ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସା,ମାଉସୀ ଗିରଫ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ମଉସାଙ୍କୁ ଗିରଫ କରିଛି ପୋଲିସ। ଏହି ମାମଲାରେ ମାଉସୀ ମଧ୍ୟ ସହଯୋଗ କରୁଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜଣେ ନାବାଳିକା ପଢିବା ପାଇଁ ଭୁବନେଶ୍ୱରରେ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ। ସେହି ସମୟରେ ମଉସା ଜୟକୃଷ୍ଣ ନାୟକ ବାରମ୍ବାର ତାଙ୍କୁ ଯୌନ ନିର୍ଯାତନା ଦେଇଆସୁଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଦୀର୍ଘଦିନ … Read more

ଛାତିରେ ତୀର ବିଦ୍ଧ ଯୁବକଙ୍କୁ କିମ୍ସରେ ମିଳିଲା ନୂଆ ଜୀବନ

ଭୁବନେଶ୍ୱର: ରାଉରକେଲାର ଜନୈକ ୨୨ବର୍ଷୀୟ ଯୁବକଙ୍କ ଛାତିରେ ବିଦ୍ଧ ହେବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ଯୁବକଙ୍କ ପରିବାର ତାଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଏହାର ଜଟିଳତା ଓ ଏଥିରେ ଅଧିକ ବିପଦ ଥିବାରୁ କୌଣସି ଡାକ୍ତରଖାନରେ ତାଙ୍କ ଦେହରେ ଥିବା ତୀର ବାହାର କରିବା ସମ୍ଭବ ହୋଇପାରିନଥିଲା। ଶେଷ ଆଶା ରଖି ପରିବର ଲୋକେ ତାଙ୍କୁ କିମ୍‍ସରେ ଭର୍ତ୍ତି କରିଥିଲେ। ତେବେ କିମ୍‍ସର ବରିଷ୍ଠ ସର୍ଜନ ଡା. ଅମରେଶ ମିଶ୍ରଙ୍କ ନେତୃତ୍ୱରେ ଡା. … Read more

ସୋଆରେ ଜୁଲାଇ ୧୧-୧୨ରେ ‘ଟେକ୍ନୋଲୋଜି କନ୍କ୍ଲେଭ-୨୦୨୬’

ଭୁବନେଶ୍ୱର: ଇଣ୍ଡିଆନ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନଏଆଇ) ପକ୍ଷରୁ ‘ଟେକ୍ନୋଲୋଜି କନ୍‌କ୍ଲେଭ-୨୦୨୬’ ଆସନ୍ତା ଜୁଲାଇ ୧୧ ଓ ୧୨ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ।ଏହି ଦୁଇ ଦିନିଆ କନ୍‌କ୍ଲେଭରେ ବଂଟିତ କ୍ଷୁଦ୍ର ଓ ମଧ୍ୟମ ଆକାରର ପରମାଣୁ ରିଆକ୍ଟର ମାଧ୍ୟମରେ ଦୀର୍ଘମିଆଦୀ ଶକ୍ତି ସୁରକ୍ଷା, ତୈଳ ଓ ପ୍ରାକୃତିକ ଗ୍ୟାସ ଅନ୍ୱେଷଣ, କୋଇଲା ଗ୍ୟାସିଫିକେସନ୍‌, କ୍ରିଟିକାଲ୍ ମିନେରାଲ୍ ଓ ରେୟାର ଆର୍ଥ ଉତୋଳନ, ସେମିକଣ୍ଡକ୍ଟର … Read more

ଆଜାଦନଗର ବୋମା ବିସ୍ଫୋରଣ ମାମଲାରେ NIAର ବଡ଼ ସଫଳତା

ଭୁବନେଶ୍ୱର: ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆଜାଦନଗର ବୋମା ବିସ୍ଫୋରଣ ଘଟଣାର ୭ ମାସ ପରେ ଜଣେ ଫେରାର ଅଭିଯୁକ୍ତକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି NIA। ଗିରଫ ଯୁବକ ଜଣକ ଭୁବନେଶ୍ୱର ପଟିଆ ଅଞ୍ଚଳର ରୋହନ ରଞ୍ଜନ ରାଉତରାୟ ଓରଫ୍ ସାନୁ ବୋଲି ଜଣାପଡ଼ିଛି। ଗିରଫ ବେଳେ ସାନୁ ନିକଟରୁ ମୋବାଇଲ୍‌ ଫୋନ୍‌ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ରୋହନର ସିଧାସଳଖ ହାତ ଥିବା … Read more

ଓଡ଼ିଶାରେ ନିର୍ମାଣ ହେବ ପ୍ରଥମ ସ୍କାଏୱାକ୍, ୧୮.୪୨ କୋଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ପଳାଶୁଣୀରୁ ରସୁଲଗଡ଼, ଜାତୀୟ ରାଜପଥ-୧୬ ମଧ୍ୟରେ ଏକ ସ୍କାଏୱାକ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟକାରୀ କରୁଛି। ପ୍ରାୟ ୧୮.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ଭାରତୀୟ ଜାତୀୟ ରାଜପଥ … Read more

ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ ’ ବ୍ୟବସ୍ଥାର ଶୁଭାରମ୍ଭ

କଟକ: ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଆଜି ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ କରିଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ। ସାଇବର ଆର୍ଥିକ ଠକେଇ ଘଟଣା ବଢ଼ୁଥିବାରୁ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଓ ପ୍ରଭାବଶାଳୀ କରିବା ସହ … Read more

ବଦ୍ରୀନାଥ ମନ୍ଦିରରୁ ଦାନ ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ବିକେଟିସି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ

ନୂଆଦିଲ୍ଲୀ: ବଦ୍ରୀନାଥ ମନ୍ଦିରରେ ଦାନ ଚୋରି ଅଭିଯୋଗ ପରେ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି (ବିକେଟିସି) ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପ୍ରମୋଦ ନୌଟିୟାଲଙ୍କୁ ନିଲମ୍ବିତ କରାଯାଇଛି। ଏହା ସହିତ ତାଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।ମନ୍ଦିର ସମିତି ପକ୍ଷରୁ ଜାରି କରାଯାଇଥିବା ନୋଟିସରେ କୁହାଯାଇଛି; ୨୦୨୬ ଜୁଲାଇ ୨ ତାରିଖରେ ମନ୍ଦିର ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା। ସେହି ସମୟରେ ଜଣାପଡ଼ିଥିଲା ଯେ ପ୍ରମୋଦ ନୌଟିୟାଲ ଥାଳି ଭେଟି ଗଣତି ସ୍ଥାନରୁ … Read more

E 20 ପେଟ୍ରୋଲ୍‌ରେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ:ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ‘ବିକଶିତ ଭାରତ’ ନାମରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରି ନୀତିନ ଗଡ଼କରୀ କହିଛନ୍ତି ଯେ, ଅଧିକ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାରକୁ ନେଇ କିଛି ଲୋକ ଟଙ୍କା ଖର୍ଚ୍ଚ କରି ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ମାଧ୍ୟମରେ ମିଥ୍ୟା ଅପପ୍ରଚାର ଚଳାଉଛନ୍ତି। ଏପର୍ଯ୍ୟନ୍ତ ଇ-୨୦ ପେଟ୍ରୋଲ ପାଇଁ କୌଣସି କାର୍‌ ଖରାପ ହେବାର ମାମଲା ସାମ୍ନାକୁ ଆସିନାହିଁ। ଭାରତ ଇତିମଧ୍ୟରେ ୨୦ ପ୍ରତିଶତ ଏଥାନଲ ମିଶ୍ରଣର ପେଟ୍ରୋଲ୍‌ ଲକ୍ଷ୍ୟ ହାସଲ କରିସାରିଛି, ଯାହା ଦ୍ୱାରା ଅଶୋଧିତ … Read more

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସଫଳତା ପାଇଁ ସେ ଇଣ୍ଡୋନେସିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ସମ୍ମାନ କେବଳ ମୋର ବ୍ୟକ୍ତିଗତ ସମ୍ମାନ ନୁହେଁ, ବରଂ ସମଗ୍ର ୧୪୦ କୋଟି ଭାରତୀୟଙ୍କର ଗୌରବ ଓ ସମ୍ମାନ।” ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶର ସମ୍ପର୍କ ବିଷୟରେ ଆଲୋକପାତ କରି କହିଛନ୍ତି ଯେ, ଗତ … Read more

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିର ପ୍ରଶାସନର ବାରମ୍ବାର ନିବେଦନ ସତ୍ତ୍ୱେ ବିଦେଶରେ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ବନ୍ଦ କରୁନି ଇସ୍କନ। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା। ବିଦେଶରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଗଜପତି ମହାରାଜା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ନେଇ ଗଜପତି ମହାରାଜା ପୁଣି ଏକ ଚିଠି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି। ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଇସ୍କନ ବାରମ୍ବାର ଅବମାନନା କରି ବିଦେଶରେ ଅଦିନିଆ ରଥଯାତ୍ରା, … Read more