ବାଲିପାଟଣାରେ ଶିକ୍ଷାନୁଷ୍ଠାନ ପାଖରେ ଖୁଲମଖୁଲା ନିଶା ବେପାର

ବାଲିପାଟଣା:ଉଚ୍ଚଶିକ୍ଷା ବିଭାଗ ଏବଂ ଜାତୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ କଲେଜ ପରିସରର ୫୦୦ ମିଟର ପରିଧି ମଧ୍ୟରେ ମଦ, ଗଞ୍ଜେଇ, ତମାଖୁ ସମେତ ସମସ୍ତ ପ୍ରକାର ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଆସନ୍ତା ଜୁଲାଇ ୧୫ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ନିର୍ଦ୍ଦେଶନାମା କେବଳ କାଗଜପତ୍ରରେ ସୀମିତ ରହିବ ନା ବାସ୍ତବରେ ପ୍ରତିଫଳିତ ହେବ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି … Read more

SIRରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟର ନାଁ

ଭୁବନେଶ୍ୱର:ରାଜ୍ୟରେ ଚାଲିଥିବା SIR ରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର, ଏସ୍ ଗୋପାଳନ ।ସେ କହିଛନ୍ତି ଯେ, ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି … Read more

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କ ସହ  ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର. ଏସ. ଗୋପାଲନ ଅଧ୍ୟକ୍ଷତାରେ ଶନିବାର ଦିନ ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପାଇଁ ନିଯୁକ୍ତ ଭୋଟର ତାଲିକା ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ହାଇବ୍ରିଡ୍ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଏସଆଇଆର ୨୦୨୬ ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ୧୦ ଜଣ ଆଇଏଏସ ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟାର ସଫଳ ସମାପ୍ତି, ଚାଲିଥିବା ଡିଜିଟାଲାଇଜେସନର … Read more

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ: ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ lମାତ୍ର ୧୫ ବର୍ଷ ୯୯ ଦିନ ବୟସରେ ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ଡେବ୍ୟୁ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ଭାରତ ପକ୍ଷରୁ ସବୁଠାରୁ କମ୍ ବୟସରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ରେକର୍ଡ ନିଜ ନାମରେ କରିଛନ୍ତି।ଏହାପୂର୍ବରୁ ଏହି ରେକର୍ଡ ମହିଳା କ୍ରିକେଟର ଶେଫାଲି ବର୍ମାଙ୍କ ନାଁରେ ଥିଲା। ସେ ୨୦୧୯ରେ ୧୫ ବର୍ଷ ୨୩୯ ଦିନ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ପୁରୁଷ କ୍ରିକେଟରେ … Read more

ଭୁବନେଶ୍ୱରରେ ଡ୍ରେନରେ ଭାସିଗଲେ ଯୁବକ

ଭୁବନେଶ୍ୱର: ରାଜଧାନୀରେ ଶନିବାର ପ୍ରବଳ ଲଗାଣ ବର୍ଷା ଯୋଗୁଁ ଏକ ବଡ଼ ଅଘଟଣ ଘଟିଛି। ବାଣୀବିହାର ନିକଟସ୍ଥ ଏକ ମୁଖ୍ୟ ଡ୍ରେନରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ସ୍ଥାନୀୟ ପଥରବନ୍ଧ ବସ୍ତିର ୩୫ ବର୍ଷୀୟ ଅନିଲ ସିଂହ ବୋଲି ଚିହ୍ନଟ କରାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଅନିଲ ଡ୍ରେନ ନିକଟରୁ ପ୍ଲାଷ୍ଟିକ ବୋତଲ ଗୋଟାଉଥିବା ସମୟରେ ଅସାବଧାନତା ବଶତଃ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଖବର ପାଇ ରାଜ୍ୟ ଅଗ୍ନିଶମ ଓ … Read more

ସରକାର-ଓମ୍‌ସା ଆଲୋଚନା ସଫଳ, ଆନ୍ଦୋଳନରୁ ଓହରିଲେ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଶେଷରେ ସ୍ଥଗିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ସହ ଓଡ଼ିଶା ମେଡିକାଲ ସର୍ଭିସ୍‌ ଆସୋସିଏଶନ (ଓମ୍‌ସା)ର ପ୍ରତିନିଧିମାନଙ୍କ ଆଲୋଚନା ସଫଳ ହେବା ପରେ ଡାକ୍ତରମାନେ ପୁଣି କାର୍ଯ୍ୟରେ ଯୋଗ ଦେବେ । ଓମ୍‌ସାର ୧୩ ଦଫା ଦାବି ଉପରେ ଗଭୀର ଆଲୋଚନା ପାଇଁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କମିଟିରେ ସ୍ୱାସ୍ଥ୍ୟ, ସାଧାରଣ ପ୍ରଶାସନ (ଜିଏ), ଅର୍ଥ ଓ ଆଇନ ବିଭାଗର … Read more

ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ବୁଲିଲା ଖଣ୍ଡା, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ପ୍ରେମବ୍ୟାପାରକୁ ନେଇ ଗୁରୁବାରଠୁ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଆଜି ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିଶୋଧ ନେବାକୁ ବୁଦ୍ଧ ବିହାରରେ ପୁଣି ତୁମୁଳକାଣ୍ଡ ଭିଆଇଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି, ବୁଦ୍ଧ ବିହାର ଆଲର୍ଟିସ୍ ଆସୋସିଏସନ ସମ୍ପାଦକ ଗୌରାଙ୍ଗ ଚରଣ ଦାସଙ୍କ ବଡ଼ ପୁଅ ଶୁଭମ୍ ସ୍ୱରାଜ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସାମାନ୍ୟ ଆହତ ହୋଇଥିବା ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । … Read more

ପୁରୀ ଶ୍ରୀମନ୍ଦିରରେ ଅଣସର ନୀତି ଜାରି; ଆଜି ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି

ପୁରୀ: ୧୦୮ ଗଡ଼ୁ ପବିତ୍ର ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି। ଅଣସର ନୀତିର ଏକ ପ୍ରମୁଖ ପରମ୍ପରା ହେଉଛି ଫୁଲୁରି ତେଲ ଲାଗି। ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ପବିତ୍ର ଓ ଔଷଧୀୟ ତେଲ ଲାଗି କରାଯିବ। ବିଶ୍ୱାସ ରହିଛି, ଏହି ତେଲ ଲେପନ କରିବା ଦ୍ୱାରା ମହାପ୍ରଭୁଙ୍କ ଜ୍ୱର ଓ ଶାରୀରିକ ପୀଡ଼ାରୁ ଉପଶମ ମିଳିଥାଏ। ଏହି ଫୁଲରି ତେଲ ବଡ଼ ଓଡ଼ିଆ ମଠ … Read more

ଜୀବନ ହାରିଲେ ଚାଉଳିଆଗଞ୍ଜ ଥାନା ମହିଳା IIC

କଟକ: ମହିଳା IIC ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଗତକାଲି ଆଇଆଇସି ବିୟୁଟି ମହାନ୍ତି ଚାଉଳିଆଗଞ୍ଜ ଥାନାର ଉପରେ ଥିବା ରେଷ୍ଟରୁମରେ ରହିଥିଲେ । ଆଜି ସକାଳେ କବାଟ ବାଡ଼େଇବାରୁ ସେ କବାଟ ଖୋଲି ନ ଥିଲେ । ଏ ନେଇ କର୍ମଚାରୀ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଘରର କବାଟ ଖୋଲାଯାଇଥିଲା ଏବଂ ଆଇଆଇସିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । … Read more

ରାମ ମନ୍ଦିର ନିର୍ମାଣ ପାଇଁ ଦେଇଥିବା ଦାନ ଅର୍ଥ ଫେରସ୍ତ ମାଗିଲେ କଂଗ୍ରେସ ନେତା ଦିଗବିଜୟ ସିଂହ

ୟୁପି: ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଅନିୟମିତତା ପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ମନ୍ଦିର ନିର୍ମାଣ ସମୟରେ ଦେଇଥିବା ଦାନ ଅର୍ଥ ଫେରେଇବାକୁ କହିଛନ୍ତି l ସେ ଅଭିଯୋଗ କରିଛନ୍ତି ଯେ, ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନାମରେ ସଂଗ୍ରହ କରାଯାଇଥିବା ଅର୍ଥର ଅପବ୍ୟବହାର କରାଯାଇଛି ଏବଂ ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଛି।ଜଣେ ସନାତନୀ ହିନ୍ଦୁ ଏବଂ ଭକ୍ତ ଭାବେ ସେ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାର … Read more