କନଷ୍ଟ୍ରକସନ ଠିକା ସଂସ୍ଥାର ବକେୟା ଅର୍ଥ ପଇଠ କରିବାରେ ବିଫଳ ହେବାରୁ ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟକୁ ସିଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ‘ରାଜଲକ୍ଷ୍ମୀ କନଷ୍ଟ୍ରକସନ’ ନାମକ ଏକ ଠିକା ସଂସ୍ଥା କାମାକ୍ଷାନଗର ଅଞ୍ଚଳରେ ୨୦୦୪ ମସିହାରେ ପ୍ରାୟ ୯ କୋଟି ଟଙ୍କାର କେନାଲ କାମ କରିବା ପାଇଁ ଚୁକ୍ତି କରିଥିଲା। … Read more

ମହିଳା ସଂରକ୍ଷଣ ବିଲକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ୨୦୨୩ ମସିହାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ମହିଳା ସଂରକ୍ଷଣ ବିଲ ସଂସଦର ଉଭୟ ଗୃହରେ ପାରିତ ହେବା ସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ଏହାକୁ ୨୦୨୪ ନିର୍ବାଚନରେ ଲାଗୁ କରି ନଥିବା ବିଜେପି ଏବେ ବିରୋଧୀଙ୍କ ଅସହଯୋଗ ଯୋଗୁ ମହିଳା ସଂରକ୍ଷଣ ବିଲ ପାରିତ ହେଲା ନାହିଁ ବୋଲି ମିଛ ଅଭିଯୋଗ କରି ବିଜେପି ଯେଉଁ ଜନଆକ୍ରୋଶ ରାଲି ନାମରେ ଦେଶରେ ନାଟକ କରୁଛି । ମହିଳା ମାନଙ୍କୁ ସେମାନଙ୍କ … Read more

ସାତ ବିଦ୍ରୋହୀ ଆପ୍ ସାଂସଦଙ୍କୁ ରାଜ୍ୟସଭାରୁ ମଞ୍ଜୁରୀ, ଅରବିନ୍ଦ କେଜ୍ରିୱାଲକୁ ବଡ଼ ଝଟକା

ନୂଆଦିଲ୍ଲୀ: ରାଜ୍ୟସଭା ତରଫରୁ ରାଘବ ଚଢା ସମେତ ଆପ୍ ର ସମସ୍ତ ବିଦ୍ରୋହୀ ସାଂସଦଙ୍କୁ ବିଜେପିର ମାନ୍ୟତା ମିଳିଛି । ଏହାକୁ ନେଇ ରାଜ୍ୟସଭା ସଚିବାଳୟ ତରଫରୁ ନୋଟିଫିକେସନ ଜାରି କରିଛି । ରାଜ୍ୟସଭା ସଚିବାଳୟ ଆପ୍ ରୁ ବିଜେପିରେ ସାମିଲ ହୋଇଥିବା ସମସ୍ତ ସାଂସଦଙ୍କୁ ନେଇ ନୋଟିଫିକେସନ ଜାରି ହୋଇଛି । ଏମାନେ ସମସ୍ତେ ବିଜେପିର ବୋଲି କୁହାଯାଇଛି, ଯାହାପରେ ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା ବଢି ୧୧୩ରେ ପହଞ୍ଚିଛି । ଆପ୍ ସାଂସଦ ସଂଜୟ … Read more