February 26, 2026 9:01 am

KKR ରୁ ବିଦା ହେବେ ବାଂଲାଦେଶୀ କ୍ରିକେଟର

ମୁମ୍ବାଇ :ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି ।ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣା ପରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛି । ବିସିସିଆଇ ନିଷ୍ପତ୍ତି ଅନୁଯାୟୀ, ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPLରୁ ବାଦ ଦିଆଯାଇଛି । ବୋର୍ଡ ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସକୁ ବାଂଲାଦେଶୀ ଦ୍ରୁତ ବୋଲରଙ୍କୁ ଦଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । BCCI ସଚିବ ଦେବଜିତ ସାଇକିଆ ଏହା ଘୋଷଣା କରି କହିଛନ୍ତି ,ଯେ ବୋର୍ଡ ବର୍ତ୍ତମାନର ପରିସ୍ଥିତିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନେଇଛି ।ସମ୍ପ୍ରତି ନିଲାମରେ KKR ବାମହାତୀ ଦ୍ରୁତ ବୋଲରଙ୍କୁ ₹୯.୨୦ କୋଟି ଟଙ୍କାରେ କିଣିଥିଲା । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଭିତରେ ଶାହରୁଖଙ୍କ ଟିମ୍ ମୁସ୍ତଫିଜୁରଙ୍କୁ କିଣିବାକୁ ଅନେକ ଦେଶ ବିରୋଧୀ ବୋଲି କହି ସମାଲୋଚନା କରିଛନ୍ତି l