୪ ବରିଷ୍ଠ ଅଧିକାରୀଙ୍କୁ ୪ ବନ୍ୟା ପ୍ରଭାବିତ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ୪ ଜଣ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି । ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ସ୍ଵତନ୍ତ୍ର ଶାସନ ସଚିବ ଡ. ବିଜୟ ମିଶ୍ର, ଭଦ୍ରକରେ ଡିପିଏଚ୍ ଡ. ରବୀନ୍ଦ୍ର ମିଶ୍ର, କେନ୍ଦୁଝରରେ ଡିଏଫଡବ୍ଲୁ ଡ. ରାଜେନ୍ଦ୍ର ପାଣିଗ୍ରାହୀ ଏବଂ ଯାଜପୁର ଜିଲ୍ଲା ପାଇଁ ଡିଏଚଏସ୍ … Read more

ଅନଲାଇନ୍ ଅଟୋ ସଂଘର ସଭାପତି ଦୀନବନ୍ଧୁ ନାୟକଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ।

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ୍‌ ଗାଡ଼ି ଚାଳକ ସଂଘର ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଆଉ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାରେ ଖାରବେଳନଗର ଥାନା ପୋଲିସ ଗତକାଲି (ଶୁକ୍ରବାର) ରାତିରେ ସ୍ମାର୍ଟ ସିଟି ଅନ୍‌ଲାଇନ ଅଟୋ-ଟ୍ୟାକ୍ସି ଡ୍ରାଇଭର୍ ସଂଘର ଚେୟାରମ୍ୟାନ ଦିନବନ୍ଧୁ ନାୟକ ପୁରୀରୁ ଗିରଫ କରିଛି । ୧୯ ତାରିଖରେ ହିଂସାତ୍ମକ ଆନ୍ଦୋଳନ ପରେ ଦିନବନ୍ଧୁ ଫେରାର ହୋଇଯାଇଥିଲେ । ପୁରୀ ସହର ନିକଟରେ ଦିନବନ୍ଧୁ ଥିବା ଖବର … Read more

ମୋବାଇଲ୍ ମ୍ୟାନୁଫାକ୍ଚରିଂ ସ୍କିମ୍ ଲଞ୍ଚ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଦିନ ମୋବାଇଲ୍ ଫୋନ୍ ମ୍ୟାନୁଫାକ୍ଚରିଂ ସ୍କିମ ଲଞ୍ଚ୍ କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ କମ୍ପାନୀଗୁଡ଼ିକୁ ବିଭିନ୍ନ ସ୍ତରରେ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯିବ, ଯାହାଦ୍ୱାରା ଭାରତରେ ମୋବାଇଲ୍ ମ୍ୟାନୁଫାକ୍ଚରିଂ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ହାସଲ କରାଯାଇପାରିବ। ସେ କହିଛନ୍ତି ଯେ ମୋବାଇଲର ଦାମ୍ ବୃଦ୍ଧି ପାଉଛି, କାରଣ ମେମୋରୀ ଚିପର ଦାମ୍ ବଢ଼ୁଛି, ତେଣୁ ଆମେ ମେମୋରୀ ଚିପ୍ ଉତ୍ପାଦନ ଉପରେ ଧ୍ୟାନ ଦେଉଛୁ। ଏହାର … Read more

ଜିଲ୍ଲା ଏସ୍‌ପି ଓ ରେଞ୍ଜ ଆଇଜି/ଡିଆଇଜିଙ୍କ ସହ ଡିଜିପିଙ୍କ ଭିଡିଓ କନ୍‌ଫରେନ୍ସିଂ ବୈଠକ

କଟକ:ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି/ଡିଆଇଜି ଏବଂ ସମସ୍ତ ଜିଲ୍ଲାର ଏସ୍‌ପିମାନେ ବୈଠକରେ ଯୋଗଦେଇଥିଲେ।ବୈଠକରେ ରାଜ୍ୟର ବର୍ତ୍ତମାନର ଆଇନ-ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ … Read more

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ୮୮ ବର୍ଷ ବୟସରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି ନିଜର ସୁମଧୁର କଣ୍ଠ ଓ ଅନନ୍ୟ ଗାୟନ ଶୈଳୀରେ ସେ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ।ଓଡ଼ିଆ ଆଧୁନିକ, ଭକ୍ତିମୂଳକ ଓ ଚଳଚ୍ଚିତ୍ର ସଙ୍ଗୀତରେ ତାଙ୍କ ଅବଦାନ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।ଓଡ଼ିଆ ଚଳଚିତ୍ରରେ ସେ ପ୍ରାୟ ୨୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। କେବଳ ଚଳଚ୍ଚିତ୍ର ଗୀତ … Read more

ସରକାରୀ ସେବାରେ ବିଳମ୍ବ ହେଲେ ଆପେଆପେ ହେବ ଅପିଲ୍:ଲାଗୁହେଲା ଅଟୋ-ଅପିଲ୍ ସିଷ୍ଟମ୍‌’

ଭୁବନେଶ୍ୱର:ଓଡ଼ିଶା ଜନସେବା ଅଧିକାର ଆଇନ, ୨୦୧୨ (ଓଆରଟିପିଏସଏ) ଅଧୀନରେ ଥିବା ସମସ୍ତ ସୂଚିତ ସରକାରୀ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ନିମନ୍ତେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଯୁଗାନ୍ତକାରୀ ‘ଅଟୋ-ଅପିଲ୍ ସିଷ୍ଟମ୍‌’ (ଏଏଏସ୍‌) ଲାଗୁ କରାଯାଇଛି। ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସାଧାରଣ ପ୍ରଶାସନ ବିଭାଗର ସଚିବ ସୁରେଶ ବଶିଷ୍ଠ ସୋମବାର ବିସ୍ତୃତ ଗାଇଡଲାଇନ୍ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସଓପି) ଜାରି କରି ସବୁ ବିଭାଗୀୟ ସଚିବଙ୍କୁ … Read more

MMDR ବିଲ୍‌ କୁ ନେଇ ଓଡ଼ିଶାବାସୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:MMDR ସଂଶୋଧନ ବିଲ୍, ୨୦୨୬କୁ ନେଇ ହେଉଥିବା ଅପପ୍ରଚାର ପାଇଁ ବିଜେଡି କଡା ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ପିଏମ ମୋଦିଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫ ହଜାର କୋଟିରୁ ବୃଦ୍ଧି ପାଇ ୫୦ ହଜାର କୋଟିରେ ପହଞ୍ଚିଛି । ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । 2000 ମସିହାରେ ବିଜେଡି ଶାସନ ସମୟରେ … Read more

‘ବନ୍ଦେ ମାତରମ’ ବିବାଦ: କଂଗ୍ରେସ ଉପରେ ବର୍ଷିଲେ ଅମିତ ଶାହ

ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକ୍ରମରେ ଜାତୀୟ ଗୀତ ‘ବନ୍ଦେ ମାତରମ’ର କେବଳ ପ୍ରଥମ ଦୁଇ ଛନ୍ଦ ଗାନ କରିବା ନିଷ୍ପତ୍ତିକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଅଭିଯୋଗ କରିଛନ୍ତି ଯେ, ୧୯୩୭ର ନିଷ୍ପତ୍ତିକୁ ପୁଣି ଲାଗୁ କରି କଂଗ୍ରେସ ତଥାକଥିତ ‘ତୁଷ୍ଟୀକରଣ ରାଜନୀତି’କୁ ଆଗକୁ ବଢ଼ାଉଛି। ଏହାସହ ସ୍ୱାଧୀନତା ସଂଗ୍ରାମରେ ‘ବନ୍ଦେ ମାତରମ’ ଗାଇ ଜୀବନ ବଳି ଦେଇଥିବା ସହିଦମାନଙ୍କୁ … Read more

ଅନଲାଇନ୍ ଅଟୋ ଷ୍ଟାଣ୍ଡ ଉପରେ ବୁଲିଲା ବୁଲଡୋଜର୍ :କ୍ଷତିପୂରଣ ଭରିବେ ଅଟୋ ଚାଳକ

ଭୁବନେଶ୍ୱର:ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ୍ ଟ୍ୟାକ୍ସି ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାରେ କମିଶନରେଟ୍ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାଷ୍ଟରକ୍ୟାଣ୍ଟିନସ୍ଥିତ ବେଆଇନ ଅନଲାଇନ୍ ଅଟୋ ଷ୍ଟାଣ୍ଡ କୁ ପୋଲିସ ଭାଙ୍ଗି ଦେଇଛି। ବୁଲଡୋଜର ଜରିଆରେ ସମ୍ପୂର୍ଣ୍ଣ ଅଟୋଷ୍ଟାଣ଼୍ଡକୁ ମାଟିରେ ମିଶାଯାଇଛି। ଉକ୍ତ ସ୍ଥାନକୁ ଅକ୍ତିଆର କରି ଅଟୋ ଚାଳକମାନେ ଦୀର୍ଘଦିନ ଧରି ଷ୍ଟାଣ୍ଡ ବନାଇଥିଲେ।ଏହି ଘଟଣାରେ ଆଜି ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି ପାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ … Read more

ପ୍ରିନ୍ସିପାଲଙ୍କୁ ଛୁରୀ ଭୁଷି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ତେଲଙ୍ଗନା:ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୧୨ରେ ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାର ନାଗାର୍ଜୁନ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ କାଲ୍ଲୁ ରୂପା ରେଡ୍ଡୀଙ୍କ ମୃତ ଦେହ ତାଙ୍କ ବାସ ଗୃହ ରୁ ଉଦ୍ଧାର ହୋଇଥିଲା l ତାଙ୍କ ଶରୀରରେ ୨୭ଟି ଛୁରି ଆଘାତ ଚିହ୍ନ ରହିଥିଲା । ସୂଚନା ଅନୁଯାୟୀ ଅଗଷ୍ଟ ୧୦ରେ ସେ ସ୍କୁଲ ଯାଇଥିଲେ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୩୦ ପର୍ଯ୍ୟନ୍ତ ସେଠାରେ … Read more