February 27, 2026 8:52 pm

ଶ୍ରୀକ୍ଷେତ୍ରରେ କଂସ ମହାରାଜା; ମହାପ୍ରଭୁଙ୍କୁ କଲେ କ୍ଷମା ପ୍ରାର୍ଥନା

ପୁରୀ :ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରି ନାହିଁ । କାରଣ କଂସ ମହାରାଜା ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଆସିଛନ୍ତି ଶ୍ରୀକ୍ଷେତ୍ର‌‌ । ଯାତ୍ରା ସମୟରେ ପ୍ରଭୃ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଏବେ କ୍ଷମା ପ୍ରାର୍ଥନା ମାଗିଛନ୍ତି ମହାପ୍ରଭୁଙ୍କ ନିକଟରେ । ଏଥିପାଇଁ କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ । ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି … Read more

ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ ରହିବ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ରହିବ। ଏଭଳି ଚରମ ନିଷ୍ପତ୍ତି ନେଇଛି ଓମ୍‌ସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ)। ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଦୈନିକ ପୂର୍ବାହ୍ଣ ୯ଟାରୁ ୧୧ଟା ଓପିଡି ବନ୍ଦ ରହିବ l ଯାହାଫଳରେ ରୋଗୀ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ।ପଦୋନ୍ନତି, ଦରମା ବୃଦ୍ଧି, … Read more

ଆମ ବସ୍‌ ଡ୍ରାଇଭର ଗିରଫ

ଭୁବନେଶ୍ବର:ରୁପାଲି ଛକରେ ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ଡ୍ରାଇଭର ଗିରଫ । ଗିରଫ ଚାଳକ ହେଲେ ସଚିତ୍ର ସାହୁ। ତାଙ୍କର ବୟସ ୫୫ ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଆଧାରରେ ଗିରଫ କରାଯାଇଛି। CCTV ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସଟି ପଛପଟୁ ଠିଆ ହୋଇଥିବା ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା।ଶୁକ୍ରବାର ଦିନ ସକାଳେ ଭୁବନେଶ୍ୱର ରୁପାଲି ଟ୍ରାଫିକ୍‌ ଉପରେ ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା ‘ଆମ ବସ୍‌’ … Read more

ଗଠନ ହେବ ନୂଆ ଆଞ୍ଚଳିକ ଦଳ: ମହମ୍ମଦ ମୋକିମ୍

ଭୁବନେଶ୍ବର: ଖୁବଶୀଘ୍ର ଗଠନ ହେବ ନୂଆ ଆଞ୍ଚଳିକ ଦଳ। ଆଭାସ ଦେଲେ ମହମ୍ମଦ ମୋକିମ୍। ସେ କହିଛନ୍ତି ଯେ, ରାଜ୍ୟରେ ଅନେକ ଯୁବ ନେତୃତ୍ୱଙ୍କୁ ଏକ ବଡ଼ ସୁଯୋଗର ଆବଶ୍ୟକତା ରହିଛି। ସେଥିପାଇଁ ସେ ଆମ ସହ ଯୋଗାଯୋଗରେ ଅଛନ୍ତି। ବୁଦ୍ଧିଜୀବୀଙ୍କ ସହ ଆଲୋଚନା ଚାଲିଛି। କାହା ପାଇଁ କେଉଁ ସ୍ଥାନ କେବେ ଖାଲି ପଡ଼େ ନାହିଁ। କିଏ ନା କିଏ କାହାକୁ ପୂରଣ କରିଥାନ୍ତି। ରାଜ୍ୟରେ ଅନେକ ଉଦୀୟମାନ ଯୁବକ ଅଛନ୍ତି ତାଙ୍କୁ କେବଳ ଏକ … Read more

ପାଣ୍ଡିଆନଙ୍କ କାର୍ଯ୍ୟକଳାପର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ବିଜେଡି ସରକାର ସମୟରେ 5T ସଚିବ ଥିବା ଭିକେ ପାଣ୍ଡିଆନଙ୍କ ବିରୋଧରେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ । ମୋହନ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଜରିଆରେ ଭିକେ ପାଣ୍ଡିଆନଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଚାହୁଁଥିବା ଜଣାପଡ଼ିଛି । ମୋହନ ସରକାର ୨୦୨୪ ଜୁନ ମାସରେ କ୍ଷମତାସୀନ ହେବାର ପ୍ରାୟ ୨ ବର୍ଷ ପରେ ପାଣ୍ଡିଆନଙ୍କ ବିରୋଧରେ ଏହା ପ୍ରଥମ ଆକ୍ସନ । ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ଅଭିଯୋଗ ଆଧାରରେ … Read more

ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର : ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୭୦ ତମ ସମ୍ମାନସୂଚକ ଡକ୍ଟରେଟ୍। ଶିକ୍ଷା ଜରିଆରେ ସମାଜର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି … Read more

ହିତାଧିକାରୀ ମାନଙ୍କ ଇ-କେୱାଇସି ଅବଧି ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର:ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀ ମାନଙ୍କ ଆଧାର ଭିତ୍ତିକ ଇ-କେୱାଇସି କରିବା ପ୍ରକ୍ରିୟାର ଅବଧି ବୃଦ୍ଧି କରାଯାଇଛି । ଏହି ଅବଧିକୁ ରାଜ୍ୟ ସରକାର ଆସନ୍ତା ୨୦୨୬ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ହିତାଧିକାରୀମାନେ ସେମାନଙ୍କ ଆଧାର ସଂଯୁକ୍ତ ଇ-କେୱାଇସି ରାଜ୍ୟର ସାଧରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଅନ୍ତର୍ଗତ ସମସ୍ତ ୧୧, ୭୨୫ ଖାଉଟି ସୁଲଭ ମୂଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ ଓ … Read more

KKR ରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର

ମୁମ୍ବାଇ :ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି ।ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣା ପରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛି । ବିସିସିଆଇ ନିଷ୍ପତ୍ତି ଅନୁଯାୟୀ, ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାଦ ଦିଆଯାଇଛି । ବୋର୍ଡ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶୀ ଦ୍ରୁତ ବୋଲରଙ୍କୁ ଦଳରୁ … Read more

ଆଜି ହେଉଛି ଶ୍ରୀ ଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ଯାତ୍ରା

ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ପୌଷ ପୂର୍ଣ୍ଣିମାରେ ଅନୁଷ୍ଟିତ ଅଭିଷେକ ଉତ୍ସବ ଏକ ସ୍ଵତନ୍ତ୍ର ଉତ୍ସବ ଅଟେ। ମହାପ୍ରଭୁଙ୍କ ସମ୍ବୋଧନ ଅନୁସାରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ନାୟକ, ତ୍ରିଭୁବନର ଅଧୀଶ୍ୱର, ଅଖିଳ ବ୍ରହ୍ମାଣ୍ଡର ନାୟକ, କଳିଙ୍ଗ ରାଜ୍ୟର ଇଶ୍ବର, ଏକାମ୍ର ଅଧୀଶ୍ବର ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଅଟନ୍ତି। ତାଙ୍କରି ସେହି ରାଜକୀୟ ସ୍ଵରୁପର ଅଭିଷେକ ନିମନ୍ତେ ଏହି ପୁଷ୍ୟାଭିଷେକ ଯାତ୍ରା। ପୌଷ ପୂର୍ଣ୍ଣିମା ଅବସରରେ ଭୋଗମଣ୍ଡପ ଶେଷହେବା ଅନ୍ତେ ବଡୁ ସେବାୟତମାନେ ବିନ୍ଦୁସାଗରକୁ ତୀର୍ଥଜଳ ଆଣିବା ନିମନ୍ତେ … Read more

ଅଟୋକୁ ଧକ୍କା ଦେଲା ଆମ ବସ୍: ଚାଳକଙ୍କ ମୃତ୍ୟୁ

ଭୁବନେଶ୍ବର: ଆଜି ରୁପାଲି ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଅଟୋ କୁ ପଛପଟୁ ଆସି ଧକ୍କା ଦେଇଥିଲା ଆମ ବସ lଅଟୋରେ ମୋଟ ୩ ଜଣ ଥିଲେ । ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଡିସିପି ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଦୁର୍ଘଟଣା ଘଟାଇଥିବା ବସଟି ରୁଟ୍ ନମ୍ବର … Read more